ୟୁନିଫାଏଡ ଅଟୋମେଶନ ସିଷ୍ଟମକୁ ଶିକ୍ଷକଙ୍କ ତୀବ୍ର ବିରୋଧ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଇଓଙ୍କୁ ଦାବିପତ୍ର

ଭଞ୍ଜନଗର,୨୮।୭(ବାବୁଲା ପ୍ରଧାନ): ରାଜ୍ୟ ସରକାରଙ୍କ ଗଣ ଶିକ୍ଷା ବିଭାଗ ପକ୍ଷରୁ ଗତ ସପ୍ତାହର ଗୁରୁବାର ଠାରୁ
ୟୁନିଫାଏଡ ଅଟୋମେଶନ ସିଷ୍ଟମ ଲାଗୁ ହୋଇଛି। ଏହି ସିଷ୍ଟମ ଲାଗୁ ଦ୍ୱାରା ଶିକ୍ଷକ ମାନେ ବିଦ୍ୟାଳୟକୁ ଯିବାପରେ ନିଜ ମୋବାଇଲ ଫୋନରେ କ୍ଲକ ଇନ କରନ୍ତି। ବିଦ୍ୟାଳୟ ଛାଡ଼ିବା ସମୟରେ କ୍ଲକ ଆଉଟ କରନ୍ତି। ଏହାଦ୍ବାରା ଶିକ୍ଷକମାନେ ବିଦ୍ୟାଳୟକୁ କେତେବେଳେ ଆସିଲେ କେତେବେଳେ ଗଲେ ତାହା ଜଣାପଡିଥାଏ। ରାଜଧାନୀଠାରୁ ଆରମ୍ଭ କରି ଭଞ୍ଜନଗର ପର୍ଯ୍ୟନ୍ତ ଅଧିକାରୀମାନେ ଯେତେବେଳେ ଚାହିଁବେ ଉକ୍ତ ସଫ୍ଟୱେର ଖୋଲି ଶିକ୍ଷକଙ୍କ ଉପସ୍ଥାନ ସମ୍ପର୍କରେ ଜାଣିପାରିବେ। ଏହିଭଳି ସିଷ୍ଟମକୁ ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି । ଏନେଇ ସଂଘର କର୍ମକର୍ତ୍ତାମାନେ ଏକ ରାଲି ବାହାର କରି ସ୍ଥାନୀୟ ବିଇଓ କାର୍ଯ୍ୟଳୟରେ ପହଞ୍ଚିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଇଓଙ୍କୁ ପ୍ରଦାନ କରାଯାଇଥିଲା। ଏହି ସମୟରେ ଶିକ୍ଷକ ସଂଘ ସଭାପତି ଜଗଦିଶ ନାୟକ, ସମ୍ପାଦକ ମନୋଜ ବେହେରା, ଯୁଗ୍ମ ସମ୍ପାଦକ ଶିଶିର କାନ୍ତ ପତି, ଏସ କେ ବେହେରା, ସରୋଜ କାନ୍ତ ଶତପଥି, ଗୋକୁଳ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ , ରାଜ୍ୟର ଅନେକ ଅଞ୍ଚଳରେ ଏବେବି ମୋବାଇଲ ଫୋନ ସେବା ନାହିଁ। ଅନେକ ଶିକ୍ଷକଙ୍କ ପାଖରେ ମୋବାଇଲ ଫୋନ ନାହିଁ। କେଉଁଠି ନେଟୱର୍କ ଠିକ ରହୁନାହିଁ। ଏହିଭଳି ଅନେକ ସମସ୍ୟା ରହିଛି। ତଥାପି ସରକାର ଉକ୍ତ ସିଷ୍ଟମ କେବଳ ଶିକ୍ଷା ବିଭାଗରେ ଲାଗୁ କରିଛନ୍ତି। ସରକାର ଶିକ୍ଷକମାନଙ୍କୁ ମାନସିକ ଚାପ ଦେଉଛନ୍ତି। ଦେଶର ୨୨ ଟି ରାଜ୍ୟରେ ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରୁଛନ୍ତି। କିନ୍ତୁ ଆମ ରାଜ୍ୟରେ ଏହି ନିୟମ ଆଜି ପର୍ଯ୍ୟନ୍ତ ଲାଗୁ ହୋଇନାହିଁ। ୟୁନିଫାଏଡ ଅଟୋମେଶନ ସିଷ୍ଟମ ଲାଗୁ କରିବା ପୂର୍ବରୁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବାକୁ ସଂଘ ଦାବି କରିଛି। ୟୁନିଫାଏଡ ଅଟୋମେଶନ ସିଷ୍ଟମକୁ ବାଧ୍ୟ କରି ସମସ୍ତ ପ୍ରାଥମିକ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ମାନସିକ ଯତ୍ନଣା ନ ଦିଆଯାଉ। ଉକ୍ତ ବ୍ୟବସ୍ଥାକୁ ଲାଗୁ କରିବା ପୂର୍ବରୁ ଭିତ୍ତିଭୂମି ଯାଞ୍ଚ କରିବାର ଥିଲା। ବ୍ଲକର ଅନେକ ବିଦ୍ୟାଳୟରେ କୌଣସି ମୋବାଇଲ ନେଟୱର୍କ ଉପଲବ୍ଧ ନୁହେଁ । ଟାବଲେଟ ପାଇଁ ସିମ ଏବଂ ଇଣ୍ଟରନେଟ ସୂଚାରୁରୂପେ ଯୋଗାଇ ଦିଆଯାଇନାହିଁ। ବିଭାଗ ଦ୍ବାରା ପ୍ରଦତ୍ତ ଟାଲେଟ ଠିକ ଭାବେ କାମ କରୁ ନାହିଁ। ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଟାବଲେଟ ଯୋଗାଇ ଦିଆଯାଇ ନାହିଁ। ଗ୍ରାମାଞ୍ଚଳରେ ଛାତ୍ରୀଛାତ୍ର ଗମନାଗମନ ସମେତ ବିଭିନ୍ନ ଅସୁବିଧା ଯୋଗୁ ପ୍ରାୟ ଦିନ ୧୧.୩୦ ପର୍ଯ୍ୟନ୍ତ ବିଦ୍ୟାଳୟକୁ ଆସୁଛନ୍ତି। ସେହି
ଛାତ୍ରୀଛାତ୍ରଙ୍କ ଉପସ୍ଥାନ ପକାଇବା ସୁବିଧା ୟୁନିଫାଏଡ ଅଟୋମେଶନ ସିଷ୍ଟମ (ୟୁଏଏସ) ରେ ଉପଲବ୍ଧ ନୁହେଁ। ବିଦ୍ୟାଳୟ ସମୟରେ ବ୍ୟାଙ୍କ କିମ୍ବା ଅନ୍ୟ କାମ କୁ ଗଲା ବେଳେ ପ୍ରଧାନ ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ଶିକ୍ଷକ ନିଜର ଉପସ୍ଥାନ ଦେବା ର ସୁବିଧା ଉପଲବ୍ଧ ନୁହେଁ। ସ୍ବଳ୍ପ ଦରମାରେ ଶିକ୍ଷୟିତ୍ରୀ ଶିକ୍ଷକ ନିଜର ପରିବାର ପ୍ରତିପୋଷଣ କରିବା କଷ୍ଟକର ହେଉଅଛି। ତେଣୁ ନିଜସ୍ବ ରିଚାର୍ଜ କରିବା ସମ୍ଭବ ହେବ ନାହିଁ। ଶିକ୍ଷୟିତ୍ରୀ ଶିକ୍ଷକ କମ୍ପ୍ୟୁଟର କିମ୍ବା ମୋବାଇଲ ଡାଟା ଅପଲୋଡ଼ କରିବା ଦ୍ବାରା ଶିକ୍ଷଣ କ୍ଷେତ୍ରରେ ବାଧା ସୃଷ୍ଟି ହେବା ପୂର୍ବକ ସମୟର ଅପଚୟ ହେଉଛି। ତେଣୁ ସତନ୍ତ୍ର କମ୍ପ୍ୟୁଟର ଶିକ୍ଷକ ଓ ଡାଟା ଏଣ୍ଟ୍ରି ଅପେରଟର ଆବଶ୍ୟକତା ଅଛି । ଓଡ଼ିଶା ସରକାରଙ୍କ ପ୍ରତି ବିଭାଗରେ ଉକ୍ତ ନିୟମ ଲାଗୁ ହୋଇନଥିବା ସତ୍ତ୍ୱେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କେବଳ ବିଦ୍ୟାଳୟମାନଙ୍କରେ ଲାଗୁ କରିବା ଦ୍ବାରା ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବା ସ୍ପଷ୍ଟ ଅନୁମେୟ ହେଉଛି। ପ୍ରତି ବିଦ୍ୟାଳୟରେ ଶିଶୁ ବାଟିକା ଖୋଲାଯାଇ ଥିଲେ ମଧ୍ୟ ଉଦ୍ଦିଷ୍ଟ ଶିକ୍ଷକ ନିଯୁକ୍ତି ଦିଆଯାଇନାହିଁ। ୩ କିମ୍ବା ୪ଟି ଶ୍ରେଣୀକୁ ଜଣେ ଶିକ୍ଷକ ଅନେକ ବିଦ୍ୟାଳୟରେ ଶିକ୍ଷାଦାନ କରୁଛନ୍ତି। ତଥାପି ଜାଣି ଶୁଣି ଏହି ସମସ୍ୟାକୁ ସରକାର ସମାଧାନ କରିବାରେ ଆଗ୍ରହ ପ୍ରକାଶ ନ କରି ୟୁଏଏସକୁ ଲାଗୁ କରି ପ୍ରଶଂସା ସାଉଁଟିବା ପାଇଁ ଏତେ ବ୍ୟଗ୍ର ହେବା କେତେ ଦୂର ଯଥାର୍ଥ ବୋଲି ସଂଘ ଓଲଟା ପ୍ରଶ୍ନ କରିଛି।

ପ୍ରାଥମିକ କିମ୍ବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଯାବତ୍‌ ନିୟମାନୁସାରେ ବିଷୟ ଭିତ୍ତିକ ଶିକ୍ଷକ ନିଯୁକ୍ତି ଦିଆଯାଇନାହିଁ। ବହୁ ବର୍ଷ ଧରି ଶିକ୍ଷକତା କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଉପରେ ଓଟିଇଟି ଭଳି କୁତ୍ସିତ ବ୍ୟବସ୍ଥାକୁ ଲଦି ପଦୋନ୍ନତିକୁ ନିରୁତ୍ସାହିତ କରାଯାଇଛି। ବାରମ୍ବାର ଅନୁରୋଧ ସତ୍ତ୍ୱେ ଶିକ୍ଷକମାନଙ୍କୁ ଅଣଶୈକ୍ଷିକ କାର୍ଯ୍ୟରେ ନିୟୋଜନ କରାଯାଉଛି।

ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କୁ କେବଳ ଶିକ୍ଷାଦାନ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ସଂଘ ଅନୁରୋଧ କରିଛି। ଏସସି, ଏସଟି ବିଭାଗ ଶିକ୍ଷା ସହାୟକ ର ୬ ବର୍ଷ କୁ ମିଶାଇ ୬ ଟି ଜାତୀୟ ଇଙ୍କରୀମେଣ୍ଟ ପ୍ରଦାନ କରିବା ପାଇଁ ତତ୍ପରତା ଦେଖାଇଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏ କ୍ଷେତ୍ରରେ ନୀରବତା ଦେଖାଇଛି। ତେଣୁ ସରକାର ଶିକ୍ଷକମାନଙ୍କ ଉପରେ ନୂଆ ନୂଆ ନିୟମ ଲଦିବା ପୁର୍ବରୁ ସେମାନଙ୍କ ଦାବିକୁ ମଧ୍ୟ ବିଚାର କରିବାର ଆବଶ୍ୟକତା ରହିଛି ବୋଲି ସଂଘ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?