ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ ମାଜିଷ୍ଟ୍ରେଟ ପଦବୀକୁ ବଦଳି କରିଛନ୍ତି। ସେମାନଙ୍କୁ ପ୍ରଥମ ଥର ପାଇଁ ବଡ଼ କ୍ଷେତ୍ରଗତ ଦାୟିତ୍ୱ ଦିଆଯାଇଛି। ୟୁପିରେ ଗତ କିଛି ମାସ ହେବ ଆଇଏଏସ୍‌ ଏବଂ ପିସିଏସ୍‌ ଅଧିକାରୀଙ୍କର କ୍ରମାଗତ ଅଦଳବଦଳ କରାଯାଇ ପ୍ରଶାସନିକ ବ୍ୟବସ୍ଥାର ପୁନର୍ବିନ୍ୟାସ କରୁଛନ୍ତି। ୨୦୨୭ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଏହି ସମୟର ବଦଳି ଅନେକ କିଛି ସୂଚାଉଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ କୌଣସି ବିଷୟକୁ ଏବେ ଅଣଦେଖା କରିବାକୁ ଚାହଁୁ ନାହାନ୍ତି। ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାର ପ୍ରଦର୍ଶନ ଏକଦା ଅଭେଦ୍ୟ ରାଜନୈତିକ ଦୁର୍ଗ ପରି ମନେ ହେଉଥିବା ବ୍ୟବସ୍ଥାର ଦୁର୍ବଳତାକୁ ପଦାରେ ପକାଇ ଦେଇଥିଲା। ସେବେଠାରୁ ବିରୋଧୀ ଦଳଗୁଡ଼ିକ ଅଧିକ ଜନସମର୍ଥନ ହାସଲ କରୁଛନ୍ତି। ତେଣୁ ଆସନ୍ତା ବିଧାନସଭା ନିର୍ବାଚନ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ଅନୁସାରେ ସହଜ ହୋଇ ନ ପାରେ। ଏହାର ପ୍ରତିକ୍ରିୟା ରାଜନୈତିକ ବକ୍ତବ୍ୟ ସହ ପ୍ରଶାସନିକ ପ୍ରସ୍ତୁତିରେ ସ୍ପଷ୍ଟ ହେଉଛି। ସରକାର ଯୁବ ଅଧିକାରୀଙ୍କୁ କ୍ଷେତ୍ରକୁ ପଠାଉଛନ୍ତି, କାର୍ଯ୍ୟରତ ଅଧିକାରୀଙ୍କୁ ବଦଳାଉଛନ୍ତି ଏବଂ ଆବଶ୍ୟକ ସ୍ଥଳେ ଯୋଜନାଗୁଡ଼ିକର ସଫଳ ରୂପାୟନ, ଅଭିଯୋଗର ସମାଧାନ ଏବଂ ନିର୍ବାଚନ ବର୍ଷର ଅପରିହାର୍ଯ୍ୟ ଚାପକୁ ସମ୍ଭାଳିବା ପାଇଁ ସରକାରୀ ବ୍ୟବସ୍ଥାକୁ ସକ୍ରିୟ କରୁଛନ୍ତି। ତେବେ ପ୍ରତ୍ୟେକ ବଦଳି ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି ବୋଲି କୁହାଯାଇପାରିବ ନାହିଁ। ଅମଲାତନ୍ତ୍ରରେ ସମୟ ସମୟରେ ପରିବର୍ତ୍ତନ ଆବଶ୍ୟକ ପଡ଼େ। ତେବେ ୟୁପିରେ ବାବୁ ଅଦଳବଦଳ ଶେଷ ହେବାର ସମ୍ଭାବନା ନାହିଁ। ୨୦୨୭ ପାଖେଇ ଆସୁଥିବାରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରୀୟ ପଦବୀରେ ଥିବା ଅଧିକାରୀମାନଙ୍କ ମଧ୍ୟରେ ଅଧିକ ବଦଳି କରାଯିବ ବୋଲି ଆଶା କରାଯାଉଛି। ସାମ୍ପ୍ରତିକ ସ୍ଥିତିରେ ଯୋଗୀ ସରକାର କୌଣସି ଅଧିକାରୀଙ୍କୁୁ ଭୁଲ୍‌ ସ୍ଥାନରେ ଅବସ୍ଥାପିତ କରିବାକୁ କେବେ ବି ଚାହଁିବେ ନାହିଁ।
ସମୟୋଚିତ ବିଦାୟ
ପୂର୍ବତନ ଦିଲ୍ଲୀ ପୋଲିସ କମିଶନର ସତୀଶ ଗୋଲଚାଙ୍କୁ ଜୁଲାଇରେ ଅଚାନକ ହଟାଇ ଅନୁରାଗ କୁମାରଙ୍କୁ ନୂଆ କମିଶନର କରାଯାଇଥିଲା। ଗୋଲଚାଙ୍କୁ ଏବେ ହୋମଗାର୍ଡ ନିର୍ଦ୍ଦେଶାଳୟରେ ଓଏସ୍‌ଡି ଭାବେ ନିଯୁକ୍ତ କରାଯାଇଛି ଏବଂ ଆସନ୍ତା ଅକ୍ଟୋବର ୧ରେ ସେ ମହାନିର୍ଦ୍ଦେଶକ (ଡିଜି) ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ସଂକେତ ମିଳୁଛି। ଏହି ସମୟକୁ ନେଇ ପ୍ରଶ୍ନ ଉଠୁଛି। ଯନ୍ତରମନ୍ତରରେ ଜେନ୍‌-ଜି ଆନ୍ଦୋଳନର ନିୟନ୍ତ୍ରଣକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ଗୋଲଚାଙ୍କୁ ପଦରୁ ହଟାଇ ଦିଆଯାଇଥିଲା। ନେତୃତ୍ୱ ପରିବର୍ତ୍ତନ ପରେ ତୁରନ୍ତ ସୋନମ ୱାଙ୍ଗଚୁକଙ୍କୁ ଯନ୍ତରମନ୍ତରରୁ ହଟାଇ ଦିଆଯିବା ସହ ବିକ୍ଷୋଭକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଆନ୍ଦୋଳନ ସମ୍ଭାଳିବାକୁ ନେଇ ଏହି ନେତୃତ୍ୱ ପରିବର୍ତ୍ତନ ହୋଇଥିବା କୁହାଯାଉଥିଲେ ବି ସରକାରୀ ସ୍ତରରେ ଏହାର କୌଣସି କାରଣ ସାର୍ବଜନୀନ କରାଯାଇନାହିଁ। ବିଡ଼ମ୍ବନାର ବିଷୟ ହେଉଛି, ଗୋଲଚା ସମ୍ଭବତଃ ଏହି ଘଟଣାର ସବୁଠୁ ଜଟିଳ ଅଧ୍ୟାୟରୁ ବର୍ତ୍ତି ଯାଇଛନ୍ତି। ତାଙ୍କ ଉତ୍ତରାଧିକାରୀ ଅନୁରାଗ କୁମାର ତୁରନ୍ତ ଗମ୍ଭୀର ସ୍ଥିତିର ସାମ୍ନା କରିଥିଲେ ଏବଂ ଜୁଲାଇ ୨୦ର କାର୍ଯ୍ୟାନୁଷ୍ଠାନ ଏବେ ଏକ ବଡ଼ ବିବାଦର ରୂପ ନେଇଛି। ଏଥିରେ ଅତ୍ୟଧିକ ବଳ ପ୍ରୟୋଗର ଅଭିଯୋଗ ଏବଂ କେତେକ ଆନ୍ଦୋଳନକାରୀ ପେଲେଟ ମାଡ଼ରେ ଗୁରୁତର ଆହତ ହେବା ଭଳି ଘଟଣା ରହିଛି। ଯନ୍ତରମନ୍ତର ଆନ୍ଦୋଳନ ଯୋଗୁ ଗୋଲଚାଙ୍କୁ ବଦଳି କରାଗଲା ନା ପରିସ୍ଥିତି ଅଧିକ ଜଟିଳ ହେବା ପୂର୍ବରୁ ସେ ସେଠାରୁ ବଦଳି ହୋଇଗଲେ, ତାହା ସରକାରଙ୍କ ସ୍ପଷ୍ଟୀକରଣ ଉପରେ ନିର୍ଭର କରେ, ଯଦିଓ ସରକାର ଏଥିପାଇଁ କୌଣସି ବ୍ୟଗ୍ରତା ଦେଖାଉନାହାନ୍ତି। କିନ୍ତୁ ପୂର୍ବତନ ପୋଲିସ କମିଶନର ସ୍ଥିତି ଅଧିକ ଗମ୍ଭୀର ହେବା ପୂର୍ବରୁ ପଦବୀରୁ ସଫଳତାର ସହ ଦୂରେଇ ଯାଇଥିବା ପରି ମନେହେଉଛି।
ଲିଖିତ ନିର୍ଦ୍ଦେଶ ଶକ୍ତିଶାଳୀ
ସମୟ ଥିଲା ଗୁଜରାଟ ସରକାରରେ ଜଣେ ମନ୍ତ୍ରୀଙ୍କ ଫୋନ କଲ ଏକ ଆଦେଶ ସଦୃଶ ଥିଲା। ବର୍ତ୍ତମାନ ଅନ୍ତତଃ ପକ୍ଷେ ଗୁଜରାଟ ସଚିବାଳୟର କେତେକ ବିଭାଗରେ ପୂର୍ବଧାରା ବଦଳିଯାଇଥିବା ଜଣାପଡୁଛି। ଏବେ ମନ୍ତ୍ରୀଙ୍କ ନିର୍ଦ୍ଦେଶ ଲିଖିତ ଭାବେ ଦିଅନ୍ତୁ ବୋଲି କୁହାଯାଇଛି। ସୂଚନା ମିଳିଛି ଯେ, ନିକଟରେ ଅଧିକାରୀମାନେ ସେମାନଙ୍କର ରାଜନୈତିକ ନେତୃବୃନ୍ଦଙ୍କ କଥା ଶୁଣି ଠିକ୍‌ ଉତ୍ତର ଦେଲେ ମଧ୍ୟ ପରେ କିଛି ବି ହେଉନାହିଁ। ସମ୍ଭବତଃ, କେତେଜଣ ବାବୁ ନିଶ୍ଚିତ ହୋଇଛନ୍ତି ଯେ ମୌଖିକ ନିର୍ଦ୍ଦେଶର ସମୟସୀମା ଖୁବ୍‌ କମ୍‌। ନିୟମ ଅଧିକାରୀଙ୍କ ସପକ୍ଷରେ ଅଛି। ସର୍ବଭାରତୀୟ ସେବା ଆଚରଣବିଧି ଅନୁଯାୟୀ ଅଧିକାରୀମାନଙ୍କୁ ମୌଖିକ ନିର୍ଦ୍ଦେଶର ଲିଖିତ ପ୍ରମାଣପତ୍ର ହାସଲ କରିବା ଆବଶ୍ୟକ। ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ମଧ୍ୟ ଉତ୍ତରଦାୟିତ୍ୱ ନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶଗୁଡ଼ିକୁ ରେକର୍ଡ କରିବା ଉପରେ ବାରମ୍ବାର ଗୁରୁତ୍ୱ ଦେଇଛନ୍ତି। ରାଜନୈତିକ ନେତୃତ୍ୱଙ୍କ ପାଖରେ କ୍ଷମତା ଥାଇପାରେ, କିନ୍ତୁ ବାବୁମାନେ ଫାଇଲ ନିୟନ୍ତ୍ରଣ କରନ୍ତି। ଫାଇଲ, ଫୋନ କଲ୍‌ ପରି ନୁହେଁ, ଏକ ପ୍ରମାଣ ରଖିଯାଏ। ତେଣୁ ରାଜ୍ୟ ସଚିବାଳୟରେ ଏକ ନୂଆ ଅନୌପଚାରିକ ନିୟମ ସାମ୍ନାକୁ ଆସୁଥାଇପାରେ। ତାହା ହେଉଛି, ମନ୍ତ୍ରୀଙ୍କ କଥାକୁ ସମ୍ମାନର ସହ ଶୁଣନ୍ତୁ, ଉତ୍ସାହର ସହ ନିର୍ଦ୍ଦେଶକୁ ସ୍ବୀକାର କରନ୍ତୁ ଏବଂ ତା’ପରେ କୌଣସି ବିପଦପୂର୍ଣ୍ଣ କାମ କରିବା ପୂର୍ବରୁ ହ୍ବାଟ୍ସଆପ୍‌ ମେସେଜ, ଚିଠି କିମ୍ବା ଫାଇଲ ନୋଟିଂ ପାଇଁ ଅପେକ୍ଷା କରନ୍ତୁ। ମନ୍ତ୍ରୀଙ୍କ ପାଖରେ ହୁଏତ ଶେଷ କଥା ରହିପାରେ, କିନ୍ତୁ ସତର୍କ ବାବୁ ଚାହାନ୍ତି ସେସବୁ ଲିଖିତ ଭାବେ ରହୁ।
Email: dilipcherian@gmail.com

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୁନଃରୁଦ୍ଧାର ହେବ କେସିଙ୍ଗା କୋଣାର୍କ ସୂତାକଳ: ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି

କେସିଙ୍ଗା,୨୯।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା କୋଣାର୍କ ସୂତାକଳର ପୁନରୁଦ୍ଧାର,କାର୍ଯ୍ୟକ୍ଷମ ଓ ଘରୋଇକରଣ କରାଯିବା ପାଇଁ ରାଜ୍ୟ ସରକାରଙ୍କ ସମବାୟ ତଥା ହସ୍ତତନ୍ତ ଓ ବୟନଶିଳ୍ପ…

୩ ମାସ ମଧ୍ୟରେ ଟିମ୍‌ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ ଆସିବ: ବାଦ୍‌ ପଡ଼ିପାରନ୍ତି ୪ ଖେଳାଳି

ନୂଆଦିଲ୍ଲୀ,୨୯।୮: IPL 2026 ଶେଷ ହେବା ପରେ ଭାରତୀୟ ଦଳ ତାର ଟେଷ୍ଟ କ୍ରିକେଟ ସିଜିନର ଏକ ଦୃଢ଼ ଆରମ୍ଭ କରିଛି। ଆଫଗାନିସ୍ତାନ ବିପକ୍ଷରେ ଏକ ମାତ୍ର…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ଅଗଷ୍ଟର ଶେଷ ସପ୍ତାହ ଏହି ୫ ରାଶି ପାଇଁ ରହିବ ବହୁତ ଖାସ୍‌: ବଢିବ ଦରମା ସାଙ୍ଗକୁ…

ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ୨୯ ଅଗଷ୍ଟ ୨୦୨୬ ଦିନଟି ବେଶ ବିଶେଷ ରହିପାରେ। ଏହି ଦିନଠାରୁ ଭାଦ୍ରବ ମାସ ଆରମ୍ଭ ହେଉଥିବା ବେଳେ କୃଷ୍ଣପକ୍ଷ ପ୍ରତିପଦା…

ବନ୍ୟା ଉଜାଡ଼ିଲା ଚାଷୀଙ୍କ ସ୍ବପ୍ନ: ଜମି ବାଲିଚର, ଧାନଫସଲ ପଚି ନଷ୍ଟ

ଭବାନୀପାଟଣା,୨୯ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ଓ କଲମପୁର ବ୍ଲକର ହାତୀ ନଦୀକୁଳିଆ ଚାଷୀଙ୍କ ସ୍ବପ୍ନ ବନ୍ୟା ଉଜାଡ଼ିଦେଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଚିନ୍ତାରେ…

ତେଲରେ ମିଶ୍ରଣ ଅଭିଯୋଗରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୨୫୭୩ ପେଟ୍ରୋଲ ପମ୍ପ ଉପରେ ଲାଗିଲା ରୋକ, ତାଲିକାରେ…

ନୂଆଦିଲ୍ଲୀ,୨୯।୮: ଦେଶରେ ମିଶ୍ରିତ ପେଟ୍ରୋଲ ବିକ୍ରି କରୁଥିବା ପେଟ୍ରୋଲ ପମ୍ପ ବିରୋଧରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ ଧରି ପେଟ୍ରୋଲରେ ମିଶ୍ରଣ ଏବଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri