ବାତ୍ୟା ପରେ ବନ୍ୟା, ତଳିଆ ଅଞ୍ଚଳ ଲୋକେ ଆତଙ୍କିତ

ବାଲେଶ୍ୱର ଅଫିସ,୨୮ା୫: ବାତ୍ୟା ‘ୟାସ୍‌’ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ବାଲେଶ୍ବର ଦେଇ ପ୍ରବାହିତ ସୁବର୍ଣ୍ଣରେଖା ସମେତ ବୁଢ଼ାବଳଙ୍ଗ ଏବଂ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ ବନ୍ୟା ଆସିଛି। ବାତ୍ୟାର ଗୋଟିଏ ଦିନ ପରେ ବନ୍ୟା ଆସିବାକୁ ନେଇ ନଦୀକୂଳିଆ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଜିଲା ଜରୁରିକାଳୀନ ବିଭାଗରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ସୁବର୍ଣ୍ଣରେଖା ନଦୀର ବିପଦ ସଙ୍କେତ ୧୦.୩୬ ମିଟର ଓ ସତର୍କ ସଙ୍କେତ ୯.୪୫ ମିଟର ହୋଇଥିବା ବେଳେ ଶୁକ୍ରବାର ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହାର ଜଳସ୍ତର ୩.୫୮ ମିଟରରେ ସ୍ଥିର ରହିଛି। ସେହିପରି ବୁଢ଼ାବଳଙ୍ଗରେ ସତର୍କ ସଙ୍କେତ ୭.୨୦ ମିଟର। ବର୍ତ୍ତମାନ ଜଳସ୍ତର ୫.୫୮ ମିଟର।


Enter your email to get our daily news in your inbox.

All Right Reserved By Dharitri.Com

କୁଟୁରା ମାଂସ ଜବତ, ୩ ଗିରଫ

ରଣପୁର,୨୯ା୭ (ସ୍ବ.ପ୍ର.): ଖୋର୍ଦ୍ଧା ବନଖଣ୍ଡ ରଣପୁର ବନ ବିଭାଗ ଅଧୀନ ଆଖୁପଦରଠାରେ ବିଭାଗୀୟ କର୍ମଚାରୀମାନେ ରବିବାର ଚଢ଼ାଉ କରି ପ୍ରାୟ ୫ କେଜି କୁଟୁରା ମାଂସ...

ମା’ଚର୍ଚ୍ଚିକାଙ୍କ ପୀଠରେ ଷୋଳ ପୂଜା ଆରମ୍ଭ

ବାଙ୍କୀ/ନିଶ୍ଚିନ୍ତକୋଇଲି, ୩୦।୯ (ସ୍ବ.ପ୍ର.): ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ଚର୍ଚ୍ଚିକାଙ୍କ ପୀଠରେ ବୁଧବାରଠାରୁ ଷୋଳପୂଜା ଆରମ୍ଭ ହୋଇଛି। ଚଳିତବର୍ଷ କୋଭିଡ ନିୟମ ଅନୁଯାୟୀ ପୀଠରେ ଷୋଡ଼ଶ ଉପଚାରରେ...

ନାବାଳିକାଙ୍କୁ ଟଣାଓଟରା: ପୂର୍ବତନ ସରପଞ୍ଚଙ୍କ ନାମରେ ମାମଲା

ହିଞ୍ଜିଳିକାଟୁ,୧୨।୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଶାସନ ଆମ୍ବଗାଁ ପଞ୍ଚାୟତ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପୂର୍ବତନ ସରପଞ୍ଚ ମନ୍ଦ ଉଦ୍ଦେଶ୍ୟ ରଖି ଟଣାଓଟରା କରିଥିବା ନେଇ...

ଗୋଳେଇପୁର ପଞ୍ଚାୟତରେ ବୁଥ୍‌ ରିଗିଂ ଅଭିଯୋଗ: ଅନୁଧ୍ୟାନ କରିବାକୁ ଯାଇଥିବା ବିଡିଓଙ୍କୁ ମାଡ଼

ଯାଜପୁର ରୋଡ୍‌,୨୦।୨(ଡି.ଏନ୍‌.ଏ.): ଯାଜପୁର ଜିଲା କୋରାଇ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋଳେଇପୁର ପଞ୍ଚାୟତର ୮,୯,୧୦ ଏବଂ ୧୧ ନଂ ବୁଥ୍‌ରେ ରବିବାର ଉତ୍ତେଜନା ପ୍ରକାଶ ପାଇଛି। ବୁଥ୍‌...

ଜୁଡ଼ାବାଲି ପଞ୍ଚାୟତରେ ମାଓବାଦୀ ପୋଷ୍ଟର: ଜେଏମ୍‌ଆଇ ଛାତ୍ରୀଛାତ୍ରଙ୍କୁ ଆକ୍ରମଣର ନିନ୍ଦା

ବାଲିଗୁଡା/କୋଟଗଡ,୧୯ା୧୨(ଡି.ଏନ୍‌.ଏ.)- ୮ ମାସର ନୀରବତା ପରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ କୋଟଗଡରେ ମାଓବାଦୀମାନେ ପୁଣି ନିଜର ସ୍ଥିତି ଜାହିର କରିଛନ୍ତି। ବୁଧବାର କନ୍ଧମାଳ ଜିଲାର...

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଦିଗହରା

ବରୀ,୧୬ା୩(ଡି.ଏନ.ଏ.): ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଦିଗହରା ହୋଇଛି। ଉକ୍ତ ଅଭିଯାନ ମାଧ୍ୟରେ ଗର୍ଭବତୀଙ୍କୁ ଯେଉଁ ସୁବିଧା ପ୍ରଦାନ କରାଯିବା କଥା...

ସ୍କୁଲ ମିଶ୍ରଣ ନୀତି ପ୍ରତ୍ୟାହାର ନ ହେଲେ ଗଣ ଆନ୍ଦୋଳନ

କଟକ ଅଫିସ,୧୪ା୮: ରାଜ୍ୟ ସରକାର ଉପସ୍ଥାନ କମ୍‌ ଆଳରେ ୧୪,୩୭୯ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବା ପାଇଁ ଘୋଷଣା କରିଛନ୍ତି। ସେଥିମଧ୍ୟରୁ କଟକ ଜିଲାର ୪୪୮...

କୁଆପଥର ମାଡ଼ରେ ଫସଲ ନଷ୍ଟ: କ୍ଷୟକ୍ଷତି ଆକଳନ କଲା ପ୍ରଶାସନ

ଦଶମନ୍ତପୁର,୧୪ା୫( ଡି.ଏନ୍‌.ଏ. ) -କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ ଗତ କୁଆପଥର ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କ ନିକଟରେ ପ୍ରଶାସନ ପହଞ୍ଚତ୍ଛି। ଏଥିରେ ଚାଷୀଙ୍କ ଖାଦ୍ୟଶସ୍ୟ ସହ...

Advertisement
Archives

Model This Week