୨ ଦାଦନ ସର୍ଦ୍ଦାରଙ୍କୁ ଉଠାଇନେଲା ଛତିଶଗଡ଼ ପୋଲିସ: ଶ୍ରମିକ ଚାଲାଣ କରି ନିର୍ଯାତନା ଦେବା ଅଭିଯୋଗ

ନୂଆପଡ଼ା,୨୫ା୯ (ମକାରୁ ବେମାଲ):ଉତ୍ତରପ୍ରଦେଶକୁ ଶ୍ରମିକ ଚାଲାଣ କରି ଇଟାଭାଟିରେ ଅଧିକ ସମୟ କାମ କରାଇ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଛତିଶଗଡ଼ ପୋଲିସ ନୂଆପଡ଼ା ଜିଲା ଖରିଆର ରୋଡ୍‌ ଅଞ୍ଚଳର ୨ଜଣ ଦାଦନ ସର୍ଦ୍ଦାରଙ୍କୁ ଗୁରୁବାର ଗିରଫ କରିଛି। ସେମାନେ ହେଲେ ଲତା ଶବର ଓ ବେଲଟୁକୁରିର ମୁକେଶ ଚନ୍ଦ୍ରକାର। ସୂଚନା ଅନୁଯାୟୀ, ୨୦୨୬ ଜାନୁଆରୀରେ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲା ଖଲ୍ଲାରି ଥାନା ଲୋହରାଗଁାଓର ଅଜା, ନାତି ଓ ନାତୁଣୀ ଦାଦନ ସର୍ଦ୍ଦାରଙ୍କଠାରୁ ୪୦ ହଜାର ଟଙ୍କା ଅଗ୍ରିମ ନେଇ ଉତ୍ତରପ୍ରଦେଶର ବାରବାଙ୍କି ଜିଲା ହାଜିପୁର ମାୱାଇର ଅଂଶୁମାନ୍‌ ସିଂହ ଇଟାଭାଟିକୁ ଇଟା ତିଆରି କରିବା ପାଇଁ ଯାଇଥିଲେ। ସେଠାରେ କାମ କରିବା ଭିତରେ ଅଜା ଅସୁସ୍ଥ ହୋଇପଡିଲେ। ଔଷଧ ଖାଇଲେ ମଧ୍ୟ ଆରୋଗ୍ୟ ନ ହେବାରୁ ଘରକୁ ଆସିବା ପାଇଁ ଦାଦନ ସର୍ଦ୍ଦାର ଚନ୍ଦ୍ରକାରଙ୍କୁ ନାତି ଗୁହାରି କରିଥିଲେ। କିନ୍ତୁ ସର୍ଦ୍ଦାର ତୁମର ୪୦ ହଜାର ଟଙ୍କାର କାମ ଏପର୍ଯ୍ୟନ୍ତ ହୋଇନାହିଁ। ତେଣୁ ତୁମେମାନେ ଘରୁ ଫେରିବା ପର୍ଯ୍ୟନ୍ତ ଏହି ଝିଅ ଆମ ପାଖରେ କାମ କରିବ ବୋଲି କହି ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ବନ୍ଧକ ରଖି ଅନ୍ୟମାନଙ୍କୁ ଘରକୁ ପଠାଇ ଦେଇଥିଲେ। ସେଠାରେ ନାବାଳିକାଙ୍କୁ ଇଟାଭାଟିର ଜେସିବି ଡ୍ରାଇଭର ଶାରୀରିକ ନିର୍ଯାତନା ଦେଉଥିଲେ। ଏ ସମ୍ପର୍କରେ ଖବର ପାଇ ନାବାଳିକାଙ୍କୁ ଉଦ୍ଧାର କରିବା ପାଇଁ ପରିବାର ଲୋକେ ମହାସମୁନ୍ଦ ଜିଲା ଖଲ୍ଲାରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେପ୍ଟେମ୍ବର ୨୨ରେ ପୋଲିସ ଏକ ମାମଲା (ନଂ.୧୦୪/୨୦୨୬) ରୁଜୁ କରି ଖୋଳତାଡ ଆରମ୍ଭ କରିଥିଲା। ଗୁରୁବାର ଭୋର ସମୟରେ ଦାଦନ ସର୍ଦ୍ଦାର ଲତା ଶବରଙ୍କୁ ପୋଲିସ କାବୁ କରି ନଗଦ ଟଙ୍କା ଓ କିଛି ସୁନା ଗହଣା ଜବତ କରିଛି। ଏହା ପରେ ବେଲଟୁକୁରି ଗଁାର ମୁକେଶ ଚନ୍ଦ୍ରକାରଙ୍କ ଘରେ ପୋଲିସ ଚଢାଉ କରି ତାଙ୍କୁ ଗିରଫ କରିବା ସହ ନଗଦ ରାଶି ଜବତ କରିଛନ୍ତି ା

ଏ ସଂକ୍ରାନ୍ତରେ ମହାସମୁନ୍ଦ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶୁଶିଲ କୁମାର ନାଏକଙ୍କୁ ପଚାରିବାରୁ ଏମାନେ ବେଆଇନ ଭାବରେ ଶ୍ରମିକ ଚାଲାଣ କରିବା ସହ ନାବାଳିକା ଓ ବାଳକଙ୍କୁ ନେଇ ନିର୍ଯାତନା ଦେଇ ଆସୁଛନ୍ତି। ଶ୍ରମିକମାନଙ୍କୁ କମ ଟଙ୍କା ଦେଇ ଅଧିକ କାମ କରାଉଛନ୍ତି। ଏହାଦ୍ୱାରା ସେମାନଙ୍କ ଜୀବନ ନଷ୍ଟ ହେଉଛି। ମୁଖ୍ୟ ଅଭିଯୁକ୍ତ ମୁକେଶ ଚନ୍ଦ୍ରକାରଙ୍କ ସମେତ ଲତା ଶବର, ଜଗତ ଗୁପ୍ତା ଏବଂ ଛତିଶଗଡ ପିଥୋରାର ନନ୍ଦୁ ମହାନ୍ତି ଓ ପୀୟୂଷ କୁମାରଙ୍କ ନାମରେ ମାମଲା ରୁଜୁ ହୋଇଛି। ଏହାସହ ଛତିଶଗଡ ଓ ଓଡିଶାର ୧୦ଟି ସ୍ଥାନରେ ରେଡ୍‌ କରାଯାଇ ୧ କୋଟି ୪୦ ଲକ୍ଷ ଟଙ୍କା ଜବତ ପରେ ଖରିଆର ରୋଡ ଅଞ୍ଚଳରୁ ୨ ଜଣ ଦାଦନ ସର୍ଦ୍ଦାରଙ୍କୁ ଗିରଫ କରାଯାଇଛି। ଶୁକ୍ରବାର ଜବତ ସମ୍ପତ୍ତିର ମୂଲ୍ୟ ନିର୍ଦ୍ଧାରଣ କରି ଗଣମାଧ୍ୟମକୁ ଜଣାଇବୁ ବୋଲି ସେ କହିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଇଥିଲେ ବରିଷ୍ଠ କିରାଣୀ ଗୋବର୍ଦ୍ଧନ, ମିଳିଲା ଏମିତି ଦଣ୍ଡ

ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ତହସିଲ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ତଥା ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟର ରାଜସ୍ବ ବିଭାଗରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଗୋବର୍ଦ୍ଧନ…

ବରଗଡ଼ ଧନୁଯାତ୍ରା: ଉଠିଲା କଂସ କଳାକାର ପରିବର୍ତ୍ତନ ଦାବି

ବରଗଡ଼,୨୫ା୯(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ୧୧ଦିନ…

ବନ୍ଦ ହେବ ରାସାୟନିକ ପ୍ରକ୍ର୍ରିୟାକୃତ ପନିର ବିକ୍ରି

ନୂଆଦିଲ୍ଲୀ,୨୫।୯: ଖାଦ୍ୟ ଅପମିଶ୍ରଣ ଏବଂ ଖାଦ୍ୟ ପ୍ୟାକେଟ୍‌ରେ ବିଭ୍ରାନ୍ତିକର ଦାବି କରୁଥିବା କମ୍ପାନୀଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରିବା ଲକ୍ଷ୍ୟରେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ…

ବଡ଼ ଦାବି କଲେ ସୋନମ ୱାଙ୍ଗଚୁକ, କହିଲେ ପ୍ରଥମେ ଜେଲରେ ଭର୍ତ୍ତି କଲେ ଏବେ ଏନକାଉଣ୍ଟର….

ନୂଆଦିଲ୍ଲୀ,୨୫।୯: ଲଦାଖରେ ହୋଇଥିବା ହିଂସାକୁ ଗୁରୁବାର ଏକ ବର୍ଷ ପୂରିଛି । ଏହି ଅବସରରେ ଆନ୍ଦୋଳନକାରୀ ତଥା Leh Apex Body (LAB) ସହ ଜଡ଼ିତ ସୋନମ…

ଗାଁରେ ବୁଲିଲା ମହାବଳ: ଲୋକେ ଭୟଭୀତ

ବାରିପଦା,୨୫ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ଖପରାଖାଇ ଗଁାରେ ମହାବଳ ବାଘ ଆତଙ୍କ ଦେଖାଦେଇଛି। ୫ଦିନ ଦେଲା ବାଘଟି ଖାଦ୍ୟ ଅନ୍ବେଷଣରେ ଗଁା ଭିତରକୁ…

ଆଜିଠୁ କଂଗ୍ରେସର ଦେଶବ୍ୟାପୀ ଆନ୍ଦୋଳନ, ଜ୍ଞାନେଶଙ୍କୁ ଦେଶଦ୍ରୋହୀ ଆଖ୍ୟାଦେଲେ ରାହୁଲ

ନୂଆଦିଲ୍ଲୀ,୨୫।୯(ପି.ଟି.): ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାକୁ ନେଇ ନିର୍ବାଚନ ଆୟୋଗରେ ଗୁରୁତର ମତଭେଦ ସାମ୍ନାକୁ ଆସିଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ…

ସୂର୍ଯ୍ୟନାରାୟଣପୁର ODRP କଲୋନୀରେ ପଶିଲା ଋଷିକୂଲ୍ୟା ନଦୀ ପାଣି: ବନ୍ୟା ପରିସ୍ଥିତି, ଆତଙ୍କ…

ଗଞ୍ଜାମ,୨୪ା୯(ଦିଲୀପ ସାମଲ/ଅନାଥ ତରାଇ): ବାତ୍ୟାଜନିତ ଲଗାଣ ବର୍ଷା ଏବଂ ଋଷିକୂଲ୍ୟା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବା ଯୋଗୁ ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର…

କାଲି ୬ ଜିଲାରେ ସ୍କୁଲ ଛୁଟି, ପିଲାଙ୍କ ପାଠପଢ଼ା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ବର୍ଷା ଲାଗି ରହିଛି। ଏନେଇ ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?