ଆଉଟ୍‌ସୋର୍ସିଂ କର୍ମଚାରୀଙ୍କୁ ଅଣଦେଖା ଅଭିଯୋଗ

ବରଗଡ଼,୧୩।୩(ପ୍ରେମାନନ୍ଦ ଖମାରୀ)ରାଜ୍ୟର ବିଭିନ୍ନ ସରକାରୀ ଅନୁଷ୍ଠାନରେ କାର୍ଯ୍ୟରତ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଛନ୍ତି। ଆଉଟ୍‌ସୋର୍ସିଂ କର୍ମଚାରୀମାନେ ବାରମ୍ବାର ସେମାନଙ୍କ ଦାବି ସମୂହ ସରକାରଙ୍କ ଦୃଷ୍ଟିଆକର୍ଷଣ କରିବା ସତ୍ତ୍ୱେ ସେ ଦିଗରେ କିଛି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସମ୍ପୃକ୍ତ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି କ୍ରମରେ ଓଡ଼ିଶା ସରକାରୀ ଆଉଟ୍‌ସୋର୍ସିଂ କର୍ମଚାରୀ ମହାସଂଘ, ବରଗଡ଼ ଜିଲା ଶାଖା ପକ୍ଷରୁ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଆସନ୍ତା ୧୯ତାରିଖ ସୁଦ୍ଧା ସେମାନଙ୍କ ଦାବି ସମୂହ ପୂରଣ କରା ନ ଗଲେ ସେମାନେ ଆସନ୍ତା ୨୪ତାରିଖ ଭୁବନେଶ୍ୱର ଗାନ୍ଧିମାର୍ଗରେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସ୍ମାରକପତ୍ରରେ ଚେତାବନୀ ଦେଇଛନ୍ତି।

ସୂଚନା ଅନୁଯାୟୀ, ସରକାରଙ୍କ ବିଭିନ୍ନ ବିଭାଗରେ ଆଉଟ୍‌ସୋର୍ସିଂ କର୍ମଚାରୀମାନେ ସୁଚାରୁରୂପେ କର୍ତ୍ତବ୍ୟ ସମ୍ପାଦନ କରିଆସୁଛନ୍ତି। ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ତୃଣମୂଳସ୍ତରରୁ ସେମାନେ କାମ କରୁଛନ୍ତି। ଅଥଚ ସେମାନଙ୍କ ପ୍ରତି ସରକାର ବୈମାତୃକ ମନୋଭାବ ପୋଷଣ କରିଆସୁଥିବା ଅଭିଯୋଗ ହୋଇଛି। ବିଭିନ୍ନ ସମୟରେ ସେମାନଙ୍କୁ ଛଟେଇ କରାଯାଉ ଥିବାବେଳେ ଦରମା ପ୍ରଦାନରେ ମଧ୍ୟ ପାତରଅନ୍ତର ନୀତି କରାଯାଉଛି ବୋଲି ଆଉଟସୋର୍ସିଂ କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ସେମାନଙ୍କ ଚାକିରି ଅସୁରକ୍ଷିତ ହୋଇପଡ଼ିଥିବାବେଳେ ସ୍ବଳ୍ପ ଦରମାରେ ପରିବାର ପୋଷଣ ମଧ୍ୟ କଷ୍ଟସାଧ୍ୟ ହୋଇପଡୁଛି ବୋଲି ସମ୍ପୃକ୍ତ କର୍ମଚାରୀମାନେ କହିଛନ୍ତି। ଫଳରେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଆଉଟ୍‌ସୋର୍ସିଂ କର୍ମଚାରୀମାନେ କହିଛନ୍ତି। ସେହିପରି ପୂର୍ବ ସରକାର ସମୟରେ କାର୍ଯ୍ୟ କରିଥିବା ଆଉଟ୍‌ସୋର୍ସିଂ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ସମସ୍ତ ସରକାରୀ କର୍ମଚାରୀଙ୍କ ମଧ୍ୟରେ ସମାନତା ଆଣିବା ଏବଂ ସେମାନଙ୍କ ଚାକିରି ସୁରକ୍ଷା ନେଇ ସରକାର ପ୍ରତିଶ୍ରୁତି ଦେବାକୁ ଆଉଟ୍‌ସୋର୍ସିଂ କର୍ମଚାରୀ ସଂଘ ଦାବି କରିଛି। ଏହି ଦାବି ସମୂହ ପୂରଣ କରା ନ ଗଲେ ଆସନ୍ତା ୧୭ତାରିଖରୁ ୨୧ତାରିଖ ଯାଏ ସମସ୍ତ ଆଉଟ୍‌ସୋର୍ସିଂ କର୍ମଚାରୀ କଳାବ୍ୟାଜ୍‌ ପିନ୍ଧି କାର୍ଯ୍ୟ କରିବା ସହିତ ପ୍ରତିବାଦ କରିବେ ଏବଂ ୨୪ତାରିଖ ଭୁବନେଶ୍ୱର ଗାନ୍ଧିମାର୍ଗରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ମହାସଂଘର ବରଗଡ଼ ଜିଲା ସଭାପତି ରାକେଶ ଶତପଥୀଙ୍କ ନେତୃତ୍ୱରେ ବହୁସଂଖ୍ୟକ ଆଉଟ୍‌ସୋର୍ସିଂ କର୍ମଚାରୀ ସ୍ମାରକପତ୍ର ପ୍ରଦାନ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

ୱାଇଡ ବଲ୍‌ରେ ସିଧା ଛକା! କ୍ରିକେଟ୍‌ରେ ଘଟିଲା ଅଜବ ଘଟଣା, ଦେଖନ୍ତୁ Video

ନୂଆଦିଲ୍ଲୀ,୫।୧୦: କ୍ରିକେଟ୍‌ରେ ୱାଇଡ ବଲ ବାଉଣ୍ଡାରୀ ପାର କରିବା ଦୃଶ୍ୟ ଦର୍ଶକମାନେ ଅନେକ ଥର ଦେଖିଛନ୍ତି। ବିଶେଷକରି ଉଇକେଟକିପରଙ୍କ ପହଞ୍ଚରୁ ଦୂରକୁ ଯାଇଥିବା ୱାଇଡ ବଲ ବାଉଣ୍ଡାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?