ନିରଞ୍ଜନଙ୍କୁ ବଡ଼ ଭାଇ କହି କଥା ବଦଳାଇଲେ ତାରା

ଭୁବନେଶ୍ୱର, ୩୧।୮(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ସିଧାସଳଖ ବିଷୋଦ୍‌ଗାର କରୁଥିବା ବିଧାୟକ ତାରାପ୍ରସାଦ ବାହିନୀପତି ନିଜ ମତ ପରିବର୍ତ୍ତନ କରିଛନ୍ତି। ନିରଞ୍ଜନଙ୍କୁ ବଡ଼ଭାଇ ବୋଲି ସମ୍ବୋଧନ କରିବା ସହ ପୁରୁଣା ସମସ୍ୟା ଦୂର ହୋଇଥିବା ତାରା କହିଛନ୍ତି। ମାତ୍ର ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଦଳର ଜାତୀୟ ନେତୃମଣ୍ଡଳୀ କୌଣସି ପ୍ରକାର ଅଭିଯୋଗ ଏବଂ ମତଭେଦ ଶୁଣିବା ଲାଗି ପ୍ରସ୍ତୁତ ନ ଥିବା ସିଧାସଳଖ ଜଣାଇ ଦେଇଛନ୍ତି। ଦଳରେ ଅସନ୍ତୁଷ୍ଟ ଥିଲେ ବାହାରିଯିବାକୁ ପ୍ରଭାରୀ ଏ. ଚେଲ୍ଲାକୁମାର ସିଧାସଳଖ ଜଣାଇଦେଇଛନ୍ତି।
ସୋମବାର ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବା ଅବସରରେ ଚେଲ୍ଲାକୁମାର ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ କହିଛନ୍ତି, ଯେଉଁମାନେ ଚାହିଁବେ ଦଳ ଛାଡ଼ିପାରିବେ। ଯେଉଁମାନେ ଦଳ ଛାଡ଼ିବାକୁ ଚାହଁୁଛନ୍ତି ସେମାନେ ପଳାନ୍ତୁ। ଏଥିଲାଗି କିଛି ଚିନ୍ତା ନାହିଁ। କଂଗ୍ରେସ ଚିନ୍ତାଧାରାକୁ ଭଲ ପାଉଥିବା ଏବଂ ନେତୃତ୍ୱକୁ ବିଶ୍ୱାସ କରୁଥିବା ଲୋକମାନେ ଦଳରେ ରହିବେ। ବହୁ ନେତା ଦଳ ଛାଡ଼ିଛନ୍ତି, ତା’ପରେ ବି କଂଗ୍ରେସ ଶକ୍ତିଶାଳୀ ହୋଇଛି। ଅନ୍ୟପଟେ ତାରାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଚେଲ୍ଲାକୁମାର ମନା କରିଦେଇଛନ୍ତି। ଅନ୍ୟପକ୍ଷରେ ତାରା କହିଛନ୍ତି, ରାଗରେ ନିରଞ୍ଜନଙ୍କ ବିରୋଧରେ ଏଣୁତେଣୁ କହିଦେଇଛନ୍ତି। ନିରଞ୍ଜନ ତାଙ୍କ ବଡ ଭାଇ। ରାଗ ସବୁବେଳେ ରୁହେ ନାହିଁ। ରାଜନୀତିଆ ଲୋକ ସବୁବେଳେ ରାଗିଲେ ଲୋକମାନେ ଗ୍ରହଣ କରିବେ ନାହିଁ। ନିରଞ୍ଜନଙ୍କ ନେତୃତ୍ୱରେ ଦଳ ଆଗକୁ ବଢ଼ିବ। ଚେଲ୍ଲାକୁମାରଙ୍କ ସହ ରବିବାର ଟେଲିଫୋନ୍‌ ଯୋଗେ ବହୁ ସମୟ ଧରି କଥା ହୋଇଛି। ନିରଞ୍ଜନବାବୁଙ୍କ ସହ ସୋମବାର ସକାଳୁ କଥା ହୋଇଛି। ନିରଞ୍ଜନଙ୍କ ସହ ଥିବା ସମସ୍ୟାର ସମାଧାନ ଘଟିଛି। ଦଳ ଛାଡ଼ିବା ପ୍ରଶ୍ନ ଉଠୁନାହିଁ। କୌଣସି ପରିସ୍ଥିତିରେ ଦଳ ବଦଳାଇବି ନାହିଁ। କଂଗ୍ରେସ ଏବେ ବ୍ୟାକ୍‌ଫୁଟ୍‌ରେ ରହିଛି। କୋରାପୁଟ ଜିଲାରେ ଦଳକୁ ଦୃଢ଼ କରିବା ଆମ ସମସ୍ତଙ୍କ ଦାୟିତ୍ୱ। ଯେଉଁମାନେ ପରିସ୍ଥିତିରେ ପଡି ଭାଜପା କିମ୍ବା ବିଜେଡି ଚାଲିଯାଇଛନ୍ତି ସେମାନଙ୍କୁ ଫେରାଇ ଆଣିବା ଦାୟିତ୍ୱ ଆମର। ସମସ୍ତଙ୍କୁ ନେଇ ଆଗକୁ ବଢ଼ିହେବ। ସେହିପରି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଏବଂ ସପ୍ତଗିରି ଉଲାକାଙ୍କ ସହ ଆଲୋଚନା କରିବେ ବୋଲି ତାରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲେଇଂ ଇଲେଭେନ୍‌ରେ ବୈଭବଙ୍କୁ ଦେଖିବାକୁ ନ ପାଇ ଆଶ୍ଚର୍ଯ୍ୟ ହୋଇଗଲେ ଜାପାନ ଅଧିନାୟକ; କହିଲେ ଏମିତି…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ବର୍ଷା ଯୋଗୁ ମ୍ୟାଚକୁ ୫-୫ ଓଭରରେ ସୀମିତ କରାଯାଇଥିଲା।…

ହାରୁ ହାରୁ ମ୍ୟାଚ ଜିତିଗଲା ଭାରତ, ଦୀର୍ଘ ନିଃଶ୍ୱାସ ମାରି ଶ୍ରେୟସ ଆୟର କହିଲେ…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର (୨୨ ସେପ୍ଟେମ୍ବର) ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଐତିହାସିକ ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ହାରୁଥିବା ମ୍ୟାଚକୁ ଶେଷରେ ମାତ୍ର ୨…

ଭାରତ ପୁଣି ହେଲା ବିଶ୍ୱର ନମ୍ବର-୧ ଟିମ୍‌: ଇଂଲଣ୍ଡକୁ ହଟାଇ…

ନୂଆଦିଲ୍ଲୀ,୨୨।୯: ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ପୁଣିଥରେ ICC T20 ମାନ୍ୟତାରେ ପ୍ରଥମ ସ୍ଥାନ ହାସଲ କରିଛି। ନିକଟରେ ଇଂଲଣ୍ଡ ଏହି ସ୍ଥାନ ଅକ୍ତିଆର…

ବାତ୍ୟା ଆଶଙ୍କାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ: ୨୪ ତାରିଖ ପରୀକ୍ଷା ସ୍ଥଗିତ

ଭଞ୍ଜନଗର,୨୨।୯ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି। ଉପଜିଲାପାଳ ଉମାଶଙ୍କର ବେହେରା…

ବଳାତ୍କାର ମାମଲାରେ କେଉଁ ରାଜ୍ୟ ଆଗରେ? ଓଡ଼ିଶାର ସ୍ଥିତି ଜାଣି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ବିହାରର ଜମୁଇ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ନାବାଳିକା…

ରାଣୀ ମୁଖାର୍ଜୀଙ୍କ ଉପରେ ଭାଙ୍ଗିପଡିଲା ଦୁଃଖର ପାହାଡ଼, ଏମିତି କେବେ ଘଟିବ ବୋଲି…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ତାଙ୍କ ମାଆ କୃଷ୍ଣା ମୁଖାର୍ଜୀଙ୍କର ୭୫ ବର୍ଷ ବୟସରେ ପରଲୋକ ଘଟିଛି। ମଙ୍ଗଳବାର, ସେପ୍ଟେମ୍ବର…

ଏମିତି ଏକ ରହସ୍ୟମୟ ଗାଁ, ଯେଉଁଠି ଚାଲିଯାଏ ଲୋକଙ୍କ ଦୃଷ୍ଟିଶକ୍ତି! କାରଣ ଜାଣିଲେ ହେବେ ଚକିତ

ମେକ୍ସିକୋର ଏକ ଦୂରଦୂରାନ୍ତ ଗାଁକୁ ନେଇ ଦୀର୍ଘଦିନ ଧରି ଏକ ରହସ୍ୟମୟ କାହାଣୀ ପ୍ରଚଳିତ ରହିଛି। କୁହାଯାଏ, ଏଠାରେ ଲୋକଙ୍କ ସହ ପଶୁମାନଙ୍କର ମଧ୍ୟ ଦୃଷ୍ଟିଶକ୍ତି ଚାଲିଯାଉଥିଲା।…

ଏସିଆନ ଗେମ୍ସ ଫାଇନାଲରେ ସ୍ମୃତି ମନ୍ଧାନା ରଚିଲେ ଇତିହାସ: ଏମିତି ରେକର୍ଡ କରି ହେଲେ ବିଶ୍ୱର ପ୍ରଥମ ବ୍ୟାଟର

ନୂଆଦିଲ୍ଲୀ,୨୨।୯: ଏସିଆନ ଗେମ୍ସର ଗୋଲ୍ଡ ମେଡାଲ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରଚିଛନ୍ତି ନୂଆ ଇତିହାସ। ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ୧୧ ହଜାର ଅନ୍ତର୍ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?