Posted inଖେଳ

ପ୍ରଥମ ମ୍ୟାଚରେ ଟିମ୍‌ ଇଣ୍ଡିଆର ଦମଦାର ବିଜୟ, ଲଢୁଆ ବ୍ୟାଟିଂ ସତ୍ତ୍ୱେ ହାରିଲା ଶ୍ରୀଲଙ୍କା…

ଗୁଆହାଟୀ,୯।୧ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମଙ୍ଗଳବାର ଗୁଆହାଟିର ବାରସାପରା କ୍ରିକେଟ ଷ୍ଟାଡିୟମରେ ତିନିଟିକିଆ ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚରେ ଟିମ୍‌ ଇଣ୍ଡିଆ ଭ୍ରମଣକାରୀ ଦଳ ଶ୍ରୀଲଙ୍କାକୁ ପରାଜିତ କରିଛି। ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଶ୍ରୀଲଙ୍କା ଶେଷରେ ପରାଜୟ ସ୍ବୀକାର କରିଛି। ପ୍ରଥମ ମ୍ୟାଚରେ ଟିମ୍‌ ଇଣ୍ଡିଆ ଯାତ୍ରା ଦମଦାର ବିଜୟରୁ ଆରମ୍ଭ ହୋଇଛି। ଲଢୁଆ ବ୍ୟାଟିଂ ସତ୍ତ୍ୱେ ଶ୍ରୀଲଙ୍କା ହାରିଛି।

ଶ୍ରୀଲଙ୍କା ଅଧିନାୟକ ଦାସୁନ ଶାନାକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ପ୍ରଥମେ ବ୍ୟାଟିଂ କରିଥିଲା। ଭାରତ ଧାର୍ଯ୍ୟ ୫୦ ଓଭରରେ ୭ ଓ୍ବିକେଟ ହରାଇ ୩୭୩ ରନର ବିଶାଳ ସ୍କୋର କରିଥିଲା। ଫଳରେ ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୩୭୪ ରନ ରହିଥିଲା। ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ୫୦ ଓଭରରେ ଶ୍ରୀଲଙ୍କା ୮ ଓ୍ବିକେଟ ହରାଇ ୩୦୬ ରନ କରିଥିଲା।

ଭାରତ ପକ୍ଷରୁ ରୋହିତ ଶର୍ମା ଏବଂ ଶୁଭମାନ ଗିଲ ଓପନିଂ କରି ଦମଦାର ବ୍ୟାଟିଂ କରିଥିଲେ। ରୋହିତ ୬୭ ବଲରେ ୮୩ ରନ କରିଥିବାବେଳେ ଶୁଭମାନ ୬୦ ବଲରେ ୭୦ ରନ କରିଥିଲେ। ସେହିପରି ବିରାଟ କୋହଲି ୮୭ ବଲରେ ୧୧୩ ରନ, ଶ୍ରେୟଶ ଆୟର ୨୪ ବଲରେ ୨୮ ରନ କରିଥିଲେ। କେଏଲ ରାହୁଲ ୨୯ ବଲରେ ୩୯ ରନ ସଂଗ୍ରହ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୧୨ ବଲରେ ୧୪ ରନ କରିଥିଲେ।

ଶ୍ରୀଲଙ୍କା ପକ୍ଷରୁ ପାଥୁମ ନିଶାଙ୍କା ୮୦ ବଳରେ ୭୨ ରନ କରିଥିବାବେଳେ ଧନଞ୍ଜୟ ଡି ସିଲଭା ୪୦ ବଲରେ ୪୭ ରନ କରିଥିଲେ। ଦାସୁନ ଶାନାକା ଅପରାଜିତ ରହି ୮୮ ବଲରେ ୧୦୮ ରନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

IMD ଡିଜିଙ୍କ ବଡ଼ ସୂଚନା; ଆହୁରି ୨ ଦିନ ଛେଚିବ ବର୍ଷା, ଆଜି ରାତିରେ ଦକ୍ଷିଣ ଓଡ଼ିଶାରେ ହେବ….

ଭୁବନେଶ୍ବର,୨୩ା୯: ଗଭୀର ଅବପାତର ଗତି ନେଇ ବଡ଼ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଗଭୀର ଅବପାତର ଗତି ମନ୍ଥର ରହିଛି, ସେଥିପାଇଁ ବର୍ଷାର…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ବଡ଼ ବୟାନ ଦେଲେ କୋଚ, କହିଲେ,‘ମୁଁ ତାଙ୍କୁ ଅପେକ୍ଷା କରିଛି…’

ନୂଆଦିଲ୍ଲୀ,୨୩।୯: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ ସହିତ ଜାପାନରେ ଅଛନ୍ତି। ସେ ୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ସେଠାରେ ତାଙ୍କର…

କଳାହାଣ୍ଡିରେ ପ୍ରବଳ ବର୍ଷା; ଗୁରୁବାର ସବୁ ସ୍କୁଲ ଛୁଟି, NH୨୬ରେ ଗଛ ପଡିବାରୁ ରାସ୍ତା ଜାମ୍

ଭବାନୀପାଟଣା ୨୩।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି…

୨୦୨୭ ବିଶ୍ୱକପ ବିଷୟରେ ଉଲ୍ଲେଖ କରି ବିରାଟ-ରୋହିତଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ରିଙ୍କୁ ସିଂହ, କହିଲେ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଟି-୨୦ ଦଳର ଷ୍ଟାର୍‌ ବ୍ୟାଟର ରିଙ୍କୁ ସିଂହ, ଦଳର ଦୁଇ ପ୍ରମୁଖ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?