ନିରଞ୍ଜନଙ୍କୁ ବଡ଼ ଭାଇ କହି କଥା ବଦଳାଇଲେ ତାରା

ଭୁବନେଶ୍ୱର, ୩୧।୮(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ସିଧାସଳଖ ବିଷୋଦ୍‌ଗାର କରୁଥିବା ବିଧାୟକ ତାରାପ୍ରସାଦ ବାହିନୀପତି ନିଜ ମତ ପରିବର୍ତ୍ତନ କରିଛନ୍ତି। ନିରଞ୍ଜନଙ୍କୁ ବଡ଼ଭାଇ ବୋଲି ସମ୍ବୋଧନ କରିବା ସହ ପୁରୁଣା ସମସ୍ୟା ଦୂର ହୋଇଥିବା ତାରା କହିଛନ୍ତି। ମାତ୍ର ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଦଳର ଜାତୀୟ ନେତୃମଣ୍ଡଳୀ କୌଣସି ପ୍ରକାର ଅଭିଯୋଗ ଏବଂ ମତଭେଦ ଶୁଣିବା ଲାଗି ପ୍ରସ୍ତୁତ ନ ଥିବା ସିଧାସଳଖ ଜଣାଇ ଦେଇଛନ୍ତି। ଦଳରେ ଅସନ୍ତୁଷ୍ଟ ଥିଲେ ବାହାରିଯିବାକୁ ପ୍ରଭାରୀ ଏ. ଚେଲ୍ଲାକୁମାର ସିଧାସଳଖ ଜଣାଇଦେଇଛନ୍ତି।
ସୋମବାର ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବା ଅବସରରେ ଚେଲ୍ଲାକୁମାର ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ କହିଛନ୍ତି, ଯେଉଁମାନେ ଚାହିଁବେ ଦଳ ଛାଡ଼ିପାରିବେ। ଯେଉଁମାନେ ଦଳ ଛାଡ଼ିବାକୁ ଚାହଁୁଛନ୍ତି ସେମାନେ ପଳାନ୍ତୁ। ଏଥିଲାଗି କିଛି ଚିନ୍ତା ନାହିଁ। କଂଗ୍ରେସ ଚିନ୍ତାଧାରାକୁ ଭଲ ପାଉଥିବା ଏବଂ ନେତୃତ୍ୱକୁ ବିଶ୍ୱାସ କରୁଥିବା ଲୋକମାନେ ଦଳରେ ରହିବେ। ବହୁ ନେତା ଦଳ ଛାଡ଼ିଛନ୍ତି, ତା’ପରେ ବି କଂଗ୍ରେସ ଶକ୍ତିଶାଳୀ ହୋଇଛି। ଅନ୍ୟପଟେ ତାରାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଚେଲ୍ଲାକୁମାର ମନା କରିଦେଇଛନ୍ତି। ଅନ୍ୟପକ୍ଷରେ ତାରା କହିଛନ୍ତି, ରାଗରେ ନିରଞ୍ଜନଙ୍କ ବିରୋଧରେ ଏଣୁତେଣୁ କହିଦେଇଛନ୍ତି। ନିରଞ୍ଜନ ତାଙ୍କ ବଡ ଭାଇ। ରାଗ ସବୁବେଳେ ରୁହେ ନାହିଁ। ରାଜନୀତିଆ ଲୋକ ସବୁବେଳେ ରାଗିଲେ ଲୋକମାନେ ଗ୍ରହଣ କରିବେ ନାହିଁ। ନିରଞ୍ଜନଙ୍କ ନେତୃତ୍ୱରେ ଦଳ ଆଗକୁ ବଢ଼ିବ। ଚେଲ୍ଲାକୁମାରଙ୍କ ସହ ରବିବାର ଟେଲିଫୋନ୍‌ ଯୋଗେ ବହୁ ସମୟ ଧରି କଥା ହୋଇଛି। ନିରଞ୍ଜନବାବୁଙ୍କ ସହ ସୋମବାର ସକାଳୁ କଥା ହୋଇଛି। ନିରଞ୍ଜନଙ୍କ ସହ ଥିବା ସମସ୍ୟାର ସମାଧାନ ଘଟିଛି। ଦଳ ଛାଡ଼ିବା ପ୍ରଶ୍ନ ଉଠୁନାହିଁ। କୌଣସି ପରିସ୍ଥିତିରେ ଦଳ ବଦଳାଇବି ନାହିଁ। କଂଗ୍ରେସ ଏବେ ବ୍ୟାକ୍‌ଫୁଟ୍‌ରେ ରହିଛି। କୋରାପୁଟ ଜିଲାରେ ଦଳକୁ ଦୃଢ଼ କରିବା ଆମ ସମସ୍ତଙ୍କ ଦାୟିତ୍ୱ। ଯେଉଁମାନେ ପରିସ୍ଥିତିରେ ପଡି ଭାଜପା କିମ୍ବା ବିଜେଡି ଚାଲିଯାଇଛନ୍ତି ସେମାନଙ୍କୁ ଫେରାଇ ଆଣିବା ଦାୟିତ୍ୱ ଆମର। ସମସ୍ତଙ୍କୁ ନେଇ ଆଗକୁ ବଢ଼ିହେବ। ସେହିପରି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଏବଂ ସପ୍ତଗିରି ଉଲାକାଙ୍କ ସହ ଆଲୋଚନା କରିବେ ବୋଲି ତାରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ନିର୍ବାଚନରେ ବଢିଚାଲିଛି ଖର୍ଚ୍ଚ ସୀମା, ଲୋକ ସଭା ନିର୍ବାଚନରେ ଏତେ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ପ୍ରାର୍ଥୀ

ନୂଆଦିଲ୍ଲୀ,୨୯।୩: ଲୋକ ସଭା ନିର୍ବାଚନ ୨୦୨୪ର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନିର୍ବାଚନ କମିଶନରଙ୍କ ଦାୟିତ୍ୱ ରହିଥାଏ କି କ୍ଷମତାସୀନ ଦଳ...

ଆଜି ଗୁଡ୍‌ ଫ୍ରାଇଡେ: ବାଇବେଲ ପାଠକରି ସାମୂହିକ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ ): ଆଜି ଗୁଡ୍‌ ଫ୍ରାଇଡେ। ଏହାକୁ ଶ୍ରଦ୍ଧାଳୁମାନେ ରୀତିନୀତି ଅନୁସାରେ ପାଳନ କରିଛନ୍ତି। ଯିଶୁଖ୍ରୀଷ୍ଟଙ୍କୁ ଆଜିର ଦିନରେ କାଲବରୀ ନାମକ ଏକ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ପୈତୃକ ଗାଁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରଦୀପ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ଭାଜପା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ...

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ କାମନା କଲେ ଦେବେଶ ଆଚାର୍ଯ୍ୟ

ବରଗଡ଼,୨୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ତୃତୀୟଥର ପାଇଁ ଦେବେଶ ଆଚାର୍ଯ୍ୟଙ୍କ ନାମ...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri