ତାଳଚେର ବନ୍ଦ, ଅର୍ଥନୈତିକ ଅବରୋଧ ଚେତାବନୀ

ତାଳଚେର,୩୦ା୪(ଡି.ଏନ.ଏ.): ଆସନ୍ତା ୭ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ମେଡିକାଲ କଲେଜ କାର୍ଯ୍ୟକ୍ଷମ କରା ନ ଗଲେ ମେ ୧୩ ତାରିଖରେ ତାଳଚେରରେ ବନ୍ଦ ପାଳନ କରାଯିବ। ଏଥିସହିତ ଆଗାମୀ ଜୁନ୍‌ ୧ରୁ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ କରାଯିବ ବୋଲି ଶୁକ୍ରବାର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତାଳଚେରବାସୀଙ୍କ ତରଫରୁ ଅନୁଷ୍ଠିତ ଗଣସମାବେଶରେ ଚେତାବନୀ ଦିଆଯାଇଛି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଉପଜିଲାପାଳ ବିଶ୍ୱରଞ୍ଜନ ରଥଙ୍କୁ ପ୍ରଦାନ କରାଯାଇଛି।
ପ୍ରକାଶ ଯେ, ଏମ୍‌ସିଏଲ୍‌ ପକ୍ଷରୁ ତାଳଚେର ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ ଦୀର୍ଘ ୪ ବର୍ଷ ତଳୁ ଶେଷ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ କାର୍ଯ୍ୟକ୍ଷମ କରୁନାହାନ୍ତି। ଏ ନେଇ ତାଳଚେରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ମେଡିକାଲ କଲେଜ ସରକାର ଚଳାଇବା ଦାବି ନେଇ ସକାଳୁ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଲୋକ ଗଣଧାରଣା ଦେଇଥିଲେ। ତାଳଚେର କ୍ରିୟାନୁଷ୍ଠାନ କମିଟି ଆବାହକ ପଦ୍ମ ଚରଣ ସାମଲଙ୍କ ସଭାପତିତ୍ୱରେ ପୂର୍ବତନ ଏମ୍‌ପି ରବିନାରାୟଣ ପାଣି, ପୂର୍ବତନ ବିଧାୟକ ବିଭୁଧେନ୍ଦ୍ର ପ୍ରତାପ ଦାସ, ଜାତୀୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ସସ୍ମିତା ବେହେରା, ଓଡ଼ିଶା କୋଲିୟରିଜ ମଜଦୁର ସଂଘ ସମ୍ପାଦକ ସୌଭାଗ୍ୟ ପ୍ରଧାନ, ତାଳଚେର ଓକିଲ ସଂଘ ସଭାପତି ସନ୍ତୋଷ ସାହୁ, ପ୍ରେସ୍‌ କ୍ଲବ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ବସ୍‌ ମାଲିକ ସଂଘ ସଭାପତି ଶ୍ରୀକାନ୍ତ ପାଣି, ପୂର୍ବତନ ନଗରପାଳ କେଶବ ଭୂତିଆ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଗାମ୍ବର ଗଡ଼ନାୟକ, କ୍ଷୀରୋଦ ସାହୁ, ମାନସ ଆଚାର୍ଯ୍ୟ, ମନୋଜ ପ୍ରଧାନ, ଧନେଶ୍ୱର ସାହୁ, ମାନସୀ ସ୍ବାଇଁ, ଜ୍ୟୋତ୍ସ୍ନା ସ୍ବାଇଁ, ନିଲମ ଲାଲ୍‌, ଜେମାମଣି ନାଏକ, ଭୁପେନ ଥମ୍ବ, ଶୋଭାଗିନୀ ଦାସ, ସ୍ବାଧୀନ ଥମ୍ବ, ବାପି ମହାନ୍ତି, ଅର୍ଜୁନ ଭୂତିଆ ପ୍ରମୁଖ ଯୋଗଦେଇ ତାଳଚେର ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ବିରୋଧରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ତାଳଚେରରୁ ସରକାର ବାର୍ଷିକ ସହସ୍ରାଧିକ କୋଟି ଟଙ୍କାର ରାଜସ୍ବ ପାଉଥିବାବେଳେ ସ୍ବାସ୍ଥ୍ୟସେବା ଦିଗରେ ଅବହେଳା ନ କରି ତୁରନ୍ତ ମେଡିକାଲ କଲେଜ ପରିଚାଳନା ଦାୟିତ୍ୱ ନେବାକୁ ବକ୍ତାମାନେ ଦୃଢ଼ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬୩ନଂ. ବୁଥ୍‌ରେ ସାନି ମତଦାନ: ୯୯୬ରୁ ୫୩୯ଜଣ ଦେଲେ ଭୋଟ

ବ୍ରହ୍ମପୁର ଅଫିସ୍‌,୧୯ା୪-ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ୬୩ନମ୍ବର ବୁଥ୍‌ରେ ଗୁରୁବାର ସାନି ମତଦାନ ଅନୁଷ୍ଠିତ ହୋଇଯାଇଛି। ସିଟି ହାଇସ୍କୁଲସ୍ଥିତ ବୁଥ୍‌ରେ ମତଦାନ ଗ୍ରହଣ କରାଯାଇଥିଲା।...

ନଦୀ ପ୍ରଦୂଷଣ ଯାହାଙ୍କୁ ଶୁଆଇ ଦିଏ ନାହିଁ

ଭୁବନେଶ୍ୱର,୭।୨ (ବ୍ୟୁରୋ): ବଢ଼ୁଥିବା ନଦୀଜଳ ପ୍ରଦୂଷଣ ସତେ ଯେପରି ତାଙ୍କୁ ଶୁଆଇ ଦିଏ ନାହିଁ। ସେଇଥି ପାଇଁ ତ ରାତି ପାହିଲେ ବାହାରି ଯାଆନ୍ତି ନଦୀ...

ରଥଯାତ୍ରାରୁ ବଞ୍ଚିତ ହେଲେ ବଡ଼ଗଡ଼ବାସୀ

ସୋରଡା,୩୦ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ବଡ଼ଗଡ଼ରେ ଚଳିତବର୍ଷ ରଥଯାତ୍ରା ହେବନାହିଁ। ମନ୍ଦିର ବେଢ଼ାରେ କେବଳ ରିତିନୀତି ସମ୍ପନ୍ନ ହେବ ବୋଲି ରାଜ ପରିବାର ପକ୍ଷରୁ...

ପ୍ରଭାବିତ ହେବ ପରୀକ୍ଷା: ସମୟ ପରିବର୍ତ୍ତନ ଦାବି

ଭୁବନେଶ୍ୱର, ୨୫।୪(ବ୍ୟୁରୋ): ଏପ୍ରିଲରୁ ରାଜ୍ୟରେ ଅସହ୍ୟ ହୋଇଛି ଖରାତାତି। ସକାଳ ୯ଟା ପରେ ଘରୁ ବାହାରିବା ବି କଷ୍ଟ ହୋଇପଡୁଛି। ଏଭଳି ସ୍ଥିତିରେ ପିଲାମାନେ କିପରି...

ଜନଜାତି କମିଶନଙ୍କ ହାଜର ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଲେ ହାଇକୋର୍ଟ

କଟକ ଅଫିସ,୧୮।୪(ବ୍ୟୁରୋ): କେନ୍ଦୁଝର ଜିଲାପାଳଙ୍କୁ ଜାତୀୟ ଜନଜାତି କମିଶନଙ୍କ ହାଜର ନିର୍ଦ୍ଦେଶ ଉପରେ ରହିତାଦେଶ ଲାଗିଛି । କମିଶନଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟ ରହିତାଦେଶ ଜାରି...

ମୋତେ ମୋ ପରିଶ୍ରମର ଫଳ ମିଳିଛି: ମୁନା ଖାଁ

ଭୁବନେଶ୍ୱର,୭ା୩(ବ୍ୟୁରୋ): ରାଜ୍ୟ ସଭା ଆସନ ଲାଗି ବିଜେଡି ଶନିବାର ପ୍ରାର୍ଥୀ ଘୋଷଣା କରିଛି। ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଓ ମମତା ମହନ୍ତଙ୍କୁ...

ଦୀର୍ଘବର୍ଷ ହେଲା ହୋଇନି ବାବୁମାନଙ୍କ ବଦଳି

ଅନୁଗୋଳ ଅଫିସ, ୧୧।୬ ଗୋଟିଏ ଚୌକିରେ ସରକାରଙ୍କ କୌଣସି କର୍ମଚାରୀ ଅଧିକ ବର୍ଷ ରହିପାରିବେ ନାହିଁ। ଏହା ହେଲେ ସ୍ବଚ୍ଛତାରେ ବାଧା ଉପୁଜିବ। ତେଣୁ ଦୀର୍ଘବର୍ଷ...

ମଦନପୁର କଲେଜ ଛକରେ ରାସ୍ତାରୋକୋ

ପଟ୍ଟମୁଣ୍ଡାଇ/ରାଜନଗର, ୨୬ା୧୧(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇରୁ ରାଜନଗରକୁ ସଂଯୋଗ କରୁଥିବା ଉପର ଏବଂ ତଳ ରାସ୍ତାରେ ବସ ଚଳାଚଳକୁ ନେଇ ଦୀର୍ଘଦିନ ହେବ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିବାଦ...

Advertisement
Archives

Model This Week