ତାଳସାରୀ-ଉଦୟପୁର ପଥରବନ୍ଧ ଅନୁଧ୍ୟାନ କଲେ ଜିଲାପାଳ

ଭୋଗରାଇ, ୫।୭(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଉଦୟ ପୁର-ତାଳସାରୀ ୨. ୭ କି.ମି. ତଟସୁରକ୍ଷା ପାଚେରି ପଥରବନ୍ଧ ପ୍ରାକ୍‌ ମୌସୁମୀରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ମଙ୍ଗଳବାର ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ଏହି ପଥରବନ୍ଧ ଅନୁଧ୍ୟାନ କରିବା ସହିତ ଜଳସମ୍ପଦ ଓ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ସହିତ ସମୀକ୍ଷା କରିଛନ୍ତି। କେଉଁ କାରଣରୁ ଏହି ପଥରବନ୍ଧ ବିଭିନ୍ନ ସ୍ଥାନରେ ଧସିଯାଉଛି, ଏନେଇ ବିଭାଗୀୟଙ୍କ ସହ ଆଲୋଚନା କରିଥିଲେ।
ଓଡିଶା ସୀମାନ୍ତରେ ଏହି ପଥରବନ୍ଧ ନିର୍ମାଣ, ସୌନ୍ଦର୍ଯ୍ୟକରଣ ସହ ପଶ୍ଚିମବଙ୍ଗ ଦୀଘା ଭଳି ସମକକ୍ଷ ହେବା ନିମନ୍ତେ ୨୦୧୧ ମସିହାରୁ ମୁଖ୍ୟମନ୍ତ୍ରୀ, ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଓ ସଚିବମାନେ ଘନ ଘନ ଏଠାକୁ ଆସି ଏକ ଶହ କୋଟିର ସ୍ବତନ୍ତ୍ର ମାଷ୍ଟରପ୍ଲାନ ପ୍ରସ୍ତୁତ କରିଥିବା ବେଳେ ଅଦ୍ୟାବଧି ୭୮କୋଟି ଅନୁଦାନ ରାଜ୍ୟ ସରକାର ଦେଇଛନ୍ତି। ହେଲେ ଏହି କାର୍ଯ୍ୟ ୧୩ବର୍ଷ ଧରି ସମ୍ପୂର୍ଣ୍ଣ ନ ହେବା ଓ ସାମାନ୍ୟ ବର୍ଷାରେ ୫୦ସ୍ଥାନରେ ବଡ଼ ବଡ ଘାଇ ହେବା ବିଭାଗୀୟଙ୍କୁ ଅଡୁଆରେ ପକାଇଛି। ଓଡିଶା ସୀମାନ୍ତ ଉଦୟପୁରକୁ ସଂଯୋଗ ହୋଇଥିବା ପଶ୍ଚିମବଙ୍ଗ ଦୀଘା ସୈକତ ସହର ଓ ତଟ ସୁରକ୍ଷା ପଥରବନ୍ଧ ସୁରକ୍ଷିତ ରହିଥିବା ବେଳେ ଓଡିଶାର ଜଳସମ୍ପଦ ଓ ପୂର୍ତ୍ତ ବିଭାଗ ସେଠାରୁ ଦେଖି ଚାହିଁ କିଛି ଶିକ୍ଷା କରିପାରିନାହାନ୍ତି ବୋଲି ଚର୍ଚ୍ଚା ହେଉଛି। ପଥରବନ୍ଧ ବିଭିନ୍ନ ସ୍ଥାନରେ ଧସିଯିବା ପରେ ଠିକାଦାର ସଂସ୍ଥା ଓସିସି ନିଜର ଅପାରଗତା ଓ ଦୁର୍ନୀତି ଲୁଚାଇବାକୁ ଯାଇ ପଥରବନ୍ଧରେ ତରବରିଆ ଭାବେ ସମୁଦ୍ର ବାଲିପନ୍ତାରୁ ଟ୍ରାକ୍ଟର ଯୋଗେ ବାଲି ପକାଇ ମରାମତି କରୁଛନ୍ତି, ଯାହାକି ଆସନ୍ନ ବର୍ଷା ଓ ସମୁଦ୍ର ଉତ୍ତାଳ ଢେଉରେ ଏହି ପଥରବନ୍ଧ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହେବା ନେଇ ଆଶଙ୍କା ଦେଖାଦେଇଛି ବୋଲି କୂଳବାସୀ ପ୍ରକାଶ କରିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?