Posted inଖେଳ

ଟି୨୦ ବିଶ୍ୱକପ୍‌ କାର୍ଯ୍ୟସୂଚୀକୁ ସମାଲୋଚନା

ଦୁବାଇ,୩୧।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ନିମ୍ନମାନର ପ୍ରଦର୍ଶନ ଜାରି ରଖିଥିବା ବେଳେ ଅଧିନାୟକ ବିରାଟ କୋହଲି କାର୍ଯ୍ୟସୂଚୀକୁ ସମାଲୋଚନା କରିଛନ୍ତି। ଚଳିତ ଟି୨୦ ବିଶ୍ୱକପ୍‌ରେ ୨୪ ତାରିଖରେ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିଥିବା ଭାରତୀୟ ଦଳ ଏକ ସପ୍ତାହ ବ୍ୟବଧାନ ପରେ ଦ୍ୱିତୀୟ ମ୍ୟାଚ୍‌ ଖେଳିଛି। ଏଭଳି ବ୍ରେକକୁ ହାସ୍ୟସ୍ପଦ କହିବା ସହ ଆମେ ୧୦ ଦିନ ମଧ୍ୟରେ ଦୁଇ ଥର ଖେଳୁଛୁ। ଏହା ଖୁବ୍‌ ବଡ଼ ବ୍ରେକ ବୋଲି କହିଛନ୍ତି କୋହଲି।

“ମୋ ମତରେ ଲମ୍ବା ବ୍ରେକ ଆମ ପାଇଁ ସବୁ ଦୃଷ୍ଟିରୁ ଭଲ ସାବ୍ୟସ୍ତ ହୋଇଛି। ୟୁଏଇର ଚ୍ୟାଲେଞ୍ଜିଂ ପରିସ୍ଥିତିରେ ଆମେ ଆଇପିଏଲ ଖେଳି ଆସିଛୁ। ଏଣୁ ଏଭଳି ବ୍ରେକ୍‌ ଆମ ପାଇଁ ନିଶ୍ଚିତ ଭାବେ ଭଲ। ମ୍ୟାଚ୍‌ ପୂର୍ବରୁ ପୂରା ଫିଟ୍‌ ରହିବାରେ ଏଭଳି ବ୍ରେକ ଦଳକୁ ସାହାଯ୍ୟ କରେ। ଆଇପିଏଲ ଭଳି ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଟୁର୍ନାମେଣ୍ଟ ପରେ ଆମ ଶରୀରକୁ ଲମ୍ବା ବ୍ରେକ ଦରକାର ଥିଲା” ବୋଲି କୋହଲି କହିଥିଲେ।

ଭାରତୀୟ ଦଳ ଆସନ୍ତା ୩ ତାରିଖରେ ଆଫଗାନିସ୍ତାନକୁ ଭେଟିବ। ଏହାପରେ ୫ରେ ସ୍କଟଲାଣ୍ଡ ଓ ୮ରେ ନାମିବିଆ ସହ ଖେଳିବ ଭାରତୀୟ ଦଳ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନର ପ୍ରଥମ ବିଜୟ, ହାରିଲା ନେଦରଲାଣ୍ଡ…

ମେଲବୋର୍ନ,୩୦।୧୦ : ପର୍ଥର ଅପ୍ଟସ ଷ୍ଟାଡିୟମରେ ପାକିସ୍ତାନ ଏବଂ ନେଦରଲାଣ୍ଡ ମଧ୍ୟରେ ଟି -୨୦ ବିଶ୍ୱକପର ୨୯ ତମ ମ୍ୟାଚରେ ନେଦରଲାଣ୍ଡ ଟସ ଜିତି ପ୍ରଥମେ...

କ୍ରିକେଟ୍‌ରେ ‘ଡାଇମଣ୍ଡ-ଡକ ଆଉଟ୍‌’ କ’ଣ ଜାଣନ୍ତି

ମୁମ୍ବାଇ,୮।୫: ଆଇପିଏଲ ୨୦୨୨ରେ କେ.ଏଲ ରାହୁଲ ଭଲ ଫର୍ମରେ ଅଛନ୍ତି। ସେ ଲକ୍ଷ୍ନୌ ସୁପର୍‌ ଜିଆଣ୍ଟ୍ସ ଦଳ ପାଇଁ ସର୍ବାଧିକ ରନ ସ୍କୋରର, କିନ୍ତୁ ଏହା...

ଆଇପିଏଲ୍‌: ପୁରୁଣା ସଫଳତା ଦୋହରାଇବା ଲକ୍ଷ୍ୟରେ କୋଲକାତା

କୋଲକାତା,୩।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦୁଇଥର ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିବା କୋଲକାତା ନାଇଟ ରାଇଡର୍ସ (କେକେଆର) ଏଥର ପୁରୁଣା ପ୍ରଦର୍ଶନ ଦୋହରାଇବା...

ପାକିସ୍ତାନ ବିପକ୍ଷ ମହାମୁକାବିଲା ପୂର୍ବରୁ ଟିମ ଇଣ୍ଡିଆକୁ ସତର୍କ କରାଇଲେ କୋହଲି

ନୂଆଦିଲ୍ଲୀ,୧।୯: ସମସ୍ତ କ୍ରିକେଟ ପ୍ରେମୀ ଏସିଆ କପ ୨୦୨୩ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାମୁକାବିଲା ମ୍ୟାଚ ପାଇଁ ଉତ୍ସାହର ସହିତ ଅପେକ୍ଷା...

ରେସ୍‌ଲିଂ ବିଶ୍ୱ ଚାମ୍ପିୟନଶିପ୍‌: ଭିନେଶ୍‌ଙ୍କ ଟାଇଟଲ୍‌ ଆଶା ମଉଳିଲା

ନୁର୍‌-ସୁଲତାନ (କାଜାଖସ୍ତାନ), ୧୭।୯ (ପି.ଟି.)- ଏଠାରେ ଚାଲିଥିବା ରେସ୍‌ଲିଂ ବିଶ୍ୱ ଚାମ୍ପିୟନଶିପ୍‌ରେ ଷ୍ଟାର୍‌ ଭାରତୀୟ ମହିଳା ରେସ୍‌ଲର ଭିନେଶ ଫୋଗତଙ୍କ ଟାଇଟଲ୍‌ ଜିତିବା ଆଶା ମଉଳି...

୨୨୫ ରନ୍‌ କଲେ ସିରିଜ୍‌ ଜିତିବ ଇଂଲଣ୍ଡ

ଅହମ୍ମଦାବାଦ,୨୦।୩: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶନିବାର ଚାଲିଥିବା ଅନ୍ତିମ ମ୍ୟାଚରେ ଭାରତୀୟ ଦଳ ଜବରଦସ୍ତ ବ୍ୟାଟିଂ କରିଛି। ଅଧିନାୟକ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ...

ଧାଓ୍ବନ, ରାହାନେ, ଅଶ୍ୱିନଙ୍କ ପରାମର୍ଶ ନେବେ ପନ୍ତ

ମୁମ୍ବାଇ, ୧୦।୪(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୧ ପାଇଁ ରିଷଭ ପନ୍ତଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ନେତୃତ୍ୱଭାର ଦିଆଯାଇଛି। ଦଳରେ ଅନେକ ସିନିୟର ଖେଳାଳି...

ମାନସିକ ଶାନ୍ତି ପାଇଁ କ୍ରିକେଟରୁ କିଛିଦିନ ଛୁଟି ନେଲେ ଏହି କ୍ରିକେଟର୍‌

ଢାକା,୧୨।୮: ବାଲାଂଦେଶର ଷ୍ଟାର୍‌ ଖେଳାଳି ତମିମ୍‌ ଇକବାଲ୍‌ କ୍ରିକେଟରୁ କିଛିଦିନ ଦୂରେଇ ଯାଇଛନ୍ତି। ମାନସିକ ଶାନ୍ତି ପାଇଁ ସେ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି। ସେ...

Advertisement
Archives

Model This Week