ରାଜଭବନ ଆଗରେ ଗର୍ଜିଲା କଂଗ୍ରେସ

ଭୁବନେଶ୍ୱର,୧୭ା୬(ବ୍ୟୁରୋ):ଦିଲ୍ଲୀ ପୋଲିସ ମାତ୍ରାଧିକ ପ୍ରତିହିଂସା ପରାୟଣ ହୋଇ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) କାର୍ଯ୍ୟାଳୟରେ ପ୍ରବେଶ କରିବା ଘଟଣା ସାରା ଦେଶରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଏଆଇସିସି ନିଷ୍ପତ୍ତି ଅନୁସାରେ ପିସିସି(ପ୍ରଦେଶ କଂଗ୍ରେସ କମିଟି) ପକ୍ଷରୁ ଗୁରୁବାର ରାଜଭବନ ସମ୍ମୁଖରେ ପ୍ରତିବାଦ ଓ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ରାଜ୍ୟବ୍ୟାପୀ ପ୍ରତିବାଦ କରାଯିବ। ଗତ ୩ ଦିନ ଧରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ରାହୁଲ ଗାନ୍ଧୀଙ୍କୁ ନ୍ୟାଶନାଲ ହେରାଲ୍ଡ ଖବରକାଗଜ ବିଷୟରେ ପଚରାଉଚରା ପାଇଁ ଡକା ସରିଲାଣି। ଏହାପରେ ମଧ୍ୟ ଆହୁରି କ’ଣ ପ୍ରଶ୍ନ ରହିଲା ଯେ, ପୁଣି ତାଙ୍କୁ ଶୁକ୍ରବାର ସମନ ହେଲା ବୋଲି ପିସିସି ପକ୍ଷରୁ ପ୍ରଶ୍ନ କରାଯାଇଛି।
ଏହାକୁ ବିରୋଧକରି ଏଆଇସିସି ମୁଖ୍ୟାଳୟରେ କଂଗ୍ରେସ ଶାସିତ ମୁଖ୍ୟମନ୍ତ୍ରୀ, ବରିଷ୍ଠ ନେତୃମଣ୍ଡଳୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ଏମ୍‌ପି ଓ ବର୍ତ୍ତମାନର ଏମ୍‌ପି, ବିରୋଧୀ ଦଳ ନେତାମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଓ ପ୍ରତିବାଦ କରୁଥିଲେ। ଗତ ବୁଧବାର ଦିଲ୍ଲୀ ପୋଲିସ ଏଆଇସିସି କାର୍ଯ୍ୟାଳୟରେ ପଶି କଂଗ୍ରେସ ନେତୃମଣ୍ଡଳୀ ଓ କର୍ମୀମାନଙ୍କୁ ପିଟିବା ଏବଂ ପଦାଧିକାରୀଙ୍କୁ ନିଜ କାର୍ଯ୍ୟାଳୟକୁ ଯିବାକୁ ନ ଦେବା ବିରୋଧରେ ରାଜଭବନ ସମ୍ମୁଖରେ ପ୍ରତିବାଦ ଓ ଧାରଣା ଦିଆଯାଇଥିବା ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ତେବେ ଶରତଙ୍କ ନେତୃତ୍ୱରେ ଶତାଧିକ ନେତା ଓ କର୍ମୀ ଭୁବନେଶ୍ୱର ଏଡିଏମ୍‌ଙ୍କ କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରାରେ ବାହାରି ରାଜଭବନ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭାରେ ଯୋଗଦେଇଥିଲେ। ଏହି ଅବସରରେ ଶରତ କହିଛନ୍ତି, ଗତକିଛି ଦିନ ଧରି ଯେଉଁଭଳି ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାର ଆକ୍ରୋଶମୂଳକ, ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ଭାବେ କାର୍ଯ୍ୟକ୍ରମ ଚଳାଇଛନ୍ତି ଏହା ସେମାନଙ୍କୁ ମହଙ୍ଗା ପଡ଼ିବ। ଦେଶର ୪୩ କୋଟି ଯୁବକ ଭାରତବର୍ଷରେ ଏବେ ବେରୋଜଗାର ଅଛନ୍ତି। ଦରଦାମ ହୁ ହୁ ହୋଇ ବଢ଼ିଚାଲିଛି, ସାଧାରଣ ଜନତା ଏଥିଯୋଗୁ ହନ୍ତସନ୍ତ ହୋଇପଡ଼ିଛନ୍ତି। ଚାଷୀମାନେ ଆମତ୍ହତ୍ୟା କରିବାକୁ ବାଧ୍ୟ ହେଲେଣି। ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ରାହୁଲ ଏ ଘଟଣାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଓ କଠୋର ସମାଲୋଚନା କାରଣରୁ ତାଙ୍କ ମୁହଁକୁ ବନ୍ଦ କରିବା ଓ କଂଗ୍ରେସ ସ୍ବରକୁ ଚପାଇ ଦେବାକୁ ଇଡି ମାଧ୍ୟମରେ ଉଦ୍ୟମ ଚାଲିଛି। ଏହାକୁ ନେଇ କଂଗ୍ରେସ ଆଦାୈ ଭୟଭୀତ ନୁହେଁ ବୋଲି ଶରତ କହିଛନ୍ତି। ଏହା ବିରୋଧରେ ଶୁକ୍ରବାର ପ୍ରତି ଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲାର କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହେବ। ସମସ୍ତ ପଦାଧିକାରୀ, କଂଗ୍ରେସ ଶୁଭେଚ୍ଛୁମାନେ ଏଥିରେ ଯୋଗଦେବାକୁ ଶରତ ଆହ୍ବାନ ଦେଇଛନ୍ତି। ଅନ୍ୟପଟେ ଏହି ଘଟଣାରେ କଂଗ୍ରେସର ବହୁ ବରିଷ୍ଠ ନେତା ଯୋଗଦେବା ସହ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ଟ୍ରକ୍‌: ବର୍ତ୍ତିଲେ ଡ୍ରାଇଭର, ହେଲ୍‌ପର

ବଅଁରପାଳ, ୨୪।୩(ଡି.ଏନ.ଏ.): ନାଲ୍‌କୋ ଥାନା କୁଲାଡ଼ ଥର୍ମାଲ ରାସ୍ତାର ବଳରାମପ୍ରସାଦ କେନ୍ଦୁଢ଼ିପ ସାହି ନିକଟରେ ମଙ୍ଗଳବାର ଏକ ଟ୍ରକ୍‌ ଓଲଟି ପଡ଼ିଛି। ତେବେ ଟ୍ରକ୍‌ ଡ୍ରାଇଭର...

ସଂଘର୍ଷ ପରେ ଶେଷରେ ଆଖି ବୁଜିଲା ଗୁଳିବିଦ୍ଧ ହାତୀ

ଆଠଗଡ, ୧୪।୬(ଡି.ଏନ୍‌.ଏ.): ୮ ଦିନର ସଂଘର୍ଷ ପରେ ଗୁଳିବିଦ୍ଧ ଦନ୍ତାର ମଙ୍ଗଳବାର ମୃତ୍ୟୁ ଘଟିଛି। ଏ ନେଇ ରେଞ୍ଜର ପ୍ରଫୁଲ୍ଲ କୁମାର ଦେହୁରୀ ସୂଚନା ଦେଇଛନ୍ତି...

ରବି ଧାନ କିଣା: କାଗଜପତ୍ରରେ ଧାର୍ଯ୍ୟ ପୂରଣ

ଯାଜପୁର ଅଫିସ, ୧୪।୭: ଗତ ମେ ୧୫ରୁ ଆରମ୍ଭ ହୋଇଥିବା ରବି ଋତୁ ଧାନ କିଣାରେ କୋରେଇ, ଦଶରଥପୁର, ବଡ଼ଚଣା, ବିଞ୍ଝାରପୁର ଓ ଧର୍ମଶାଳା ବ୍ଲକରେ...

ବଳ ଗୋଟାଉଛି ୟାସ୍‌

ଭୁବନେଶ୍ୱର,୨୨ା୫(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଶନିବାର ଏହା ଲଘୁଚାପରେ ପରିଣତ ହେବ। ଧୀରେ ଧୀରେ ଘନୀଭୂତ ହୋଇ ଏହା ଉତ୍ତର-ପଶ୍ଚିମ ଦିଗକୁ...

ପାନୀୟ ଜଳ ସଙ୍କଟ, କାର୍ଯ୍ୟକାରୀ ହେଉନି ପ୍ରକଳ୍ପ

ଆରଡ଼ି, ୮।୪ (ଡି.ଏନ.ଏ.)-ଗ୍ରୀଷ୍ମଋତୁ ଆରମ୍ଭରୁ ହ୍ରାସ ପାଇଛି ଭୂତଳ ଜଳସ୍ତର। ଗାଁରେ ବସିଥିବା ନଳକୂପରୁ ଆଉ ପାଣି ବାହାରୁ ନାହିଁ। ଫଳରେ ଲୋକେ ହତାଶ ହୋଇ...

୨ ଚନ୍ଦନ ଗଛ ଚୋରି

କେନ୍ଦୁଝର, ୨୪ା୫ (ସ୍ବ.ପ୍ର.): କେନ୍ଦୁଝର ଆକାଶବାଣୀ କେନ୍ଦ୍ର ପରିସରରୁ ୨ ଟି ଚନ୍ଦନ ଗଛ ଚୋରି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କଡା ସୁରକ୍ଷା ବ୍ୟବସ୍ଥା...

ଜାତୀୟସ୍ତରରେ ପ୍ରଦର୍ଶିତ ହେବ ଓଡ଼ିଶା ଆଦିବାସୀଙ୍କ ବୀରତ୍ୱ

ଭୁବନେଶ୍ୱର,୪।୨(ବ୍ୟୁରୋ): ଦେଶର ସ୍ବାଧୀନତା ସଂଗ୍ରାମ ପାଇଁ ଲଢ଼େଇ କରି ନିଜ ସାହସିକତାର ପରିଚୟ ଦେଇଥିବା ଓଡ଼ିଆ ଆଦିବାସୀଙ୍କ ବୀରତ୍ୱ ସମ୍ପର୍କରେ ଜାତୀୟସ୍ତରରେ ପ୍ରଦର୍ଶିତ କରାଯିବ। ଗୁଜରାଟର...

ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୫ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୩୨ ଲୋକାଲ କେସ୍‌...

Advertisement
Archives

Model This Week