ଶିକ୍ଷକଙ୍କ ଗୋ ସେବା ନିଶା

କେନ୍ଦୁଝର, ୮ା୪ ଶିକ୍ଷକତା କରିବା ସହ ସ୍ବଦେଶୀ ବିଚାର ଧାରା ରଖି ଚାଷ ଓ ଗୋସେବା କରି ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି ପାଟଣା ବ୍ଲକ ଡେଣୁଆ ଗ୍ରାମର ଡମ୍ବରୁଧର ମହାନ୍ତ। ମୁରୁସୁଆଁ ନୋଡାଲ ହାଇସ୍କୁଲରେ ହିନ୍ଦି ଶିକ୍ଷକ ଭାବେ କାମ କରିଆସୁଥିବା ଡମ୍ବରୁଧରଙ୍କ ବାପା ସ୍ବର୍ଗତ ବିଶ୍ୱନାଥ ମହାନ୍ତ ଜଣେ ଚାଷୀ ଥିଲେ। ବାପାଙ୍କ ଦେହାନ୍ତ ପରେ ଭାଇମାନଙ୍କ ମଧ୍ୟରେ ଭାଗ ବେଳେ ୨/୩ଟି ଗୋରୁଗାଈ ପାଇଥିଲେ। ଆଜି ତାଙ୍କର ଗୋସେବା ମନୋଭାବ ଯୋଗୁ ଏହି ସଂଖ୍ୟା ୪୮ରେ ପହଞ୍ଚିଛି। ଗୋସେବା ଠାରୁ ଅନ୍ୟ କାୈଣସି ଧାର୍ମିକ କାର୍ଯ୍ୟନାହିଁ। ଏଣୁ ଏହି ସେବା କାର୍ଯ୍ୟରେ ତାଙ୍କ ସ୍ତ୍ରୀ କାଞ୍ଚନମଣୀ ମହାନ୍ତ ସହାୟତା କରିଥାନ୍ତି। ଗୋରୁଗାଈଙ୍କୁ ଖାଦ୍ୟପାନୀୟ ଦେବା ସହ କ୍ଷୀର ଦୁହିଁଥାନ୍ତି।
କ୍ଷୀରକୁ ଘରେ ବ୍ୟବହାର କରିବା ସହ ବଳକା ସ୍ଥାନୀୟ ସୋସାଇଟି ତଥା ସ୍ଥାନୀୟ ଲୋକଙ୍କୁ ବିକିଥାନ୍ତି। ଏଣୁ ଘରେ କ୍ଷୀର, ଦହି ବା ଘିଅର ଅଭାବ ନାହିଁ ା ସେସବୁ ବିକି ଯାହା ମିଳେ ସେଥିରେ ଗୋରୁଗାଈଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିଥାନ୍ତି। ପଶୁ ଚିକିତ୍ସା କେନ୍ଦ୍ର ପକ୍ଷରୁ ଚିକିତ୍ସା ସେବା ମିଳୁଥିଲେ ହେଁ ଏଥିପାଇଁ ସରକାରୀ ପ୍ରୋତ୍ସାହନ କିଛି ମିଳୁନାହିଁ ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି।
ଗୋବରରେ ଦୁଇଟି ଗୋବର ଗ୍ୟାସ ପ୍ଲାଣ୍ଟ କରି ରୋଷେଇ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ସେହିପରି ଗୋ ମୂତ୍ରରେ ନିମ୍ବ ପତ୍ର, ଅରଖ ପତ୍ର ମିଶାଇ କୀଟନାଶକ ଔଷଧ ପ୍ରସ୍ତୁତ କରି ନିଜର ବାଡ଼ିବଗିଚାରେ ଉପଯୋଗ କରିଥାନ୍ତି। ସେହିପରି ଖତକୁ ବ୍ୟବହାର କରି ଜୈବିକ ସାର ପ୍ରସ୍ତୁତ କରି ନିଜର ଜମି ଓ ବାଡିବଗିଚାରେ ଫସଲ ତଥା ପନିପରିବା ଚାଷ କରୁଥିବା କୁହନ୍ତି ା
ଶିକ୍ଷକତା ପରେ ବଳକା ସମୟକୁ ଗୋରୁଗାଈଙ୍କ ସେବା ତଥା ବାଡିବଗିଚା, ଚାଷ କାର୍ଯ୍ୟ ଆଦିରେ ବିନିଯୋଗ କରିଥାନ୍ତି ବୋଲି ଡମ୍ବରୁଧର କୁହନ୍ତି। ସେହିପରି ଘରେ ଛେଳି, କୁକୁଡା, ବତକ ମଧ୍ୟ ପାଳନ କରିଛନ୍ତି ା ଆଗକୁ ୧୦୦ ଗୋରୁଗାଈ ରଖିବା ସହ ଜୈବିକ ପ୍ରଣାଳୀ ଚାଷ କରି ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ସାଜିବା ତଥା ଗୋବର ଦୀପ, ଗୋ ମୂତ୍ରରୁ ଫିନାଇଲ ପ୍ରସ୍ତୁତ କରି ସମସ୍ତଙ୍କୁ ବ୍ୟବହାର ପାଇଁ ସଚେତନତ କରିବା ଆଶା ରଖିଛନ୍ତି। ଡମ୍ବରୁଧରଙ୍କ ଦୁଇ ପୁଅ ଓ ଝିଅ ଅଛନ୍ତି ା ସେମାନେ ପାଠ ପଢୁଛନ୍ତି ା ସେ ପତଞ୍ଜଳୀ ଯୋଗ ସମିତି ଓ ଭାରତ ସ୍ବାଭିମାନର ଜିଲା ପ୍ରଭାରୀ ରହିଥିବା ବେଳେ ସ୍ବଦେଶୀ ସାମଗ୍ରୀର ବ୍ୟବହାର, ପାରମ୍ପରିକ ଚିକିତ୍ସା ବ୍ୟବସ୍ଥାର ବିକାଶ ପାଇଁ ଚାଲିଥିବା ଜନଆନ୍ଦୋଳନକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଆକ୍ଷେପ: ଭିଡିଓ ଭାଇରାଲ କରି ଜଣେ ଗିରଫ, ମୋବାଇଲ ଜବତ

ବଡ଼ବିଲ,୫।୪( ସ୍ଵ. ପ୍ର.): କରୋନା ସମ୍ପର୍କିତ ଆପତ୍ତିଜନକ ଭିଡ଼ିଓ, ମ୍ୟାସେଜ, ଫଟୋ ଆଦି ସୋସିଆଲ ମିଡିଆରେ ଭାଇରାଲକୁ ନେଇ ସରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। କେନ୍ଦୁଝର ଜିଲା...

ରାଜ୍ୟର ୪ ଜିଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ସୋମବାର ଠାରୁ ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ସେବାର ଶୁଭାରମ୍ଭ...

ପାଟଣାର ପ୍ରମୁଖ ଶୈବ ପୀଠ ଚଳଚଞ୍ଚଳ

  ପାଟଣା,୧୮।୨(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ମହାଶିବରାତ୍ରି ପାଇଁ ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଛି। ସକାଳୁ ମୁଖ୍ୟାଳୟ ପୁରାତନ ଶୈବ ପୀଠ...

ଆନ୍ତର୍ଜାତୀୟ ଫୁଟବଲ ରେଫରି କୃଷ୍ଣଚନ୍ଦ୍ରଙ୍କ ହୃଦୟ କଥା: ପ୍ରତିଭା ଅଛନ୍ତି, ସୁଯୋଗ ମିଳୁନି

କେନ୍ଦୁଝର, ୧୫ା୮(ସ୍ବ.ପ୍ର.)ଗତ ୩ରୁ ୬ ତାରିଖ ଯାଏ ଚେନ୍ନାଇରେ ଅନୁଷ୍ଠିତ ଆନ୍ତର୍ଜାତିକ ଫୁଟବଲ ଚାମ୍ପିୟନଶିପ୍‌ ସ୍ପେଶାଲ ଅଲିମ୍ପିକରେ କେନ୍ଦୁଝର ଜିଲାର ୨ ଜଣ କ୍ରୀଡାବିତ୍‌ଙ୍କୁ ରେଫରି...

ଜିଲା ମୁଖ୍ୟ ଚିକିତ୍ସାଳୟରେ ମାସ୍କ ବଣ୍ଟନ

କେନ୍ଦୁଝର, ୭ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କ ସେବାରେ ନିୟୋଜିତ ନର୍ସମାନଙ୍କୁ ମାସ୍କ ବଣ୍ଟନ କରାଯାଇଛି। କେନ୍ଦୁଝର ସହରସ୍ଥ ମା’ ଜଗଦମ୍ବା ଟ୍ରଷ୍ଟ ତରଫରୁ...

ଧୂଅଁ।ଧୂଳିରେ ରୁନ୍ଧି ହେଉଛି ଜୀବନ

ବଡବିଲ,୭।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ଖଣି ଅଞ୍ଚଳ ଅଧୀନ ଯୋଡା-ବଡବିଲରେ ପ୍ରଦୂଷଣ ସମସ୍ୟା ଗୁରୁତର ହେବାରେ ଲାଗିଛି। ଦିନରାତି ସବୁବେଳେ ଭାରି ଯାନରେ ଖଣିଜଦ୍ରବ୍ୟ ପରିବହନ ଯୋଗୁ ରାସ୍ତା...

ହାତୀପଲଙ୍କ ଉପଦ୍ରବ: ଭାଙ୍ଗିଲେ ଘର

ଆନନ୍ଦପୁର,୨୦।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କାଠକଟା ପଞ୍ଚାୟତ କୁଶବଣିଆ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିର ହାତୀପଲ ପଶି ଉପଦ୍ରବ କରିଛନ୍ତି। ହାତୀପଲ ଗ୍ରାମର ମାଳତୀ...

ନୂଆରୂପ ନେବ ଅସୁରଖୋଲ ଜଳପ୍ରପାତ : ସ୍ଥିତି ଅନୁଧ୍ୟାନ କରି ଫେରିଲେ ବିଭାଗୀୟ ଅଧିକାରୀ

କେନ୍ଦୁଝର,୨।୧୧(ସ୍ବ.ପ୍ର.)- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡ଼ା ପଞ୍ଚାୟତ ନିକଟସ୍ଥ କୁଡ଼ିଆଘରା ଜଙ୍ଗଲରେ ଥିବା ମନୋରମ ଜଳପ୍ରପାତ ଅସୁରଖୋଲ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଏହାକୁ ପର୍ଯ୍ୟଟନ...

Advertisement
Archives

Model This Week