ତାଲିବାନର ବର୍ବରତା, ପଞ୍ଜଶିର ଘାଟିରେ ୨୭ ଜଣଙ୍କୁ ହତ୍ୟା…

କାବୁଲ,୧୯।୧୦ : ଆଫଗାନିସ୍ତାନର ପଞ୍ଜଶିର ଘାଟିରେ ଏକ ସଂଘର୍ଷରେ ତାଲିବାନ ସଦସ୍ୟ ୨୭ଜଣଙ୍କୁ ବର୍ବରତାର ସହିତ ହତ୍ୟା କରିଛନ୍ତି। ମଙ୍ଗଳବାର ପ୍ରକାଶିତ ଏକ ରିପୋର୍ଟରେ ଏହି ସୂଚନା ପ୍ରଦାନ କରାଯାଇଛି। ସେମାନଙ୍କୁ ଗତ ମାସରେ ତାଲିବାନ ଧରିଥିଲା। ପ୍ରକାଶିତ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି ଯେ ପାଞ୍ଚ ଜଣ ଲୋକଙ୍କ ଆଖିରେ ପଟି ବନ୍ଧା ଯାଇଛି। ସେମାନଙ୍କ ପିଠି ପଛରେ ହାତ ବନ୍ଧା ହୋଇଛି। ଏହା ପରେ ତାଲିବାନ ସଦସ୍ୟମାନେ ୨୦ ସେକେଣ୍ଡ ପାଇଁ ସେମାନଙ୍କ ଉପରେ ଲଗାତାର ଭାବରେ ଗୁଳି ଚଳାଇ ଉତ୍ସବ ପାଳନ କରୁଛନ୍ତି।

ଆଫଗାନିସ୍ତାନ ଓ୍ବିଟନେସ ପକ୍ଷରୁ ଏହାର ତଦନ୍ତ କରାଯାଇଛି। ଏହାର ଜଣେ ଅଧିକାରୀ ଡେଭିଡ ଓସବୋର୍ନ କହିଛନ୍ତି ଯେ ତାଲିବାନ ସଦସ୍ୟଙ୍କ ବର୍ବରତା ସମ୍ପର୍କରେ ଏଥିରୁ ସ୍ପଷ୍ଟ ଜଣାପଡୁଛି। ରିପୋର୍ଟ ଅନୁଯାୟୀ, ସେ ସୋସିଆଲ ମିଡିଆର ଅନେକ ଭିଡିଓ ଏବଂ ଫଟୋଗ୍ରାଫକୁ ବିଶ୍ଳେଷଣ କରିଛନ୍ତି। ଏହା ତାଲିବାନ ସଦସ୍ୟଙ୍କର ଏକ ଗୋଷ୍ଠୀର କାର୍ଯ୍ୟ। ତାଙ୍କ କହିବାନୁସାରେ, ତାଲିବାନ ପଞ୍ଜଶିରର ଦାରା ଜିଲାରେ ୧୦ ଜଣଙ୍କୁ ହତ୍ୟା କରିଛି। ଏକ ଭିଡିଓରେ ଦେଖାଯାଉଛି ଯେ ସେମାନଙ୍କ ମଧ୍ୟରୁ ପାଞ୍ଚଜଣଙ୍କ ଉପରେ ଗାଡି ଚଳାଇ ଦିଆଯାଇଥିଲା। ସେ କହିଛନ୍ତି ଯେ ସୋସିଆଲ ମିଡିଆର ଫଟୋଗ୍ରାଫକୁ ଆଧାର କରି ସେ ଅନ୍ୟ ୧୭ ଜଣଙ୍କ ହତ୍ୟାକୁ ନିଶ୍ଚିତ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିତ ଜାତିସଂଘରେ ଆମେରିକା-ରୁଷିଆ ମୁହାଁମୁହିଁ

ଓ୍ବାଶିଂଟନ,୨୫ା୪: ମିଳିତ ଜାତିସଂଘରେ ଆମେରିକା ଏବଂ ରୁଷିଆ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। କିଛି ଦିନ ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ରୁଷିଆ...

ଆମେରିକା ଉପରେ ରାଗିଗଲେ ନେତାନ୍ୟାହୁ: କହିଲେ ଏମିତି କଥା

ଜେରୁଜେଲମ,୨୫।୪: ଗାଜାରେ ହମାସ ଆତଙ୍କବାଦୀଙ୍କ ସହ ଇସ୍ରାଏଲର ଯୁଦ୍ଧ ଜାରି ରହିଛି ଏବଂ ଇରାନ ସହିତ ଯୁଦ୍ଧ ପରି ପରିସ୍ଥିତି ଅଛି। ଏହି ସମୟରେ ବେଞ୍ଜାମିନ...

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri