ଶିକ୍ଷକଙ୍କୁ ପିଟିଲେ ଶିକ୍ଷୟିତ୍ରୀ

କାଲିମେଳା,୩୧ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅଧୀନ ଟିଗଲ ପଞ୍ଚାୟତର ଏମ୍‌ପିଭି-୬୫ ଅପଗ୍ରେଡ ଉଚ୍ଚ ବିଦ୍ୟାଳୟରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟାଳୟର ଦୁଇ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ମଧ୍ୟରେ ଥିବା ସମସ୍ୟା ସମାଧାନ କରିବାକୁ ଆସିଥିବା ଏବିଇଓ ସିଆରସିସି ଓ ବିଦ୍ୟାଳୟ ସଭାପତିଙ୍କ ସମ୍ମୁଖରେ ଗଣ୍ଡୋଗଳ ହୋଇଛି। ଜଣେ ଶିକ୍ଷୟିତ୍ରୀ ତାଙ୍କ ସହକର୍ମୀ ଜଣେ ସହକାରୀ ଶିକ୍ଷୟିତ୍ରୀଙ୍କୁ ମାଡ଼ ମାରିଛନ୍ତି। ଏହାକୁ ନେଇ ଶିକ୍ଷୟିତ୍ରୀ ଜଣକ ପ୍ରଧାନଶିକ୍ଷକ ଓ ଜଣେ ସହକାରୀ ଶିକ୍ଷକଙ୍କ ନାମରେ ଏମଭି-୭୯ ଥାନାରେ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଯାଇଛି। ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳ ବିଶାଳ ସିଂହ ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

ଖବରରୁ ଜଣାପଡିଛି ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ଇଲା ସେନ୍‌ଙ୍କୁ ସହକର୍ମୀମାନେ ହଇରାଣ କରୁଥିବା ନେଇ ବିଭାଗୀୟ ଅଧିକାରୀମାନଙ୍କ ନିକଟରେ ଅଭିଯୋଗ କରିଥିଲେ। ବୁଧବାର ଏହାର ତଦନ୍ତ ପାଇଁ ଏବିଇଓ ଚିନ୍ତାହରଣ ମଧୁ ଓ ଅସିତ ମିସ୍ତ୍ରୀ, ସିଆର୍‌ସିସି ସୁଭାଷ ମଣ୍ଡଳ, ଏସ୍‌ଏମ୍‌ସି ସଭାପତି ବିଦ୍ୟାଳୟରେ ପହଞ୍ଚତ୍ ଥିଲେ। ସହକାରୀ ଶିକ୍ଷକ ସମ୍ରାଟ ବେହେରା ଓ ସହକାରୀ ଶିକ୍ଷୟିତ୍ରୀ ଇଲାଙ୍କୁ ଡାକି ଅଧିକାରୀମାନେ ପଚରାଉଚରା କରି ତଥ୍ୟ ସଂଗ୍ରହ କରୁଥିଲେ। ସେତିକିବେଳେ ଶିକ୍ଷୟିତ୍ରୀ ଇଲା ଅଧିକାରୀଙ୍କ ସମୁଖରେ ଶିକ୍ଷକ ବେହେରାଙ୍କୁ ଗାଳିଗୁଲଜ କରି ମାଡ ମାରିଥିଲେ। ଏହାର ଭିଡିଓ ଭାଇରାଲ ହୋଇଛି। ୩ ଜଣ ଅଧିକାରୀଙ୍କ ଉପସ୍ଥିତିରେ ଜଣେ ମହିଳା ଶିକ୍ଷୟିତ୍ରୀଙ୍କ ଏପରି ଆଚରଣକୁ ଛାତ୍ରୀଛାତ୍ର, ଅଭିଭାବକ ଓ ଗ୍ରାମବାସୀ ନାପସନ୍ଦ କରିଛନ୍ତି।

ସମ୍ପୃକ୍ତା ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଗ୍ରାମବାସୀ ବ୍ଲକ ଶିକ୍ଷା ଅଧିକାରୀ, ସିଆର୍‌ସିସି ଏବଂ ବିଇଓଙ୍କୁ ଦାବିପତ୍ର ଦେଇଛନ୍ତି। ଘଟଣା ସମ୍ପକର୍ର୍ରେ ଏବିଇଓ ଅସିତ ମିସ୍ତ୍ରୀ ଓ ଚିନ୍ତାହରଣ ମଧୁଙ୍କୁ ପଚାରିବାରୁ ଶିକ୍ଷୟିତ୍ରୀ ଜଣକ ଶିକ୍ଷକଙ୍କୁ ମାଡ଼ ମାରିବା ଘଟଣା ସତ୍ୟ। କାର୍ଯ୍ୟାନୁଷ୍ଠାନ ପାଇଁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିବା ସେମାନେ ପ୍ରକାଶ କରିଛନ୍ତି। ଏସ୍‌ଏମ୍‌ସି ସଭାପତି ସୁମନ୍ତ ରାୟ କହିଛନ୍ତି, ଶିକ୍ଷୟିତ୍ରୀ ରାଗିଯାଇ ଯାହା କଲେ ତାହା ଠିକ କରିନାହାନ୍ତି। ତାଙ୍କ ବିରୋଧରେ କାର୍ଯାନୁଷ୍ଠାନ ହେବା ଆବଶ୍ୟକ। ମାଡ ଖାଇଥିବା ଶିକ୍ଷକ ବେହେରାଙ୍କୁ ପଚାରିବାରୁ ସେ କହିଲେ ଯେ, ସାର୍‌ମାନେ ତଦନ୍ତ ପାଇଁ ମୋତେ ରୁମକୁ ଡାକିଥିଲେ। ମୁଁ ଯାଇ ତଦନ୍ତ ପ୍ରକୋଷ୍ଠର ଏକ ଚେୟାରରେ ବସିଥିବାବେଳେ ଶିକ୍ଷୟିତ୍ରୀ ଇଲା ଅଧିକାରୀମାନଙ୍କ ଉପସ୍ଥିତିରେ ତାଙ୍କୁ ଚାପୁଡା ମାରିଥିଲେ। ଏସଂକ୍ରାନ୍ତରେ ମାଡ ମାରିଥିବା ଶିକ୍ଷୟିତ୍ରୀଙ୍କୁ ଇଲାଙ୍କୁ ପଚାରିବାକୁ ଫୋନ (ନଂ ୯୮୬୧୬୩୮୩୬୯) ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ। ଫଳରେ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ସେବା ସଂକଳ୍ପ ଅଭିଯାନ’ରେ ସାମିଲ ହେଲେ ରାଜ୍ୟ ସଭା ଏମ୍‌ପି: କଲେ ବୃକ୍ଷରୋପଣ

କର୍ଲାମୁଣ୍ଡା, ୨୯।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳକୁ ମଙ୍ଗଳବାର ରାଜ୍ୟ ସଭା ଏମ୍‌ପି ସୁଜିତ୍‌ କୁମାର ଗସ୍ତ କରିଛନ୍ତି। ତାଙ୍କ ସହ…

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ

ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ…

ଐଶ୍ୱର୍ଯ୍ୟାଙ୍କ ରୟାଲ ଲୁକ୍‌ ଦେଖି ଅଟକିଗଲା ସମସ୍ତଙ୍କ ନଜର

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ନିଜ ଗ୍ଲାମରସ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇଫେଲ ଟାୱାର୍‌ର ଚମତ୍କାର ପୃଷ୍ଠଭୂମିରେ ଆୟୋଜିତ ‘ଲୋରିଆଲ ପ୍ୟାରିସ ଲେ…

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସଭା କଲେ ନାଁ ନେଲେନି

ଭୁବନେଶ୍ୱର, ୨୯।୯(ସୁନିତ୍‌ ମିଶ୍ର): ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍‌ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ…

ଗୋବିନ୍ଦା-କୋମଲ ରାଣୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା; ପୁଣି ମୁହଁ ଖୋଲିଲେ ସୁନିତା, କହିଲେ ସେ ଖୁସିରେ…

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବିବାହିତ ଜୀବନକୁ ନେଇ କିଛି ସମୟ ଧରି ବିଭିନ୍ନ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ…

ବିଦା ହେଲେ ପ୍ରେମିକା! ଏଥର ସୁନିତା ଆହୁଜାଙ୍କ ହାତ ଧରିଥିବା ନଜର ଆସିଲେ ଗୋବିନ୍ଦା; ୟୁଜର୍ସ କହିଲେ…

ମୁମ୍ବାଇ,୨୯।୯: ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ କିଛି ସମୟ ଧରି କ୍ରମାଗତ ଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆ ଏବଂ ମନୋରଞ୍ଜନ ଜଗତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?