Posted inଖେଳ

ଏସିଆ କପ ବିଷୟରେ ପୂର୍ବାନୁମାନ କରିବା କଷ୍ଟକର…

କଲମ୍ବୋ,୨୭।୭ : ଆଗକୁ ଏସିଆ କପ ଆସୁଛି। ୩୦ ଅଗଷ୍ଟରୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଖେଳା ଯିବ। ଏନେଇ ଅଂଶଗ୍ରହଣକାରୀ ଟିମଙ୍କ ମଧ୍ୟରେ ପ୍ରସ୍ତୁତି ଜୋର ଦାର ହେବାରେ ଲାଗିଛି। ଏସିଆ କପରେ ତାଙ୍କର ପ୍ରିୟ ଖେଳାଳିଙ୍କ ବିଷୟରେ ପଚରାଯାଇଥିବା ବେଳେ ଶ୍ରୀଲଙ୍କାର ପୂର୍ବତନ ବୋଲ ଚାମିଣ୍ଡା ଭାସ କହିଛନ୍ତି, ମୁଁ ନିଶ୍ଚିତ ଶ୍ରୀଲଙ୍କା ମଧ୍ୟ ଟାଇଟଲ ରକ୍ଷା କରିବାକୁ ଚାହିଁବ ଏବଂ ଏସିଆ କପରେ ଯଥାସମ୍ଭବ ଚେଷ୍ଟା କରିବ।

ତେବେ ଅନ୍ୟ ଦଳଙ୍କ ମଧ୍ୟରେ ପାକିସ୍ତାନ, ଆଫଗାନିସ୍ତାନ, ଭାରତ ଏବଂ ବାଂଲାଦେଶ ପ୍ରମୁଖ ରହିଛନ୍ତି। ଆଇପିଏଲରେ ବହୁ ଖେଳାଳି ନିଜ ନିଜର ପ୍ରତିଭାର ପରିଚୟ ଦେଇଛନ୍ତି। ଏଥିରୁ ସ୍ପଷ୍ଟ ସମସ୍ତ ଦଳ ପାଖରେ ଭଲ ଖେଳାଳି ଅଛନ୍ତି । ସେମାନେ ପ୍ରକୃତରେ ଭଲ ଖେଳୁଛନ୍ତି ମଧ୍ୟ। ତେଣୁ ଏସିଆ କପ ବିଷୟରେ କିଛି ପୂର୍ବାନୁମାନ କରିବା ଅତ୍ୟନ୍ତ କଷ୍ଟକର ।

ଅପରପକ୍ଷରେ କ୍ରିକେଟ ସବୁବେଳେ ଏକ ଅନିଶ୍ଚିତ ଖେଳ ମଧ୍ୟ। ଖେଳ ପଡ଼ିଆରେ ସବୁକିଛି ନିର୍ଣ୍ଣୟ ହୋଇଥାଏ ବୋଲି ସେ ମତପୋଷଣ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଝରିପଦର ଡାକ୍ତରଖାନାରେ ଡାକ୍ତର ଅନୁପସ୍ଥିତ: ରୋଗୀ ସେବା ବିପର୍ଯ୍ୟସ୍ତ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ମା ଗର୍ଭରେ ଥିବା ଶିଶୁ ଠାରୁ ଆରମ୍ଭ କରି ବୁଢା ବୁଢ଼ୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା…

ଭାରତୀୟ ଖେଳାଳିଙ୍କ ବାରମ୍ବାର ଆଘାତ ପାଇଁ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ନେଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୮।୮: ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ବର୍ତ୍ତମାନ ଆହତ ହୋଇଛନ୍ତି, ଯାହା ଦଳ ପରିଚାଳନାକୁ ଚିନ୍ତିତ କରିଛି। ଅଧିନାୟକ ଶୁବମନ ଗିଲ ମଧ୍ୟ ଏହି ପ୍ରସଙ୍ଗ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ବଡ଼ ଝଟକା!

ଚେନ୍ନାଇ,୮।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏସ. ଜୋସେଫ ବିଜୟ କେନ୍ଦ୍ରର ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଏବଂ ତାମିଲନାଡୁ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ବିଷୟରେ ଆଲୋଚନା କରିବା…

ତିହାଡ଼ିପାଲି ଶିବ ମନ୍ଦିର ନିକଟ ପୋଲ ଉପରେ ଚାଲିଛି ପାଣି: ଯାତାୟାତ ବାଧାପ୍ରାପ୍ତ

ଜମନକିରା, ୮।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଚଳିତ ବର୍ଷ ଅତ୍ୟଧିକ ବର୍ଷା ଯୋଗୁଁ କୁଚିଣ୍ଡା-ଲାଡ-ଫାଶିମାଲ ଭାୟା ଧୁଡ଼ିପାଲି ପିଡବ୍ଲ୍ୟୁଡି ରାସ୍ତାରେ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଛି। ତିହାଡ଼ିପାଲି…

କାର୍ଯ୍ୟସ୍ଥଳରେ ମହିଳାଙ୍କୁ ଯୌନ ଉତ୍ପୀଡନରୁ ସୁରକ୍ଷା, ପ୍ରତିକାର ଆଇନ

ଦିଗପହଣ୍ଡି, ୮|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ ପକ୍ଷରୁ ଶନିବାର ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଶକ୍ତିଶ୍ରୀ…

ହଷ୍ଟେଲ ଛାଡ଼ିଲେ ୧୪୦ ପିଲା, ବିଜେଡି-କଂଗ୍ରେସ ନେତା ବିଦ୍ୟାଳୟ ଗସ୍ତ କରି ସମସ୍ତ ଭିତ୍ତିଭୂମିର…

ଝରିଗାଁ,୮ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସରେ ରହୁଥିବା ଅନ୍ତେବାସୀଙ୍କ ନିମ୍ନମାନର ଖାଦ୍ୟ ଦେବା ସହ ଭିତ୍ତିଭୂମିର…

ଦାରିଙ୍ଗବାଡ଼ିରେ ବଢୁଛି ଲୁଟ୍‌, ଗୋଟିଏ ଘଟଣାରେ ୨ ଗିରଫ, ଆଉ ୩ ଘଟଣାରେ ପୋଲିସ ହାତଖାଲି

ଦାରିଙ୍ଗବାଡ଼ି,୮ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ଚୋରି ଘଟଣାରେ ପୋଲିସ ଶନିବାର ୨ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ସୁରଜ…

ସୀମାଟପିଲାଣି ଦୁର୍ନୀତି: ଭିମାଗୁଡ଼ି-କର୍ଲାମୁଣ୍ଡା କଂକ୍ରିଟ ରାସ୍ତା ନିମ୍ନମାନର ନିର୍ମାଣ

ରିଷିଡା, ୮।୮ (ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକରେ ଦୁର୍ନୀତି ଦିନକୁ ଦିନ ସୀମା ଟପୁଥିବା ଅଭିଯୋଗ ହୋଇଛି। ବ୍ଲକ ଅଧିକାରୀଙ୍କ ଦାୟିତ୍ୱହୀନତା ତଥା ଅପାରଗତା ଯୋଗୁ ଠିକାଦାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri