ଟିପିଭିଏସ୍‌ଏଲ୍‌ର ଅଂଶଧନ ଅଧିଗ୍ରହଣ କରିବ ଟାଟା ଷ୍ଟିଲ୍‌

ଭୁବନେଶ୍ୱର,୨୦।୧୦ (ଅଭୟ ଦାଶ):ଦେଶର ପ୍ରମୁଖ ଶିଳ୍ପ ପ୍ରତିଷ୍ଠାନ ଟାଟା ଷ୍ଟିଲ୍‌ ଖୁବ୍‌ଶୀଘ୍ର ଟିପି ବର୍ଦ୍ଧମାନ ସୂର୍ଯ୍ୟ ଲିମିଟେଡ୍‌ (ଟିପିଭିଏସ୍‌ଏଲ୍‌)ର ଅଂଶଧନ ଅଧିଗ୍ରହଣ କରିବାକୁ ଯାଉଛି ବୋଲି କମ୍ପାନୀ ପକ୍ଷରୁ ଗୁରୁବାର ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ବିଶେଷକରି ଟାଟା ପାୱାର ରିନୁଏବଲ୍‌ ଏନର୍ଜି ଲିମିଟେଡ୍‌ (ଟିପିଆର୍‌ଇଏଲ୍‌)ର ସମ୍ପୂର୍ଣ୍ଣ ସହାୟକ ସଂସ୍ଥା ଟିପି ବର୍ଦ୍ଧମାନ ସୂର୍ଯ୍ୟ ଲିମିଟେଡ୍‌ (ଟିପିଭିଏସ୍‌ଏଲ୍‌)ର ୨୬% ଅଂଶଧନ ଅଧିଗ୍ରହଣ କରିବା ନେଇ ଟାଟା ଷ୍ଟିଲ୍‌ ନିକଟରେ ଆଲୋଚନା ଶେଷ କରିଛି। ଟିପିଆର୍‌ଇଏଲ୍‌ ଓ ଟିପିଭିଏସ୍‌ଏଲ୍‌ ସହ ଟାଟା ଷ୍ଟିଲ୍‌ ଲିମିଟେଡ୍‌ର ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରାଯିବ। ଏପରିକି ଟିପିଭିଏସ୍‌ଏଲ୍‌ଠାରୁ ୩୭୯ମେଗାୱାଟ୍‌ ଅକ୍ଷୟ ଶକ୍ତି ସଂଗ୍ରହ କରିବା ଲାଗି ଟାଟା ଷ୍ଟିଲ୍‌ ପକ୍ଷରୁ ଏକ ଦୀର୍ଘମିଆଦୀ ସ୍ଥାୟୀ ଟାରିଫ୍‌ ଚୁକ୍ତି ସ୍ବାକ୍ଷର କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହାଦ୍ୱାରା ୨୫ ବର୍ଷର ଚୁକ୍ତି ଅବଧି ମଧ୍ୟରେ ୫୦ ନିୟୁତ ଟନ୍‌ କାର୍ବନ ନିର୍ଗମନକୁ ରୋକାଯାଇପାରିବ। ସେହିଭଳି ଟିପିଭିଏସ୍‌ଏଲ୍‌ ପକ୍ଷରୁ ଏକ ୯୬୬ ମେଗାୱାଟ୍‌ର ସୌର-ପବନ ହାଇବ୍ରିଡ୍‌ ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ କରାଯିବ। ଏହା ଭାରତର ସର୍ବବୃହତ୍‌ ଶିଳ୍ପ ବିଦ୍ୟୁତ୍‌ ପ୍ରକଳ୍ପ ହେବ। ଅପରପକ୍ଷରେ ଜାମଶେଦପୁରଠାରେ ଟାଟା ଷ୍ଟିଲ୍‌ର ପୂର୍ବରୁ ଥିବା କୋଲଲାଭିତ୍ତିକ ବିଦ୍ୟୁତ୍‌ ଉପତ୍ାଦନର କିଛି ଅଂଶରେ ଏହା ସ୍ଥାନ ନେବ ଏବଂ ଟାଟା ଷ୍ଟିଲ୍‌ କଳିଙ୍ଗନଗର ଓ ପଞ୍ଜାବର ଲୁଧିଆନାଠାରେ ଥିବା ଇଲେକ୍ଟ୍ରିକ୍‌ ଆର୍କ ଫର୍ନାସ୍‌ର ଆବଶ୍ୟକତାକୁ ମଧ୍ୟ ତାହା ପୂରଣ କରିବ। ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ଟି. ଭି .ନରେନ୍ଦ୍ରନ କହିଛନ୍ତି, ଟାଟା ପାୱାର ରିନୁଏବଲ୍‌ ଏନର୍ଜି ସହିତ ଆମର ସହଯୋଗିତା ୨୦୪୫ ସୁଦ୍ଧା ନେଟ୍‌ ଜିରୋ କାର୍ବନ ନିର୍ଗମନ ଲକ୍ଷ୍ୟ ହାସଲ କରିବା ପାଇଁ ଟାଟା ଷ୍ଟିଲ୍‌ର ଦୀର୍ଘସ୍ଥାୟୀ ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଏପରିକି ପରିବେଶ ଉପରେ ଆମର ପ୍ରଭାବକୁ କମ୍‌ କରିବା ଏବଂ ସ୍ବଚ୍ଛ, ସବୁଜ ଶକ୍ତି ସମାଧାନ ଆଡକୁ ଅଗ୍ରସର ହୋଇ ଏକ ଉତ୍ତମ ଭବିଷ୍ୟତ ଗଠନ କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ। ସେହିଭଳି ଟାଟା ପାୱାରର ସିଇଓ ଏବଂ ଏମ୍‌ଡି ଡ. ପ୍ରବୀର ସିହ୍ନା କହିଛନ୍ତି, ଟାଟା ଷ୍ଟିଲ୍‌ ପାଇଁ ୨୪ ଘଣ୍ଟିଆ ହାଇବ୍ରିଡ୍‌ ଅକ୍ଷୟ ଶକ୍ତି ପ୍ଲାଣ୍ଟ ବିକାଶ କରୁଥିବାରୁ ଆମେ ବେଶ୍‌ ଉତ୍ସାହିତ ଅଛୁ। ଏହା ହେଉଛି ଦେଶରେ ଅନ୍ୟତମ ସର୍ବବୃହତ୍‌ ଶିଳ୍ପ ଗ୍ରୁପ୍‌ କ୍ୟାପ୍‌ଟିଭ୍‌ କାରଖାନା ଏବଂ କାର୍ବନ ନିର୍ଗମନକୁ କମ୍‌ କରି ସ୍ବଚ୍ଛ ଶକ୍ତି ଲକ୍ଷ୍ୟ ହାସଲ ଦିଗରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା

ଭୁବନେଶ୍ୱର,୨୯।୪(ସୂର୍ଯ୍ୟକାନ୍ତ ବେହେରା): ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତକାଣ୍ଡ। ଚେକିଂ ବେଳେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଲେ। ରାଜଧାନୀ ଭୁବନେଶ୍ୱରରେ...

ତନିସ୍କର ବିବାହ ସମ୍ଭାର ‘ରିଭା’

ଭୁବନେଶ୍ୱର,୨୯।୪:ତନିସ୍କର ବହୁ ପ୍ରତୀକ୍ଷିତ ତଥା ସୂକ୍ଷ୍ମ କାରିଗରିରେ ନିର୍ମିତ ବିବାହ ସମ୍ଭାର ‘ରିଭା’ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଏକ ଉତ୍ସର୍ଗୀକୃତ ବିବାହ ଅଳଙ୍କାର ଉପ-ବ୍ରାଣ୍ଡ୍‌...

ପ୍ରକାଶ ପାଇଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି

ଭୁବନେଶ୍ୱର,୨୯ା୪: ଓଡ଼ିଶାର ୩ୟ ପର୍ଯ୍ୟାୟ ନିର୍ବାଚନ ଲାଗି ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକ ସଭା କ୍ଷେତ୍ର ଏବଂ...

ପାଣ୍ଡିଆନଙ୍କ ସହ ଅଧିକାରୀଙ୍କ ଗସ୍ତ ନେଇ ପ୍ରଶ୍ନ ଉଠାଇଲା ଭାଜପା

ଭୁବନେଶ୍ୱର, ୨୯ା୪(ସୁନିତ୍‌ ମିଶ୍ର):ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ପୁରୀ ଗସ୍ତ ବେଳେ ବିଳମ୍ବିତ ରାତିରେ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ଭିନିଲ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri