କେବଳ ଜୀବାଶ୍ମ ଇନ୍ଧନ ନୁହେଁ

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏବେ ଅନୁମାନ କରିଛି ଯେ, ଓଡ଼ିଶାରେ ଆଗାମୀ ୨ ଦିନ ମଧ୍ୟରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇବ। ଅର୍ଥାତ୍‌ ଆସନ୍ତା ୧୫ ତାରିଖରେ ରାଜ୍ୟର କେତେକ ସହରରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ। ଭାରତର ପାଣିପାଗ ବିଭାଗର ଏଭଳି ଆକଳନର ପୂର୍ବାଭାସ କିଛିଦିନ ତଳେ ଅନ୍ତର୍ଜାତୀୟ ସ୍ତରର ବୈଜ୍ଞାନିକ ଓ ଜଳବାୟୁ ସଂସ୍ଥାଗୁଡ଼ିକ ଦ୍ୱାରା ଗଠିତ ସଙ୍ଗଠନ ‘କ୍ଲାଇମାମିଟର’ରେ ପ୍ରକାଶିତ ରିପୋର୍ଟକୁ ସିଦ୍ଧ କରୁଛି। ୨୦୨୫ ଏପ୍ରିଲ ଏହାର ପୂର୍ବ ଦଶନ୍ଧିଗୁଡ଼ିକ ତୁଳନାରେ ୪ ଡିଗ୍ରୀ ସେଲସିୟସ ଅଧିକ ଉତ୍ତପ୍ତ ଥିଲା ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ସୂଚନା ଦିଆଯାଇପାରେ ଯେ, ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଉତ୍ତାପ ବୃଦ୍ଧି ଓ ପୃଥିବୀରେ ସଂଘଠିତ ଅତ୍ୟଧିକ ବିପର୍ଯ୍ୟୟ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ କ୍ଲାଇମାମିଟରକୁ ୟୁରୋପୀୟ ସଂଘ ଓ ଫ୍ରେଞ୍ଚ୍‌ ନ୍ୟାଶ୍‌ନାଲ ସେଣ୍ଟର୍‌ ଫର୍‌ ସାଇଣ୍ଟିଫିକ୍‌ ରିସର୍ଚ୍ଚ( ସିଏନ୍‌ଆର୍‌ଏସ୍‌) ପାଣ୍ଠି ଯୋଗାଇଥାନ୍ତି। ଓଡ଼ିଶା ପରିପ୍ରେକ୍ଷୀରେ ଦେଖିଲେ ଗତ ମାସରେ ଅନେକ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ଟପିଥିଲା। ଏପରିକି ଏପ୍ରିଲ ୨୧ରେ ଝାରସୁଗୁଡ଼ା ୪୫.୪ ଡିଗ୍ରୀ ଉପରକୁ ଯାଇଥିବା ବେଳେ ଆସନ୍ତା ୧୫ ତାରିଖ ସୁଦ୍ଧା ତାପମାତ୍ରା ପୁଣି ୪୫ ଡିଗ୍ରୀ ସେଲସିୟସକୁ ଗଲେ ତାହା ଜନଜୀବନକୁ ଦୁର୍ବିଷହ କରିବା ଥୟ।
ଏହା ଜଣାଶୁଣା ଯେ, ତାପମାତ୍ରା ବୃଦ୍ଧି ପାଇଁ ଜୀବାଶ୍ମ ଇନ୍ଧନକୁ ଅଧିକ ଦାୟୀ କରାଯାଉଛି। କିନ୍ତୁ ପରିବହନ ଓ ନିର୍ମାଣ ଶିଳ୍ପ ସହିତ ଆହୁରି ଅନେକ କ୍ଷେତ୍ର ବିଶ୍ୱତାପନକୁ ଘୋର ପ୍ରଭାବିତ କରୁଛନ୍ତି। ତେବେ ଭାରତରେ ଆବଶ୍ୟକ ହେଉଥିବା ମୋଟ ଶକ୍ତିର ୭୫ ଭାଗ କେବଳ ଜୀବାଶ୍ମ ଇନ୍ଧନ ଚାଳିତ ପ୍ଲାଣ୍ଟରୁ ମିଳୁଛି। ଏହାର ସବୁଠୁ ବଡ଼ ଅଂଶ ରହୁଛି ଥର୍ମାଲ ପାଓ୍ବାର ବା ତାପଜ ଶକ୍ତି। ଓଡ଼ିଶାର ଗଚ୍ଛିତ କୋଇଲାକୁ ଅନିଶା କରି ଘରୋଇ ଓ ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକ ଏଠାରେ ଥର୍ମାଲ ପ୍ଲାଣ୍ଟ କରିବାକୁ ଆଗଭର ହେଉଛନ୍ତି। ଏହି ସଂଖ୍ୟା ବଢ଼ିଲେ ରାଜ୍ୟରେ ତାପମାତ୍ରା ଆହୁରି ବଢ଼ିଯିବା ଆଶଙ୍କା ସୃଷ୍ଟି ହେଲାଣି। ଚଳିତ ମାସ ପ୍ରଥମ ସପ୍ତାହରେ ‘ଦି ଲାନ୍‌ସେଟ୍‌ ପ୍ଲାନେଟାରୀ ହେଲ୍‌ଥ’ ପକ୍ଷରୁ ପ୍ରକାଶିତ ପ୍ରବନ୍ଧରେ ଦର୍ଶାଯାଇଛି ଯେ, ଜଳବାୟୁ ପରିବର୍ତ୍ତନଜନିତ ଖାଦ୍ୟାଭାବ ଓ ଅପପୁଷ୍ଟି ଯୋଗୁ ମଣିଷର ଅନ୍ତନଳୀ ପ୍ରଭାବିତ ହୋଇ ରୋଗ ସୃଷ୍ଟି କରିବ। ଏଥିରୁ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଆଗାମୀ ଦିନରେ ମଣିଷ ଉପରେ କିଭଳି ସିଧାସଳଖ ପ୍ରଭାବ ପକାଇବ ତାହା ଅନୁମେୟ।
୨୦୧୫ରେ ଜାତିସଂଘ ଜଳବାୟୁ ସମ୍ମିଳନୀ (କପ୍‌୨୧)ର ପ୍ୟାରିସ ଚୁକ୍ତିରେ ବିଶ୍ୱର ହାରାହାରି ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ସେଲସିୟସ ଭିତରେ ସୀମିତ ରଖିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏଥିପାଇଁ ଗରିବ ଓ ବିକାଶଶୀଳ ଦେଶଗୁଡ଼ିକୁ ଆର୍ଥିକ ଓ ବୈଷୟିକ ସହଯୋଗ ଯୋଗାଇବା ସକାଶେ ଧନୀ ରାଷ୍ଟ୍ରଗୁଡ଼ିକ ବାର୍ଷିକ ୧୦୦ ବିଲିୟନ ଆମେରିକୀୟ ଡଲାର ପାଣ୍ଠି ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଥିଲା। ଏହା କାର୍ବନ ନିର୍ଗମନ ହ୍ରାସ କରିବା, ସବୁଜ ଶକ୍ତି ସୃଷ୍ଟି କରିବା ଭଳି କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ଉଦ୍ଦିଷ୍ଟ ଥିଲା। କିନ୍ତୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୨୦ ଜାନୁଆରୀ ୨୦୨୫ରେ ଶପଥ ନେବାର ଦିନକ ପରେ ପାରିସ ଚୁକ୍ତିରୁ ଓହରି ଯାଇଛନ୍ତି। ଯେହେତୁ ବିଶ୍ୱତାପନ ନିୟନ୍ତ୍ରଣ ଦିଗରେ ଆମେରିକାର ପାଣ୍ଠି ଓ ପ୍ରଯୁକ୍ତି ନିହାତି ଜରୁରୀ, ତାହାର ପଛଘୁଞ୍ଚା ଏହି ମିଶନକୁ ନିଶ୍ଚିତ ଭାବେ କ୍ଷତି ପହଞ୍ଚାଇବ। ତେବେ ଏସବୁକୁ ଦୃଷ୍ଟିରେ ରଖି ଭାରତ ନିଜସ୍ବ ପଦକ୍ଷେପ ନେବା ଦରକାର। ୨୦୭୦ ସୁଦ୍ଧା ନେଟ୍‌ ଜିରୋ ଅର୍ଥାତ୍‌ ଯେତିକି କାର୍ବନ ନିର୍ଗମନ କରିବ ସେତିକି ଶୋଷିନେବାର ବ୍ୟବସ୍ଥା କରିବାକୁ ଭାରତ ଲକ୍ଷ୍ୟ ରଖିବା ଏକ ବିଳମ୍ବିତ ପ୍ରୟାସ ମନେହେଉଛି। ତାହାର ଯଥେଷ୍ଟ ପୂର୍ବରୁ ଉପଯୁକ୍ତ ପଦକ୍ଷେପ ନିଆ ନ ଗଲେ ଅସହ୍ୟ ତାପମାତ୍ରାରେ ବଞ୍ଚିବା କଷ୍ଟକର ହୋଇଯିବ। ସ୍ଥିତି ଯାହା ହେଲାଣି କେବଳ କଥାରେ କହିଲେ ହେବ ନାହିଁ, କାମରେ ପ୍ରତିଫଳିତ ହେବା ଜରୁରୀ । ତେବେ ଉଦ୍‌ଜାନ ଶକ୍ତି ବ୍ୟବହାର କରି ଗାଡ଼ି ଚଳାଇବାକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଗୁରୁତ୍ୱ ଦେଇଥିଲେ। ଏପରିକି ମାର୍ଚ୍ଚ ୨୦୨୨ରେ ପାର୍ଲାମେଣ୍ଟକୁ ଉଦ୍‌ଜାନଚାଳିତ ଗାଡ଼ି ଚଳାଇ ସେ ଆସିବା କଥା ସମସ୍ତଙ୍କର ମନେଥିବ। ତାହା ଏବେ କେତେ ବାଟ ଆଗେଇଛି ଅଜଣା ହୋଇରହିଛି। ଏସବୁକୁ ବିଚାର କଲେ ଭାରତ ପାଇଁ ଜୀବାଶ୍ମ ଇନ୍ଧନଚାଳିତ ଯାନ ହ୍ରାସ କରି ବିଦ୍ୟୁତ ଚାଳିତ ଯାନ ବ୍ୟବହାର ବୃଦ୍ଧି କରାଯିବା ଦରକାର। ଏଥିପାଇଁ ଆବଶ୍ୟକ ବିଦ୍ୟୁତ୍‌ ଶକ୍ତି ଜଳରୁ ଅଧିକ ଉତ୍ପାଦନ ହେବା ଆବଶ୍ୟକ।
ଏବର ସ୍ଥିତିରେ ବନୀକରଣ ଉପରେ ଜୋର ଦିଆଯିବା ସହିତ ଜଙ୍ଗଲକୁ ସୁରକ୍ଷା ଦେବା ନିହାତି ଜରୁରୀ ହୋଇପଡ଼ିଲାଣି। ସାଧାରଣତଃ ବଡ଼ ସହରଗୁଡ଼ିକରେ ସବୁଠାରୁ ଅଧିକ ତାପମାତ୍ରା ବୃଦ୍ଧି ଦେଖିବାକୁ ମିଳୁଛି। ଏହାର ମୂଳ କାରଣ ହେଲା ବିକାଶ ନାମରେ ସବୁଆଡ଼େ କଂକ୍ରିଟ ମାଡ଼ିଯିବା ଓ ଅନ୍ଧାଧୁନିଆ ଗଛକଟା। ସହରୀ ଜଳବାୟୁ ସଂକ୍ରାନ୍ତ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ନଗରାଞ୍ଚଳରେ ଅର୍ବାନ ଫରେଷ୍ଟ ବା ସହରରେ ଛୋଟ ଜଙ୍ଗଲ ଥିଲେ ତାପମାତ୍ରା ୭ ଡିଗ୍ରୀ ସେଲସିୟସ କମିପାରେ। ସେହିପରି ଅତ୍ୟଧିକ ତାପମାତ୍ରାର ଦିନକୁ ହିସାବକୁ ନେଲେ ତାହା ସଂଖ୍ୟାତ୍ମକ ଦୃଷ୍ଟିରୁ ୨୩ ପ୍ରତିଶତ କମିଯିବ। ଏହାର ଅର୍ଥ ହେଲା ତାପମାତ୍ରା କମାଇବାର ସବୁଠାରୁ ପ୍ରମୁଖ ଭୂମିକା ଗଛର ରହିଛି। ତେଣୁ ଅଧିକ ମାତ୍ରାରେ ବନୀକରଣ ସହ ବନ ସଂରକ୍ଷଣ ଉପରେ ବିଶେଷ ଗୁରୁତ୍ୱ ଦେବାର ସମୟ ଆସିଲାଣି।
ଜୀବାଶ୍ମ ଇନ୍ଧନ ଉପରେ ସମ୍ପୂର୍ଣ୍ଣ ନଜର କେନ୍ଦ୍ରୀଭୂତ ହେବା ଦ୍ୱାରା ବିଶ୍ୱତାପନକୁ ନିୟନ୍ତ୍ରଣ ରଖିବାର ଅନ୍ୟସବୁ ସହଜ ବାଟକୁ ବନ୍ଦ କରିଦିଆଯାଉଛି। ଜଙ୍ଗଲ ବଞ୍ଚିଲେ ଜୀବଜନ୍ତୁ ସୁରକ୍ଷିତ ରହିବେ। ସମୁଦ୍ର ଓ ସାମୁଦ୍ରିକ ଜୀବଙ୍କୁ ନକାରାତ୍ମକ ଭାବେ ପ୍ରଭାବିତ କରୁଥିବା କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବା ଦରକାର। ଏଭଳି ଅନେକ ଦିଗ ଅଛି ଯେଉଁସବୁକୁ ଅଣଦେଖା କରି ସୁଇଚ୍‌ ଟିପିଲା ଭଳି କେବଳ ଜୀବାଶ୍ମ ଇନ୍ଧନ ବ୍ୟବହାର କମାଇବା ଉପରେ ଗୁରୁତ୍ୱ ଦେଲେ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣକୁ ଆଣିବା କଷ୍ଟକର।


Enter your email to get our daily news in your inbox.

All Right Reserved By Dharitri.Com

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ବ୍ରହ୍ମପୁର ଆସୁଥିବା ବେଳେ ବାଟରେ ମର୍ମନ୍ତୁଦ ଦୁର୍ଘଟଣା, ଡିଭାଇଡର ପିଟି ହୋଇ ୨ ବାଇକ ଆରୋହୀ ମୃତ

ଗଞ୍ଜାମ,୧୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।  ଅପରାହ୍ନରେ ଏକ ବାଇକ ଡିଭାଇଡର ପିଟି…

ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ…

ଦିଗପହଣ୍ଡି,୧୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ରବିବାର ସନ୍ଧ୍ୟା ପ୍ରାୟ…

ନଦୀରେ ଗୋଧୋଇବାକୁ ଯିବା ହେଲା କାଳ, ପାଣିରେ ବୁଡ଼ି ଚାଲିଗଲା ୨ଜୀବନ

ଝାରସୁଗୁଡ଼ା,୧୪।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀକୁ ରବିବାର ଅପରାହ୍ନରେ ଗାଧୋଇ ଯାଇଥିବା ସମୟରେ ପାଣିରେ ବୁଡ଼ି ଦୁଇ ଜଣ ଯୁବକଙ୍କର ଅକାଳ…

ବଙ୍ଗ ରାଜନୀତିରେ ବଡ଼ ଖେଳ! ଏହି ଦଳରେ ମିଶିବେ ଟିଏମସିର ବିଦ୍ରୋହୀ ଏମପି, ବଡ଼ ସୂଚନା ଦେଲେ….

କୋଲକାତା,୧୪।୬: ବିଦ୍ରୋହୀ ଟିଏମସି ଏମପିମାନେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟ ଅନୁସାରେ, ମିଶ୍ରଣ ପରେ ସେମାନେ ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟିରେ ଯୋଗଦେବେ ଏବଂ ଏନଡିଏକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri