କନ୍ୟାରତ୍ନ କର ଯତ୍ନ

ଶିଶୁକନ୍ୟାଙ୍କ ପ୍ରତି ଅନାଦର ଭାବ ଏବେ ବି ସମାଜରେ ବଳବତ୍ତର ରହିଛି। ଭ୍ରୂଣ ନିରୂପଣ ଓ ଗର୍ଭପାତ ଦ୍ୱାରା ବହୁ ଶିଶୁକନ୍ୟାଙ୍କ ଜୀବନ ଯାଉଛି ଓ ଏହି ସଂଖ୍ୟା ବୃଦ୍ଧିିପାଉଛି ବୋଲି ଅନ୍ତଃରାଷ୍ଟ୍ରୀୟ ମେଡିକାଲ ଜର୍ନାଲ ଦି ଲାନ୍‌ସେଟରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ଉକ୍ତ ଗବେଷଣାତ୍ମକ ରପୋର୍ଟ ଇଣ୍ଟର୍‌ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ପପୁଲେଶନ୍‌ ସାଇନ୍ସ (ଆଇଆଇପିଏସ୍‌) ଅଧୀନ ପବ୍ଲିକ୍‌ ହେଲ୍‌ଥ୍‌ ଆଣ୍ଡ୍‌ ମୋର୍ଟାଲିଟି ଷ୍ଟଡିଜ୍‌ର ପ୍ରାଧ୍ୟାପିକା ନନ୍ଦିତା ସାଇକିଆ ଏବଂ ତାଙ୍କ ଟିମ୍‌ ଦ୍ୱାରା ପ୍ରସ୍ତୁତ କରାଯାଇଛି। ୨୦୨୧ର ୫ମ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌)କୁ ଦେଖିଲେ ଏହାର ଗୁରୁତ୍ୱ ରହିଥିବା ମନେକରାଯାଏ। ଭାରତର ସାମଗ୍ରିକ ଲିଙ୍ଗଗତ ଅନୁପାତରେ ବୃଦ୍ଧି ହୋଇଥିଲେ ମଧ୍ୟ ଜନ୍ମ ସମୟରେ ଲିଙ୍ଗଗତ ଅନୁପାତ କମ୍‌ ଅର୍ଥାତ ୧୦୦୦ ଶିଶୁପୁତ୍ର ତୁଳନାରେ ୯୫୨ ଶିଶୁକନ୍ୟା ଜନ୍ମ ହେଉଛନ୍ତି ବୋଲି ଉକ୍ତ ସର୍ଭେ ପ୍ରକାଶ କରିଥିଲା। ଏନ୍‌ଏଫ୍‌ଏଚ୍‌ଏସ୍‌ ଏବଂ ଏବକାର ଲାନ୍‌ସେଟ ରିପୋର୍ଟ ପୁଅ ଓ ଝିଅ ମଧ୍ୟରେ ରହିଥିବା ବାଛବିଚାର ଶେଷ କରିବାକୁ ଅଧିକ ପଦକ୍ଷେପ ନେବା ଲାଗି ଚେତାଇ ଦେଇଛି। ଜନ୍ମ ପୂର୍ବରୁ ଲିଙ୍ଗ ନିରୂପଣ ପାଇଁ କଠୋର ନିୟମ ଅଣାଯାଇଥିତ୍ଲେ ମଧ୍ୟ ଏହା ଶତ ପ୍ରତିଶତ ସଫଳ ହୋଇପାରି ନାହିଁ । ଭାରତରେ ୨୦୧୩-୧୭ ମଧ୍ୟରେ ଜନ୍ମ ପୂର୍ବରୁ ୩ କୋଟି ୭୦ ଲକ୍ଷରୁ ଅଧିକ ଭ୍ରୂଣହତ୍ୟା କରାଯାଇଥିବା ୟୁୁନାଇଟେଡ ନେଶନ୍ସ ପପୁଲେଶନ ଫଣ୍ଡ( ୟୁଏନ୍‌ପିଏଫ୍‌) ରିପୋର୍ଟ (୨୦୨୦)ରୁ ଜଣାପଡ଼ିଛି। ଏହି ଧାରା ବାସ୍ତବିକ ଚିନ୍ତାଜନକ। କେବଳ ଏତିକି ନୁହେଁ ଦେଶରେ ୫ବର୍ଷରୁ କମ୍‌ ଶିଶୁପୁତ୍ରଙ୍କ ତୁଳନାରେ ଶିଶୁକନ୍ୟାଙ୍କ ମୃତ୍ୟୁହାର ମଧ୍ୟ ଅଧିକ। ଏଭଳି ସ୍ଥିତି ଲାଗି ରହିଲେ ତାହା ସାମାଜିକ ଭାରସାମ୍ୟକୁ କ୍ଷତି ପହଞ୍ଚାଇବାର ସମ୍ଭାବନା ରହିଛି।
ଗର୍ଭସ୍ଥ ଭ୍ରୂଣ ନିରୂପଣ ଓ ହତ୍ୟା ରୋକିବା ଲାଗି ୧୯୯୪ରେ ପ୍ରି କନସେପ୍‌ସନ ଆଣ୍ଡ୍‌ ପ୍ରି ନାଟାଲ ଡାଇଗ୍ନୋଷ୍ଟିକ୍‌ସ ଟେକ୍‌ନିକ୍‌ସ(ପିସି ଆଣ୍ଡ୍‌ ପିଏନ୍‌ଡିଟି) ଆଇନ ଅଣାଯାଇଥିଲା। ଏହି ଆଇନ ଲାଗୁ ହେଲେ ମଧ୍ୟ ଏହାରି ଗଳାବାଟରେ ସବୁ କିଛିି ଚାଲୁଛି। ଲିଙ୍ଗ ନିରୂପଣ ରୋକିବା ପ୍ରୟାସରେ ବିଫଳତା କେନ୍ଦ୍ରର ଅନୁଧ୍ୟାନ ପ୍ରକ୍ରିୟାର ଅଭାବ ଯୋଗୁ ଘଟୁଛି। ଦେଖିବାକୁ ଗଲେ ପିସି ଆଣ୍ଡ୍‌ ପିଏନ୍‌ଡିଟି ଆଇନ ଏବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଥିବାବେଳେ ଶିଶୁକନ୍ୟାଙ୍କ ସଂଖ୍ୟା ହ୍ରାସ ରୋକିବା ଲାଗି କାର୍ଯ୍ୟକାରୀ ହେଉଥିବା ସବୁ ଯୋଜନା ରହିଛି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ହାତରେ। ଏହା ବ୍ୟତୀତ ଜନ୍ମ ପଞ୍ଜୀକରଣ ରହିଛି ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ। ଏହି ତିନୋଟି ମନ୍ତ୍ରଣାଳୟ ମଧ୍ୟରେ ତାଳମେଳ ରହୁ ନ ଥିବା ଯୋଗୁ ଭ୍ରୂଣହତ୍ୟା ରୋକାଯାଇପାରୁନାହିଁ କି ଲାଗୁ କରାଯାଉଥିବା ଯୋଜନାର ସଫଳ ରୂପାୟନ ହୋଇପାରୁ ନାହିଁ । ଜନ୍ମିତ ଶିଶୁକନ୍ୟା ମଧ୍ୟ ଅବହେଳାର ଶିକାର ହେଉଛନ୍ତି। ଏହି କାରଣରୁ ୧୫ ବର୍ଷରୁ କମ୍‌ ବାଳିକାଙ୍କ ମଧ୍ୟରୁ ୪୬%ଙ୍କଠାରେ ରକ୍ତହୀନତା ଦେଖାଯାଇଛିି ବୋଲି ଏସଆର୍‌ଏଲ୍‌ ଡାଇଗ୍ନୋଷ୍ଟିିକ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି। ଭ୍ରୂଣହତ୍ୟାଠାରୁ ଆରମ୍ଭକରି ରକ୍ତହୀନତା ଶିକାର ହେବା ପର୍ଯ୍ୟନ୍ତ ସବୁଥିରେ ବ୍ୟବସ୍ଥାର ଯେତିକି ଦୋଷ ରହୁଛି ତା’ଠାରୁ ବେଶି ଦାୟୀ ହେଉଛି ଆମ ସାମାଜିକ ଚିନ୍ତାଧାରା । ଝିଅ ପୁଅ ସମାନ ବୋଲି କୁହାଯାଉଛି, ହେଲେ ବାସ୍ତବତା ଭିନ୍ନ। ଲିଙ୍ଗଗତ ବାଛବିଚାର ଉପରେ ସାମାଜିକ ସ୍ତରରେ ଅଙ୍କୁଶ ଲଗାଯାଇପାରିଲେ ଏଥିରେ ଅନେକ କିଛି ପରିବର୍ତ୍ତନ ଆସିବ। ଶିକ୍ଷାର ବିକାଶ ମଧ୍ୟ ଏହାକୁ ଦୂର କରିବାରେ ସାହାଯ୍ୟ କରିବ। କେବଳ ‘ବେଟି ବଚାଓ, ବେଟି ପଢ଼ାଓ’ ଧ୍ୱନିରେ ସୀମିତ ରହିଲେ ଲକ୍ଷ୍ୟ ପୂରଣ ହେବା ଅସମ୍ଭବ ହୋଇଯିବ। ବିକଶିତ ଦେଶ ହେବା ଲାଗି ଭାରତକୁ ପୁରୁଷ ଓ ମହିଳାଙ୍କ ସମ ଭାଗୀଦାରି ଅପରିହାର୍ଯ୍ୟ। ଏଥିପାଇଁ ଶିଶୁକନ୍ୟାଙ୍କ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦେବା ଦରକାର। ଜନ୍ମ ସମୟର ଲିଙ୍ଗଗତ ଅନୁପାତ ହ୍ରାସ ଏକ ସାଇଲେଣ୍ଟ ଏମର୍ଜେନ୍ସି। ଏହା ଉପରେ ଅଧାପନ୍ତରିଆ ପଦକ୍ଷେପରୁ ସୁଫଳ ମିଳିବା କଷ୍ଟକର।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri