ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ ସନ୍ତୁଳନ ଓ ସମନ୍ବୟ ରହିବା ଆବଶ୍ୟକ। ଭାରତୀୟ ଦର୍ଶନରେ ଏହାକୁ ‘ଆଚରଣ’ (ପଦକ୍ଷେପ ବା ବ୍ୟବହାର) ଏବଂ ‘ଉଚ୍ଚାରଣ’ (ବାଣୀ ବା କଥା) କୁହାଯାଏ। ଯେତେବେଳେ ଆମେ କାହାକୁ ଆଦରରେ ଏବଂ ସ୍ନେହରେ କଥା କହିଥାଉ, ସେମାନଙ୍କ ମନରେ ଖୁସି ଆସିଥାଏ ଏବଂ ସେମାନେ ସନ୍ତୁଷ୍ଟ ହୋଇଥାନ୍ତି। ଏହାଦ୍ୱାରା ବଡ଼ ଶତ୍ରୁ ମିତ୍ର ପାଲଟିଯାଆନ୍ତି। ଏଣୁ କଥାବାର୍ତ୍ତା ସମୟରେ ସବୁବେଳେ ସକାରାତ୍ମକ ଏବଂ ଅନ୍ୟକୁ ସମ୍ମାନ ଦେଉଥିବା ଶବ୍ଦ ବ୍ୟବହାର କରିବା ଉଚିତ।
ଯେତେବେଳେ ଜଣେ ବ୍ୟକ୍ତି ବା ଗୋଷ୍ଠୀର ଉଚ୍ଚାରଣ ଏବଂ ଆଚରଣ ମଧ୍ୟରେ ପ୍ରଭେଦ ଦେଖାଯାଏ, ସେତେବେଳେ ସାମାଜିକ ସନ୍ତୁଳନ ବିଗିଡ଼ିଯାଏ। ସମ୍ପ୍ରତି ଏହି ପାର୍ଥକ୍ୟ କେବଳ ବ୍ୟକ୍ତିଗତ ସ୍ତରରେ ସୀମିତ ନାହିଁ, ବରଂ ଏହା ଭାରତୀୟ ରାଜନୀତିର ଏକ ପ୍ରମୁଖ ଅସ୍ତ୍ର ପାଲଟିଛି। ବିଶେଷ କରି ନିର୍ବାଚନ ଜିତିବା ଏବଂ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ବିଭିନ୍ନ ରାଜନୈତିକ ଦଳ ଓ ନେତାଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ‘ଘୃଣା ଭାଷଣ’ ଏହି ସମସ୍ୟାକୁ ଭୟଙ୍କର ରୂପ ଦେଇଛି। ଜନସାଧାରଣଙ୍କ ସାମ୍ନାରେ ନିଜକୁ ମହାନ୍‌ ପ୍ରମାଣିତ କରିବା ପାଇଁ ଲୋକେ ବଡ଼ ବଡ଼ ସଂସ୍କାରମୂଳକ ଓ ସହନଶୀଳତାର ଉଚ୍ଚାରଣ କରିଥାନ୍ତି। କିନ୍ତୁ ବାସ୍ତବ ଜୀବନରେ ବ୍ୟକ୍ତିର କାର୍ଯ୍ୟକଳାପ ଓ ପ୍ରକୃତ ବ୍ୟବହାର ସୁସଂଯତ ଆଚରଣ ବିରୋଧୀ ।
ଏବେ ସମାଜରେ ସମସ୍ୟା ଯେ, ଭାଷଣ ସମୟରେ ମଞ୍ଚ ଉପରେ ‘ବସୁଧୈବ କୁଟୁମ୍ବକମ୍‌’ (ସମଗ୍ର ବିଶ୍ୱ ଆମର ପରିବାର) ଉଚ୍ଚାରିତ ହେଉଥିବା ସ୍ଥଳେ ବାସ୍ତବ ଆଚରଣରେ ସେମାନେ ସମାଜକୁ ଧର୍ମ, ଜାତି ଓ ସମ୍ପ୍ରଦାୟ ଆଧାରରେ ବିଭାଜନ କରିବାକୁ ପଛାଉ ନାହାନ୍ତି। ଏହି କଥା ଓ କାର୍ଯ୍ୟର ଅମେଳ ସାମାଜିକ ସଂହତିକୁ ନଷ୍ଟ କରୁଛି। ଭାରତରେ, ବିଶେଷ କରି ଶାସକ ଦଳ ହେଉ କିମ୍ବା ବିରୋଧୀ ଦଳ, ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ‘ଘୃଣା ଭାଷଣ’କୁ ଏକ ସହଜ ଉପାୟ ଓ ଶାଣିତ ଅସ୍ତ୍ର ଭାବେ ଗ୍ରହଣ କରିବା ନୈତିକ ମାନଦଣ୍ଡର ଘୃଣିତ ସ୍ବରୂପ । ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିବିଶେଷ ମଧ୍ୟ ଅନେକ ସମୟରେ ଲକ୍ଷ୍ମଣରେଖା ଲଂଘି ଏଭଳି ବିବାଦୀୟ ମନ୍ତବ୍ୟ ଦେଇଥାନ୍ତି, ଯାହା ଦେଶର ଅନ୍ୟ ସମ୍ପ୍ରଦାୟ ବା ନିର୍ଦ୍ଦିଷ୍ଟ ଜାତି ବିରୋଧରେ ହିଂସା ଉସୁକାଇଥାଏ। ଉଚ୍ଚାରଣ ଏବଂ ଆଚରଣର ଦ୍ୱନ୍ଦ୍ୱ ସମାଜ ଉପରେ ବ୍ୟାପକ ନକାରାତ୍ମକ ପ୍ରଭାବ ପକାଇବା ସଙ୍ଗେ ସଙ୍ଗେ ସାମାଜିକ ଅବିଶ୍ୱାସର ବୃଦ୍ଧିରେ ଇନ୍ଧନ ସଂଯୋଗ କରି ସୁସ୍ଥ ସମାଜକୁ ରୋଗଗ୍ରସ୍ତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି l ଯେତେବେଳେ ଦେଶର ନେତାମାନେ ଦ୍ୱେଷପୂର୍ଣ୍ଣ ଭାଷଣ ଦିଅନ୍ତି, ସେତେବେଳେ ସାଧାରଣ ନାଗରିକଙ୍କ ମଧ୍ୟରେ ପରସ୍ପର ପ୍ରତି ଥିବା ଭାଇଚାରା ଓ ବିଶ୍ୱାସ ତୁଟିଯାଏ। ବର୍ଷ ବର୍ଷ ଧରି ଏକାଠି ରହିଆସୁଥିବା ପଡ଼ୋଶୀ ମଧ୍ୟ ପରସ୍ପରକୁ ସନ୍ଦେହ ଚକ୍ଷୁରେ ଦେଖନ୍ତି। ଘୃଣା ଭାଷଣର ପ୍ରତ୍ୟକ୍ଷ ଫଳ ଗଣ-ହିଂସାରେ ଦେଖାଯାଏ। ଗୁଜବ ଓ ଧାର୍ମିକ ଭାବନାକୁ ଉସୁକାଇ ସାଧାରଣ ଲୋକଙ୍କୁ ଆଇନ ହାତକୁ ନେବା ପାଇଁ ବାଧ୍ୟ କରାଯାଏ। ସାମାଜିକ ଗଣମାଧ୍ୟମ ଯୁଗରେ ଏହି ଘୃଣାଭାବ ବଣ ନିଆଁ ପରି ବ୍ୟାପିଯାଏ। ଫଳରେ ଯୁବପିଢ଼ି ମନ୍ଦ ଆଚରଣକୁ ଅନୁକରଣ କରି ଅସହିଷ୍ଣୁ ହୋଇପଡ଼ୁଛନ୍ତି, ଯାହା ସେମାନଙ୍କ ଭବିଷ୍ୟତକୁ ଅନ୍ଧକାରମୟ କରୁଛି।
ଭାରତୀୟ ସମ୍ବିଧାନ ସମସ୍ତଙ୍କୁ ସମାନତା, ସ୍ବାଧୀନତା ଏବଂ ଧର୍ମନିରପେକ୍ଷତାର ଅଧିକାର ଦେଇଛି। ମାତ୍ର ବ୍ୟକ୍ତିଗତ ଲାଭ ପାଇଁ କରାଯାଉଥିବା ଦ୍ୱନ୍ଦ୍ୱାତ୍ମକ ଆଚରଣ ସମ୍ବିଧାନର ଆତ୍ମାକୁ ଆହତ କରୁଛି। ଏହା ସାମ୍ବିଧାନିକ ମୂଲ୍ୟବୋଧର ଅବକ୍ଷୟ l ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଅନେକ ସମୟରେ ଘୃଣା ଭାଷଣ ଉପରେ ଚିନ୍ତା ପ୍ରକଟ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଘୃଣା ଭାଷଣ ହେଉଛି ଦେଶର ଧର୍ମନିରପେକ୍ଷତାକୁ ନଷ୍ଟ କରୁଥିବା ଏକ ବିଷ। କୋର୍ଟ ପ୍ରଶାସନକୁ କଠୋର ନିର୍ଦ୍ଦେଶ ଦେଇଛନ୍ତି ଯେ କୌଣସି ଅଭିଯୋଗ ନ ଥାଇ ମଧ୍ୟ ସ୍ବତଃପ୍ରବୃତ୍ତ ଭାବେ ଏଭଳି ଭାଷଣ ଦେଉଥିବା ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଉ। ଏଠାରେ ମଧ୍ୟ ଆଚରଣ ଓ ଉଚ୍ଚାରଣର ପ୍ରଭେଦ ଦେଖିବାକୁ ମିଳେ। ପ୍ରଶାସନ ଓ ପୋଲିସ କାଗଜପତ୍ରରେ ନିରପେକ୍ଷତାର ଉଚ୍ଚାରଣ କରୁଥିଲେ ମଧ୍ୟ ବାସ୍ତବ ଆଚରଣରେ ଶାସକ ଦଳର ପ୍ରଭାବରେ ଆସି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହେଉଛନ୍ତି। ଏହି ସାମାଜିକ ବ୍ୟାଧିରୁ ମୁକ୍ତି ପାଇବା ପାଇଁ କେବଳ ଆଇନ ଯଥେଷ୍ଟ ନୁହେଁ ବରଂ ବ୍ୟାପକ ସଂସ୍କାରର ଆବଶ୍ୟକତା ରହିଛି:
ସମାଜର ମୁଖ୍ୟମାନେ ଯାହା ଉଚ୍ଚାରଣ କରୁଛନ୍ତି, ତାହାକୁ ନିଜ ଆଚରଣରେ ପ୍ରତିଫଳିତ କରିବା ଉଚିତ। ଯଦି ଆମେ ସଂସ୍କୃତିର ଗୌରବ ଗାନ କରୁଛୁ, ତେବେ ଆମ ଆଚରଣରେ ମଧ୍ୟ ସେହି ଉଦାରତା ରହିବା ଦରକାର। ଘୃଣା ଭାଷଣ ଦେଉଥିବା ବ୍ୟକ୍ତି ସେ ଯେତେ ବଡ଼ ହୁଅନ୍ତୁ ନା କାହିଁକି, ତାଙ୍କ ବିରୋଧରେ ବିନା କୌଣସି ପାତରଅନ୍ତରରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦଣ୍ଡବିଧାନ କରାଯିବା ଉଚିତ। ଗଣମାଧ୍ୟମ ଘୃଣା ସୃଷ୍ଟି କରୁଥିବା ବୟାନକୁ ଅଧିକ ପ୍ରାଧାନ୍ୟ ନ ଦେଇ ସମାଜରେ ଶାନ୍ତି ଓ ପ୍ରଗତି ଆଣୁଥିବା ବିଷୟ ଉପରେ ଚର୍ଚ୍ଚା କରିବା ଉଚିତ। ମୁଖ୍ୟ ସ୍ରୋତର ତଥା ସାମାଜିକ ଗଣ ମାଧ୍ୟମ (ସୋସିଆଲ ମିଡିଆ) ନିଜ ନିଜର ଦାୟିତ୍ୱବୋଧତାକୁ ସୁସ୍ଥ ମସ୍ତିଷ୍କରେ ସମୀକ୍ଷା କରିବା ବାଞ୍ଛନୀୟ। ସାଧାରଣ ଜନତାଙ୍କୁ ଏଭଳି ରାଜନୈତିକ ଚାଲ୍‌ ବୁଝିବାକୁ ହେବ। ଭୋଟ ଦେବା ସମୟରେ ନେତାଙ୍କ ‘ଉଚ୍ଚାରଣ’ (ପ୍ରତିଶ୍ରୁତି)କୁ ନ ଦେଖି, ତାଙ୍କର ଅତୀତର ‘ଆଚରଣ’ (କାର୍ଯ୍ୟ)କୁ ଦେଖି ନିଷ୍ପତ୍ତି ନେବା ଆବଶ୍ୟକ। ଆଚରଣ ଏବଂ ଉଚ୍ଚାରଣ ମଧ୍ୟରେ ସମନ୍ବୟର ଅଭାବ ହିଁ ସମାଜକୁ ପତନ ଆଡ଼କୁ ନେଇଯାଏ। ମହାତ୍ମା ଗାନ୍ଧୀ କହିଥିଲେ, ”ତୁମର କାର୍ଯ୍ୟ ହିଁ ତୁମର ପରିଚୟ, ତୁମର କଥା ନୁହେଁ।“ ସାମ୍ପ୍ରତିକ ଭାରତୀୟ ରାଜନୀତିରେ ଯେଉଁ ଘୃଣାର ବାତାବରଣ ସୃଷ୍ଟି କରାଯାଉଛି, ତାହାକୁ କେବଳ ଉଚ୍ଚକୋଟୀର ନୈତିକ ଆଚରଣ ଦ୍ୱାରା ହିଁ ପ୍ରତିହତ କରାଯାଇପାରିବ। ସମାଜର ମଙ୍ଗଳ ପାଇଁ ଆଚରଣ ଓ ଉଚ୍ଚାରଣର ଏହି ମାରାତ୍ମକ ପ୍ରଭେଦକୁ ଦୂର କରିବା ଆଜିର ସମୟର ସବୁଠାରୁ ବଡ଼ ଆହ୍ବାନ।

କମଳାକାନ୍ତ ବାରିକ
ଜଗନ୍ନାଥ ନଗର, ଭୁବନେଶ୍ୱର
ମୋ: ୯୪୩୮୨୩୨୫୧୧

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?