Posted inଖେଳ

ପ୍ରଥମ ମ୍ୟାଚରେ ଟିମ୍‌ ଇଣ୍ଡିଆର ଦମଦାର ବିଜୟ, ଲଢୁଆ ବ୍ୟାଟିଂ ସତ୍ତ୍ୱେ ହାରିଲା ଶ୍ରୀଲଙ୍କା…

ଗୁଆହାଟୀ,୯।୧ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମଙ୍ଗଳବାର ଗୁଆହାଟିର ବାରସାପରା କ୍ରିକେଟ ଷ୍ଟାଡିୟମରେ ତିନିଟିକିଆ ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚରେ ଟିମ୍‌ ଇଣ୍ଡିଆ ଭ୍ରମଣକାରୀ ଦଳ ଶ୍ରୀଲଙ୍କାକୁ ପରାଜିତ କରିଛି। ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଶ୍ରୀଲଙ୍କା ଶେଷରେ ପରାଜୟ ସ୍ବୀକାର କରିଛି। ପ୍ରଥମ ମ୍ୟାଚରେ ଟିମ୍‌ ଇଣ୍ଡିଆ ଯାତ୍ରା ଦମଦାର ବିଜୟରୁ ଆରମ୍ଭ ହୋଇଛି। ଲଢୁଆ ବ୍ୟାଟିଂ ସତ୍ତ୍ୱେ ଶ୍ରୀଲଙ୍କା ହାରିଛି।

ଶ୍ରୀଲଙ୍କା ଅଧିନାୟକ ଦାସୁନ ଶାନାକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ପ୍ରଥମେ ବ୍ୟାଟିଂ କରିଥିଲା। ଭାରତ ଧାର୍ଯ୍ୟ ୫୦ ଓଭରରେ ୭ ଓ୍ବିକେଟ ହରାଇ ୩୭୩ ରନର ବିଶାଳ ସ୍କୋର କରିଥିଲା। ଫଳରେ ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୩୭୪ ରନ ରହିଥିଲା। ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ୫୦ ଓଭରରେ ଶ୍ରୀଲଙ୍କା ୮ ଓ୍ବିକେଟ ହରାଇ ୩୦୬ ରନ କରିଥିଲା।

ଭାରତ ପକ୍ଷରୁ ରୋହିତ ଶର୍ମା ଏବଂ ଶୁଭମାନ ଗିଲ ଓପନିଂ କରି ଦମଦାର ବ୍ୟାଟିଂ କରିଥିଲେ। ରୋହିତ ୬୭ ବଲରେ ୮୩ ରନ କରିଥିବାବେଳେ ଶୁଭମାନ ୬୦ ବଲରେ ୭୦ ରନ କରିଥିଲେ। ସେହିପରି ବିରାଟ କୋହଲି ୮୭ ବଲରେ ୧୧୩ ରନ, ଶ୍ରେୟଶ ଆୟର ୨୪ ବଲରେ ୨୮ ରନ କରିଥିଲେ। କେଏଲ ରାହୁଲ ୨୯ ବଲରେ ୩୯ ରନ ସଂଗ୍ରହ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୧୨ ବଲରେ ୧୪ ରନ କରିଥିଲେ।

ଶ୍ରୀଲଙ୍କା ପକ୍ଷରୁ ପାଥୁମ ନିଶାଙ୍କା ୮୦ ବଳରେ ୭୨ ରନ କରିଥିବାବେଳେ ଧନଞ୍ଜୟ ଡି ସିଲଭା ୪୦ ବଲରେ ୪୭ ରନ କରିଥିଲେ। ଦାସୁନ ଶାନାକା ଅପରାଜିତ ରହି ୮୮ ବଲରେ ୧୦୮ ରନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲିମ୍ପିକ୍ସରେ ଦିଆଯାଉଥିବା ସ୍ବର୍ଣ୍ଣ ପଦକ ରୂପାରେ ତିଆରି! କାରଣ ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୭।୭: ପ୍ୟାରିସ ପ୍ରସ୍ତୁତ। ବିଶ୍ୱର ୧୦,୫୦୦ରୁ ଊର୍ଦ୍ଧ୍ୱ ଆଥଲେଟ୍‌ଙ୍କ ସମାଗମରେ ‘ସିଟି ଅଫ ଲାଇଟ୍ସ’ ହୋଇଉଠିଛି ଚଳଚଞ୍ଚଳ। ଶୁକ୍ରବାରଠାରୁ ଏଠାରେ ଆରମ୍ଭ ହୋଇଛି ବିଶ୍ୱର ସର୍ବୋଚ୍ଚ...

ଆଜି ଭାରତ-ଶ୍ରୀଲଙ୍କା ମ୍ୟାଚ୍‌

ପାଲିକେଲ, ୨୭।୭: ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ସୀମିତ ଓଭର ସିରିଜ ଶନିବାରଠାରୁ ଆରମ୍ଭ ହେବ। ଭ୍ରମଣକାରୀ ଦଳ ନୂଆ କୋଚ୍‌ ଗୌତମ ଗମ୍ଭୀର...

୫୮ ବର୍ଷରେ ଅଲିମ୍ପିକ୍ସ ଡେବ୍ୟୁ କଲେ ଏହି ଖେଳାଳି

ସାଣ୍ଟିଆଗୋ,୨୬ା୭: ଚିଲିର ଟେବୁଲ ଟେନିସ୍‌ ଖେଳାଳି ଝେଙ୍ଗ ଝିୟିଙ୍ଗ ୫୮ ବର୍ଷ ବୟସରେ ଅଲିମ୍ପିକ୍ସ ପଦାର୍ପଣ କରିବାକୁ ଯାଉଛନ୍ତି। ଚାଇନାରେ ଜନ୍ମ ନେଇଥିବା ଏହି ଖେଳାଳି...

ଆଜି ନ୍ୟୁଜିଲାଣ୍ଡ ବିପକ୍ଷରୁ ଭାରତର ଅଭିଯାନ ଆରମ୍ଭ

ପ୍ୟାରିସ, ୨୭।୭ : ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଅଭିଯାନ ଶନିବାର ଆରମ୍ଭ ହେବ। ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟ ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ...

୧୭ ଶୁଟରଙ୍କ ପଦାର୍ପଣ

ପ୍ୟାରିସ୍‌,୨୭।୭: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହୋଇସାରିଥିବା ବେଳେ ଶନିବାର ଭାରତୀୟ ଶୁଟିଂ ଦଳ ଏହାର ଅଭିଯାନ ଆରମ୍ଭ କରିବ। ଭାରତ ଅଲିମ୍ପିକ୍ସରେ ସମୁଦାୟ ୩୫ଟି...

ଭବିଷ୍ୟତରେ ଟିମ୍‌ ଇଣ୍ଡିଆର ୩ ଫର୍ମାଟର ଅଧିନାୟକ ହେବେ ଗିଲ! ଟି୨୦- ଦିନିକିଆ ପରେ ଏବେ…

ନୂଆଦିଲ୍ଲୀ,୨୬।୭: ଭାରତୀୟ କ୍ରିକେଟ ଟିମ୍‌ର ୨୪ ବର୍ଷୀୟ ଓପନର ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କୁ ନିକଟରେ ଶ୍ରୀଲଙ୍କା ଗସ୍ତ ଲାଗି ଦିନିକିଆ ଏବଂ ଟି୨୦ରେ ଭାରତର ଉପଅଧିନାୟକ...

ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ

ଦାମ୍ବୁଲା,୨୬ା୭: ବାଂଲାଦେଶକୁ ୧୦ ଉଇକେଟରେ ପରାସ୍ତ କରି ଗତଥରର ଚାମ୍ପିୟନ ଭାରତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ...

‘କ୍ରିକେଟ କେବଳ ଏକ ଖେଳ, ଜୀବନ ନୁହେଁ…’ ଅଧିନାୟକ ହେବା ପରେ…

ନୂଆଦିଲ୍ଲୀ,୨୬।୭:ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ କ୍ରିକେଟ ଟିମ୍‌ ପ୍ରଥମ ମ୍ୟାଚ୍‌ ଜୁଲାଇ ୨୭,୨୦୨୪ରୁ ଖେଳିବ। ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟି୨୦ ଟିମ୍‌ର ନବନିଯୁକ୍ତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri