Posted inଜାତୀୟ

ବଦାଉଁ ଗଣବଳାତ୍କାର, ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ପୂଜାରି ଗିରଫ

ବଦାଉଁ,୮।୧- ଗତ ସପ୍ତାହରେ ଜଣେ ୫୦ ବର୍ଷୀୟା ଅଙ୍ଗନଓ୍ବାଡି କର୍ମୀଙ୍କ ଗଣବଳାତ୍କାର ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଉତ୍ତର ପ୍ରଦେଶ ପୋଲିସ। ପୂଜାରି ସତ୍ୟାନନ୍ଦଙ୍କୁ ପୋଲିସ ଗୁରୁବାର ରାତିରେ ଗିରଫ କରିଥିବା ସୂଚନା ଦେଇଛନ୍ତି ବଦାଉଁ ଜିଲାର ମାଜିଷ୍ଟ୍ରେଟ୍‌ କୁମାର ପ୍ରଶାନ୍ତ। ସ୍ଥାନୀୟ ମନ୍ଦିର ପୂଜାରି ତଥା ମୁଖ୍ୟ ଅଭିଯୁକ୍ତ ତାଙ୍କର ଜଣେ ଅନୁଗତଙ୍କ ଘରେ ଲୁଚି ରହିଥିଲା। ତାଙ୍କ ବ୍ୟତୀତ ଗଣବଳାତ୍କାର ଓ ହତ୍ୟା ଘଟଣାରେ ସାମିଲ ଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ପୂର୍ବରୁ ଗିରଫ କରିଥିଲା ପୋଲିସ।

ଏହି ଘଟଣାକୁ କେନ୍ଦ୍ର କରି ବିବାଦୀୟ ବୟାନ ଦେଇଛନ୍ତି ଗାଁରେ ପହଞ୍ଚିଥିବା ଜାତୀୟ ମହିଳା ଆୟୋଗ (ଏନ୍‌ସିଡବ୍ଲ୍ୟୁ)ର ସଦସ୍ୟା ଚନ୍ଦ୍ରମୁଖି ଦେବୀ। ଏହି ଅଞ୍ଚଳରେ ମହିଳାଙ୍କୁ ସନ୍ଧ୍ୟା ପରେ ଏକୁଟିଆ କିମ୍ବା ଛୁଆଁଙ୍କ ସହ ଘରୁ ବାହାରିବା ସୁରକ୍ଷିତ ନୁହେଁ ବୋଲି ଚନ୍ଦ୍ରମୁଖି କହିଛନ୍ତି। ଏହା ତାଙ୍କ ବ୍ୟକ୍ତିଗତ ମନ୍ତବ୍ୟ କହି ବିବାଦଠାରୁ ଦୂରେଇ ରହିବାକୁ ଉଦ୍ୟମ କରୁଛନ୍ତି ଏନ୍‌ସିଡବ୍ଲ୍ୟୁ ଅଧ୍ୟକ୍ଷା ରେଖା ଶର୍ମା। ସେ କାହିଁକି ଓ କ’ଣ ପାଇଁ ଏଭଳି ଦାୟିତ୍ତ୍ୱହୀନ ମନ୍ତବ୍ୟ ଦେଲେ, ମୋତେ ଜଣାନାହିଁ। କିନ୍ତୁ ଯେତେବେଳେ ଓ ଯୁଆଡ଼େ ଇଚ୍ଛା ଯିବାର ଅଧିକାର ରହିଛି ବୋଲି ରେଖା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡାଦେଶ ଆସିବା ଯାଏ ହଟଓ୍ବାର ଜେଲ୍‌ରେ ରହିବେ ଲାଲୁ

ରାଞ୍ଚି,୧୫।୨: ଗୋଖାଦ୍ୟ ଦୁର୍ନୀତି ମାମଲା ସହ ଜଡିତ ଡୋରାଣ୍ଡା ଟ୍ରେଜେରୀରୁ ୧୩୯.୩୫କୋଟି ଟଙ୍କା ବେଆଇନ ଭାବେ ପ୍ରତ୍ୟାହାର କରାଯିବା ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା...

ଝିଅ ବଳାତ୍କାରୀଙ୍କୁ ହତ୍ୟା କରି ପ୍ରତିଶୋଧ ନେଲେ ବାପା

ନୂଆଦିଲ୍ଲୀ,୨୨।୮ : ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ୩୨ ବର୍ଷୀୟ ଯୁବକଙ୍କୁ ହତ୍ୟା କରିଛନ୍ତି ପୀଡ଼ିତାଙ୍କ ବାପା। ଗୁରୁବାର ରାତିରେ ଏଭଳି ଘଟଣା ଘଟିଛି...

‘ଗାନ୍ଧୀ ପରିବାର ପାଇଁ ଗୋଆ କେବଳ ଭ୍ୟାକେଶନ ସ୍ପଟ୍‌’

ପୋଣ୍ଡା(ଗୋଆ),୩୦।୧: “ଭାଜପା ଗୋଆକୁ ବିକାଶ ଆଣିଛି। ଗାନ୍ଧୀ ପରିବାର ପାଇଁ ଗୋଆ କେବଳ ଏକ ଭ୍ୟାକେଶନ ସ୍ପଟ (ଛୁଟି କାଟିବା ସ୍ଥାନ)। ଭାଜପା ଲାଗି ଗୋଆର...

ଗୋବରରୁ ପ୍ରସ୍ତୁତ ୩୫ ଫୁଟ୍‌ର ହନୁମାନଙ୍କ ମୂର୍ତ୍ତି: ହଜାର ବର୍ଷ ପର୍ଯ୍ୟନ୍ତ ହେବ ନାହିଁ କ୍ଷତି

ଜୟପୁର,୧୫।୨: ରାଜସ୍ଥାନର ଜୟପୁରରେ ଗାଈ ଗୋବର ଓ ମାଟିରେ ନିର୍ମିତ ହୋଇଛି ହନୁମାନ ଜୀଙ୍କର ମୂର୍ତ୍ତି ସ୍ଥାପନ କରାଯାଇଛି। ଏହାର ଉଚ୍ଚତା ୩୫ ଫୁଟ। ମହାଲକ୍ଷ୍ମୀ...

ବିହାରରେ ଭୀଷଣ ଗରମ: ଗୋଟିଏ ଦିନରେ ଗଲା ୧୧୨ଜଣଙ୍କ ଜୀବନ

ପାଟନା, ୧୭।୬: ପ୍ରଚଣ୍ଡ ଖରାରେ ଆଉଟୁ ପାଉଟୁ ହେଉଛି ବିହାର। ରବିବାର ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଭୀଷଣ ଗରମ ଯୋଗୁ ୧୧୨ ଜଣଙ୍କର ମୃତ୍ୟୁ...

ରାଷ୍ଟ୍ରପତି ଦେଲେ ମଞ୍ଜୁରୀ: ନଭେମ୍ବର ୧୮ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଶରଦ ଅରବିନ୍ଦ ବୋବଡେ

ନୂଆଦିଲ୍ଲୀ,୨୯।୧୦: ଆସନ୍ତା ନଭେମ୍ବର ୧୮ରେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ। ସିଆଇଜେଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ...

ଦଳାଚକଟା ମୃତ୍ୟୁ ପାଇଁ ଜଗନ ମୋହନ ସରକାରଙ୍କ ମୁଣ୍ଡରେ ଅଠା ବୋଳିଲା ଟିଡିପି…

ହାଇଦ୍ରାବାଦ,୨।୧ : ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ କାର୍ଯ୍ୟକ୍ରମରେ ଦଳାଚକଟାରେ ତିନି ଜଣଙ୍କ ମୃତ୍ୟୁ ନେଇ ତେଲୁଗୁ ଦେଶମ ପାର୍ଟି(ଟିଡିପି) ପକ୍ଷରୁ ମୁଖ୍ୟମନ୍ତ୍ରୀ ଜଗନ...

ସିଦ୍ଧୁଙ୍କ ଇସ୍ତଫାକୁ ଗ୍ରହଣ କଲେ ଅମରିନ୍ଦର

ଚଣ୍ଡିଗଡ଼,୨୦।୭: ପଞ୍ଜାବ କ୍ୟାବିନେଟରେ ମନ୍ତ୍ରୀଥିବା ଭାରତର ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫାକୁ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ...

Advertisement
Archives

Model This Week