Posted inଜାତୀୟ

CJPର ବିକ୍ଷୋଭ; ଜନ୍ତରମନ୍ତରରେ ବାଧା ପାଇଁ ଚାଲିଥିଲା ଆତଙ୍କବାଦୀ ଯୋଜନା, ହମିମ୍‌ ମଣ୍ଡଳଙ୍କ ବାନ୍ଧବୀ ଅର୍ପିତା ସର୍କାର ଗିରଫ

କୋଲକାତା,୨।୮: ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଜୈଶ-ଏ-ମହମ୍ମଦ ସହ ଜଡ଼ିତ ଏକ ସନ୍ଦିଗ୍ଧ ମାମଲାରେ ବଡ଼ ଖୁଲାସା କରିଛି । STFର ଆଇଜି ଗୌରବ ଶର୍ମା କହିଛନ୍ତି ଯେ, ପୂର୍ବ ବର୍ଦ୍ଧମାନରୁ ଗିରଫ ହୋଇଥିବା ହମିମ ମଣ୍ଡଳ ପାକିସ୍ତାନସ୍ଥିତ ହ୍ୟାଣ୍ଡଲରଙ୍କ ସହ ନିୟମିତ ସମ୍ପର୍କରେ ଥିଲା ଏବଂ ଦିଲ୍ଲୀର ଜନ୍ତର-ମନ୍ତରରେ ପ୍ରସ୍ତାବିତ ପ୍ରଦର୍ଶନ ସମୟରେ ପୋଲିସ ବର୍ଦ୍ଦି ପିନ୍ଧି ହିଂସା ସୃଷ୍ଟି କରିବାକୁ ଷଡଯନ୍ତ୍ର କରୁଥିଲା। ଏହି ମାମଲାରେ ହମିମଙ୍କ କଥିତ ସହଯୋଗୀ ଓ ପ୍ରେମିକା ଅର୍ପିତା ସର୍କାରଙ୍କୁ ଝାଡ଼ଖଣ୍ଡର ସାହିବଗଞ୍ଜରୁ ଗିରଫ କରାଯାଇଛି। STF ତାଙ୍କୁ ପଶ୍ଚିମବଙ୍ଗକୁ ଆଣି ପଚରାଉଚରା କରୁଛି।
STF ଅନୁସାରେ, ହମିମଙ୍କ ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ ଡିଜିଟାଲ୍ ଉପକରଣରୁ ମିଳିଥିବା ତଥ୍ୟରୁ ସେ ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ସହ ଦ୍ବାଟ୍ସଆପ,ଟେଲିଗ୍ରାମ ଓ ଅନ୍ୟାନ୍ୟ ଏନ୍‌କ୍ରିପ୍ଟେଡ୍ ଚାଟ୍ ମାଧ୍ୟମରେ ଯୋଗାଯୋଗରେ ଥିବା ଜଣାପଡ଼ିଛି। ଯୁବକମାନଙ୍କୁ ବ୍ରେନୱାଶ କରି ନିଜ ନେଟୱର୍କରେ ସାମିଲ କରିବା ଉଦ୍ୟମ ମଧ୍ୟ ଚାଲିଥିବା ଅଭିଯୋଗ ହୋଇଛି। ତଦନ୍ତରେ ସାମ୍ନାକୁ ଆସିଛି ଯେ, ଦିଲ୍ଲୀର ଜନ୍ତର-ମନ୍ତରରେ ପ୍ରସ୍ତାବିତ ଛାତ୍ର ଆନ୍ଦୋଳନ ସମୟରେ ପୁଲିସ ବର୍ଦ୍ଦି ପିନ୍ଧି ଭିତରକୁ ପ୍ରବେଶ କରି ଭଙ୍ଗାରୁଜା ଓ ହିଂସା କରିବାର ଯୋଜନା ଥିଲା।
ପଚରାଉଚରା ବେଳେ ହମିମ କହିଥିବା ଅନୁଯାୟୀ, ପ୍ରାୟ ୧୦ରୁ ୧୨ ଦିନ ପୂର୍ବେ ପାକିସ୍ତାନର ନାଗରିକ ହମ୍ମାଦ, ଯିଏ କଥିତ ଭାବେ ଶାହଜାଦ ଭଟ୍ଟି ଗ୍ୟାଙ୍ଗ ସହ ଜଡ଼ିତ, ସେ ତାଙ୍କୁ ପୋଲିସ ବର୍ଦ୍ଦି କିଣିବାକୁ ନିର୍ଦ୍ଦେଶ ଦେଇଥିଲା। ଏହି ବର୍ଦ୍ଦିଗୁଡ଼ିକୁ ଦିଲ୍ଲୀର ଏକ ନିର୍ଦ୍ଦିଷ୍ଟ ବସ୍‌ଷ୍ଟପ୍‌ରେ ପହଞ୍ଚାଇବାର ଯୋଜନା ଥିଲା। ତେବେ ଅର୍ଥ ପ୍ରଦାନ ସମ୍ବନ୍ଧୀୟ ସମସ୍ୟା କାରଣରୁ ଏହି ଯୋଜନା ସଫଳ ହୋଇନଥିବା ପୋଲିସ କହିଛି। STF ଆହୁରି କହିଛି ଯେ, ହମିମ ଜନ୍ତର-ମନ୍ତର ପ୍ରଦର୍ଶନ ସମୟରେ ପେଟ୍ରୋଲ ବୋମା ଫିଙ୍ଗିବା ପାଇଁ ଲୋକଙ୍କୁ ଖୋଜୁଥିଲା। ଏହି ଷଡଯନ୍ତ୍ରରେ ଆଉ କେଉଁମାନେ ସାମିଲ ଥିଲେ, ସେନେଇ ତଦନ୍ତ ଚାଲିଛି। ତଦନ୍ତରେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ, ସ୍ଥାନୀୟ ମନ୍ତ୍ରୀ ଉମେଶ ରାୟ ମଧ୍ୟ ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲେ। ଅଭିଯୋଗ ଅନୁସାରେ, ହମିମ ଓ ଅର୍ପିତା ମିଶି ମନ୍ତ୍ରୀଙ୍କ ପୁଅଙ୍କୁ ହନିଟ୍ରାପ୍‌ରେ ଫସାଇବାକୁ ଯୋଜନା କରିଥିଲେ। ପ୍ରାରମ୍ଭିକ ତଦନ୍ତରୁ ଆହୁରି ଜଣାପଡ଼ିଛି ଯେ, ହମିମ ସୋସିଆଲ ମିଡିଆ ମାଧ୍ୟମରେ ସୀମାପାର ନେଟୱର୍କ ସହ ଯୋଗାଯୋଗରେ ଥିଲା, ଯାହାର ସମ୍ପର୍କ ଡ୍ରଗ୍ସ ଓ ଅସ୍ତ୍ର ଚୋରାଚାଲାଣ ସହିତ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଅର୍ଥ ଯୋଗାଣ ସହ ଥିବା ସନ୍ଦେହ କରାଯାଉଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?