କେବଳ ଜୀବାଶ୍ମ ଇନ୍ଧନ ନୁହେଁ

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏବେ ଅନୁମାନ କରିଛି ଯେ, ଓଡ଼ିଶାରେ ଆଗାମୀ ୨ ଦିନ ମଧ୍ୟରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇବ। ଅର୍ଥାତ୍‌ ଆସନ୍ତା ୧୫ ତାରିଖରେ ରାଜ୍ୟର କେତେକ ସହରରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ। ଭାରତର ପାଣିପାଗ ବିଭାଗର ଏଭଳି ଆକଳନର ପୂର୍ବାଭାସ କିଛିଦିନ ତଳେ ଅନ୍ତର୍ଜାତୀୟ ସ୍ତରର ବୈଜ୍ଞାନିକ ଓ ଜଳବାୟୁ ସଂସ୍ଥାଗୁଡ଼ିକ ଦ୍ୱାରା ଗଠିତ ସଙ୍ଗଠନ ‘କ୍ଲାଇମାମିଟର’ରେ ପ୍ରକାଶିତ ରିପୋର୍ଟକୁ ସିଦ୍ଧ କରୁଛି। ୨୦୨୫ ଏପ୍ରିଲ ଏହାର ପୂର୍ବ ଦଶନ୍ଧିଗୁଡ଼ିକ ତୁଳନାରେ ୪ ଡିଗ୍ରୀ ସେଲସିୟସ ଅଧିକ ଉତ୍ତପ୍ତ ଥିଲା ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ସୂଚନା ଦିଆଯାଇପାରେ ଯେ, ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଉତ୍ତାପ ବୃଦ୍ଧି ଓ ପୃଥିବୀରେ ସଂଘଠିତ ଅତ୍ୟଧିକ ବିପର୍ଯ୍ୟୟ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ କ୍ଲାଇମାମିଟରକୁ ୟୁରୋପୀୟ ସଂଘ ଓ ଫ୍ରେଞ୍ଚ୍‌ ନ୍ୟାଶ୍‌ନାଲ ସେଣ୍ଟର୍‌ ଫର୍‌ ସାଇଣ୍ଟିଫିକ୍‌ ରିସର୍ଚ୍ଚ( ସିଏନ୍‌ଆର୍‌ଏସ୍‌) ପାଣ୍ଠି ଯୋଗାଇଥାନ୍ତି। ଓଡ଼ିଶା ପରିପ୍ରେକ୍ଷୀରେ ଦେଖିଲେ ଗତ ମାସରେ ଅନେକ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ଟପିଥିଲା। ଏପରିକି ଏପ୍ରିଲ ୨୧ରେ ଝାରସୁଗୁଡ଼ା ୪୫.୪ ଡିଗ୍ରୀ ଉପରକୁ ଯାଇଥିବା ବେଳେ ଆସନ୍ତା ୧୫ ତାରିଖ ସୁଦ୍ଧା ତାପମାତ୍ରା ପୁଣି ୪୫ ଡିଗ୍ରୀ ସେଲସିୟସକୁ ଗଲେ ତାହା ଜନଜୀବନକୁ ଦୁର୍ବିଷହ କରିବା ଥୟ।
ଏହା ଜଣାଶୁଣା ଯେ, ତାପମାତ୍ରା ବୃଦ୍ଧି ପାଇଁ ଜୀବାଶ୍ମ ଇନ୍ଧନକୁ ଅଧିକ ଦାୟୀ କରାଯାଉଛି। କିନ୍ତୁ ପରିବହନ ଓ ନିର୍ମାଣ ଶିଳ୍ପ ସହିତ ଆହୁରି ଅନେକ କ୍ଷେତ୍ର ବିଶ୍ୱତାପନକୁ ଘୋର ପ୍ରଭାବିତ କରୁଛନ୍ତି। ତେବେ ଭାରତରେ ଆବଶ୍ୟକ ହେଉଥିବା ମୋଟ ଶକ୍ତିର ୭୫ ଭାଗ କେବଳ ଜୀବାଶ୍ମ ଇନ୍ଧନ ଚାଳିତ ପ୍ଲାଣ୍ଟରୁ ମିଳୁଛି। ଏହାର ସବୁଠୁ ବଡ଼ ଅଂଶ ରହୁଛି ଥର୍ମାଲ ପାଓ୍ବାର ବା ତାପଜ ଶକ୍ତି। ଓଡ଼ିଶାର ଗଚ୍ଛିତ କୋଇଲାକୁ ଅନିଶା କରି ଘରୋଇ ଓ ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକ ଏଠାରେ ଥର୍ମାଲ ପ୍ଲାଣ୍ଟ କରିବାକୁ ଆଗଭର ହେଉଛନ୍ତି। ଏହି ସଂଖ୍ୟା ବଢ଼ିଲେ ରାଜ୍ୟରେ ତାପମାତ୍ରା ଆହୁରି ବଢ଼ିଯିବା ଆଶଙ୍କା ସୃଷ୍ଟି ହେଲାଣି। ଚଳିତ ମାସ ପ୍ରଥମ ସପ୍ତାହରେ ‘ଦି ଲାନ୍‌ସେଟ୍‌ ପ୍ଲାନେଟାରୀ ହେଲ୍‌ଥ’ ପକ୍ଷରୁ ପ୍ରକାଶିତ ପ୍ରବନ୍ଧରେ ଦର୍ଶାଯାଇଛି ଯେ, ଜଳବାୟୁ ପରିବର୍ତ୍ତନଜନିତ ଖାଦ୍ୟାଭାବ ଓ ଅପପୁଷ୍ଟି ଯୋଗୁ ମଣିଷର ଅନ୍ତନଳୀ ପ୍ରଭାବିତ ହୋଇ ରୋଗ ସୃଷ୍ଟି କରିବ। ଏଥିରୁ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଆଗାମୀ ଦିନରେ ମଣିଷ ଉପରେ କିଭଳି ସିଧାସଳଖ ପ୍ରଭାବ ପକାଇବ ତାହା ଅନୁମେୟ।
୨୦୧୫ରେ ଜାତିସଂଘ ଜଳବାୟୁ ସମ୍ମିଳନୀ (କପ୍‌୨୧)ର ପ୍ୟାରିସ ଚୁକ୍ତିରେ ବିଶ୍ୱର ହାରାହାରି ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ସେଲସିୟସ ଭିତରେ ସୀମିତ ରଖିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏଥିପାଇଁ ଗରିବ ଓ ବିକାଶଶୀଳ ଦେଶଗୁଡ଼ିକୁ ଆର୍ଥିକ ଓ ବୈଷୟିକ ସହଯୋଗ ଯୋଗାଇବା ସକାଶେ ଧନୀ ରାଷ୍ଟ୍ରଗୁଡ଼ିକ ବାର୍ଷିକ ୧୦୦ ବିଲିୟନ ଆମେରିକୀୟ ଡଲାର ପାଣ୍ଠି ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଥିଲା। ଏହା କାର୍ବନ ନିର୍ଗମନ ହ୍ରାସ କରିବା, ସବୁଜ ଶକ୍ତି ସୃଷ୍ଟି କରିବା ଭଳି କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ଉଦ୍ଦିଷ୍ଟ ଥିଲା। କିନ୍ତୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୨୦ ଜାନୁଆରୀ ୨୦୨୫ରେ ଶପଥ ନେବାର ଦିନକ ପରେ ପାରିସ ଚୁକ୍ତିରୁ ଓହରି ଯାଇଛନ୍ତି। ଯେହେତୁ ବିଶ୍ୱତାପନ ନିୟନ୍ତ୍ରଣ ଦିଗରେ ଆମେରିକାର ପାଣ୍ଠି ଓ ପ୍ରଯୁକ୍ତି ନିହାତି ଜରୁରୀ, ତାହାର ପଛଘୁଞ୍ଚା ଏହି ମିଶନକୁ ନିଶ୍ଚିତ ଭାବେ କ୍ଷତି ପହଞ୍ଚାଇବ। ତେବେ ଏସବୁକୁ ଦୃଷ୍ଟିରେ ରଖି ଭାରତ ନିଜସ୍ବ ପଦକ୍ଷେପ ନେବା ଦରକାର। ୨୦୭୦ ସୁଦ୍ଧା ନେଟ୍‌ ଜିରୋ ଅର୍ଥାତ୍‌ ଯେତିକି କାର୍ବନ ନିର୍ଗମନ କରିବ ସେତିକି ଶୋଷିନେବାର ବ୍ୟବସ୍ଥା କରିବାକୁ ଭାରତ ଲକ୍ଷ୍ୟ ରଖିବା ଏକ ବିଳମ୍ବିତ ପ୍ରୟାସ ମନେହେଉଛି। ତାହାର ଯଥେଷ୍ଟ ପୂର୍ବରୁ ଉପଯୁକ୍ତ ପଦକ୍ଷେପ ନିଆ ନ ଗଲେ ଅସହ୍ୟ ତାପମାତ୍ରାରେ ବଞ୍ଚିବା କଷ୍ଟକର ହୋଇଯିବ। ସ୍ଥିତି ଯାହା ହେଲାଣି କେବଳ କଥାରେ କହିଲେ ହେବ ନାହିଁ, କାମରେ ପ୍ରତିଫଳିତ ହେବା ଜରୁରୀ । ତେବେ ଉଦ୍‌ଜାନ ଶକ୍ତି ବ୍ୟବହାର କରି ଗାଡ଼ି ଚଳାଇବାକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଗୁରୁତ୍ୱ ଦେଇଥିଲେ। ଏପରିକି ମାର୍ଚ୍ଚ ୨୦୨୨ରେ ପାର୍ଲାମେଣ୍ଟକୁ ଉଦ୍‌ଜାନଚାଳିତ ଗାଡ଼ି ଚଳାଇ ସେ ଆସିବା କଥା ସମସ୍ତଙ୍କର ମନେଥିବ। ତାହା ଏବେ କେତେ ବାଟ ଆଗେଇଛି ଅଜଣା ହୋଇରହିଛି। ଏସବୁକୁ ବିଚାର କଲେ ଭାରତ ପାଇଁ ଜୀବାଶ୍ମ ଇନ୍ଧନଚାଳିତ ଯାନ ହ୍ରାସ କରି ବିଦ୍ୟୁତ ଚାଳିତ ଯାନ ବ୍ୟବହାର ବୃଦ୍ଧି କରାଯିବା ଦରକାର। ଏଥିପାଇଁ ଆବଶ୍ୟକ ବିଦ୍ୟୁତ୍‌ ଶକ୍ତି ଜଳରୁ ଅଧିକ ଉତ୍ପାଦନ ହେବା ଆବଶ୍ୟକ।
ଏବର ସ୍ଥିତିରେ ବନୀକରଣ ଉପରେ ଜୋର ଦିଆଯିବା ସହିତ ଜଙ୍ଗଲକୁ ସୁରକ୍ଷା ଦେବା ନିହାତି ଜରୁରୀ ହୋଇପଡ଼ିଲାଣି। ସାଧାରଣତଃ ବଡ଼ ସହରଗୁଡ଼ିକରେ ସବୁଠାରୁ ଅଧିକ ତାପମାତ୍ରା ବୃଦ୍ଧି ଦେଖିବାକୁ ମିଳୁଛି। ଏହାର ମୂଳ କାରଣ ହେଲା ବିକାଶ ନାମରେ ସବୁଆଡ଼େ କଂକ୍ରିଟ ମାଡ଼ିଯିବା ଓ ଅନ୍ଧାଧୁନିଆ ଗଛକଟା। ସହରୀ ଜଳବାୟୁ ସଂକ୍ରାନ୍ତ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ନଗରାଞ୍ଚଳରେ ଅର୍ବାନ ଫରେଷ୍ଟ ବା ସହରରେ ଛୋଟ ଜଙ୍ଗଲ ଥିଲେ ତାପମାତ୍ରା ୭ ଡିଗ୍ରୀ ସେଲସିୟସ କମିପାରେ। ସେହିପରି ଅତ୍ୟଧିକ ତାପମାତ୍ରାର ଦିନକୁ ହିସାବକୁ ନେଲେ ତାହା ସଂଖ୍ୟାତ୍ମକ ଦୃଷ୍ଟିରୁ ୨୩ ପ୍ରତିଶତ କମିଯିବ। ଏହାର ଅର୍ଥ ହେଲା ତାପମାତ୍ରା କମାଇବାର ସବୁଠାରୁ ପ୍ରମୁଖ ଭୂମିକା ଗଛର ରହିଛି। ତେଣୁ ଅଧିକ ମାତ୍ରାରେ ବନୀକରଣ ସହ ବନ ସଂରକ୍ଷଣ ଉପରେ ବିଶେଷ ଗୁରୁତ୍ୱ ଦେବାର ସମୟ ଆସିଲାଣି।
ଜୀବାଶ୍ମ ଇନ୍ଧନ ଉପରେ ସମ୍ପୂର୍ଣ୍ଣ ନଜର କେନ୍ଦ୍ରୀଭୂତ ହେବା ଦ୍ୱାରା ବିଶ୍ୱତାପନକୁ ନିୟନ୍ତ୍ରଣ ରଖିବାର ଅନ୍ୟସବୁ ସହଜ ବାଟକୁ ବନ୍ଦ କରିଦିଆଯାଉଛି। ଜଙ୍ଗଲ ବଞ୍ଚିଲେ ଜୀବଜନ୍ତୁ ସୁରକ୍ଷିତ ରହିବେ। ସମୁଦ୍ର ଓ ସାମୁଦ୍ରିକ ଜୀବଙ୍କୁ ନକାରାତ୍ମକ ଭାବେ ପ୍ରଭାବିତ କରୁଥିବା କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବା ଦରକାର। ଏଭଳି ଅନେକ ଦିଗ ଅଛି ଯେଉଁସବୁକୁ ଅଣଦେଖା କରି ସୁଇଚ୍‌ ଟିପିଲା ଭଳି କେବଳ ଜୀବାଶ୍ମ ଇନ୍ଧନ ବ୍ୟବହାର କମାଇବା ଉପରେ ଗୁରୁତ୍ୱ ଦେଲେ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣକୁ ଆଣିବା କଷ୍ଟକର।


Enter your email to get our daily news in your inbox.

All Right Reserved By Dharitri.Com

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ସୋସିଆଲ ମିଡିଆରେ ଚର୍ଚ୍ଚା; କିଶୋର କୁମାରଙ୍କ ଗୀତ ଗାଇଲେ ପ୍ରଧାନମନ୍ତ୍ରୀ, ସବୁ କହିଲେ….

ନୂଆଦିଲ୍ଲୀ,୧୩।୯: ଭାରତରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର ଗାଲା ଡିନରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ଛୋଲେ-ଭଟୁରେ ତିଆରି କଲେ ପ୍ରିୟଙ୍କା ଗାନ୍ଧୀ, ସୋସିଆଲ ମିଡିଆରେ ଫଟୋ ସେୟାର କରି ରାହୁଲ କହିଲେ…

ନୂଆଦିଲ୍ଲୀ,୧୩।୯: କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଛୋଲେ-ଭଟୁରେର ଏକ ଫଟୋ ସେୟାର କରିଛନ୍ତି…

ଭୋପାଳ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ, ଟଳିଲା ବଡ଼ ବିପଦ

ଭୋପାଳ/ନୂଆଦିଲ୍ଲୀ: ଭୋପାଳରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ବିମାନ (AI-୧୮୮୬) ଜୟପୁର ବିମାନବନ୍ଦରରେ ଜରୁରୀକାଳିନ ଅବତରଣ କରିଛି। ଉଡ଼ାଣ ସମୟରେ ବିମାନଟିକୁ ଜୟପୁରକୁ ଡାଇଭର୍ଟ କରାଯାଇ ସୁରକ୍ଷିତ…

ଆକାଶ ଆନନ୍ଦଙ୍କ ଉପରେ ପୁଣି ବର୍ଷିଲେ ମାୟାବତୀ, ମୁଁ ଅସୁସ୍ଥ…..

ଲକ୍ଷ୍ନୌ,୧୩।୯: ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ ରବିବାର ଗଣମାଧ୍ୟମ ସହ ଆଲୋଚନା କରି ଆକାଶ ଆନନ୍ଦଙ୍କୁ ନେଇ ପୁଣି ବଡ଼ ଅଭିଯୋଗ ଆଣିଛନ୍ତି ।…

ଦିନ ଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ

ବାରିପଦା,୧୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡିହା ଛକ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବେକକୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?