Posted inଜାତୀୟ

ବଳାତ୍କାର ପୀଡ଼ିତାଙ୍କ ଅଭିଯୋଗ ରଖିଲାନି ପୋଲିସ

ମୁମ୍ବାଇ,୧୨।୯: ୩୪ ବର୍ଷୀୟା ବଳାତ୍କାର ପୀଡ଼ିତା ଆଖି ବୁଝିବାର ଦିନକ ପରେ ମହାରାଷ୍ଟ୍ରର ଉଲହାସନଗରରୁ ଆସିଛି ଆଉ ଏକ ବଳାତ୍କାର ମାମଲା। ୧୫ ବର୍ଷୀୟା ନାବାଳିକାଙ୍କୁ ଉଲହାସନଗର ଥାନା ଅନ୍ତର୍ଗତ ରେଲଓ୍ବେ ପରିସରରେ ବଳାତ୍କାର କରାଯାଇଥିଲା। ବହୁ କଷ୍ଟରେ ଜୀବନ ବଞ୍ଚାଇ ଥାନାରେ ପହଞ୍ଚିଥିଲେ ପୀଡ଼ିତା। କିନ୍ତୁ ଅପରାଧ ଘଟିଥିବା ସ୍ଥାନ ଆମ ଥାନା ପରିସୀମାରେ ଆସୁନାହିଁ। ଏଭଳି କହି ବଳାତ୍କାର ପୀଡ଼ିତାଙ୍କ ଅଭିଯୋଗ ରଖିବାକୁ ଦୁଇଟି ଥାନା ମନା କରି ଦେଇଥିଲେ। ଶେଷରେ ରେଲଓ୍ବେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି।

ରେଲଓ୍ବେ ପୋଲିସ କମିଶନର କାଇସର ଖାଲିଦ କହିଛନ୍ତି, ପୀଡ଼ିତା ଶିରଡିରୁ ଫେରୁଥିଲେ। ଟ୍ରେନ ଯୋଗେ ପ୍ରାୟ ୯ଟା ରାତିରେ ଉଲହାସନଗର ଷ୍ଟେଶନରେ ପହଞ୍ଚିବା ପରେ ସେଠାରେ ଭେଟିଥିଲେ ଦୁଇ ସାଙ୍ଗଙ୍କୁ। ସ୍କାଇଓ୍ବାକ ଦେଇ ଷ୍ଟେଶନ ପାରି ହେଉଥିବା ବେଳେ ସେମାନଙ୍କୁ ଅଭିଯୁକ୍ତ ପିଛା କରି ଏକ ହାମରରେ ଆକ୍ରମଣ କରିଥିଲେ। ଅନ୍ୟମାନେ ଖସି ପଳାଇଥିଲେ। ହେଲେ ଫସି ଯାଇଥିଲେ ନାବାଳିକା। ତାଙ୍କୁ ଅଭିଯୁକ୍ତ ଷ୍ଟେଶନ ପରିସରରେ ଏକ ନିର୍ଜନ ସ୍ଥାନକୁ ନେଇ ରାତିସାରା ବଳାତ୍କାର କରିଥିଲେ। ସକାଳେ ସୁଯୋଗ ପାଇ ଖସି ପଳାଇବା ପରେ ସାଙ୍ଗଙ୍କୁ ଯୋଗାଯୋଗ କରିଥିଲେ। ସାଙ୍ଗର ପରାମର୍ଶରେ ପୀଡ଼ିତା ପହଞ୍ଚିଥିଲେ ଥାନାରେ। କିନ୍ତୁ ଥାନାର ପରିସୀମା ଦେଖାଇ ଦୁଇଟି ଥାନା ଏଫ୍‌ଆଇଆର ରଖିବାକୁ ମନା କରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri