ଅନ୍ୟଜାତିରେ ପ୍ରେମ ବିବାହ କରିବାରୁ…

ଲୋଇସିଂହା,୧୨।୯(ଡି.ଏନ.ଏ.): ଅନ୍ୟଜାତିରେ କରିଥିଲେ ପ୍ରେମ ବିବାହ। ଏବେ ତାଙ୍କର ଏକ ୨ ବର୍ଷର ପିଲା ଅଛି। ପୁଣି ଗର୍ଭବତୀ ଅଛନ୍ତି ସ୍ତ୍ରୀ। ନିଜ ଘର ଅଥବା ଶଶୁର ଘର ଲୋକେ ଏହି ବିବାହକୁ ସ୍ବୀକୃତି ଦେଇ ନ ଥିବାରୁ ବାହାରେ ସ୍ତ୍ରୀ ପିଲାଙ୍କୁ ନେଇ ରହୁଥିଲେ। ନୂଆଁଖାଇ ପାଇଁ ଶନିବାର ପିଲାଙ୍କୁ ଧରି ବଲାଙ୍ଗୀର ଜିଲା ଲୋଇସିଂହା ଥାନା ତଥା ଆଗଲପୁର ବ୍ଲକ ଡୁଡୁକା ଶାନ୍ତି ନଗରସ୍ଥିତ ଘରକୁ ଫେରିଥିଲେ ସମ୍ପୃକ୍ତ ଯୁବକ ଜଣକ। ହେଲେ ଘର ଲୋକେ ତାଙ୍କୁ ପୂରାଇ ନ ଥିଲେ। ଗାଳିଗୁଲଜ କରି ବିଦା କରି ଦେଇଥିଲେ। ଶେଷରେ ଜଣେ ପଡୋଶୀଙ୍କ ଘରେ ରହିଥିଲେ। ଅନ୍ୟପକ୍ଷେ ଜୀବନପ୍ରତି ବିପଦ ଥିବା ନେଇ ଲୋଇସିଂହା ପୋଲିସକୁ ଖବର ଦେଇଥିଲେ। ପୋଲିସ ରବିବାର ସେମାନଙ୍କୁ ଆଣି ଥାନା ଆଭ୍ୟର୍ଥନା ଗୃହରେ ରଖିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ କଳାପତାକା ଦେଖାଇ ବିରୋଧ: ଭାଜପା କର୍ମୀ ଅଟକ

ଦେବଗଡ଼,୨୪।୧(ଡି.ଏନ୍‌.ଏ.): ବିଜେଡିକୁ କଳାପତାକା ଦେଖାଇ ବିରୋଧ  ବେଳେ ଭାଜପା କର୍ମୀ ଅଟକ। ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲା ଶାସନସାହି ଛକରେ । ବିଜେଡ ପ୍ରତିଷ୍ଠା...

ଆକ୍ରାନ୍ତ କଏଦୀଙ୍କୁ ଚିକିତ୍ସା ଅବହେଳା ଅଭିଯୋଗ

ଭୁବନେଶ୍ୱର,୨୭।୫(ବ୍ୟୁରୋ): ଝାରପଡା ଜେଲ୍‌ରେ ଏବେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ଶତାଧିକ କଏଦୀ ଆକ୍ରାନ୍ତ ହୋଇଥିବାବେଳେ କେତେଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଛି। ଜେଲ୍‌ ଆଇସୋଲେଶନ...

ଆର୍‌ଟିଓ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୧୯ା୮(ବ୍ୟୁରୋ): ପରିବହନ ବିଭାଗର କେତେକ ଅଧିକାରୀଙ୍କୁ ପଦୋନ୍ନତି ଦିଆଯିବା ସହ କେତେକ ଆର୍‌ଟିଓଙ୍କୁ ବଦଳି କରାଯାଇଛି। ଏ ନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ...

ଶୀତରେ ଥରୁଛି ବଡ଼ବିଲ: ତାପମାତ୍ରା ସର୍ବନିମ୍ନ ୪ ଡିଗ୍ରୀକୁ ଖସିଲା

ବଡ଼ବିଲ, ୩୦।୧୨(ସ୍ବ.ପ୍ର.)- କେନ୍ଦୁଝର ଜିଲା ବଡ଼ବିଲରେ ତାପମାତ୍ରା ହ୍ରାସ ପାଇ ପାରଦ ସର୍ବନିମ୍ନ ସ୍ତର ୪ ଡିଗ୍ରୀକୁ ଖସିଆସିଛି। ପୌରାଞ୍ଚଳ ଉପକଣ୍ଠ ତଥା ଆଖପାଖ ଅଞ୍ଚଳରେ...

ଖରିଫ ଚାଉଳ ସଂଗ୍ରହରେ ବିଳମ୍ବ

ସମ୍ବଲପୁର,୨୨ା୬(ଶୁଭାଶିଷ ପାଢ଼ୀ) ଆର୍ଥତ୍କ ବର୍ଷ ୨୦୨୨-୨୩ ପାଇଁ ଖରିଫ ଧାନ ସଂଗ୍ରହ ଧାର୍ଯ୍ୟ ଓ ଅନୁମୋଦିତ ପରିମାଣ ଅନୁସାରେ ହୋଇଥିଲା। ତଦନୁଯାୟୀ ଜିଲା ତଥା ବାହାର...

ରାଜ୍ୟ ସଂଗ୍ରହାଳୟରେ ନୌବାଣିଜ୍ୟ ଗ୍ୟାଲେରି ଉଦ୍‌ଘାଟିତ

ଭୁବନେଶ୍ୱର, ୧।୮(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ରାଜ୍ୟ ସଂଗ୍ରହାଳୟଠାରେ ନୌ-ବାଣିଜ୍ୟ ଐତିହ୍ୟ ଗ୍ୟାଲେରି ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ପର୍ଯ୍ୟଟନ,...

ବର୍ଷା ପାଇଁ ପୂଜାର୍ଚ୍ଚନା

କେନ୍ଦୁଝର,୭ା୬(ସ୍ବ.ପ୍ର.): ସଦର ବ୍ଲକ ଅନ୍ତର୍ଗତ ବଉଳମାଳ ଗ୍ରାମ ତଥା ଆଖପାଖ ଅଞ୍ଚଳରେ ବର୍ଷା ହୋଇ ନ ଥିବାରୁ ଚାଷୀକୁଳ ହତାଶ ହୋଇପଡ଼ିଛନ୍ତିା ଫଳରେ ଲୋକେ ବର୍ଷା...

କ୍ୱାରାଣ୍ଟାଇନ୍‌ ଥିବା ହୋଟେଲ କର୍ମଚାରୀଙ୍କୁ ଘର ମାଲିକ ହଇରାଣ କଲେ ପଦକ୍ଷେପ

ଭୁବନେଶ୍ୱର,୨୧ା୩ (ବ୍ୟୁରୋ): କରୋନା ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସହରର ୩ ହୋଟେଲକୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପରିଣତ...

Advertisement
Archives

Model This Week