ଟେଲିକମ୍‌ ବିଲ୍‌: ଗଣମାଧ୍ୟମର କଣ୍ଠରୋଧ, ପ୍ରିଭେସିରେ ହସ୍ତକ୍ଷେପ

ଭୁବନେଶ୍ୱର,୨୧ା୧୨ (ବ୍ୟୁରୋ)ଲୋକ ସଭାରେ ସୋମବାର ଆଗତ ମୋଦି ସରକାରଙ୍କ ୪୬ ପୃଷ୍ଠା ସମ୍ବଳିତ ଟେଲିକମ୍ୟୁନିକେଶନ୍ସ ବିଲ୍‌, ୨୦୨୩ ବୁଧବାର ଏକପ୍ରକାର ବିରୋଧୀ ବିହୀନ ଗୃହରେ ଧ୍ୱନିମତରେ ପାରିତ ହୋଇଛି। ଉକ୍ତ ବିଧେୟକକୁ ଟେଲି ଯୋଗାଯୋଗ ଶିଳ୍ପ ସ୍ବାଗତ କରିଥିବାବେଳେ ଆଇନଜୀବୀ, ନାଗରିକ ଅଧିକାର ସଂଗଠନ ଓ ଆକ୍ଟିଭିଷ୍ଟମାନେ କଡ଼ା ସମାଲୋଚନା କରିଛନ୍ତି। ଜାତୀୟ ସୁରକ୍ଷା ଆଳରେ ଟେଲିଯୋଗାଯୋଗ ସେବା ଉପରେ ସରକାରଙ୍କ ଅସ୍ଥାୟୀ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ତେବେ ଟେଲିସେବା ସଂଜ୍ଞାରୁ ‘ଓଭର ଦି ଟପ୍‌’(ଓଟିଟି)କୁ ବାଦ୍‌ ଦେବା, ପ୍ରଶାସନିକ ଚ୍ୟାନେଲ ଜରିଆରେ ବିନା ନିଲାମିରେ ସାଟେଲାଇଟ୍‌ ସ୍ପେକ୍ଟ୍ରମ୍‌ ଆବଣ୍ଟନକୁ ଆଇଏଏମ୍‌ଏଆଇ (ଇଣ୍ଟରନେଟ୍‌ ଆଣ୍ଡ ମୋବାଇଲ୍‌ ଆସୋସିଏଶନ ଅଫ୍‌ ଇଣ୍ଡିଆ) ସ୍ବଚ୍ଛତା ଆଡ଼କୁ ଏକ ପଦକ୍ଷେପ ବୋଲି ଦର୍ଶାଇଛି।
ପ୍ରକାଶନ ନିମନ୍ତେ ଖବରଦାତାମାନଙ୍କ ଯୋଗାଯୋଗ (ପ୍ରେସ୍‌ ମେସେଜ୍‌)କୁ ବନ୍ଦ କିମ୍ବା ଆୟତ୍ତ କରିବା ପାଇଁ ଏହି ବିଲ୍‌ରେ ରହିଥିବା ବିବାଦୀୟ ନିୟମକୁ ଗଣମାଧ୍ୟମର ସ୍ବାଧୀନତା ଓ ମୁକ୍ତ ଅଭିବ୍ୟକ୍ତିକୁ ରୁଦ୍ଧ କରିବା ସକାଶେ ‘ପ୍ରେସ୍‌ ଏମର୍ଜେନ୍ସି’ ରୂପେ ସମାଲୋଚନା କରାଯାଇଛି। ବିଲ୍‌ ଆଗତ ପୂର୍ବରୁ ମଧ୍ୟ ମାଇକ୍ରୋବ୍ଲଗିଂ ସାଇଟ୍‌ ଏକ୍ସ ଏବଂ ବ୍ରିଟିଶ୍‌ ବ୍ରଡ୍‌କାଷ୍ଟିଂ କର୍ପୋରେଶନ (ବିବିସି) ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାରୁ ଉପରୋକ୍ତ ଆଶଙ୍କାକୁ ଅମୂଳକ କୁହାଯାଇ ନ ପାରେ। ବିଧେୟକରେ ଉଲ୍ଲେଖ କରାଯାଇଥିବା ଟେଲିକମ୍‌ ସର୍ଭିସ ସଂଜ୍ଞାକୁ ଇଣ୍ଟରନେଟ୍‌ ଫେଡେରେଶନ ଫାଉଣ୍ଡେଶନ (ଆଇଏଫ୍‌ଏଫ୍‌) ଦ୍ୱନ୍ଦ୍ୱାତ୍ମକ ବୋଲି ଅଭିହିତ କରିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ମୁତାବକ କୌଣସି ଅଧିକୃତ ସଂସ୍ଥା ଉତ୍ତରଦାୟିତ୍ୱ ତୁଲାଇବାକୁ ଯାଇ ପ୍ରିଭେସି (ଅନ୍ତରଙ୍ଗ) ଉଲ୍ଲଂଘନ କରିପାରିବ।
ଖୈତାନ ଆଣ୍ଡ କୋ ପାର୍ଟନର ତନୁ ବାନାର୍ଜୀ ‘ଓଡ଼ିଶା ପୋଷ୍ଟ’କୁ କହିଛନ୍ତି, ଟେଲିକମ୍‌ ବିଲ୍‌ ୨୦୨୨ର ଟେଲିକମ୍ୟୁନିକେଶନ ସର୍ଭିସେସ୍‌ ସଂଜ୍ଞାରେ ଇଣ୍ଟରନେଟ୍‌ଭିତ୍ତିକ ସେବା ଏବଂ ଓଟିଟିଗୁଡ଼ିକୁ ନିର୍ଦ୍ଦିଷ୍ଟ ଭାବେ ଅନ୍ତର୍ଭୁକ୍ତ କରାଯାଇଥିଲା। କିନ୍ତୁ ୨୦୨୩ ବିଲ୍‌ରେ ଏଭଳି ଅନ୍‌ଲାଇନ ପ୍ଲାଟଫର୍ମଗୁଡ଼ିକୁ ସାମିଲ କରାଯାଇ ନାହିଁ। ଉକ୍ତ ବିଲ୍‌ର ଅନେକ ଡେଫିନେଶନ ବିସ୍ତୃତ ମନେହେଉଛି। ଅନ୍‌ଲାଇନ ପ୍ଲାଟଫର୍ମଗୁଡ଼ିକୁ ଏଥିରେ ସାମିଲ କରାଗଲେ ଏସବୁ ଟେଲିକମ୍‌ କମ୍ପାନୀଗୁଡ଼ିକ ଭଳି ନିୟନ୍ତ୍ରିତ ହେବେ। ପ୍ଲାଟ୍‌ଫର୍ମଗୁଡ଼ିକୁ ଭାରତରେ ସେବା ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡ଼ିବାକୁ ପଡ଼ିବ। ଏଭଳି ହେଲେ ସରକାରଙ୍କ ଆୟତ୍ତ କ୍ଷମତା ପରିସରରେ ପ୍ଲାଟଫର୍ମଗୁଡ଼ିକ ରହିବେ। ଫଳରେ ଏନ୍‌କ୍ରିପ୍‌ଶନ ସୁବିଧା କମିଯିବ ଏବଂ ୟୁଜର୍ସଙ୍କ ପ୍ରିଭେସି ସୁରକ୍ଷା ଚିନ୍ତା ବଢ଼ିଯିବ।
ଜଣାଶୁଣା ଆଇନଜୀବୀ ଓ ଗଣତନ୍ତ୍ର ବିଷୟରେ ଲେଖାଲେଖି କରୁଥିବା ଅପାର ଗୁପ୍ତା ଏହି ବିଲ୍‌କୁ ସାଧାରଣ ନାଗରିକଙ୍କ ଅଧିକାର ଉପରେ କର୍ତ୍ତୃତ୍ୱ ବିସ୍ତାର ନିମନ୍ତେ ଆଉ ଏକ କାର୍ଯ୍ୟାନୁଷ୍ଠାନ ରୂପେ ଅଭିହିତ କରିଛନ୍ତି। ସେ କହିଛନ୍ତି, ଏହାର ପ୍ରଭାବ ପ୍ରତ୍ୟକ୍ଷ ଭାବେ ଅନୁଭୂତ ହେବ। ହ୍ବାଟ୍ସଆପ୍‌, ସିଗ୍‌ନାଲ ଓ ଜିମେଲ୍‌ ଭଳି ଲାଇସେନ୍ସ ସେବାକୁ ନିଜ ନିୟନ୍ତ୍ରଣକୁ ଆଣିବା ପାଇଁ ବିଧେୟକରେ ସ୍ପଷ୍ଟ କ୍ଷମତା ପ୍ରଦାନ କରାଯାଇଛି। ଏହା ବଳରେ ସରକାର ଭବିଷ୍ୟତରେ ପ୍ରିଭେସିକୁ ଦୁର୍ବଳ ଓ ନାଗରିକଙ୍କ ଉପରେ ଗୁପ୍ତଚରଗିରି କରାଇବାରେ ସକ୍ଷମ ହେବେ। ହ୍ବାଟ୍ସଆପ୍‌ ଭଳି ଓଟିଟି ଆପ୍ଲିକେଶନଗୁଡ଼ିକ ଆଗକୁ କଓ୍ବୋଇସି (ନୋ ୟୋର୍‌ କଷ୍ଟମର) ବ୍ୟବସ୍ଥା ଲାଗୁ କରାଇପାରନ୍ତି ବୋଲି ଅପାର ଆଶଙ୍କା ବ୍ୟକ୍ତ କରିଛନ୍ତି। ଅପାରଙ୍କ ଆଶଙ୍କା ସତ ହେଲେ, ସରକାର ଲୋକଙ୍କୁ ଆଧାର କାର୍ଡ ବ୍ୟବହାର ପାଇଁ ବାଧ୍ୟ କରିପାରନ୍ତି, ଯଦିଓ ସୁପ୍ରିମକୋର୍ଟ ଏହାକୁ ପୂର୍ବରୁ ଅନୁମତିଯୋଗ୍ୟ ନୁହେଁ ବୋଲି ସ୍ପଷ୍ଟ କରିସାରିଛନ୍ତି।
ସାମ୍ବାଦିକ ତଥା ଡିଜିଟାଲ ଅଧିକାର କର୍ମୀ ନିଖିଲ ପହ୍ବା କହିଛନ୍ତି, ଏହି ବିଲ୍‌ ଟେଲିକମ୍‌ ସପକ୍ଷବାଦୀ ଓ ଇଣ୍ଟରନେଟ୍‌ ବିରୋଧୀ ବିଧେୟକ। ତାଙ୍କ ମତରେ ଇମେଲ୍‌, କ୍ଲାଉଡ୍‌, ଏସ୍‌ଏଏଏସ୍‌ ଏବଂ ଷ୍ଟ୍ରିମିଂ କ୍ଷେତ୍ରରେ ମେସେଜ୍‌ ସଂଜ୍ଞା ଲାଗୁ ହେବ। ଅନ୍‌ଲାଇନ ବାର୍ତ୍ତା ପଠାଇବା ଓ କଲ୍‌ କରିବା ଉପରେ କର୍ତ୍ତୃତ୍ୱକୁ ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି। ଆଇଟି ନିୟମାବଳୀରେ ଥିବା ପ୍ରତିବନ୍ଧକକୁ ଏଡ଼ାଇଯିବା ପାଇଁ ସରକାର ଉଦ୍ୟମ କରିଥିବା ହ୍ବାଟ୍ସଆପ୍‌ ଯୁକ୍ତି ବାଢ଼ିଛି। ପହ୍ବା ନିଜ ଏକ୍ସ ପୋଷ୍ଟରେ ଉଲ୍ଲେଖ କରିଛନ୍ତି, ଜାତୀୟ ସୁରକ୍ଷା, ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଥିବା ରାଷ୍ଟ୍ର ବିରୋଧୀ କିମ୍ବା ଯୁଦ୍ଧ ସମୟରେ ନକାରାତ୍ମକ ପ୍ରଭାବ ପକାଉଥିବା ପୋଷ୍ଟଗୁଡ଼ିକର ସେବା ପ୍ରଦାନକାରୀ ସର୍ଭିସ୍‌କୁ ସରକାର ନିୟନ୍ତ୍ରଣକୁ ନେଇପାରିବେ। ଏହା ମୋତେ ଚାଇନାର ଦମନମୂଳକ ଗୋଇନ୍ଦା ଆଇନ କଥା ମନେ ପକାଇଦେଉଛି। ମନେରଖନ୍ତୁ, ଆଇନରେ ଜାତୀୟ ସୁରକ୍ଷା ପରିଭାଷିତ ହୋଇନାହିଁ। ଏପରି କି ସୁପ୍ରିମକୋର୍ଟ ମଧ୍ୟ ଏହା ଉପରେ କହିବାକୁ ଚାହୁଁ ନାହାନ୍ତି ବୋଲି ପହ୍ବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?