Posted inଜାତୀୟ

ବଳାତ୍କାର ପୀଡ଼ିତାଙ୍କ ଅଭିଯୋଗ ରଖିଲାନି ପୋଲିସ

ମୁମ୍ବାଇ,୧୨।୯: ୩୪ ବର୍ଷୀୟା ବଳାତ୍କାର ପୀଡ଼ିତା ଆଖି ବୁଝିବାର ଦିନକ ପରେ ମହାରାଷ୍ଟ୍ରର ଉଲହାସନଗରରୁ ଆସିଛି ଆଉ ଏକ ବଳାତ୍କାର ମାମଲା। ୧୫ ବର୍ଷୀୟା ନାବାଳିକାଙ୍କୁ ଉଲହାସନଗର ଥାନା ଅନ୍ତର୍ଗତ ରେଲଓ୍ବେ ପରିସରରେ ବଳାତ୍କାର କରାଯାଇଥିଲା। ବହୁ କଷ୍ଟରେ ଜୀବନ ବଞ୍ଚାଇ ଥାନାରେ ପହଞ୍ଚିଥିଲେ ପୀଡ଼ିତା। କିନ୍ତୁ ଅପରାଧ ଘଟିଥିବା ସ୍ଥାନ ଆମ ଥାନା ପରିସୀମାରେ ଆସୁନାହିଁ। ଏଭଳି କହି ବଳାତ୍କାର ପୀଡ଼ିତାଙ୍କ ଅଭିଯୋଗ ରଖିବାକୁ ଦୁଇଟି ଥାନା ମନା କରି ଦେଇଥିଲେ। ଶେଷରେ ରେଲଓ୍ବେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି।

ରେଲଓ୍ବେ ପୋଲିସ କମିଶନର କାଇସର ଖାଲିଦ କହିଛନ୍ତି, ପୀଡ଼ିତା ଶିରଡିରୁ ଫେରୁଥିଲେ। ଟ୍ରେନ ଯୋଗେ ପ୍ରାୟ ୯ଟା ରାତିରେ ଉଲହାସନଗର ଷ୍ଟେଶନରେ ପହଞ୍ଚିବା ପରେ ସେଠାରେ ଭେଟିଥିଲେ ଦୁଇ ସାଙ୍ଗଙ୍କୁ। ସ୍କାଇଓ୍ବାକ ଦେଇ ଷ୍ଟେଶନ ପାରି ହେଉଥିବା ବେଳେ ସେମାନଙ୍କୁ ଅଭିଯୁକ୍ତ ପିଛା କରି ଏକ ହାମରରେ ଆକ୍ରମଣ କରିଥିଲେ। ଅନ୍ୟମାନେ ଖସି ପଳାଇଥିଲେ। ହେଲେ ଫସି ଯାଇଥିଲେ ନାବାଳିକା। ତାଙ୍କୁ ଅଭିଯୁକ୍ତ ଷ୍ଟେଶନ ପରିସରରେ ଏକ ନିର୍ଜନ ସ୍ଥାନକୁ ନେଇ ରାତିସାରା ବଳାତ୍କାର କରିଥିଲେ। ସକାଳେ ସୁଯୋଗ ପାଇ ଖସି ପଳାଇବା ପରେ ସାଙ୍ଗଙ୍କୁ ଯୋଗାଯୋଗ କରିଥିଲେ। ସାଙ୍ଗର ପରାମର୍ଶରେ ପୀଡ଼ିତା ପହଞ୍ଚିଥିଲେ ଥାନାରେ। କିନ୍ତୁ ଥାନାର ପରିସୀମା ଦେଖାଇ ଦୁଇଟି ଥାନା ଏଫ୍‌ଆଇଆର ରଖିବାକୁ ମନା କରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅମିତ ଶାହାଙ୍କ ୧୨ ବର୍ଷର ତପସ୍ୟା ହେଲା ସଫଳ! ୨୦୧୪ରେ ପଶ୍ଚିମବଙ୍ଗର ବିଜୟ ପାଇଁ ସ୍କ୍ରିପ୍ଟ ଲେଖିଥିଲେ ଭାଜପାର ଚାଣକ୍ୟ, ଓଡ଼ିଶା ପରେ…

କୋଲକାତା,୪।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାଜପା ଶାସକ ଟିଏମସିକୁ ପଛରେ ପକାଇ ଦେଇଛି। ରାଜ୍ୟର ୨୯୪ ଆସନ ପାଇଁ ଭୋଟ ଗଣତି ଚାଲିଛି ଏବଂ ଟ୍ରେଣ୍ଡଗୁଡ଼ିକ ଭାଜପାକୁ…

ତାମିଲନାଡୁ ନିର୍ବାଚନରେ ​​ଚମତ୍କାର ପ୍ରଦର୍ଶନ ପରେ ପ୍ରଥମ ବୟାନ ଦେଲେ ବିଜୟଙ୍କ ମାତାପିତା, ପରିବର୍ତ୍ତନ….

୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନର ଫଳାଫଳ ବହୁତ ଆଶ୍ଚର୍ଯ୍ୟଜନକ ପ୍ରମାଣିତ ହୋଇଛି । ସୁପରଷ୍ଟାର ବିଜୟଙ୍କ ଦଳ, ଟିଭିକେ ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନରେ ପ୍ରବେଶ…

ସତ ହେଲା ମୋଦିଙ୍କ ଭବିଷ୍ୟବାଣୀ: ଯାହା କହିଥିଲେ, ତାହା ହିଁ ଘଟିଲା

କୋଲକାତା,୪।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଭୋଟ ଗଣତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ପୁରୁଣା ବୟାନ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏହି ବୟାନରେ ସେ…

ପଶ୍ଚିମବଙ୍ଗରେ ବିଜୟ ପରେ ପ୍ଲାନ ବି ପାଇଁ ପ୍ରସ୍ତୁତ ହେଉଛି ଭାଜପା: ପ୍ରଥମେ କରିବ ଏହି ୫ ବଡ଼ କାମ

ନୂଆଦିଲ୍ଲୀ,୪।୫: ପଶ୍ଚିମବଙ୍ଗର ନିର୍ବାଚନ ଇତିହାସରେ ଭାଜପା ନିରଙ୍କୁଶ ବହୁମତ ହାସଲ କରି ଏକ ନୂତନ ଅଧ୍ୟାୟ ଲେଖିଛି। ଦଳ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ୧୫ ବର୍ଷର ପୁରୁଣା…

ପଶ୍ଚିମବଙ୍ଗ ଫଳାଫଳ: ବାବା ରାମଦେବଙ୍କ ବିସ୍ଫୋରକ ବୟାନ, କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୪।୫: ଯୋଗଗୁରୁ ବାବା ରାମଦେବ ପଶ୍ଚିମବଙ୍ଗର ଫଳାଫଳ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ପାଞ୍ଚଟି ରାଜ୍ୟର ଦିଗ ଏବେ ସ୍ପଷ୍ଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ପଛରେ ପଡିଲେ ଏମ୍‌. କେ. ଷ୍ଟାଲିନ୍‌

ଚେନ୍ନାଇ,୪।୫: ତାମିଲନାଡୁ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଉଛି। ଡିଏମ୍‌କେ ସୁପ୍ରିମୋ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ କୋଲାଥୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା…

ଜିତୁ ମୁଣ୍ଡାଙ୍କ ପାଇଁ ବଦଳିଲା ଗାଁର ଭାଗ୍ୟ, ମରାମତି ହେଲା….

କେନ୍ଦୁଝର,୪।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): ଟଙ୍କା ଉଠାଇବା ପାଇଁ ଜିତୁ ମୁଣ୍ଡା ନିଜ ବଡ଼ ଭଉଣୀଙ୍କ କଙ୍କାଳ କାନ୍ଧରେ ବୋହି ବ୍ୟାଙ୍କକୁ ନେବା ଘଟଣା ସାରା ଦେଶରେ…

ପାଦେପାଦେ ବିପଦ, ଓହଳିଛି ପୌର ପରିଷଦର ସ୍ବାଗତ ହୋର୍ଡିଂ

ଗୁଣପୁର,୪ା୫(ସଂକେତ ପାତ୍ର): ଗୁଣପୁର ସହରକୁ ସ୍ୱାଗତ ଜଣାଇବା ପାଇଁ ପୌରପରିଷଦ ଦ୍ୱାରା ବିକ୍ରମପୁର ପଥପ୍ରାନ୍ତ ନିକଟରେ ସ୍ଥାପିତ ସ୍ୱାଗତ ବୋର୍ଡ୍ ବର୍ତ୍ତମାନ ବିପଦ ସଙ୍କୁଳ ଅବସ୍ଥାରେ ରହିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri