ଗୁଳୁଗୁଳି, ରୌଦ୍ରତାପରେ ଜନଜୀବନ ଅସ୍ତବ୍ୟସ୍ତ

ପଟ୍ଟାମୁଣ୍ଡାଇ,୨୦ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତଥା ଏହାର ଆଖପାଖ ଅଞ୍ଚଳରେ କିଛିଦିନ ହେଲା ପ୍ରବଳ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଦୈନିକ ତାପମାତ୍ରା ୪୦ରୁ ୪୧ ଡିଗ୍ରୀ ରହୁଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଗତ ୪ରୁ୫ ସପ୍ତାହ ଧରି କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଦିନ ୧୦ଟା ପରେ ଘରୁ ପଦାକୁ ଗୋଡ କାଢ଼ି ହେଉନାହିଁ। ଏଥିସହ ଅସହ୍ୟ ଗୁଳୁଗୁଳି ପରିସ୍ଥିତିକୁ ଅଧିକ ସଙ୍ଗିନ କରୁଛି। ଶ୍ରମିକ ଶ୍ରେଣୀର ଲୋକମାନେ କାମଧନ୍ଦା କରିବାକୁ ପଦାକୁ ଯିବା ପାଇଁ ପ୍ରଚଣ୍ଡ ରୌଦ୍ରତାପରେ ସାହସ ଜୁଟାଇ ପାରୁନାହାନ୍ତି। ଗ୍ରୀଷ୍ମଋତୁ ଆରମ୍ଭରୁ ବାରମ୍ବାର ଅଘୋଷିତ ବିଦ୍ୟୁତକାଟ୍‌ ପରିସ୍ଥିତିକୁ ଗମ୍ଭୀର କରିଛି। ବାରମ୍ବାର ବିଦ୍ୟୁତକାଟର କାରଣକୁ ନେଇ ବିଭାଗୀୟ କର୍ତ୍ତୃପକ୍ଷ ନୀରବ ଥିବାବେଳେ ଏହାର ଠିକ୍‌ କାରଣ ସାଧାରଣ ଲୋକେ ଖୋଜି ପାଉନାହାନ୍ତି। ଅପରପକ୍ଷେ ବେଆଇନ ଇଟାଭାଟି ନିଅଁା ତାତିକୁ ଦ୍ୱିଗୁଣିତ କରୁଥିବା ବେଳେ ସ୍ଥାନୀୟ ପ୍ରଶାସନ ସବୁ ଜାଣି ଚୁପ ବସିଛି। ଅନ୍ୟପକ୍ଷରେ ଅତ୍ୟନ୍ତ ଗୁଳୁଗୁଳି ସାଙ୍ଗକୁ ତାପମାତ୍ରା ବୃଦ୍ଧି ଓ ଟାଣ ଖରା ପାଇଁ ବିଲରେ ପନିପରିବା ଫସଲ ଜଳି ମରି ଯାଇଥିବା ଦେଖିବାକୁ ମିଳୁଛି।
ପଟ୍ଟାମୁଣ୍ଡାଇର କଷଣଅଣ୍ଟା, ତଳବାଲିପଡା, ବାଲିପଡା, ନନ୍ଦିନୀନଗର, ସିଦ୍ଧପାଟଣା, ତନୁପୁର, ବାଛରା, ମଣ୍ଡପଡ଼ା, କାକୁଡ଼ିପଲ୍ଲୀ, ନୂଆଗଁା, ବାଲିପାଟଣା, ଷଣ୍ଢପଲ୍ଲୀ, ନିମପୁର, ଅଳଭା, ଶ୍ରୀରାମପୁର, ପାଳପାଟଣା, କଦମ୍ବଦାଣ୍ଡି, ଡାମରପୁର, ବଳଭଦ୍ରପୁର, ଅଠରବାଟିଆ, ଛେଦରା, ଗୁଣୁପୁର, ହଳଧରପୁର, ଶିମିଳିଆ, ଡିହାପଡ଼ା, ଅଇନିପଡ଼ା, ବଡପଡ଼ା, ବଡ଼ମୋହନପୁର, ଦିହୁଡ଼ିପୁର, ଆମ୍ବେର, ଖଡ଼ଇଣ୍ଟା ଆଦି ଅଞ୍ଚଳରେ ବ୍ୟାପକ ଭାବେ ପନିପରିବା ଫସଲ ଚାଷ ହୋଇଥିବାବେଳେ ସେଗୁଡ଼ିକ ଟାଣ ଖରା ଓ ପାଣି ଅଭାବରୁ ବିଲରେ ମରି ନଷ୍ଟ ହେଇଯାଉଥିବା ଦେଖିବାକୁ ମିଳିଛି। ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲ ଓ ଏଥିରୁ ବାହାରି ଥିବା ଶାଖା କେନାଲଗୁୁଡ଼ିକ ବର୍ଷା ଋତୁ ପରଠାରୁ ଶୁଖିଲା ପଡ଼ିଛି। ଅନ୍ତତଃ ପକ୍ଷେ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ଛଡ଼ା ଗଲେ ଏଥିରୁ ବାହାରିଥିବା ଶାଖା କେନାଲଗୁଡ଼ିକରେ ପାଣି ଯିବା ଦ୍ୱାରା ପଟ୍ଟାମୁଣ୍ଡାଇର ବ୍ୟାପକ ଅଞ୍ଚଳରେ ଜଳ ସମସ୍ୟା ସମାଧାନ ହେବା ସହ ଉତ୍ତାପ ହ୍ରାସ ଦିଗରେ ଏହା ସହାୟକ ହୋଇପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି। କେନାଲରେ ପାଣି ଛଡ଼ା ଗଲେ ଉଭୟପାର୍ଶ୍ୱରେ ଥିବା ଗ୍ରାମଗୁଡ଼ିକର ଜନସାଧାରଣ ଆଶ୍ୱସ୍ତି ଅନୁଭବ କରିବେ। ଅନ୍ୟପକ୍ଷରେ ଖରାଦିନ ପାଇଁ ଚାରଣଭୂମିଗୁଡ଼ିକରେ ଘାସ ଅଭାବରୁ ଓ ଗୃହପାଳିତ ପଶୁମାନଙ୍କୁ ପଶୁପାଳକମାନେ ଗୋଠରେ ବାନ୍ଧି ଖାଦ୍ୟ ଖୁଆଇବା ସମ୍ଭବ ହେଉ ନ ଥିବାରୁ ସେମାନଙ୍କୁ ଖୋଲା ଛାଡ଼ି ଦେଉଛନ୍ତି। ଫଳରେ ଶତାଧିକ ଗୃହପାଳିତ ପ୍ରାଣୀ ପକ୍ଷୀମାନେ ବାହାରେ ବୁଲିବା ସମୟରେ ଗାଡ଼ିଆ, ପୋଖରୀ ଶୁଖିଲା ପଡ଼ିଥିବାରୁ ଶୋଷ ମେଣ୍ଟାଇବା ପାଇଁ ପାଣି ନ ପାଇ ଡହଳ ବିକଳ ହେଉଛନ୍ତି। କେନାଲଗଡ଼ିକରେ ପାଣି ଛଡାଗଲେ ଦଣ୍ଡା, ଗୋହିରୀ, ନୟନଜୋରି ଓ ବିଲରେ ବୁଲୁଥିବା ଗୃହପାଳିତ ପଶୁମାନଙ୍କୁ ତୃଷ୍ଣା ମେଣ୍ଟାଇବା ପାଇଁ କେନାଲରୁ ପାଣି ପିଇବା ସମ୍ଭବ ହୋଇପାରନ୍ତା। ତାପମାତ୍ରା ହ୍ରାସ ନ ହେଲେ ଓ କେନାଲରେ ପାଣି ଛଡ଼ା ନ ଗଲେ ପରିସ୍ଥିତି ଅଧିକ ଜଟିଳ ହୋଇପଡ଼ିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri