ଏସ୍‌ସିବିରୁ ଡିସ୍‌ଚାର୍ଜ ହେଲେ ପୀଡ଼ିତା

କଟକ ଅଫିସ, ୨୬।୧: ବଳାତ୍କାରର ଶିକାର ହୋଇ କଟକ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ଗାଇନିକ ୱାର୍ଡରେ ଚିକିତ୍ସିତ ହେଉଥିବା ପୁରୀର ୫ବର୍ଷୀୟା ଶିଶୁକନ୍ୟାକୁ ମଙ୍ଗଳବାର ଡିସ୍‌ଚାର୍ଜ କରାଯାଇଛି। ପୀଡ଼ିତା ଜଣକ ସୁସ୍ଥ ହେବା ପରେ ସକାଳେ ପରିବାର ଲୋକଙ୍କ ସହ ଘରକୁ ପଠାଇ ଦିଆଯାଇଛି ବୋଲି ଏସ୍‌ସିବି ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଲୁସି ଦାସ କହିଛନ୍ତି। ତେବେ ପୀଡିତାକୁ ସନ୍ଦେହଜନକ ଭାବେ ଡିସ୍‌ଚାର୍ଜ କରାଯାଇଥିବା ଭାଜପା ପକ୍ଷରୁ ଅଭିଯୋଗ ହୋଇଛି। ଭାଜପା ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମଙ୍ଗଳବାର ପୂର୍ବାହ୍ନରେ ପୀଡିତାକୁ ଭେଟିବାକୁ ଏସ୍‌ସିବି ମେଡିକାଲ ଯାଇଥିଲେ। ହେଲେ ସେଠାରେ ତାକୁ ପାଇ ନ ଥିଲେ। ତାକୁ ସନ୍ଦେହଜନକ ଭାବେ ଡିସ୍‌ଚାର୍ଜ କରାଯାଇଥିବା ଲେଖାଶ୍ରୀ କହିଛନ୍ତି। ଏହାପରେ ଭାଜପା ପ୍ରତିନିଧି ଦଳ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଭେଟି ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ପୀଡିତାଙ୍କ ଚିକିତ୍ସାରେ ଯଦି ଅବହେଳା ହୁଏ, ତାହାକୁ ଭାଜପା ନିଶ୍ଚିତ ଚ୍ୟାଲେଞ୍ଜ କରିବ ବୋଲି ଲେଖାଶ୍ରୀ କହିଛନ୍ତି। ଏଥିସହ ଉକ୍ତ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ

ସୁନ୍ଦରଗଡ,୧୧।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ ଡିଏଫ୍‌ଓ ଅଫିସର କନିଷ୍ଠ କିରାଣୀ ଶ୍ରୀକାନ୍ତ ହୋତା ସୋମବାର ଜଣେ ବ୍ୟକ୍ତିଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ...

ଅଳିଆ ଗଦାରୁ ଶିଶୁପୁତ୍ରର ମୃତଦେହ ଠାବ

ଜୟପୁର,୨୯।୫(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁରର ଏକ ଶପିଂ ମଲ ସମ୍ମୁଖରେ ଥିବା ଅଳିଆ ଗଦାରୁ ବୁଧବାର ଏକ ନବଜାତ ଶିଶୁପୁତ୍ରର ମୃତଦେହ ଠାବ କରାଯାଇଛି। ଶିଶୁଟିକୁ...

ବରଗଡ଼ରେ ପୁଣି ୩ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୧ରେ ପହଞ୍ଚିଲା

ବରଗଡ଼ ଅଫିସ, ୧।୬: ବରଗଡ଼ ଜିଲାରେ ସୋମବାର ପୁଣି ୩ କରୋନା (କୋଭିଡ-୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନେ ବିଜେପୁର ବ୍ଲକ ଅଞ୍ଚଳର ଏବଂ ତାମିଲନାଡୁ...

କମୁଛି ଜଳକା : ଦୁର୍ଦ୍ଦଶାରେ ୪୧ ଗାଁ ବାସିନ୍ଦା

ବସ୍ତା/ରୂପ୍‌ସା, ୨୪।୯(ଡି.ଏନ.ଏ.)-ବାଲେଶ୍ୱର ଜିଲାରେ ଲଗାଣ ବର୍ଷା ଯୋଗୁ ଜଳକା ନଦୀରେ ବୁଧବାର ଭୟଙ୍କର ବନ୍ୟା ପରିସ୍ଥିତି ଦେଖାଦେଇଥିଲା। ଗୁରୁବାର ଜଳସ୍ତର ବିପଦସଂକେତ ଉପରେ ପ୍ରବାହିତ ହେଉଥିଲେ...

ପୋଖରୀରେ ବୁଡି ଯୁବକଙ୍କ ଜୀବନଗଲା

ଦିଗପହଣ୍ଡି,୩୦।୯(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଆଠ ଗଡ଼ିଆ ସାହିର ବି.ଦିନବନ୍ଧୁ ନାମକ ଜଣେ ଯୁବକ ପୋଖରୀରେ ବୁଡ଼ିଯାଇ ମୃତ୍ୟୁବରଣ କରିଛନ୍ତି। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୦...

ବିଜେପୁର ଏନ୍‌ଏସି ପକ୍ଷରୁ ଚଢ଼ାଉ: ମାସ୍କ ନ ପିନ୍ଧିବାରୁ ୨୮୦୦ ଜରିମାନା ଆଦାୟ

ବିଜେପୁର, ୨୦।୪(ଡି.ଏନ୍‌.ଏ.): କରୋନା (କୋଭିଡ-୧୯)ରୁ ରକ୍ଷା ପାଇଁ ମାସ୍କ ପିନ୍ଧି ଘରୁ ବାହାରକୁ ବାହାରିବାକୁ ସରକାରଙ୍କ ପକ୍ଷରୁ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଉଛି। ଏହା ସତ୍ତ୍ବେ...

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଗଡ଼ରେ ଫୁଟିଲା ପଦ୍ମ

ଜୁନାଗଡ଼,୨୬।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଏନ୍‌ଏସି ଅଧ୍ୟକ୍ଷ ଭାବେ ଭାଜପା ପ୍ରାର୍ଥୀ ମୁକେଶ ଅଗ୍ରୱାଲ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ମହେଶ...

୩ ବ୍ୟବସାୟୀଙ୍କ ଠାରୁ ୧୬ ଲକ୍ଷ ୮୦ ହଜାର ଲୁଟ୍‌: * ବନ୍ଧୁକ ଦେଖାଇ ଲୁଟିନେଲେ ଦୁର୍ବୃତ୍ତ

ଧରାକୋଟ,୨୮ା୫(ଡି.ଏନ.ଏ.)- ଧରାକୋଟ ଥାନା ବାଦଗଡ଼ ଗ୍ରାମ ଛକ ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ବଡ ଧରଣର ଲୁଟ୍‌ ହୋଇଛି। ୩ ବ୍ୟବସାୟୀଙ୍କ ଠାରୁ ଖଣ୍ଡା...

Advertisement
Archives

Model This Week