କ୍ଷୁଦ୍ର ଚଳଚ୍ଚିତ୍ର ‘ଦାଦାଜି କା ଥେଲା’ ପାଇଁ ଶିକ୍ଷକ ତରୁଣ କୁମାର ପୁରସ୍କୃତ

କୋରାପୁଟ,୧୯।୩(ଅମିତାଭ ବେହେରା ): ସିଆଇଇଟି, ଏନ୍‌ସିଆର୍‌ଟି ନୂଆ ଦିଲ୍ଲୀ ଦ୍ୱାରା ଆୟୋଜିତ ଅଖିଳ ଭାରତୀୟ ଶିଶୁ ଇ- ଶିକ୍ଷଣ ସାମଗ୍ରୀ ପ୍ରତିଯୋଗିତା ୨୦୨୩-୨୪ରେ ଭାଗ ନେଇ ପିଏମ୍‌ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ କୋରାପୁଟର ଶିକ୍ଷକ ତରୁଣ କୁମାର ଦାଶ ଉଚ୍ଚ ପ୍ରଶଂସିତ ହୋଇଛନ୍ତି।

ପ୍ଲାଷ୍ଟିକ ପ୍ରଦୂଷଣ ଉପରେ ପର୍ଯ୍ୟବେସିତ, ପିଏମ୍‌ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ କୋରାପୁଟ ବ୍ୟାନରରେ ନିର୍ମିତ ତଥା ଶିକ୍ଷକ ତରୁଣ କୁମାର ଦାଶଙ୍କ ଦ୍ୱାରା ରଚିତ ଏବଂ ନିର୍ଦ୍ଦେଶିତ ଲଘୁ ଚଳଚ୍ଚିତ୍ର (ହିନ୍ଦୀ ) ‘ଦାଦାଜି କା ଥେଲା’ ମେଘାଳୟର ଶିଲଂଠାରେ ଆୟୋଜିତ ଅଖିଳ ଭାରତୀୟ ଶିଶୁ ଇ- ଶିକ୍ଷଣ ସାମଗ୍ରୀ ପ୍ରତିଯୋଗିତାରେ ଭାଗ ନେଇ ଶ୍ରେଷ୍ଠ ଚଳଚ୍ଚିତ୍ର ବିବେଚିତ ହୋଇଛି। ମେଘାଳୟ ଶିକ୍ଷାମନ୍ତ୍ରୀ ଏବଂ ଏନ୍‌ସିଆର୍‌ଟି ନିର୍ଦ୍ଦେଶକଙ୍କଠାରୁ ଶିକ୍ଷକ ତରୁଣ ମାନପତ୍ର ସହ ଉପଢୌକନ ପ୍ରାପ୍ତ କରିଛନ୍ତି।

ଚଳଚ୍ଚିତ୍ରଟିରେ ଶିକ୍ଷକ ଲିଛମନ ରାମ ସହକାରୀ ଲେଖକ ଏବଂ ବିଦ୍ୟାଳୟର ପୁରାତନ ଛାତ୍ର ଆୟୁଷ ଦାଶ ଚିତ୍ର ଉତ୍ତୋଳନ, ସମ୍ପାଦନ ଏବଂ ଧ୍ୱନୀ ସଂଯୋଜନା କରିଥିବା ବେଳେ ଶିକ୍ଷକ ଡାୟମଣ୍ଡ ସେଠ, ସନ୍ତୋଷ ସିଂହ ଖୁଣ୍ଟିଆ ସମେତ ଛାତ୍ର ପ୍ରୟାସ ଜେନା, ଭି ଗୌତମ ଅଭିଶୁମତ, ଛାତ୍ରୀ ରୁହାନୀ ରୀତ ଦାଶ, ଡିମ୍ପଲ କୁମାରୀ ଅଭିନୟ କରିଥିଲେ।

ବିଦ୍ୟାଳୟର ଏହି ଉପଲବ୍ଧି ପାଇଁ ଶିକ୍ଷକ ତରୁଣ କୁମାର ଦାଶଙ୍କ ସହଯୋଗ ଓ ମାର୍ଗଦର୍ଶନ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ଡେପୁଟି କମିଶନର ଡକ୍ଟର ଶିହରଣ ବୋଷ ଏବଂ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କମାନୁ ବିଦ୍ୟାଳୟ ପରିବାରକୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ‘ସଡ଼କ’ କ୍ଷୁଦ୍ର ଚଳଚ୍ଚିତ୍ରରୁ ଆରମ୍ଭ ହୋଇଥିବା ସଫଳତାର ଧାରା ଏହି ପର୍ଯ୍ୟନ୍ତ ବଜାୟ ରହିପାରିଛି। ଅନ୍ୟପକ୍ଷେ ବିଦ୍ୟାଳୟ ପ୍ରତି ବୁଦ୍ଧିଜୀବୀ ମହଲରେ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?