ଟାଟା ଅବହେଳା: ୩ ଜୀବନ ଗଲା

କେନ୍ଦୁଝର/ଝୁମ୍ପୁରା/କୋରାପୁଟ/ଜୟପୁର,୨୯।୬ (ନରେଶ ପଟ୍ଟନାୟକ, ଶଶିଭୂଷଣ ସାହୁ, ଅମିତାଭ ବେହେରା, ପବନ ପାଣିଗ୍ରାହୀ)କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ କେନ୍ଦୁଆ ଗ୍ରାମ ପଡ଼ିଆରେ ବୁଧବାର ମଧ୍ୟାହ୍ନରେ ରଥଟଣା ପୂର୍ବରୁ ରଥର ନେତ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଯିବାରୁ ୨ଜଣଙ୍କ ମୃତ୍ୟୁ ହୋଇଛି। ମୃତକଦ୍ୱୟ ହେଲେ ଭୁବନପଶି ଗ୍ରାମର ଯୁଗଳକିଶୋର ବାରିକ(୪୦) ଓ କେନ୍ଦୁଆ ଗ୍ରାମର ବରୁଣ ଗିରି (୪୨)। ଘଟଣାରେ ଅନ୍ୟଜଣେ ଗୁରୁତରଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ଠାକୁରଙ୍କ ପହଣ୍ଡି ପୂର୍ବରୁ ରଥକୁ କେତେଜଣ ବ୍ୟକ୍ତି ପଛକୁ ଟାଣି ସାଇଡ୍‌ କରୁଥିଲେ। ଏହି ସମୟରେ ରଥର ନେତ ଏକ ପାର୍ଶ୍ୱରେ ଥିବା ୧୧କେଭି ବିଦ୍ୟୁତ୍‌ ତାରରେ ଲାଗି ଯାଇଥିଲା। ରଥଟି ସମ୍ପୂର୍ଣ୍ଣ ଲୁହାରେ ତିଆରି ହୋଇଥିବାରୁ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୬ଜଣ ଆହତ ହୋଇଥିଲେ। ସମସ୍ତଙ୍କୁ ଝୁମ୍ପୁରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୨ଜଣଙ୍କୁ ମୃତ ଘୋଷଣା କରିଥିଲେ। ଶଙ୍କର୍ଷଣ ପ୍ରଧାନ(୪୨)ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେବା ବେଳେ ଭୁବନପଶି ଗ୍ରାମର ବୃଦ୍ଧା ଫୁଲମଣି ବାରିକ(୬୫) ଆମ୍ବୁଲାନ୍ସ ଚକତଳେ ପଡ଼ିଯାଇଥିଲେ। ଆମ୍ବୁଲାନ୍ସ ତାଙ୍କ ଗୋଡ଼ରେ ଚଢ଼ିଯିବାରୁ ଡାହାଣ ଗୋଡ଼ ସମ୍ପୂର୍ଣ୍ଣ କଟିଯାଇଛି। ତାଙ୍କୁ କେନ୍ଦୁଝର ଡାକ୍ତରଖାନା ପଠାଯାଇଛି। ଏହି ଘଟଣା ପରେ କେନ୍ଦୁଆ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ରଥଟଣା ସମୟରେ ବିଦ୍ୟୁତ୍‌ କାଟ୍‌ କରା ନ ଯାଇଥିବାରୁ ଏଭଳି ଅଘଟଣ ଘଟିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଚମ୍ପୁଆ ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ ନାରାୟଣ ବେହେରା କହିଛନ୍ତି, ସେଠାରେ ଆମର କିଛି ଭୁଲ ନାହିଁ। ରଥଟଣା ସ୍ଥାନରୁ ୩୦ ଫୁଟ୍‌ ପଛରେ ୧୧ କେଭି ଲାଇନ୍‌ ରହିଛି। ଉକ୍ତ ସ୍ଥାନରୁ ପୂର୍ବରୁ କେବେ ରଥ ଟଣାଯାଏ ନାହିଁ। କିଛି ଲୋକ ରଥକୁ ପଛକୁ ନେଇଥିଲେ। ଫଳରେ ଏଭଳି ଅଘଟଣ ଘଟିଛି ବୋଲି କହିଥିଲେ। ବାରିଆ ଥାନା ଅଧିକାରିଣୀ ବନ୍ଦନା ପାତ୍ର ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ କରୁଛନ୍ତି।
ସେହିପରି କୋରାପୁଟ ଜିଲା କୋଲାବନଗରରେ ବାହୁଡ଼ା ଯାତ୍ରା ସମୟରେ ରଥର ଧ୍ୱଜା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଚାଲି ଆସିବାରୁ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତ୍ୟୁବରଣ କରିଥିବା ଯୁବକ ହେଲେ କୋଲାବନଗରର ବାବୁଲା ନାହାକ(୨୮)। ସେ ରଥର ବ୍ରେକ୍‌ ଦାୟିତ୍ୱରେ ଥିଲେ। ଆହତ କ୍ରିଷ୍ଣା ରାଓ(୫୪)ଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ପ୍ରକାଶ ଯେ, ଚଳିତବର୍ଷ ଲୁହାରେ ୩ ନୂଆ ରଥ ନିର୍ମାଣ କରାଯାଇଛି। ତାଳଧ୍ୱଜ ରଥ ଟଣାହେବାବେଳେ ଏହାର ଧ୍ୱଜା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲା। ରଥର ବ୍ରେକ୍‌ ଦାୟିତ୍ୱରେ ଥିବା ବାବୁଲା ଚପଲ ପିନ୍ଧି ନ ଥିବାରୁ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୁରୁତର ହୋଇ ପଡ଼ିଥିଲେ। ଉପସ୍ଥିତ ପୋଲିସ ତାଙ୍କୁ ଉଦ୍ଧାର କରି କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ବାବୁଲାଙ୍କୁ ମୃତ ଘୋଷଣା କରିଥିଲେ। ରଥଯାତ୍ରା ଓ ବାହୁଡ଼ା ସମୟରେ ରାସ୍ତା ଦେଇ ଯାଇଥିବା ବିଦ୍ୟୁତ ତାର ହଟାଇବା ସହ ବିଦ୍ୟୁତ୍‌ ସରବରାହ ବନ୍ଦ କରିବା ନିୟମ ରହିଛି। କିନ୍ତୁ ଚଳିତ ଥର ଏହାର ଉଲ୍ଲଂଘନ କରାଯାଇଛି। ରଥ ପରିଚାଳକ ଏବଂ ବିଦ୍ୟୁତ୍‌ ବିଭାଗ ମଧ୍ୟରେ ସମନ୍ବୟ ଅଭାବ ହେତୁ ଏପରି ଦୁର୍ଘଟଣା ଘଟିଯାଇଥିବା ପରିବାର ଲୋକେ ଓ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ନେଇ ବିଦ୍ୟୁତ୍‌ ବିଭାଗ ଅଧିକାରୀ କିଛି ପ୍ରତିକ୍ରିୟା ପ୍ରକାଶ କରି ନ ଥିବାବେଳେ ଘଟଣା ସମ୍ପର୍କରେ ତଦନ୍ତ ଚାଲିଛି ବୋଲି କୋରାପୁଟ ସଦର ଥାନାଧିକାରୀ କିରଣବାଳା ସାମଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?