Posted inଜାତୀୟ

କ୍ୟାନ୍‌ସରରୁ ବଞ୍ଚାଇବ ୧୦୦ ଟଙ୍କାର ସ୍ବଦେଶୀ ଟାବଲେଟ୍‌

ନୂଆଦିଲ୍ଲୀ, ୨୯।୨: ଆମେରିକା ଓ ଚାଇନା ପରେ ବିଶ୍ୱର ତୃତୀୟ ସର୍ବାଧିକ କ୍ୟାନ୍‌ସର ରୋଗୀ ଭାରତରେ ଥିବାବେଳେ ଅଧିକାଂଶ ସ୍ଥାନରେ ଚିକିତ୍ସା ପରେ ମଧ୍ୟ ରୋଗୀଙ୍କ ଶରୀରରେ ପୁନର୍ବାର କ୍ୟାନ୍‌ସରର ଲକ୍ଷଣ ଦେଖାଦେଇଥାଏ। କର୍କଟ ରୋଗର ସର୍ବବୃହତ୍‌ ମେଡିକାଲ ଟାଟା ମେମୋରିଆଲ୍‌ ହସ୍ପିଟାଲର ଡାକ୍ତରମାନେ ଏହାର ସମାଧାନ ବାହାର କରିଛନ୍ତି। ହସ୍ପିଟାଲ ପକ୍ଷରୁ ଟାବ୍‌ଲେଟ ନିର୍ମାଣ ହୋଇଛି। ଯାହାଦ୍ୱାରା କ୍ୟାନ୍‌ସରରୁ ସୁସ୍ଥ ଲାଭ କରିଥିବା ବ୍ୟକ୍ତିଙ୍କୁ ପୁଣି ଥରେ ଏହି ରୋଗ ହେବ ନାହିଁ। ଏହି ଟାବଲେଟ୍‌ ଦ୍ୱାରା କେମୋରେଡିଏସ୍‌ନ୍‌ର ପ୍ରଭାବ ମଧ୍ୟ କମ ହେବ। ଭାରତରେ ବଢ଼ୁଥିବା କର୍କଟ ରୋଗୀଙ୍କ ସଂଖ୍ୟା ଦେଖି ଟାଟା ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ଫଣ୍ଡାମେଣ୍ଟାଲ୍‌ ରିସର୍ଚ୍ଚର ବୈଜ୍ଞନିକମାନେ ଏହିପରି ଏକ ଟାବଲେଟକୁ ବିକଶିତ କରିଛନ୍ତି, ଯାହା ଦ୍ୱାରା କ୍ୟାନ୍‌ସର ରୋଗର ଉନ୍ନତ ଧରଣର ଚିକିତ୍ସା ହେବା ସହ ମଣିଷ ଶରୀରରେ ଏହାର ପୁନରାବୃତ୍ତିକୁ ରୋକାଯାଇପାରିବ। ପ୍ରାୟ ଗୋଟିଏ ଦଶନ୍ଧି ଧରି ଟାଟା ମେମୋରିଆଲ ହସ୍ପିଟାଲର ଡାକ୍ତରମାନେ ଏହି ଟାବଲେଟକୁ ବିକଶିତ କରିବାରେ କାର୍ଯ୍ୟ କରିଥିବା ବେଳେ ଶେଷରେ ସେମାନଙ୍କୁ ସଫଳତା ମିଳିଛି। ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ସଂସ୍ଥା (ଏଫ୍‌ଏସ୍‌ଏସ୍‌ଏଆଇ)ର ମଞ୍ଜୁରୀ ଅପେକ୍ଷାରେ ଏହି ଟାବଲେଟ୍‌ ରହିଛି। ମାତ୍ର ୧୦୦ ଟଙ୍କାରେ ଏହି ଟାବଲେଟ୍‌ ଉପଲବ୍ଧ ହେବ ବୋଲି ଟାଟା ମେମୋରିଆଲ ହସ୍ପିଟାଲର ବରିଷ୍ଠ କ୍ୟାନ୍‌ସର ସର୍ଜନ ଡାକ୍ତର ରାଜେନ୍ଦ୍ର ବଡଓ୍ବେ ସୂଚନା ଦେଇଛନ୍ତି। ଏହା ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଶସ୍ତା ଚିକିତ୍ସା ହୋଇଥିବା ସହ ଏହାଦ୍ୱାରା କର୍କଟ ରୋଗ ପୁନର୍ବାର ଶରୀରରେ ବ୍ୟାପିବାର ସମ୍ଭାବନା କମ୍‌ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ; ନା ସଭ୍ୟତା, ନା ଇତିହାସ….

ତେହରାନ,୫ା୭: ଡୋନାଲ୍ଡ ଟ୍ରମ୍ପଙ୍କ ନିରନ୍ତର ବୟାନବାଜି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଟ୍ରମ୍ପ ଦାବି କରିଥିଲେ ଯେ ସେ ଦେଶର ବରିଷ୍ଠ ନେତାମାନଙ୍କୁ…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଆପଣା ଭାଇ: ପରସ୍ପରକୁ ହତ୍ୟା ଉଦ୍ୟମ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ଗତ ଏପ୍ରିଲ ୨୧ ତାରିଖ  ସକାଳେ ପୈତୃକ ସମ୍ପତ୍ତି ପାଇଁ ପାରିବାରିକ…

ଚିଠା ଭୋଟର ତାଲିକା ପ୍ରକାଶ, ବାଦ୍ ପଡିଲେ ୩୬,୩୪୨

ଭଞ୍ଜନଗର,୫।୭(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ୩ଟି ନିର୍ବାଚନ ମଣ୍ଡଳୀ ଭଞ୍ଜନଗର, ଆସ୍କା ଏବଂ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ଇ.ଆର୍.ଓ ମାନଙ୍କ ଦ୍ଵାରା…

ବରଗଡ଼ରେ ଉନ୍ମୋଚନ ହେଲା ଚିଠା ଭୋଟର ତାଲିକା, ଜିଲାପାଳ କହିଲେ….

ବରଗଡ଼,୫।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ରବିବାର ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ଅନ୍ତର୍ଗତ ଚିଠା ନିର୍ବାଚନ ତାଲିକା ଆନୁଷ୍ଠାନିକ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri