ରଥଯାତ୍ରା ପାଇଁ ପ୍ରଶାସନ ସଜାଗ, ଏହି ସବୁ ଦିଗରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଲେ ତହସିଲଦାର

ପୁରୁଷୋତ୍ତମପୁର,୧୩।୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ପ୍ରଶାସନ ପକ୍ଷରୁ ରଥଯାତ୍ରାର ସୁପରିଚାଳନାକୁ ନେଇ ଏକ ପ୍ରସ୍ତୁତି ବୈଠକ ସୋମବାର ତହସିଲଦାର ବିନୋଦ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଗତବର୍ଷ ଶିକୁଳାରେ ଯେପରି ରଥଟଣାବେଳେ ଜଣଙ୍କ ଜୀବନଯାଇଥିଲା, ତାହାକୁ ଆଖିଆଗରେ ରଖି ସମସ୍ତେ ସତର୍କରହିବାକୁ ତହସିଲଦାର ନିର୍ଦ୍ଦେଶ ଦେବା ସହ କିପରି ଯାତ୍ରାରେ ସମ୍ପୂର୍ଣ୍ଣ ରୂପେ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରାଯିବ, ରଥଟଣାବେଳେ କଡନ କରିବା, ରଥଟଣାଯିବା ସମୟରେ ନଡିଆଭାଙ୍ଗିବାକୁ ସମ୍ପୂର୍ଣ୍ଣ ନିଷେଧକରାଯିବା, ଯାତ୍ରାରେ ସ୍ବେଚ୍ଛାସେବୀ, ଏନସିସି,ସ୍କାଉଟଗାଇଡଙ୍କୁ ନିୟୋଜିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ରଥଟଣା ବେଳେ ଯେପରି ଅଘଟଣ ନଘଟେ ସେଥିନେଇ ପାରିପାର୍ଶ୍ୱିିକ ସ୍ଥିତିକୁ ଧ୍ୟାନ ଦେବା, ସଠିକ୍‌ ପ୍ରଣାଳୀରେ ରଥର ବ୍ରେକ୍‌ ୍‌ଦେବା, ସନ୍ଧ୍ୟାପୂର୍ବରୁ ରଥଟଣାକୁ ଶେଷକରିବା, ପରିମଳ ସେବାକୁ ତ୍ୱରାନ୍ବିତ କରିବା, ଡାକ୍ତରିଟିମ ଓ ଆମ୍ବୁଲାନ୍ସ , ଦମକଳବାହିନୀ, ବିଦ୍ୟୁତ୍‌ ବିଭାଗ ସମ୍ପୂର୍ଣ୍ଣ ରୂପେ ସଜାଗ ରହିବା, ମାଉସିମା ମନ୍ଦିର ପରିସରରେ ସିସିଟିଭି ଲଗାଇବା ସହ ସନ୍ଧ୍ୟା ଆଳତି ସମୟରେ ଭକ୍ତଙ୍କ ଭିଡକୁ ନିୟନ୍ତ୍ରଣ କରିବା ସହ ଯେପରିଦଳାଚକଟା ନହୁଅନ୍ତି ସେଥିପ୍ରତି ଗୁରୁତ୍ୱ ଦେବା , ସୁନାବେଶ ସମୟରେ ଅଳଙ୍କାରମାନ ପ୍ରତି ସତର୍କତା ଅବଲମ୍ବନ କରିବା, ପୋଲିସ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯିବା ସହ ସମସ୍ତ କମିଟିମାନେ ନିଜନିଜ ଯାତ୍ରାରେ ସଜାଗ ରହିବାଲାଗି ତହସିଲଦାର ପରାମର୍ଶ ଦେଇଛନ୍ତି। ଏଥିରେ ଏନଏସି ନିର୍ବାହୀଅଧିକାରୀ ସଂଗିତା ସେଠୀ,ଅତିରିକ୍ତ ତହସିଲଦାର ଦେବାଶିଷ ମହାପାତ୍ର,ଆଇଆଇସି କୁଳମଣୀସେଠୀ, ବ୍ଯଯଯୁତ ବିଭାଗିୟ ଅଧିକାରୀ ଅଭୟାନନ୍ଦ ପଣ୍ଡା, ଅଗ୍ନିସମ ଅଧିକାରୀ ଶୁରେଶ ମିଶ୍ର,ଙ୍କ ସମେତ ପୁରୁଷୋତ୍ତମପୁର ରଥସାହି ଜଗନ୍ନାଥମନ୍ଦିର ଟ୍ରଷ୍ଟବୋର୍ଡ, କନକା,କୁମାରୀ,ଆଛୁଲି,କେଏନ ପୁର,ହିଣ୍ଡୁଳା, ଜଳେଶ୍ବରଖଣ୍ଡି,ଜାମୁନି,ଶିକୁଳା,ପ୍ରତାପୁର,ଭୀମପୁର, ରାଇପୁର, ଭାଟକୁମରଡା,ସୁନାଥର ଗ୍ରାମ ଜଗନ୍ନାଥମନ୍ଦିର ପରିଚାଳନା କମିଟିର ସଦସ୍ୟମାନଙ୍କ ସହ ସମସ୍ତ ରାଜସ୍ବ ନିରୀକ୍ଷକ, ଓ ସୁପରଭାଇଜର, ଲାଇନଡିପାର୍ଟମେଣ୍ଟ କର୍ମଚାରୀମାନେ ଯୋଗଦେଇଥିଲେ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କଟକ ରେଳଷ୍ଟେଶନ ଅଞ୍ଚଳରୁ ନାବାଳିକା ନିଖୋଜ: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌, ଅପହରଣକାରୀ…

କଟକ,୩୧ା୮(ପ୍ରଭୁକଲ୍ୟାଣ ପାଲ): କଟକ ଜିଲା ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଷ୍ଟେଶନ ଅଞ୍ଚଳରୁ ୭ ବର୍ଷର ନାବାଳିକାଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି। ୬୦ ବର୍ଷରୁ ଊଦ୍ଧର୍‌ବ…

ଯୌତୁକ ପାଇଁ ବିଷ ଦେଇ ବଧୂ ହତ୍ୟା ଅଭିଯୋଗ, ସ୍ବାମୀ ସମେତ ୧୦ ଜଣଙ୍କ ନାମରେ ମାମଲା

ଅମରପାଲି,୩୧।୮( ପୀତାମ୍ବର ସାହୁ): ଯୌତୁକ ଦାବିକୁ କେନ୍ଦ୍ର କରି ଜଣେ ବିବାହିତା ମହିଳାଙ୍କୁ ବିଷ ପିଆଇ ହତ୍ୟା କରାଯାଇଥିବା ନେଇ ବୀରମହାରାଜପୁର ଥାନାରେ ଅଭିଯୋଗ ହୋଇଛି। ଏହି…

ବିପର୍ଯ୍ୟୟ ପରେ ଚାଇନା ଉପରେ ନେପାଳର ବଡ଼ ଅଭିଯୋଗ

କାଠମାଣ୍ଡୁ,୩୧।୮: ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଏବେ ବି 3,000 ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ବନ୍ୟା ସମ୍ପର୍କିତ ତଥ୍ୟ…

IPL ରୁ ଉଚ୍ଛେଦ ହେବ ‘ଇମ୍ପାକ୍ଟ ପ୍ଲେୟାର ନିୟମ’! ହଇଚଇ ସୃଷ୍ଟି କଲାଣି BCCI ର ନୂଆ ନିଷ୍ପତ୍ତି

ନୂଆଦିଲ୍ଲୀ,୩୧।୮: ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ପ୍ରଥମେ 2023 ମସିହାରେ IPLରେ ପ୍ରଚଳନ କରାଯାଇଥିଲା। ପ୍ରତିବର୍ଷ ଏହାକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି ଏବଂ ଶେଷରେ BCCI ଏହାକୁ…

ଗଣତାନ୍ତ୍ରିକ ପ୍ରତିନିଧିତ୍ୱରୁ ସାଧାରଣ ଜନତା ବଞ୍ଚିତ

ସମ୍ବଲପୁର,୩୧ା୮(ପ୍ରମୋଦ ବହିଦାର): ଦୀର୍ଘ ୧୨ ବର୍ଷ ଧରି ବହୁ ପ୍ରତୀକ୍ଷିତ ସମ୍ବଲପୁର ମହାନଗର ନିଗମ (ଏସ୍‌ଏମ୍‌ସି) ନିର୍ବାଚନ ପରିଚାଳନା ନେଇ ବିଜ୍ଞପ୍ତି ପ୍ରକାଶ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ…

ଶିକ୍ଷିତ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେଉନି କମ୍ପାନୀ, ଆନ୍ଦୋଳନ ପାଇଁ ସଜବାଜ ଯୁବ ଗୋଷ୍ଠୀ

ଗଞ୍ଜାମ,୩୧।୮,(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଠାରେ ଅବସ୍ଥିତ ଗ୍ରାସୀମ କମ୍ପାନୀ ସ୍ଥାନୀୟ ଅଞ୍ଚଳ ଶିକ୍ଷିତ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେଉ ନଥିବା ଅଭିଯୋଗ ହୋଇଛି। ରାଜ୍ୟ…

ଏଇ ଭାରତରେ

ଅଭାବୀ ପରିବାରର ପିଲାମାନେ ଶିକ୍ଷାରୁ ବଞ୍ଚିତ ନ ହେବା ଲାଗି ସୁଯୋଗ ସୃଷ୍ଟି କରିଛନ୍ତି ବେଙ୍ଗାଲୁରୁର ହରେକାଲା ହଜାବ୍ବା। ଏଥିପାଇଁ ତାଙ୍କୁ ଜୀବନରେ ଅନେକ କଷ୍ଟ ସ୍ବୀକାର…

ସବୁକିଛି ବଦଳାଇବା ଠିକ୍‌ କି

ବିକାଶ ଏକ ନିରନ୍ତର ପ୍ରକ୍ରିୟା। ଏହା ସବୁବେଳେ ପୂର୍ବଜଙ୍କ କାନ୍ଧରେ ପାଦ ରଖିଥାଏ। ମୂଳଦୁଆ ଦୁର୍ବଳ ହେଲେ ଆମର ଅସ୍ତିତ୍ୱ ଦୁର୍ବଳ ହୁଏ। ସେହିପରି ପରିବର୍ତ୍ତନ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri