ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଉପରେ ନଜର

ଭୁବନେଶ୍ୱର,୧୭ା୬(ବ୍ୟୁରୋ):ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଗୁଲ୍‌ ବାଜିସାରିଛି। ଏଥିପାଇଁ କେନ୍ଦ୍ରରେ ଭାଜପା ପରିଚାଳିତ ଏନ୍‌ଡିଏ ଏବଂ ବିରୋଧୀ ଶିବିର ଚଳଚଞ୍ଚଳ ହୋଇଉଠିଛି। ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପାଇଁ ଭାଜପା ପାଖରେ ଆବଶ୍ୟକ ଭୋଟ ସଂଖ୍ୟା ନାହିଁ। ତେଣୁ ଭାଜପା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍‌. ଜଗନମୋହନ ରେଡ୍ଡୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମନାଇବାକୁ ଦଳର ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି। ବୁଧବାର ଭାଜପାର ବରିଷ୍ଠ ନେତା ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି। ଅନ୍ୟ ପକ୍ଷରେ ଚଳିତ ମାସ ତୃତୀୟ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଉକ୍ତ ଗସ୍ତ ଅବସରରେ ମୋଦି ପାରାଦୀପ-ହରିଦାସପୁର ରେଳପଥ ପ୍ରକଳ୍ପର ଲୋକାର୍ପଣ କରିବେ। ମୋଦିଙ୍କ ଗସ୍ତ ସମ୍ଭାବନା ରହିଥିଲେ ମଧ୍ୟ କେବେ ଆସିବେ ସେ ନେଇ ଚୂଡ଼ାନ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇନାହିଁ। ତେବେ ଓଡ଼ିଶା ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହ ନବୀନ ପଟ୍ଟନାୟକଙ୍କ ସାକ୍ଷାତ ହେବାର ସମ୍ଭାବନା ରହିଛି। ଏହି ଅବସରରେ ସେମାନେ ରାଷ୍ଟ୍ରପତି ନିର୍ବାଚନ ନେଇ ଆଲେଚାନା କରିପାରନ୍ତି। ୨୦୧୭ ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ କରିଥିଲା। ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri