ଭିନ୍ନକ୍ଷମଙ୍କ ପାଇଁ ଟେଲି ଥଇଥାନ ସେବା ଉଦ୍‌ଘାଟିତ

ସୋନପୁର,୧୧।୧୧(ନି.ପ୍ର.): ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାଶଙ୍କ ଦ୍ୱାରା ସୋନପୁରଠାରେ ଭିନ୍ନକ୍ଷମଙ୍କ ପାଇଁ ଟେଲି ଥଇଥାନ ସେବା ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ଭିନ୍ନକ୍ଷମ ଆୟୁକ୍ତ ଦାଶ ଏହା ଭିନ୍ନକ୍ଷମଙ୍କ ପାଇଁ ଏକ ଭିନ୍ନ ପ୍ରୟାସ ତଥା ଏକ ନିଆରା କାର୍ଯ୍ୟକ୍ରମ ବୋଲି କହିଥିଲେ। ମାତାପିତାମାନେ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକ ଜାଣି ନିୟମିତ ଉପଯୋଗ କଲେ ଭିନ୍ନକ୍ଷମ ବ୍ୟକ୍ତିମାନେ ଉପକୃତ ହୋଇପାରିବେ ବୋଲି ସେ ମତପ୍ରକାଶ କରିଥିଲେ। ଭିନ୍ନକ୍ଷମମାନେ ସେମାନଙ୍କ ଅଧିକାର କ୍ଷୁର୍ଣ୍ଣ ହେଲେ ସ୍ବେଚ୍ଛାସେବୀ ସଂଗଠନର ସହାୟତା କିମ୍ବା ସିଧାସଳଖ ଆୟୋଗ ସହ ଯୋଗାଯୋଗ କରିବାକୁ କହିଥିଲେ। ଏହି ଅବସରରେ ଭିନ୍ନକ୍ଷମ ଆୟୁକ୍ତଙ୍କ ଦ୍ୱାରା ୧୭ ଜଣ ମାନସିକ ଏବଂ ବୌଦ୍ଧିକ ଭିନ୍ନକ୍ଷମଙ୍କୁ ସ୍ମାର୍ଟଫୋନ ପ୍ରଦାନ କରାଯାଇଥିଲା। ସେହିପରି ଗତ ଦଶମ ଶ୍ରେଣୀରେ କୃତିତ୍ୱ ହାସଲ କରିଥିବା ପୂଜା ରାଉତ, ସୋମନାଥ ଦାଶ ଓ ଫିଲିପ ନାଗଙ୍କୁ ଆୟୁକ୍ତଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ରେଆରର ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ଡା ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଜିଲା ସାମାଜିକ ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡଙ୍ଗୀ ଏହି କାର୍ଯ୍ୟକ୍ରମ ଦ୍ୱାରା ଭିନ୍ନକ୍ଷମ ଶିଶୁଙ୍କ ଥଇଥାନ ପ୍ରକ୍ରିୟା ତ୍ୱରାନ୍ବିତ କରିବ ବୋଲି କହିଥିଲେ। ଭିନ୍ନକ୍ଷମ ଆୟୁକ୍ତଙ୍କ ପରାମର୍ଶଦାତା ଘାସିରାମ ପଣ୍ଡା, ଭିନ୍ନକ୍ଷମ ଓ ଅଭିଭାବକ ସଂଘ ସଭାପତି ତଥା ରେଆରର ବୋର୍ଡ ସଦସ୍ୟ ସୌଦାଗର ପାତ୍ର ଓ ସୌଦାମିନି ଜେନା ଉପସ୍ଥିତ ଥିଲେ। ଉପସଭାନେତ୍ରୀ ପଦ୍ମିନି ବକ୍ସି ସଭାରେ ଅଧ୍ୟକ୍ଷତା କରିଥିଲେ। ଅନଙ୍ଗ ନେଗୀ ସ୍ବାଗତ ଭାଷଣ ପ୍ରଦାନ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଞ୍ଜଳି ନେଗୀ ଧନ୍ୟବାଦ ପ୍ରଦାନ କରିଥିଲେ। ଏଥିରେ ଭୌତିକ ଚିକିତ୍ସକ ଡାକ୍ତର ବାଳକୃଷ୍ଣ କୁମ୍ଭାର, ଭୁବନଲାଲ ସତକାମି, ବ୍ୟବସାୟିକ ଚିକିତ୍ସିକା ଡାକ୍ତର ମିତାଲି ଶୁଭଦର୍ଶନୀ ସାହୁ, ଜ୍ୟୋତି ପ୍ରକାଶ ମିଶ୍ର ଓ ରଶ୍ମିତା ବାରିକ ସହଯୋଗ କରିଥିଲେ । ରାଷ୍ଟ୍ରୀୟ ନ୍ୟାସ ନୂଆଦିଲ୍ଳୀ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ସରକାରଙ୍କ ସହଯୋଗରେ ରେଆର ପରିଚାଳିତ ସୋନପୁର ଡେ କେଆର ଥେରାପି କେନ୍ଦ୍ର ଏବଂ ଦିଶା ତଥା ବିକାଶ କେନ୍ଦ୍ରରେ ଅପହଞ୍ଚ ଅଞ୍ଚଳରେ ରହୁଥିବା ମାନସିକ ଏବଂ ବୌଦ୍ଧିକ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଅନଲାଇନ ମାଧ୍ୟମରେ ଭୌତିକ ଚିକିତ୍ସା, ବ୍ୟବସାୟିକ ଚିକିତ୍ସା, ବାକ୍‌ଶିକ୍ଷା ଏବଂ ସ୍ବତନ୍ତ୍ର ଶିକ୍ଷା ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri