Posted inଖେଳ

ଟିମ୍‌ ଇଣ୍ଡିଆରେ ଅଛନ୍ତି ବହୁ ଯୁବ ଟ୍ରମ୍ପ କାର୍ଡ…

କଲମ୍ବୋ,୨୭।୭ : ଏସିଆ କପ ଏବଂ ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆ ବିଷୟରେ ଶ୍ରୀଲଙ୍କା ପାଇଁ ଏକଦିବସୀୟରେ ୪୦୦ ୱିକେଟ ନେଇଥିବା ଚାମିଣ୍ଡା ଭାସ ନ୍ୟୁଜ ଏଜେନ୍ସିକୁ ଏକ ସାକ୍ଷାତକାରରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯଦି ଆପଣ ଭାରତୀୟ ଦଳ ବିଷୟରେ କଥା ହେବା ତେବେ ଦଳରେ କେବଳ ବିରାଟ କୋହଲି ଏବଂ ରୋହିତ ଶର୍ମା ଟ୍ରମ୍ପ କାର୍ଡ ନୁହଁନ୍ତି।

ଟିମ ଇଣ୍ଡିଆରେ ବହୁ ଯୁବ ପ୍ରତିଭା ରହିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବଙ୍କ ପରି ଅନେକ ଯୁବ କ୍ରିକେଟର ଅଛନ୍ତି। ସେମାନଙ୍କୁ ଟ୍ରମ୍ପ କାର୍ଡ କୁହାଯାଇ ପାରିବ। ଏହା ସହିତ ଯଶସ୍ବୀ ଜୈସୱାଲ ମଧ୍ୟ ଭଲ ଖେଳୁଛନ୍ତି। ଗିଲ ଭଲ ଖେଳୁଛନ୍ତି। ଭାରତ ପାଖରେ ପ୍ରତିଭାଙ୍କର ଅଭାବ ନାହିଁ। ସମସ୍ତେ ନିଜ ନିଜର ଦକ୍ଷତା ପ୍ରତିପାଦିତ କରିବାକୁ ଯାଉଛନ୍ତି।

ଯେତେବେଳେ ବ୍ୟାଟିଂ କଥା ଆସେ, ମୁଁ ଭାବୁଛି ଭାରତ ସବୁବେଳେ ବିରାଟ ଏବଂ ରୋହିତଙ୍କ ଉପରେ ଭରସା କରିବା ଆବଶ୍ୟକ ନୁହେଁ। ଅନ୍ୟମାନେ ମଧ୍ୟ ଆବଶ୍ୟଖ ସହଯୋଗ କରୁଛନ୍ତି। ହଁ ଏହା ହୁଏତ ସତ୍ୟ ଯଦି ବିରାଟ ଏବଂ ରୋହିତ ଭଲ ପ୍ରଦର୍ଶନ କରନ୍ତି ତେବେ ଭାରତ ଅଧିକାଂଶ ମ୍ୟାଚ ଜିତିବାର ଆଶା ରହିବ।

ଭାସ ଟିମ ଇଣ୍ଡିଆରେ ଜସପ୍ରୀତ ବୁମରାଙ୍କ ବିଷୟରେ କହିଛନ୍ତି, ଯଦି ସେ ଫିଟ ହୁଅନ୍ତି ତେବେ ବିଶ୍ୱକପରେ ଭାରତ ପାଇଁ ଏକ ବଡ଼ ଲାଭ ହେବ। ସେପ୍ଟେମ୍ବର ୨୦୨୨ ଠାରୁ ଖେଳରୁ ବୁମରା ଦୂରେଇ ରହିଛନ୍ତି।

ବୁମରା ଫେରିବା ନେଇ ଭାସ କହିଛନ୍ତି ଏହା ସହଜ ହେବ ନାହିଁ କିନ୍ତୁ ଆମେ ଜାଣୁ ସେ ଦୁନିଆର ସର୍ବୋତ୍ତମ ବୋଲରମାନଙ୍କ ମଧ୍ୟରୁ ଜଣେ। ସେ ଯେଉଁଭଳି ପ୍ରଦର୍ଶନ କରିଛନ୍ତି, ସେ ଜଣେ ଅତ୍ୟନ୍ତ ସ୍ଥିର ଖେଳାଳି । ଭାରତୀୟ ଦଳରେ ତାଙ୍କର ଏବେ ଆବଶ୍ୟକତା ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ ବିଜୟୀ ଅଧିନାୟକଙ୍କୁ ମିଳିଲା ପାକିସ୍ତାନ ଦାୟିତ୍ୱ; ବାଂଲାଦେଶ ଗସ୍ତ ପାଇଁ ଦଳ ଘୋଷଣା

ଇସଲାମାବାଦ,୧୮।୪: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମେ ମାସରେ ହେବାକୁ ଥିବା ବାଂଲାଦେଶ ଗସ୍ତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବୋର୍ଡ ଟେଷ୍ଟ ଦଳର ନୂତନ…

ବଦଳିଲା ରାଜ୍ୟ ଯୋଜନା ବୋର୍ଡ, ଏହି ନୂଆ ନାମରେ ହେଲା ନାମିତ

ଭୁବନେଶ୍ୱର,୧୮ା୪: ରାଜ୍ୟ ଯୋଜନା ବୋର୍ଡର ନାମ ପରିବର୍ତ୍ତନ କରିଛନ୍ତି ମୋହନ ସରକାର। ନୀତି ଓ ବିକାଶର ଥିଙ୍କ୍‌ ଟ୍ୟାଙ୍କ ପାଲଟିଥିବା ଯୋଜନା ବୋର୍ଡ ଏବେ ଇତିହାସ ପାଲଟିଛି।…

ରାଜସାକ୍ଷୀ ହେବେ ଜାକ୍‌ଲିନ୍‌: ମନିଲଣ୍ଡରିଂ ମାମଲାରେ ନୂଆମୋଡ଼

ନୂଆଦିଲ୍ଲୀ,୧୮ା୪:ଠକ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା ଏକ ନୂଆ ମୋଡ଼ ନେଇଛି। ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ନାଣ୍ଡିଜ୍‌ ମାମଲାରେ ରାଜସାକ୍ଷୀ ହେବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ…

ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ର ପଣ୍ଡ: ଓଡ଼ିଶା ସମେତ ଏହି ସବୁ ରାଜ୍ୟରୁ ଧରାପଡିଲେ…

ନୂଆଦିଲ୍ଲୀ/ଭୁବନେଶ୍ୱର,୧୮।୪: ଦେଶରେ ଏକ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ପଣ୍ଡ କରାଯାଇଛି। ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ, ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ୍‌ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପ୍ରସ୍ତୁତ…

୧୮ ବର୍ଷରେ ପଦାର୍ପଣ କଲା IPL: ଯେଉଁ ମଇଦାନରେ ଖେଳାଯାଇଥିଲା ପ୍ରଥମ ମ୍ୟାଚ, ଆଜି ସେଠି ଲେଖାଯିବ ଇତିହାସ

ନୂଆଦିଲ୍ଲୀ,୧୮।୪: ଇଣ୍ଡିଆନ ପ୍ରିମିୟର ଲିଗ ଆଜି ୧୮ ବର୍ଷ ପୂରଣ କରୁଛି। ଏହି ଲିଗ ଏପ୍ରିଲ ୧୮, ୨୦୦୮ରେ ଆରମ୍ଭ ହୋଇଥିଲା। ଲିଗ୍‌ର ପ୍ରଥମ ମ୍ୟାଚ ବେଙ୍ଗାଲୁରୁର…

ଘରେ ପଶି ନେଇଥିଲେ ନଗଦ ଟଙ୍କା,ସୁନା ଛାଡ଼ି ନଥିଲେ ବି ଲୁଗା: ଘଟଣାର ୪ ମାସ ପରେ ପର୍ଦ୍ଦାଫାଶ

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ଗ୍ରାମର ଏନ. ରାଜିୟା ରେଡ୍ଡୀଙ୍କ ଘରେ ପଶି ନଗଦ ୬୦ ହଜାର ଟଙ୍କା,…

ଅତିରିକ୍ତ ଜିଲାପାଳ ତଦାରଖ କଲେ ଜନଗଣନା କାର୍ଯ୍ୟ: ଘର ଘର ବୁଲି କଲେ…

ଗଞ୍ଜାମ,୧୮।୪(ବିଦ୍ୟାଧର ସାହୁ ): ଜନଗଣନା ଚାଲିଥିବାବେଳେ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳରେ ମଧ୍ୟ ଏହା ଜାରି ରହିଛି l ଏଥିରେ ସ୍କୁଲ ଶିକ୍ଷୟିତ୍ରୀ/ଶିକ୍ଷକମାନେ ନିୟୋଜିତ ଅଛନ୍ତି। ଠିକ ଭାବେ…

ବନ୍ଦ ହୋଇଯିବ ହର୍ମୁଜ ପ୍ରଣାଳୀ? ଫେରିଗଲା ୨୧ ଜାହାଜ, ଇରାନ ଦେଲା ବଡ଼ ଓ୍ବାର୍ଣ୍ଣିଂ

ତେହରାନ,୧୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସମୟସୀମା ନିକଟତର ହେବା ସହିତ, ହର୍ମୁଜ ପ୍ରଣାଳୀକୁ ଘେରି ରହିଥିବା ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇବା ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri