Posted inଜାତୀୟ

‘ସମ୍ବିଧାନ ପୁଣି ଲେଖାଯିବ’ ଟିପ୍ପଣିକୁ ନେଇ ଅଡୁଆରେ ପଡିପାରନ୍ତି କେସିଆର୍‌, ଭାଜପା କରିପାରେ ଦେଶଦ୍ରୋହ ମାମଲା

ହାଇଦ୍ରାବାଦ,୮ ।୨: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ନିକଟରେ ଭାରତରେ ପୁଣିଥରେ ସମ୍ବିଧାନ ଲେଖାଯିବ ବୋଲି ଟିପ୍ପଣି ଦେଇଥିଲେ । ଭାରତୀୟ ଜନତା ପାର୍ଟି(ଭାଜପା), କଂଗ୍ରେସ ସମେତ ପ୍ରାୟ ସମସ୍ତ ରାଜନୈତିକ ଦଳ ଏହାର ବିରୋଧ କରିଥିଲେ । ଏବେ ଭାଜପା ନେତା ତଥା ପୂର୍ବତନ ଏମ୍‌ଏଲସି ଏନ୍ ରାମଚନ୍ଦ୍ରନ ରାଓ କହିଛନ୍ତି ଦଳ ଟିଆର୍‌ଏସ୍ ସୁପ୍ରିମୋ ଚନ୍ଦ୍ରଶେଖର ରାଓଙ୍କ ବିରୋଧରେ ଦେଶଦ୍ରୋହ ମାମଲା କରିପାରେ । ଭାଜପା ନେତା କହିଛନ୍ତି ଏହା ଆମ୍ବେଦକର ଓ ସମ୍ବିଧାନ ଲେଖିବା ଲୋକଙ୍କ ପ୍ରତି ଅପମାନ ।
ରାମଚନ୍ଦ୍ର ରାଓ କହିଛନ୍ତି, ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ସମ୍ବିଧାନର ମୂଳ ଢାଞ୍ଚାକୁ ବଦଳାଯାଇ ପାରିବ ନାହିଁ. ଏହାପରେ ବି ମୁଖ୍ୟମନ୍ତ୍ରୀ ଏମିତି କେମିତି କହିଲେ । ଭାଜପା ଏହାକୁ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବା ସହ ତେଲେଙ୍ଗାନାର ସମସ୍ତ ଅଦାଲତରେ ମାମଲା ଦେବାକୁ ସ୍ଥିର କରିଛି । ଆମେ ଧାରା ୧୨୪ ଅଧିନରେ ଦେଶଦ୍ରୋହ ମାମଲା କରିବାକୁ ଯାଉଛୁ । ମୁଖ୍ୟମନ୍ତ୍ରୀ କେସିଆର୍‌ଙ୍କର ସମ୍ବିଧାନ ଉପରେ ବିଶ୍ୱାସ ନାହିଁ । ସେ ସମ୍ବିଧାନର ଶପଥ ନେଇଛନ୍ତି, ଏବେ ଏମିତି କହୁଛନ୍ତି । କଂଗ୍ରେସ ମଧ୍ୟ ମୁଖ୍ୟମନ୍ତ୍ରୀ କେସିଆରଙ୍କ କଥାକୁ ବିରୋଧ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବୈବାହିକ ବଳାତ୍କାର ମାମଲାରେ କେନ୍ଦ୍ରକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୬।୧ : ବୈବାହିକ ବଳାତ୍କାର ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି। ବୈବାହିକ ବଳାତ୍କାରକୁ ଅପରାଧ ଶ୍ରେଣୀରେ ଆଣିବା ପାଇଁ ସୁପ୍ରିମକୋର୍ଟ ଏହା ଦ୍ୱାରା...

ପିପିଇ ଦୁର୍ନୀତିରେ ବିଶ୍ୱଶର୍ମା ଦମ୍ପତି

ନୂଆଦିଲ୍ଲୀ/ଗୁଆହାଟୀ,୪।୬: ଆସାମ ସରକାରଙ୍କଠାରୁ ଆର୍‌ଟିଆଇ ଆଇନ ବଳରେ ମିଳିଥିବା ଉତ୍ତର ଅନୁସାରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସ୍ବାସ୍ଥ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ସ୍ତ୍ରୀ ରିଙ୍କି ଭୂୟଁା ଶର୍ମାଙ୍କ...

ଭୂସ୍ଖଳନ ଯୋଗୁ ମାଟି ତଳେ ଦବିଗଲା ଯାତ୍ରୀବାହୀ ବସ୍‌-କାର୍‌, ଉଦ୍ଧାର କାର୍ଯ୍ୟରେ ସେନା…

ଚାମୋଲି,୧୧।୮: ହିମାଚଳ ପ୍ରଦେଶରେ ଭୂସ୍ଖଳନ ଯୋଗୁ ବସ ଏବଂ କାର ମାଟି ତଳେ ଦବି ଯାଇଛି। ୪୦ରୁ ଅଧିକ ଲୋକଙ୍କ ସହିତ ସ୍ଥଳଭାବରେ ଯୋଗାଯୋଗା ବିଚ୍ଛିନ୍ନ...

ଉନ୍ନାଓ ମାମଲାରେ ନ୍ୟାୟ ଦାବି: ବିଧାନସଭା ସମ୍ମୁଖରେ ଧାରଣାରେ ବସିଲେ ଅଖିଳେଶ

ଲକ୍ଷ୍ନୌ,୭।୧୨: ଉତ୍ତରପ୍ରଦେଶ ଉନ୍ନାଓ ଘଟଣାରେ ଇତିମଧ୍ୟରେ ପୀଡ଼ିତାଙ୍କ ମୃତ୍ୟୁ ଘଟିଛି। ତେବେ ନ୍ୟାୟ ଦାବି କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବିଧାନସଭା ସମ୍ମୁଖରେ ଧାରଣା...

୨୦୨୧ ଜାନୁୟାରୀରେ କଂଗ୍ରେସକୁ ମିଳିବ ନୂଆ ଅଧ୍ୟକ୍ଷ: ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ନେଇ ଅନିଶ୍ଚିତତା !

ନୂଆଦିଲ୍ଲୀ, ୧୭।୧୦: କଂଗ୍ରେସରେ ଅଧ୍ୟକ୍ଷ ନିଯୁକ୍ତି ନେଇ ସଙ୍କଟ ଜାରି ରହିଛି। ଦଳ ପକ୍ଷରୁ ଗଠନ କରାଯାଇଥିବା ୧୨ ଜଣିଆ ସଦସ୍ୟତା କମିଟି ପକ୍ଷରୁ ଇତିମଧ୍ୟରେ...

କାଉଡିଆ ଯାତ୍ରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା, ୪୦୦ ସିସିଟିଭି କ୍ୟାମେରା, ୧୦ ହଜାର ପୋଲିସ, ୧୧ ଏସପି, ୩୮ ଡିଏସପିଙ୍କୁ ଦାୟିତ୍ୱ

ହରିଦ୍ୱାର,୧୪ ।୭: ଗୁରୁବାରଠାରୁ ଆରମ୍ଭ ହୋଇଛି ଶ୍ରାବଣ ମାସ । ଏବେ ଆରମ୍ଭ ହୋଇଯାଇଛି କାଉଡିଆ ଯାତ୍ରା । ହରିଦ୍ୱାରରେ ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା...

ଦେଢ଼ ବର୍ଷ ପରେ ଖୋଲିଲା ସ୍କୁଲ

ଭୋପାଳ/ଅହମଦାବାଦ,୨୬।୭: କରୋନାର ଦ୍ୱିତୀୟ ଲହର ଦୁର୍ବଳ ହେବା ପରେ ରାଜ୍ୟଗୁଡ଼ିକରେ ପ୍ରାୟ ଦେଢ଼ବର୍ଷ ପରେ ସ୍କୁଲ ଖୋଲିଛି। ହିମାଚଳ ପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ପଞ୍ଜାବ ଆଦି...

ଜମ୍ମୁ-କଶ୍ମୀର ସଡକ ଦୁର୍ଘଟଣାରେ ଗଲା ୧୬ ଜୀବନ

ଶ୍ରୀନଗର,୧୨।୧୧: ଜମ୍ମୁ-କଶ୍ମୀରର ଡୋଡା ଅଞ୍ଚଳରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ମୃତକଙ୍କ...

Advertisement
Archives

Model This Week