ଅସ୍ଥାୟୀ କର୍ମଚାରୀଙ୍କ ଦରମା ପ୍ରାୟ ୨୫% ବୃଦ୍ଧି

ଭୁବନେଶ୍ୱର,୧୩ା୩ (ରବିନାରାୟଣ ଜେନା)ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ଅସ୍ଥାୟୀ କର୍ମଚାରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସେମାନଙ୍କ ପାରିଶ୍ରମିକ ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତରେ ଅର୍ଥ ବିଭାଗ ପକ୍ଷରୁ ଏକ ସଂକଳ୍ପ ଜାରି ହୋଇଛି। ଏଥିରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଦର୍ଶାଇଛନ୍ତି ଯେ, ଅର୍ଥ ବିଭାଗର ୨୦୧୨ ସଂକଳ୍ପର ସଂଶୋଧନ ୨୦୧୮ରେ ହୋଇଥିଲା। ସେତେବେଳକୁ ଓଆର୍‌ଏସ୍‌ପି ନିୟମ -୨୦୧୭ ଲାଗୁ ହୋଇସାରିଥିଲା। ମାତ୍ର ଅସ୍ଥାୟୀ କର୍ମଚାରୀଙ୍କ ପକ୍ଷରୁ ଦରମା ବୃଦ୍ଧି ପାଇଁ ହୋଇଆସୁଥିବା ଦାବିକୁ ସରକାର ଯତ୍ନର ସହ ବିଚାରକରି ସେମାନଙ୍କ ମାସିକ ପାରିଶ୍ରମିକ ମୂଳ ଦରମାର ପ୍ରାୟ ୨୫ ପ୍ରତିଶତ ବୃଦ୍ଧି କରିଛନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଅସ୍ଥାୟୀ କର୍ମଚାରୀ ତାଙ୍କ ପ୍ରଥମ ବର୍ଷରେ ମାସିକ ୮,୦୭୦ ଟଙ୍କା ପାରିଶ୍ରମିକ ପାଉଥିଲେ। ଏବେ ସେମାନେ ୧୦ହଜାର ୯୦ ଟଙ୍କା ମାସିକ ପାଇବେ। ଦ୍ୱିତୀୟ ବର୍ଷର କର୍ମଚାରୀଙ୍କ ପାରିଶ୍ରମିକ ୮,୪୮୦ ଟଙ୍କାରୁ ୧୦ହଜାର ୬୦୦ ଟଙ୍କା କରାଯାଇଛି। ସେହିପରି ତୃତୀୟ ବର୍ଷ ଲାଗି ୧୧,୧୪୦, ଚତୁର୍ଥ ବର୍ଷ ପାଇଁ ୧୧,୭୦୦, ପଞ୍ଚମବର୍ଷ ନିମନ୍ତେ ୧୨,୨୯୦, ଷଷ୍ଠ ବର୍ଷ ଲାଗି ୧୨,୯୧୦, ୭ମ ବର୍ଷ ପାଇଁ ୧୩,୫୬୦, ଅଷ୍ଟମ ବର୍ଷ ପାଇଁ ୧୪,୨୫୦, ୯ମ ବର୍ଷ ଲାଗି ୧୪,୯୬୦, ୧୦ମ ବର୍ଷ ଚାକିରିଆଙ୍କ ପାଇଁ ୧୫, ୭୧୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି କ୍ରମରେ ୧୧ ବର୍ଷ ଲାଗି ୧୬,୫୦୦ ଟଙ୍କା, ୧୨ ବର୍ଷ ପାଇଁ ୧୭,୩୩୦, ୧୩ ବର୍ଷ ଲାଗି ୧୮,୨୦୦, ୧୪ ବର୍ଷ ନିମନ୍ତେ ୧୯,୧୧୦, ୧୫ ବର୍ଷ ଲାଗି ୨୦,୦୭୦, ୧୬ ବର୍ଷ ପାଇଁ ୨୧,୦୯୦, ୧୭ ବର୍ଷ ଲାଗି ୨୨,୧୫୦, ୧୮ ବର୍ଷ ନିମନ୍ତେ ୨୩,୨୬୦, ୧୯ ବର୍ଷ ପାଇଁ ୨୪,୪୩୦, ୨୦ ବର୍ଷ ଲାଗି ୨୫,୬୫୦, ୨୧ ବର୍ଷ ନିମନ୍ତେ ୨୬,୯୪୦, ୨୨ ବର୍ଷ ଲାଗି ୨୮,୨୯୦ ଏବଂ ୨୩ ବର୍ଷର ଚାକିରିଆଙ୍କ ନିମନ୍ତେ ୨୯ହଜାର ୭୧୦ ଟଙ୍କା ପାରିଶ୍ରମିକ ସ୍ଥିର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?