ଏଇ ଭାରତରେ
ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ। ଫଳରେ ଲୋକେ ଟ୍ୟାଙ୍କର ଉପରେ ନିର୍ଭର କରିଥାନ୍ତି। ବଡ଼କଥା ହେଉଛି, ୫୦ ଏକରବିଶିଷ୍ଟ…
ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ
ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି ଦୁର୍ନୀତି ଓ ଅନିୟମିତତା ହେଉଛି ତା’ର ନମୁନା ଦେଖିବାକୁ ମିଳୁଛି। ପୋଲିସ ଏସ୍ଆଇ…
ସମୟ ବ୍ୟାଙ୍କ୍ର ସେବାପୁଞ୍ଜି
ବ୍ୟାଙ୍କ୍ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ କହୁଥିଲେ- ”ଇଏ ଗୋଟିଏ ପ୍ରକାର ଇନ୍ଭେଷ୍ଟମେଣ୍ଟ। ପୁଅ ଇଞ୍ଜିନିୟର ହୋଇ ବାହାରିଲା ପରେ…
ବସ୍ତାନିରୁ ସ୍କୁଲ ବ୍ୟାଗ: ଭାରରୁ ବିଚାର ପର୍ଯ୍ୟନ୍ତ
ପିଲାବେଳେ କାନ୍ଧରେ ବସ୍ତାନି ପକେଇ ସ୍କୁଲ ଗଲାବେଳର ସ୍ମୃତି ନିଆରା। ଆଜିର ସ୍କୁଲ ବ୍ୟାଗକୁ ଦେଖିଲେ ଲାଗେ, ସେହି ବସ୍ତାନିର ସରଳତା ଓ ସ୍ନେହ ଏବେ ମଧ୍ୟ ଆମ ଶୈଶବକୁ ଜୀବନ୍ତ ରଖିଛି। ଓଡ଼ିଆ ସାହିତ୍ୟରେ ବସ୍ତାନି କହିଲେ ମନେପଡ଼େ କାଳଜୟୀ…
ନିଶାମୁକ୍ତ ଯୁବସମାଜ
ଆଜିକାଲିର ଯୁବପିଢ଼ି ନିଶାଦ୍ରବ୍ୟକୁ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ କରିସାରିଲେଣି। ଗ୍ଲୋବାଲ ୟୁଥ୍ ଟୋବାକୋ ସର୍ଭେ (ଜିୱାଇଟିଏସ୍) ୨୦୧୯ ଅନୁଯାୟୀ, ସାରା ଦେଶରେ ୧୩ରୁ ୧୫ ବର୍ଷ ବୟସର ୮.୫ ପ୍ରତିଶତ ଛାତ୍ରୀଛାତ୍ର ବିଭିନ୍ନ ରୂପରେ ତମାଖୁ ସେବନ କରିଥାନ୍ତି। ବିଦ୍ୟାଳୟ ଓ ମହାବିଦ୍ୟାଳୟ…
ଡାହାଣୀ ହୋଇ ଲାଗିବେ
ମୋର ଜଣେ ଆରକ୍ଷୀ ବନ୍ଧୁ ତାଙ୍କ ହ୍ବାଟ୍ସଆପ୍ ଷ୍ଟାଟସ୍ରେ ନିଶା ନିବାରଣ ପାଇଁ ପୋଲିସ ବିଭାଗ ସହ ହାତ ମିଳାଇ କାମ କରିବା ପାଇଁ ତାଙ୍କର ସାଙ୍ଗସାଥୀ ବନ୍ଧୁମାନଙ୍କୁ ନିବେଦନ କରିଥିଲେ। ଏ ପ୍ରକାର ଏକ ଅଜବ ମେସେଜ୍ ପଢ଼ି ମୁଁ…
ନୂଆ ପିଢ଼ି ପାଇଁ ଅପରିଚିତ ଅକ୍ଷର
ଭାଷା କେବଳ ଭାବ ବିନିମୟର ମାଧ୍ୟମ ନୁହେଁ; ଏହା ଏକ ଜାତିର ସଭ୍ୟତା, ସଂସ୍କୃତି, ଇତିହାସ ଓ ଅସ୍ମିତାର ବାହକ। ମଣିଷର ଚିନ୍ତାଧାରା, ସୃଜନଶୀଳତା ଏବଂ ସାଂସ୍କୃତିକ ଚେତନାର ପ୍ରଥମ ପରିଚୟ ହେଉଛି ତା’ର ମାତୃଭାଷା। ଓଡ଼ିଆ ଭାଷା ତା’ର ସମୃଦ୍ଧ…
ବ୍ୟାଙ୍କ ଜାତୀୟକରଣର ପୃଷ୍ଠଭୂମି
ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ କାୟା ବିସ୍ତାର କରି ୧୭୭୦ ମସିହାରେ କଲିକତାରେ ବ୍ୟାଙ୍କ ଅଫ୍ ହିନ୍ଦୁସ୍ତାନ ନାମକ ବାଣିଜି୍ୟକ ବ୍ୟାଙ୍କ ଖୋଲିଥିଲା। ଏ ବ୍ୟାଙ୍କ ତିଷ୍ଠି ନ ପାରିବାରୁ ୧୮୨୯-୩୨ରେ ବନ୍ଦ ହୋଇଯାଇଥିଲା। ଆଜିର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସ୍ବିଆଇ)…
ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି
କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି ରହସ୍ୟମୟ ସେତିକି ଆଶ୍ଚର୍ଯ୍ୟଜନକ। ଗାଁ ଗଣ୍ଡାର କଥା ଟିକେ ମନେପକାନ୍ତୁ, ଖରାଦିନେ ବାଉଁଶ…
ଏତେ ପ୍ରୀତି କାହିଁକି
ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ ପାଇଁ ମଧ୍ୟସ୍ଥତା କରାଯାଉଛି ଏବଂ ଯିଏ ମଧ୍ୟସ୍ଥତା କରୁଛି ଉଭୟଙ୍କ ପ୍ରତି ଆମର…
ବିଷାକ୍ତ ସ୍ପର୍ଶ
ଭାରତରେ ବିଷାକ୍ତ ମଦ ପିଇ ଲୋକଙ୍କ ମୃତ୍ୟୁ ହେବା ଖବର ନିୟମିତ ଶୁଣିବାକୁ ମିଳେ। ଅଧିକାଂଶ କ୍ଷେତ୍ରରେ ଦେଶୀ ମଦ ଅପମିଶ୍ରଣ ମୁଖ୍ୟ କାରଣ ହୋଇଥାଏ। ଏହି ମଦ ପ୍ରସ୍ତୁତ ଭାଟି ଓ ସେଥିରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିଷୟରେ ପ୍ରାୟତଃ ସ୍ଥାନୀୟ…
କେବଳ ଜୀବାଶ୍ମ ଇନ୍ଧନ ନୁହେଁ
ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏବେ ଅନୁମାନ କରିଛି ଯେ, ଓଡ଼ିଶାରେ ଆଗାମୀ ୨ ଦିନ ମଧ୍ୟରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ। ଅର୍ଥାତ୍ ଆସନ୍ତା ୧୫ ତାରିଖରେ ରାଜ୍ୟର କେତେକ ସହରରେ ତାପମାତ୍ରା…

