ଯୋଗମାୟା ପୀଠର ୱେବସାଇଟ୍‌ରେ ରହିବ ମନ୍ଦିରର ତଥ୍ୟ, ବାରକୋର୍ଡ଼ ଜରିଆରେ…

କେସିଙ୍ଗା,୫।୬(ତୁମେଶ୍ବରସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଗୁର୍ଜିମୁଣ୍ଡା ସ୍ଥିତ ମା’ଯୋଗମାୟା ପୀଠରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ମନ୍ଦିରର ୱେବସାଇଟ ଉନ୍ମୋଚନ ହେବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି।

ମନ୍ଦିରର ୱେବସାଇଟକୁ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଉନ୍ମୋଚନ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ସମ୍ନାନିତ ଅତିଥିଭାବେ ବିଡ଼ିଓ ଜନ୍ମେଜୟ ସ୍ବାଇଁ, କୁଣ୍ଡାବନ୍ଧ ସରପଞ୍ଚ ରୋଜି ପ୍ରଧାନ ଯୋଗଦାନ କରିଥିଲେ ।

ଏହି ଅବସରରେ ଅତିଥିମାନେ ଚାରା ରୋପଣ କରିବା ସହ ବିଶ୍ୱ ପରିବେଶ ଦିବସର ମହତ୍ୱ ଉପରେ ମତ ଦେଇଥିଲେ। ଏଥିସହ ମନ୍ଦିର ପରିସରରେ ରହିଥିବା ବିଭିନ୍ନ ବିଭିନ୍ନ ଗଛରେ ବାରକୋର୍ଡ଼ ଲଗାଯାଇଥିଲା । ଏହାଦ୍ୱାରା ଆସୁଥିବା ପର୍ଯ୍ୟଟକ ତଥା ବଣଭୋଜି ପାଇଁ ଆସୁଥିବା ଛାତ୍ରୀଛାତ୍ରୀମାନେ ଏହାକୁ ସ୍କାନ କରି ବୃକ୍ଷ ବିଷୟରେ ତଥ୍ୟ ପାଇପାରିବେ।

ଏହି କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା ଟ୍ରଷ୍ଟ ଅଧ୍ୟକ୍ଷ ମୋତିଲାଲ ବଗର୍ତ୍ତୀ, ସମ୍ପାଦକ ଯଯାତି କେଶରୀ ଦେଓ, କୋଷାଧ୍ୟକ୍ଷ ଅଶ୍ୱନୀ ବିଶ୍ୱାଳ, ନବୀନ ପ୍ରଧାନ, ନେତ୍ରାନନ୍ଦ ବୁଡେକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୧,୯୩୩ ଛୁଇଁବ ଡାକ୍ତର ସଂଖ୍ୟା, ଖୁବ୍‌ଶୀଘ୍ର ୮୨୨ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ନିଯୁକ୍ତିପତ୍ର

ଭୁବନେଶ୍ୱର୧୦,ା୯(ରବିନାରାୟଣ ଜେନା): ରାଜ୍ୟରେ ରୋଗୀସେବାକୁ ତ୍ୱରାନ୍ୱିତ କରିବା ଦିଗରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନିଯୁକ୍ତିର ନିହାତି ଆବଶ୍ୟକତା ରହିଛି। ଅନେକ ସମୟରେ ଡାକ୍ତରଙ୍କ ଅଭାବକୁ ନେଇ ବିରୋଧୀଙ୍କ…

ମାର୍ବଲ୍ ମନ୍ଦିରର ଉତ୍ଥାନ

ର୍ୱଲ ମନ୍ଦିରଗୁଡ଼ିକୁ ଦେଖିଲେ ପ୍ରଥମେ ଏହା ଚାରିପାଖର ପରିବେଶ ନଜରକୁ ଆସେ। ଭିକ୍ଟୋରିଆନ୍‌ ଶୈଳୀର ଲନ୍‌, ମୋଗଲ ଆମୋଦପ୍ରମୋଦ ବଗିଚାର ଭ୍ରମ ସୃଷ୍ଟି କରୁଥିବା ଝରଣା ଏବଂ…

ରାଜଯୋଗ ସହ ବଡ଼ ଗ୍ରହଙ୍କ ସଂଯୋଗ: ଆଜିଠୁ ମେଷ ସମେତ ୫ ରାଶିଙ୍କ ଉପରେ ବର୍ଷିବ ଧନ, ମିଳିବ ବଡ଼ ସଫଳତା

ଭୁବନେଶ୍ୱର: ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ୧୦ ତାରିଖ ଅନେକ ଶୁଭ ଯୋଗ-ସଂଯୋଗ ନେଇ ଆସୁଛି। ଭାଦ୍ରବ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ଓ ଗୁରୁବାରର ଏହି…

ଏଆଇ ଯୋଗୁ ୨୦୩୦ ସୁଦ୍ଧା ବିଶ୍ୱବ୍ୟାପୀ ମହାବିପତ୍ତି ସୃଷ୍ଟି ହୋଇପାରେ

ନୂଆଦିଲ୍ଲୀ, ୧୦ା୯ (ପି.ଟି.): କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରର ପ୍ରମୁଖ ଗବେଷଣା ସଂସ୍ଥା ‘ଆନ୍ଥ୍ରୋପିକ୍‌’ର ଗବେଷକ ଜାକବ କୋକ୍ସନ ବୁଧବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ‘ଓପନ୍‌ଏଆଇ’…

ଆଜି ଲଘୁଚାପ, ପ୍ରବଳ ବର୍ଷିବ: ଏହି ସବୁ ଜିଲାକୁ…

ଭୁବନେଶ୍ୱର, ୧୦ା୯(ସୌମ୍ୟରଞ୍ଜନ ରାଉତ): ଉତ୍ତର ବଙ୍ଗୋପସାଗର ସଂଲଗ୍ନ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୫.୮ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି।…

ଗତ ୫ ରାଜ୍ୟ ନିର୍ବାଚନରେ ଭାଜପାକୁ ମିଳିଛି ଏତେ କୋଟି: ସଂଖ୍ୟା ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୦ା୯: ଗତ ୫ଟି ରାଜ୍ୟ ବିଧାନସଭା ନିର୍ବାଚନ ବେଳେ ଭାଜପାର କେନ୍ଦ୍ରୀୟ ମୁଖ୍ୟାଳୟ ପାଖାପାଖି ୧,୪୭୩ କୋଟି ଟଙ୍କା ଚାନ୍ଦା ପାଇଛି, ଯାହାକି କଂଗ୍ରେସର କେନ୍ଦ୍ରୀୟ ଏବଂ…

ଓରାଙ୍ଗ୍‌ଉଟାନ ଚୋରାଚାଲାଣ: ଡବ୍ଲ୍ୟୁସିସିବି, ଏସ୍‌ଟିଏଫ୍‌ର ତଦନ୍ତ

ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ୍‌ ବିଚିତ୍ରପୁର ନିକଟ ରଣକଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ହେବାପରେ ଏହା ପଛରେ ଅନ୍ତର୍ଜାତୀୟ ବନ୍ୟପ୍ରାଣୀ ଚାଲାଣକାରୀ ଗ୍ୟାଙ୍ଗ୍‌…

ବଙ୍ଗୋପସାଗରରେ ଲଘୁଚାପ: ରାଜ୍ୟର ୧୧ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ସତର୍କ କଲା…

ଭୁବନେଶ୍ୱର, ୯ା୯(ସୌମ୍ୟରଞ୍ଜନ ରାଉତ) – ଉତ୍ତର ବଙ୍ଗୋପସାଗର ସଂଲଗ୍ନ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୫.୮ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri