ରାଜଭବନ ଆଗରେ ଗର୍ଜିଲା କଂଗ୍ରେସ

ଭୁବନେଶ୍ୱର,୧୭ା୬(ବ୍ୟୁରୋ):ଦିଲ୍ଲୀ ପୋଲିସ ମାତ୍ରାଧିକ ପ୍ରତିହିଂସା ପରାୟଣ ହୋଇ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) କାର୍ଯ୍ୟାଳୟରେ ପ୍ରବେଶ କରିବା ଘଟଣା ସାରା ଦେଶରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଏଆଇସିସି ନିଷ୍ପତ୍ତି ଅନୁସାରେ ପିସିସି(ପ୍ରଦେଶ କଂଗ୍ରେସ କମିଟି) ପକ୍ଷରୁ ଗୁରୁବାର ରାଜଭବନ ସମ୍ମୁଖରେ ପ୍ରତିବାଦ ଓ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ରାଜ୍ୟବ୍ୟାପୀ ପ୍ରତିବାଦ କରାଯିବ। ଗତ ୩ ଦିନ ଧରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ରାହୁଲ ଗାନ୍ଧୀଙ୍କୁ ନ୍ୟାଶନାଲ ହେରାଲ୍ଡ ଖବରକାଗଜ ବିଷୟରେ ପଚରାଉଚରା ପାଇଁ ଡକା ସରିଲାଣି। ଏହାପରେ ମଧ୍ୟ ଆହୁରି କ’ଣ ପ୍ରଶ୍ନ ରହିଲା ଯେ, ପୁଣି ତାଙ୍କୁ ଶୁକ୍ରବାର ସମନ ହେଲା ବୋଲି ପିସିସି ପକ୍ଷରୁ ପ୍ରଶ୍ନ କରାଯାଇଛି।
ଏହାକୁ ବିରୋଧକରି ଏଆଇସିସି ମୁଖ୍ୟାଳୟରେ କଂଗ୍ରେସ ଶାସିତ ମୁଖ୍ୟମନ୍ତ୍ରୀ, ବରିଷ୍ଠ ନେତୃମଣ୍ଡଳୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ଏମ୍‌ପି ଓ ବର୍ତ୍ତମାନର ଏମ୍‌ପି, ବିରୋଧୀ ଦଳ ନେତାମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଓ ପ୍ରତିବାଦ କରୁଥିଲେ। ଗତ ବୁଧବାର ଦିଲ୍ଲୀ ପୋଲିସ ଏଆଇସିସି କାର୍ଯ୍ୟାଳୟରେ ପଶି କଂଗ୍ରେସ ନେତୃମଣ୍ଡଳୀ ଓ କର୍ମୀମାନଙ୍କୁ ପିଟିବା ଏବଂ ପଦାଧିକାରୀଙ୍କୁ ନିଜ କାର୍ଯ୍ୟାଳୟକୁ ଯିବାକୁ ନ ଦେବା ବିରୋଧରେ ରାଜଭବନ ସମ୍ମୁଖରେ ପ୍ରତିବାଦ ଓ ଧାରଣା ଦିଆଯାଇଥିବା ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ତେବେ ଶରତଙ୍କ ନେତୃତ୍ୱରେ ଶତାଧିକ ନେତା ଓ କର୍ମୀ ଭୁବନେଶ୍ୱର ଏଡିଏମ୍‌ଙ୍କ କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରାରେ ବାହାରି ରାଜଭବନ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭାରେ ଯୋଗଦେଇଥିଲେ। ଏହି ଅବସରରେ ଶରତ କହିଛନ୍ତି, ଗତକିଛି ଦିନ ଧରି ଯେଉଁଭଳି ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାର ଆକ୍ରୋଶମୂଳକ, ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ଭାବେ କାର୍ଯ୍ୟକ୍ରମ ଚଳାଇଛନ୍ତି ଏହା ସେମାନଙ୍କୁ ମହଙ୍ଗା ପଡ଼ିବ। ଦେଶର ୪୩ କୋଟି ଯୁବକ ଭାରତବର୍ଷରେ ଏବେ ବେରୋଜଗାର ଅଛନ୍ତି। ଦରଦାମ ହୁ ହୁ ହୋଇ ବଢ଼ିଚାଲିଛି, ସାଧାରଣ ଜନତା ଏଥିଯୋଗୁ ହନ୍ତସନ୍ତ ହୋଇପଡ଼ିଛନ୍ତି। ଚାଷୀମାନେ ଆମତ୍ହତ୍ୟା କରିବାକୁ ବାଧ୍ୟ ହେଲେଣି। ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ରାହୁଲ ଏ ଘଟଣାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଓ କଠୋର ସମାଲୋଚନା କାରଣରୁ ତାଙ୍କ ମୁହଁକୁ ବନ୍ଦ କରିବା ଓ କଂଗ୍ରେସ ସ୍ବରକୁ ଚପାଇ ଦେବାକୁ ଇଡି ମାଧ୍ୟମରେ ଉଦ୍ୟମ ଚାଲିଛି। ଏହାକୁ ନେଇ କଂଗ୍ରେସ ଆଦାୈ ଭୟଭୀତ ନୁହେଁ ବୋଲି ଶରତ କହିଛନ୍ତି। ଏହା ବିରୋଧରେ ଶୁକ୍ରବାର ପ୍ରତି ଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲାର କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହେବ। ସମସ୍ତ ପଦାଧିକାରୀ, କଂଗ୍ରେସ ଶୁଭେଚ୍ଛୁମାନେ ଏଥିରେ ଯୋଗଦେବାକୁ ଶରତ ଆହ୍ବାନ ଦେଇଛନ୍ତି। ଅନ୍ୟପଟେ ଏହି ଘଟଣାରେ କଂଗ୍ରେସର ବହୁ ବରିଷ୍ଠ ନେତା ଯୋଗଦେବା ସହ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri