Posted inଜାତୀୟ

ତଲାକ୍‌କୁ ରୋକା ଯାଇ ପାରିବ ନାହିଁ, କହିଲେ ହାଇକୋର୍ଟ…

ଥିରୁଭାନନ୍ତପୁରମ୍‌, ୨୫।୮ : କେରଳ ହାଇକୋର୍ଟଙ୍କ ଅନୁଯାୟୀ ଜଣେ ମୁସଲମାନ ପୁରୁଷଙ୍କୁ ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଦେବାରେ ରୋକି ପାରିବେ ନାହିଁ। ଏଥିସହିତ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ସମ୍ପୃକ୍ତ ବ୍ୟକ୍ତିଙ୍କର ପୁଣି ଥରେ ବିବାହ କରିବାକୁ ବନ୍ଦ କରାଯାଇପାରିବ ନାହିଁ। ହାଇକୋର୍ଟରେ ଦୁଇଟି ପିଟିଶନର ଶୁଣାଣି ହୋଇଛି। ପାରିବାରିକ କୋର୍ଟ ଦ୍ୱାରା ଜାରି ରହିଥିବା ଆଦେଶକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

କୋଲାମର ଜଣେ ବ୍ୟକ୍ତି ଆଡଭୋକେଟ ମାଜିଡା ଏସଙ୍କ ମାଧ୍ୟମରେ ଏହି ଆବେଦନ କରିଥିଲେ। ଏହି ଆବେଦନରେ ଚାଓ୍ବରା ପରିବାର କୋର୍ଟ ଦ୍ୱାରା ଜାରି ହୋଇଥିବା ଦୁଇଟି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରାଯାଇଥିଲା। ପାରିବାରିକ କୋର୍ଟ ମୁସଲିମ ପୁରୁଷ ସ୍ତ୍ରୀଙ୍କୁ ତଲାକ କହିପାରିବେ ନାହିଁ ବୋଲି କହିଥିଲେ। ପରେ ସ୍ବାମୀ ଏନେଇ ହାଇକୋର୍ଟରେ ପହଞ୍ଚିଥିଲେ। ବିଶେଷ କଥା ହେଉଛି ଯେ ହାଇକୋର୍ଟରେ ପହଞ୍ଚିଥିବା ପୂର୍ବରୁ ଆବେଦନକାରୀ ପ୍ରଥମ ଏବଂ ଦ୍ୱିତୀୟ ତାଲକ କହି ସାରିଥିଲେ। କିନ୍ତୁ ତୃତୀୟ ତାଲକ ପୂର୍ବରୁ ପରିବାର କୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ।

କେରଳ ହାଇକୋର୍ଟରେ ଜଷ୍ଟିସ ମହମ୍ମଦ ମୁଶାକକ ଏବଂ ଜଷ୍ଟିସ ସୋଫି ଥୋମାସଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି ପରିବାର କୋର୍ଟର ଆଦେଶକୁ ଖାରଜ କରିଛନ୍ତି।

ବ୍ୟକ୍ତିଗତ ଆଇନ ବ୍ୟବହାର କରି ପକ୍ଷମାନଙ୍କୁ ଅଟକାଇବାରେ କୋର୍ଟର କୌଣସି ଭୂମିକା ନାହିଁ ବୋଲି ନିର୍ଦ୍ଦେଶରେ କୁହାଯାଇଛି। ସମ୍ବିଧାନର ଧାରା ୨୫କୁ କୋର୍ଟ ଦର୍ଶାଇଛନ୍ତି।

କୋର୍ଟ କହିଛନ୍ତି ଯେ ଯଦି ଏହାକୁ ରୋକିବା ସମ୍ପର୍କରେ ଆଦେଶ ଦିଆଯାଏ, ତେବେ ଏହା ବ୍ୟକ୍ତିର ସମ୍ବିଧାନରେ ସଂରକ୍ଷିତ ଥିବା ଅଧିକାରର ଉଲ୍ଲଂଘନ ହେବ । ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ପରିବାର କୋର୍ଟ ଆବେଦନକାରୀଙ୍କୁ ପୁଣି ବିବାହ କରିବାକୁ ବାରଣ କରିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରେଣୁକା ସିଂ ହେବେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ!

ରାୟପୁର,୭।୧୨: ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଏବେ ବି ସସପେନ୍ସ ଜାରି ରହିଛି। ଭରତପୁର-ସୋନହତ ଆସନରୁ ନିର୍ବାଚନରେ ବିଜୟୀ ହୋଇଥିବା ରେଣୁକା ସିଂ ଗୁରୁବାର ଭାଜପା...

‘ନଓ୍ବାବ ମଲିକଙ୍କୁ ମେଣ୍ଟରେ ନେବା ଠିକ ହେବ ନାହିଁ’, ଅଜିତ ପାଓ୍ବାରଙ୍କୁ ଚିଠି ଲେଖିଲେ ଫଡନାଭିସ

ମୁମ୍ବାଇ,୭।୧୨: ମନି ଲଣ୍ଡରିଂ ମାମଲାରେ ୧୮ମାସ ଜେଲରେ ଥିବା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନଓ୍ବାବ ମଲିକ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱରେ ଜାତୀୟତାବାଦୀ କଂଗ୍ରେସ...

କ୍ଷମା ମାଗିଲେ ଭାଜପା ଏମପି

ନୂଆଦିଲ୍ଲୀ,୭।୧୨: ବିଏସପି ଏମପି ଦାନିଶ ଅଲିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଭାଜପା ଏମପି ରମେଶ ବିଧୁରୀ କ୍ଷମା ମାଗିଛନ୍ତି। ପିଟିଆଇ ସୂତ୍ରରୁ ପ୍ରକାଶ ଯେ...

ଘର-ଜମି କିଣିବା ପୂର୍ବରୁ କରାଇ ନିଅନ୍ତୁ ଆଧାର ସହ ପାନ ଲିଙ୍କ: ନ ହେଲେ କଟିବ ଅଧିକ ଟିଡିଏସ…

ନୂଆଦିଲ୍ଲୀ,୭।୧୨ : ଭାରତୀୟ ନାଗରିକଙ୍କ ପାଇଁ ଆଧାର ଏବଂ ପାନ କାର୍ଡ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଗତ କିଛି ବର୍ଷ ଧରି ଏହି ଦୁଇକୁ ଲିଙ୍କ...

ନିଜ ପତ୍ନୀଙ୍କ ଠାରୁ ଗରିବ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ

ହାଇଦ୍ରାବାଦ,୭।୧୨: ରେଭନ୍ଥ ରେଡ୍ଡୀ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ହାଇଦ୍ରାବାଦର ଏଲବି ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ତାମିଲାଇସାଇ ସୁନ୍ଦରରାଜ ତାଙ୍କୁ...

ଗିରିରାଜ ସିଂଙ୍କ ବିବାଦୀୟ ବୟାନ, ଫିଲ୍ମ ଫେଷ୍ଟିଭାଲରେ ମମତା ଠୁମକା ଲଗାଇବା ଉଚିତ ନୁହେଁ

ନୂଆଦିଲ୍ଲୀ,୭।୧୨: ଭାରତୀୟ ଜନତା ପାର୍ଟି ଏମପି ଗିରିରାଜ ସିଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। କୋଲକାତା ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବରେ...

ଚା’ ସିଙ୍ଗଡାରେ ଶେଷ ହେଉଛି ଇଣ୍ଡିଆ ମେଣ୍ଟ ବୈଠକ: ଜେଡିୟୁ ନେତାଙ୍କ ମନ୍ତବ୍ୟ…

ପାଟନା,୭।୧୨ : ବିହାରର ଶାସକ  ଜେଡିୟୁ ଏମପି ସୁନୀଲ କୁମାର ପିଣ୍ଟୁ ବର୍ତ୍ତମାନ ଏକ ବିବାଦ ସୃଷ୍ଟି କରି କହିଛନ୍ତି। ସିଟ ବାଣ୍ଟିବା ପର୍ଯ୍ୟନ୍ତ ଆଲୋଚନା...

ରାହୁଲଙ୍କ ଅଫିସକୁ ଏଏମ୍‌-ପିଏମ୍‌ ଭିତରେ ତଫାତ ଜଣାନାହିଁ, ଦିନେ ପିଏମ୍‌ଓ କିଭଳି ଚଳାଇବେ; କଂଗ୍ରେସ ନେତାଙ୍କ ଉପରେ ରାଗିଯାଇ…

ନୂଆଦିଲ୍ଲୀ,୭।୧୨: ଥମିବାର ନାଁ ନେଉନାହିଁ କଂଗ୍ରେସର ଅଡ଼ୁଆ। ପ୍ରଥମେ ଅଧୀର ରଞ୍ଜନ ଚୌଧୁରୀ ସଂସଦରେ ଦଳକୁ କଟାକ୍ଷ କରିବା ପରେ ଏବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri