‘ଗ୍ରାହକଙ୍କ ମଧ୍ୟରେ ବଢୁଛି ଜାୱା-ୟେଜଦିର ଚାହିଦା’

ଭୁବନେଶ୍ୱର,୧୯ା୧୦: କ୍ଲାସିକ୍‌ ଲିଜେଣ୍ଡସ୍‌ ପ୍ରା. ଲିମିଟେଡ୍‌ର ପ୍ରମୁଖ ବ୍ରାଣ୍ଡ୍‌ ଜାୱା-ୟେଜ୍‌ଦି ମୋଟର ସାଇକେଲର ନୂତନ ଶୋ’ରୁମ୍‌ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଭୁବନେଶ୍ୱରର ପଳାଶୁଣୀସ୍ଥିତ ମୁରଲୀ ଆଣ୍ଡ ସନ୍ସ ଅଟୋମୋଟିଭ୍ସ ଆନୁକୂଲ୍ୟରେ ବ୍ରାଣ୍ଡ୍‌ର ଡିଲର ପଏଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ମୁରଲୀ ଆଣ୍ଡ ସନ୍ସର ମ୍ୟାନେଜିଂ ପାର୍ଟନର ସଞ୍ଜୀବ ଅଗ୍ରଓ୍ବାଲ ଓ ରାକେଶ ଅଗ୍ରଓ୍ବାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। କ୍ଲାସିକ୍‌ ଲିଜେଣ୍ଡସ୍‌ର ଏଏସ୍‌ଏମ୍‌ ମନୋରଞ୍ଜନ ପଟ୍ଟନାୟକଙ୍କ ସମେତ ଶୋ’ରୁମ୍‌ର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ବିଶେଷକରି ୨୦୧୮ ନଭେମ୍ବରରେ ଉକ୍ତ ବ୍ରାଣ୍ଡ୍‌ର ଶୁଭାରମ୍ଭ ପରଠାରୁ ଦେଶବ୍ୟାପୀ କ୍ଲାସିକ୍‌ ଲିଜେଣ୍ଡସ୍‌ର ଏକ ଶକ୍ତିଶାଳୀ ଡିଲର ନେଟ୍‌ୱାର୍କ ସହ ଦୃଢ଼ ଉପସ୍ଥିତ ସାଙ୍ଗକୁ ଚାହିଦା ମଧ୍ୟ ବୃଦ୍ଧି ପାଉଛି। ଏପରିକି କମ୍ପାନୀ ପ୍ରଥମ ପର୍ଯ୍ୟାୟରେ ୧୦୦ ଦିନର ରେକର୍ଡ ସମୟ ମଧ୍ୟରେ ୧୦୦ଟି ଡିଲରଶିପ୍‌ ପ୍ରତିଷ୍ଠା କରିଥିଲା। ଯେକୌଣସି ଅଟୋମୋବାଇଲ୍‌ ଉତ୍ପାଦନକାରୀଙ୍କ ପାଇଁ ଏହା ଏକ ବଡ଼ ଉଲ୍ଲେଖନୀୟ ସଫଳତା ବୋଲି କୁହାଯାଇଛି। କମ୍ପାନୀର ଜାୱା ମୋଟରସାଇକେଲ ବର୍ତ୍ତମାନ ୩ଟି ମଡେଲ ଜାୱା, ଜାୱା ୪୨, କ୍ରୀଡ଼ା, ୪୨ ବବର୍‌ ଏବଂ ଜାୱା ପେରେକ୍‌ ଏବଂ ୟେଜ୍‌ଦି ମୋଟରସାଇକେଲ ମୁଖ୍ୟତଃ ଆଡଭେଞ୍ଚର, ରୋଡ୍‌ଷ୍ଟେର ଏବଂ ସ୍କ୍ରାମବ୍ଲର୍‌ ଉପଲବ୍ଧ ରହିଛି। ଉଲ୍ଲେଖଯାଗ୍ୟ, ବ୍ରାଣ୍ଡ୍‌ର ଆଡଭେଞ୍ଚର ରେଞ୍ଜ୨,୧୫,୯୦୦ ଟଙ୍କା, ସ୍କ୍ରାମବ୍ଲର୍‌ ରେଞ୍ଜ୍‌ ୨,୧୦,୯୦୦ ଟଙ୍କା ଏବଂ ରୋଡ୍‌ଷ୍ଟେର୍‌ ରେଞ୍ଜ୍‌ ୨,୦୪,୧୪୨ ଟଙ୍କାରୁ ଆରମ୍ଭ ହେଉଛି। ଉପରୋକ୍ତ ସମସ୍ତ ମୂଲ୍ୟ ଏକ୍ସ-ଶୋ’ରୁମ୍‌ ଭୁବନେଶ୍ୱର ଓଡ଼ିଶା ବଜାରର ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଲୋକ ସଭା ପରେ ରାଜ୍ୟ ସଭାରେ ବି ମୋହର; ପାରିତ ହେଲା ‘ଆଣ୍ଟି-ପେପର ଲିକ୍ ବିଲ୍’, ଦୋଷୀଙ୍କୁ ହେବ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ,୩୦।୭: ଲୋକ ସଭାରେ ଆଣ୍ଟି-ପେପର ଲିକ୍ ବିଲ୍ ଗୃହୀତ ହେବା ପରେ, ରାଜ୍ୟ ସଭାରେ ପାସ୍ ହୋଇଛି। ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଏହାକୁ ଭଏସ୍ ଭୋଟ୍ ଦ୍ୱାରା…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri