ବ୍ୟାଙ୍କ ଜାତୀୟକରଣର ପୃଷ୍ଠଭୂମି

ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ କାୟା ବିସ୍ତାର କରି ୧୭୭୦ ମସିହାରେ କଲିକତାରେ ବ୍ୟାଙ୍କ ଅଫ୍‌ ହିନ୍ଦୁସ୍ତାନ ନାମକ ବାଣିଜି୍ୟକ ବ୍ୟାଙ୍କ ଖୋଲିଥିଲା। ଏ ବ୍ୟାଙ୍କ ତିଷ୍ଠି ନ ପାରିବାରୁ ୧୮୨୯-୩୨ରେ ବନ୍ଦ ହୋଇଯାଇଥିଲା। ଆଜିର ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ୨ ଜୁନ, ୧୮୦୬ରେ ବ୍ୟାଙ୍କ ଅଫ୍‌ କାଲକାଟା ରୂପରେ ଜନ୍ମନେଇଥିଲା। ଯାହା ପୁଣି ୧୮୦୯ରେ ବ୍ୟାଙ୍କ ଅଫ୍‌ ବେଙ୍ଗଲ ନାମରେ ପରିଚିତ ହେଲା। ସେ ବେଳର ୩ଟି ପ୍ରେସିଡେନ୍ସି ବ୍ୟାଙ୍କ ମଧ୍ୟରେ ଏହା ଅନ୍ୟତମ ଥିଲା। ପରେ ୧୮୪୦ରେ ବ୍ୟାଙ୍କ ଅଫ୍‌ ବମ୍ବେ ଅନ୍ୟତମ ପ୍ରେସିଡେନ୍ସି ବ୍ୟାଙ୍କ ଭାବରେ ଜନ୍ମନେଲା। ତା’ର କିଛି ବର୍ଷ ପରେ ବ୍ୟାଙ୍କ ଅଫ୍‌ ମାଡ୍ରାସ୍‌ ୧୮୪୩ରେ ଅନ୍ୟତମ ପ୍ରେସିଡେନ୍ସି ବ୍ୟାଙ୍କ ଆସିଲା। ଏହି ୩ଟି ବ୍ୟାଙ୍କ ଅର୍ଦ୍ଧସରକାରୀ ବ୍ୟାଙ୍କ ରୂପେ କାର୍ଯ୍ୟରତ ଥିଲା ବେଳେ ୧୯୨୧ରେ ମିଶ୍ରଣ ହୋଇ ଇମ୍ପେରିଆଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ପରିଣତ ହେଲେ।
ବ୍ୟାଙ୍କ ଜାତୀୟକରଣ ପୃଷ୍ଠା ଲେଉଟାଇଲେ ଜଣାଯାଏ ଯେ ବ୍ରିଟିଶ ସରକାର ୦୧ା୪ା୧୯୩୫ରେ ଆର୍‌ବିଆଇ ସ୍ଥାପନା କରିଥିଲେ, ଯାହା ଦେଶ ସ୍ବାଧୀନ ହେବା ପରେ ୦୧ା୦୧ା୧୯୪୯ରେ ଜାତୀୟକରଣ ହୋଇଥିଲା। ପୁନଶ୍ଚ ଇମ୍ପେରିଆଲ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ଜାତୀୟକରଣ କରାଯାଇ ୦୧ା୦୭ା୧୯୫୫ରେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ପରିଣତ କରାଗଲା। ୧୯୫୯ରେ ଏସ୍‌ବିଆଇ ସବ୍‌ସିଡିଆରୀ ବ୍ୟାଙ୍କ ଆକ୍ଟ ଲାଗୁକରାଯାଇ ୮ଟି ପୁରାତନ ଦେଶୀୟ ରାଜ୍ୟର ଷ୍ଟେଟ୍‌ ବ୍ୟାଙ୍କଗୁଡ଼ିକୁ ଷ୍ଟେଟ୍‌ ବ୍ୟାଙ୍କର ସହଯୋଗୀ ବ୍ୟାଙ୍କ ରୂପେ ଅଧିକୃତ କରାଗଲା। କୁହାଗଲା ଯେ ଏହି ସହଯୋଗୀ ବ୍ୟାଙ୍କ ଗ୍ରାମାଞ୍ଚଳରେ ଖୋଲାଯାଇ ବ୍ୟାଙ୍କ ସେବା ପ୍ରଦାନରେ ଭାଗୀଦାର ହେବେ ଓ ମୂଳ ଏସ୍‌ବିଆଇ ଛତା ତଳେ କାର୍ଯ୍ୟ କରିବେ। ୬୦ ଦଶକରେ ଅନୁଭବ କରାଗଲା ଯେ ଗ୍ରାମାଞ୍ଚଳର ବିକାଶ କ୍ଷେତ୍ରରେ ଷ୍ଟେଟ୍‌ ବ୍ୟାଙ୍କ ଏକାକୀ ଆବଶ୍ୟକ ଅର୍ଥ ଯୋଗାଇ ପାରୁନାହିଁ। ଦେଶର ଅନ୍ୟ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକ ଘରୋଇ ମାଲିକାନାରେ ଥିବାରୁ ଅଧିକ ଲାଭଖୋର ମନୋବୃତ୍ତିି ରଖି ଦେଶର ଅର୍ଥନୈତିକ ଓ ସାମାଜିକ ଉନ୍ନତିରେ ବାଧକ ସାଜୁଥିଲେ। ଦେଶ ଦୁଇଦୁଇଟି ଯୁଦ୍ଧର (୧୯୬୨ରେ ଚାଇନା ସହିତ, ୧୯୬୫ରେ ପାକିସ୍ତାନ ସହିତ) ବିଭୀଷିକା ଓ ମରୁଡ଼ି (୧୯୬୬) ଓ ଖାଦ୍ୟଭାବ ଦେଶର ଅର୍ଥନୈତିକ ଏବଂ ସାମାଜିକ ମେରୁଦଣ୍ଡ ଭାଙ୍ଗି ପଡ଼ିବା ଅବସ୍ଥାକୁ ଆସିଯାଇଥିଲା। ୧୯୬୪ରେ ନେହେରୁଙ୍କ ଦେହାନ୍ତ ଓ ଶାସ୍ତ୍ରୀଜୀଙ୍କ ୧୯୬୬ରେ ଦେହାନ୍ତ ପରେ ଇନ୍ଦିରା ଗାନ୍ଧୀ ୧୯୬୭ରେ ପ୍ରାଧାନମନ୍ତ୍ରୀ ହେଲେ। ତାଙ୍କର ଅର୍ଥମନ୍ତ୍ରୀ ମୋରାରଜୀ ଦେଶାଇ ସାମାଜିକ ନିୟନ୍ତ୍ରଣ ବିଲ୍‌ ଆଗତ କରି ବ୍ୟାଙ୍କଗୁଡ଼ିକ ଉପରେ ସାମାଜିକ ନିୟନ୍ତ୍ରଣ ଜାରିରଖିବା କଥା କହିଲେ। ବ୍ୟାଙ୍କମାନେ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଗ୍ରାହକଙ୍କ ପାଇଁ ଋଣର ତ୍ୱରିତ ବ୍ୟବସ୍ଥା ଜାରିରଖିଲେ। କ୍ଷୁଦ୍ର, ମଧ୍ୟମ ଋଣ, ଚାଷବାସ ଋଣ ଆଦିର ନିୟାମକ ନ ଥିବାରୁ ନିମ୍ନ ଓ ମଧ୍ୟବିତ୍ତ ବର୍ଗର ଲୋକମାନେ ବ୍ୟାଙ୍କ ସେବା ପର୍ଯ୍ୟାପ୍ତ ପାଇପାରିଲେ ନାହିଁ। ଏକ ସମୀକ୍ଷାରୁ ଜଣାଗଲା ଯେ ୧୯୫୧ରୁ ୧୯୬୮ ଭିତରେ ଶିଳ୍ପକ୍ଷେତ୍ରକୁ ଋଣ ୩୪%ରୁ ବଢ଼ି ୬୮%ରେ ପହଞ୍ଚତ୍ଲା ବେଳେ କୃଷିକ୍ଷେତ୍ରକୁ ମାତ୍ର ୨% ଦିଆଯାଇଛି। କୃଷି ଓ କୃଷକକୁ ଏହା ଚରମ ଅବହେଳା ବୋଲି ଇନ୍ଦିରା ଗାନ୍ଧୀ ହୃଦୟଙ୍ଗମ କଲେ। ସେ ବ୍ୟାଙ୍କଗୁଡ଼ିକୁ ଜାତୀୟକରଣ କରିବାକୁ ଦୃଢ଼ ସଙ୍କଳ୍ପ ନେଲେ, ଯାହାକୁ ସେବର ଅର୍ଥମନ୍ତ୍ରୀ ତଥା ଉପପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ବିରୋଧ କଲେ। ତାଙ୍କ ଯୁକ୍ତିଥିଲା ଯେ ସାମାଜିକ ନିୟନ୍ତ୍ରଣ ବ୍ୟବସ୍ଥା ପ୍ରଚଳନ କରିବାକୁ ଯଥେଷ୍ଟ ସମୟ ଦିଆ ନ ଯାଇ ହଠାତ୍‌ ବ୍ୟାଙ୍କଗୁଡିକୁ ଜାତୀୟକରଣ କରିବା ଅଯୌକ୍ତିକ। ପୁଣି ଯୁକ୍ତି କରାଗଲା କି ବ୍ୟାଙ୍କ ଜାତୀୟକରଣ ହେଲେ ଋଣଦାନ ପ୍ରକିୟ୍ରାରେ ରାଜନୈତିକ ହସ୍ତକ୍ଷେପ ବଢ଼ିଯିବ ଯାହା ଅନାଦେୟ ଋଣ (ଏନ୍‌ପିଏ) ପରିମାଣକୁ ବଢ଼ାଇ ବ୍ୟାଙ୍କଗୁଡ଼ିକୁ ରୁଗ୍‌ଣ କରିଦେବ।
ତେବେ ଇନ୍ଦିରା ଗାନ୍ଧୀଙ୍କ ଯୋଗୁ ବ୍ୟାଙ୍କ ଜାତୀୟକରଣର କାଗଜାତ ପ୍ରସ୍ତୁତି ଗୋପନୀୟ ଭାବେ ପରିଚାଳିତ ହୋଇଥିଲା। ୧୯୬୯ ଜୁଲାଇରେ ନୂତନ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଜାତୀୟ କଂଗ୍ରେସ ଏକ ପ୍ରକାର ଦୁଇଭାଗ ହୋଇଯାଇଥିଲା, ଯାହାର ପ୍ରଭାବ ବ୍ୟାଙ୍କ ଜାତୀୟକରଣ ପ୍ରସ୍ତୁତି ଉପରେ ପଡ଼ିଲା। ଇନ୍ଦିରା ଗାନ୍ଧୀଙ୍କ ବିରୋଧୀଙ୍କୁ ସିଣ୍ଡିକେଟ୍‌ ଆଖ୍ୟା ଦିଆଯାଇଥିଲା। କିଛି ବ୍ୟକ୍ତି ବ୍ୟାଙ୍କ ଜାତୀୟକରଣ ପ୍ରକ୍ରିୟାକୁ ପଛେଇ ନେବାକୁ ବା ଆଦୌ କରାଇ ନ ଦେବା ଚକ୍ରାନ୍ତରେ ଥିଲା ବେଳେ ଇନ୍ଦିରା ଗାନ୍ଧୀ ଏହି ପ୍ରକ୍ରିୟାକୁ ଖୁବ୍‌ ସ୍ବଳ୍ପ ଦିନରେ ସମାପନ କରିବାକୁ ମନସ୍ଥ କଲେ। ପ୍ରଧାନମନ୍ତ୍ରୀଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ ପି.ଏନ୍‌. ହସକରଙ୍କ ନେତୃତ୍ୱରେ ଆର୍‌ବିଆଇ ଗଭର୍ନର ଏଲ୍‌. କେଟା, ଚିଫ୍‌ ଇକୋନମିକ୍‌ ଆଡଭାଇଜର ଆଇ.ଜି. ପଟେଲ୍‌, ଏସ୍‌.କେ ମୈତ୍ର, ଆର୍‌.କେ. ସେସାଦ୍ରି ଜୁଲାଇ ୧୭ରେ ମିଳିତ ହେଲେ। ଇନ୍ଦିରା ଗାନ୍ଧୀଙ୍କ ନିର୍ଦ୍ଦେଶ ମୁତାବକ ୨୪ ଘଣ୍ଟା ଭିତରେ ସମସ୍ତ କାଗଜାତ ପ୍ରସ୍ତୁତି ସାରିବାକୁ ସମସ୍ତେ ଲାଗିପଡ଼ିଲେ। ଇନ୍ଦିରା ହୃଦୟଙ୍ଗମ କରିସାରିଥିଲେ ଯେ ଜୁଲାଇ ୨୧ରେ ବସିବାକୁ ଥିବା ପାର୍ଲାମେଣ୍ଟର ବର୍ଷାକାଳୀନ ଅଧିବେସନରେ ବ୍ୟାଙ୍କ ଜାତୀୟକରଣ ବିଲ୍‌ ପାସ୍‌ କରାଇବା ଖୁବ୍‌ କଷ୍ଟକର ହେବ। ତେଣୁ ସେ ବ୍ୟାଙ୍କ ଜାତୀୟକରଣକୁ ଅର୍ଡିନାନ୍‌ସ ବଳରେ ଘୋଷଣା କରିବାକୁ ମନସ୍ଥ କରି ତିନୋଟି ଡ୍ରାଫ୍ଟ ନୋଟ୍‌ ତିଆରି ପାଇଁ ଆଇ.ଜି. ପଟେଲ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେଗୁଡ଼ିକ ହେଲା (୧) କେଉଁ ଦେଶୀ ଓ ବିଦେଶୀ ବ୍ୟାଙ୍କଗୁଡ଼ିକ ଜାତୀୟକରଣରେ ସାମିଲ ହେବେ, (୨) ୧୮ ଜୁଲାଇରେ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ପାଇଁ ବ୍ୟାଙ୍କ ଜାତୀୟକରଣ ଅର୍ର୍ଡିିନାନ୍‌ସ ଡ୍ରାଫ୍ଟ, (୩) ପୁଣି ୧୯ ଜୁଲାଇ ରାତିରେ ଅଲ ଇଣ୍ଡିଆ ରେଡିଓରେ ପ୍ରାଧାନମନ୍ତ୍ରୀଙ୍କ ଉଦ୍‌ବୋଧନ ଓ ବ୍ୟାଙ୍କ ଜାତୀୟକରଣ ଘୋଷଣାର ଡ୍ରାଫ୍ଟ।
ବ୍ୟାଙ୍କ ଜାତୀୟକରଣ ପ୍ରକ୍ରିୟାକୁ ସୁରୁଖୁରୁରେ ସାରିବାକୁ ଇନ୍ଦିରା ଗାନ୍ଧୀ ଆକସ୍ମିକ ଭାବେ ୧୬ା୦୭ା୧୯୬୯ରେ ତାଙ୍କ ରାସ୍ତାରେ କଣ୍ଟା ସାଜିଥିବା ମୋରାରଜୀ ଦେଶାଇଙ୍କଠାରୁ ଅର୍ଥବିଭାଗ କାଢ଼ିନେଇଥିଲେ ଏବଂ ତାଙ୍କୁ ଉପପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିବାକୁ କହିବାରୁ ମୋରାରଜୀ ଉପପ୍ରଧାନମନ୍ତ୍ରୀ ପଦରୁ ତା’ ପରଦିନ ଇସ୍ତଫା ଦେଇଦେଲେ। ଇନ୍ଦିରା ଗାନ୍ଧୀ ଅର୍ଥବିଭାଗ ନିଜ ହାତରେ ରଖି ଗୋଟି ଚାଳନା କଲେ। ଏ ହଟଚମଟ ଭିତରେ ତାଙ୍କର ପ୍ରିନ୍ସିପାଲ ସେକ୍ରେଟାରୀ ହସକର ଇନ୍ଦିରା ଗାନ୍ଧୀଙ୍କୁ ବୁଝାଇ ଦେଇଥିଲେ ଯେ ବିଦେଶୀ ବ୍ୟାଙ୍କଗୁଡ଼ିକୁ ଜାତୀୟକରଣରେ ସାମିଲ କରାଗଲେ ବିଦେଶୀ ରାଷ୍ଟ୍ରମାନେ କ୍ଷୁବ୍ଧ ହେବେ, ସମ୍ପର୍କ ଖରାପ ହେବ।
ଜୁଲାଇ ୧୮ ତାରିଖ ସନ୍ଧ୍ୟା ୫ଟା ବେଳକୁ ଅର୍ଡିନାନ୍‌ସ Banking Companies (Acquisition and Transfer of Property) Ordinance,୧୯୬୯ ଚିଠାଟି କେନ୍ଦ୍ର କ୍ୟାବିନେଟ୍‌ରେ ଉପସ୍ଥାପନ କରାଯିବାର କିଛି ସମୟ ମଧ୍ୟରେ ବିନା ଚର୍ଚ୍ଚାରେ ଅନୁମୋଦନ ହୋଇଗଲା। କିଛି ଘଣ୍ଟା ପରେ ଅର୍ଡିନାନ୍‌ସଟି ତତ୍କାଳୀନ କାର୍ଯ୍ୟକାରୀ ରାଷ୍ଟ୍ରପତି ଭି. ଭି. ଗିରିଙ୍କ ନିକଟକୁ ପଠାଇ ଦିଆଗଲା, ଯାହାକୁ ସେ ସଙ୍ଗେ ସଙ୍ଗେ ଦସ୍ତଖତ କରିଦେଲେ। ଏସବୁ କାର୍ଯ୍ୟ ସୁରୁଖୁରୁରେ ହୋଇଯିବାରୁ ଇନ୍ଦିରା ଗାନ୍ଧୀ ଜୁଲାଇ ୧୯ରେ ଘୋଷଣା କରିବାକୁ ପ୍ରସ୍ତୁତ ହେଲେ। ସୂଚନାଯୋଗ୍ୟ ଯେ ୧୯ ଜୁଲାଇ ଶନିବାର ପଡ଼ୁଥିବାରୁ ଇନ୍ଦିରା ଗାନ୍ଧୀଙ୍କ ପାଇଁ ବେସ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା। କାରଣ ପରଦିନ ରବିବାର ୨୦ ତାରିଖରେ (ପୂର୍ବାହ୍ନରେ) ଭି.ଭି. ଗିରି କାର୍ଯ୍ୟକାରୀ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇ ଇନ୍ଦିରା ଗାନ୍ଧୀଙ୍କ ଗୋଷ୍ଠୀ ତରଫରୁ ରାଷ୍ଟ୍ରପତି ପଦଲାଗି ସ୍ବାଧୀନ ପ୍ରାର୍ଥୀ ହୋଇ ଲଢ଼ିବେ। ପୁନଶ୍ଚ ୨୧ ଜୁଲାଇ (ସୋମବାର) ପାର୍ଲାମେଣ୍ଟ ଅଧିବେସନ ଆରମ୍ଭରେ ସେ ପ୍ରବଳ ହଟ୍ଟଗୋଳର ସାମନା ହେବାର ସମ୍ଭାବନା ଥିଲା।
ଆଶ୍ୱସ୍ତ ଇନ୍ଦିରାଙ୍କ ଉପରେ ଝୁଲିରହିଥିବା ଡେମୋକ୍ରିସ୍‌ ଖଣ୍ଡା ଅପସାରିତ ହୋଇଗଲା। ସେ ୧୯ ଜୁଲାଇ ରାତି ୮.୩୦ରେ ରେଡିଓ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରି ୧୪ଟି ଦେଶଜ ବ୍ୟାଙ୍କକୁ ଏକ ଅର୍ଡିନାନ୍‌ସ ମାଧ୍ୟମରେ ଜାତୀୟ କରଣ କରାଯିବା କଥା ଘୋଷଣା କଲେ। ଏ ଥିଲା ବ୍ୟାଙ୍କ ଜାତୀୟକରଣ ପୂର୍ବର ଖଟା ପର୍ବ। ଭାରତବାସୀ ଜାତୀୟକରଣର ମିଠା ସ୍ବାଦ ଆଜିଯାଏ ବେଶ୍‌ ଅନୁଭବ କରୁଛନ୍ତି।
ପୂର୍ବତନ ଡେପୁଟି ରିଜିଓନାଲ ମ୍ୟାନେଜର,
ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଭୁବନେଶ୍ୱର
ମୋ: ୮୮୯୫୨୯୫୧୬୫

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ICCର ବଡ଼ ଘୋଷଣା; ଭାରତରେ ହେବ ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫି! ଏହି ୨ ସହରରେ ଖେଳାଯିବ ମ୍ୟାଚ୍

ନୂଆଦିଲ୍ଲୀ,୨।୯: ମହିଳା କ୍ରିକେଟ୍‌କୁ ନେଇ ICC ବଡ଼ ଘୋଷଣା କରିଛି । ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫିର ଆୟୋଜନ କରିବ ଭାରତ । ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ…

ହାଇକୋର୍ଟଙ୍କ ବଡ଼ ରାୟ, ନାବାଳିକା ପତ୍ନୀଙ୍କ ସହ ସମ୍ପର୍କ…

ଥିରୁଭାନନ୍ତପୁରମ,୨।୯: ନାବାଳିକାଙ୍କ ସୁରକ୍ଷା ମାମଲାରେ କେରଳ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଆଇନ ଓ ଶିଶୁଙ୍କ ସୁରକ୍ଷାଠାରୁ କୌଣସି ଧାର୍ମିକ…

ହଇଚଇ…CVC ରିପୋର୍ଟରେ ବଡ଼ ଖୁଲାସା, ଦୁର୍ନୀତି ଅଭିଯୋଗରେ ଏହି ବିଭାଗ ଆଗରେ

ନୂଆଦିଲ୍ଲୀ,୨।୯: ସରକାରୀ ସଂସ୍ଥାଗୁଡ଼ିକରେ ଦୁର୍ନୀତି ନେଇ ଆସିଥିବା ଅଭିଯୋଗକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆଣିଛି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ୍ (CVC)। CVCର ବାର୍ଷିକ ରିପୋର୍ଟ ୨୦୨୫…

ଘରେ ସ୍ତ୍ରୀକୁ ପିଟିପିଟି ହତ୍ୟା, ଘଟଣାସ୍ଥଳରୁ ସ୍ବାମୀ ଫେରାର

ନୂଆଗାଁ,୨ା୯ (ଧନେଶ୍ୱର ସାହୁ): ନୟାଗଡ ଜିଲା ନୂଆଗାଁ ଥାନା ନୂଆଗାଁ ସଦର ପଂଚାୟତ କାଚପଲି ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି । ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ସ୍ବାମୀ…

ବାୟୁସେନାରେ ଥିଲା ୧.୮୨ ଲକ୍ଷ ଦରମା! ଏବେ ରାମ ମନ୍ଦିର CEO ଭାବେ କେତେ ପ୍ୟାକେଜ୍ ପାଇବେ ଜିତେନ୍ଦ୍ର ମିଶ୍ରା?

ଅଯୋଧ୍ୟା,୨।୯: ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ମିଳିଛନ୍ତି ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)। ଭାରତୀୟ ବାୟୁସେନାର ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ରାଙ୍କୁ…

ଖସୁଛି ସୁନା ଦର, ମୁହଁ ମାଡ଼ି ପଡ଼ିଲା ରୂପା: ୬ ଦିନରେ ୧୧,୦୦୦ ଟଙ୍କା ଶସ୍ତା ହେଲା…

ନୂଆଦିଲ୍ଲୀ,୨।୯: ଦେଶର ରାଜଧାନୀ ଦିଲ୍ଲୀରେ ସୁନା ଏବଂ ରୂପା ମୂଲ୍ୟରେ କ୍ରମାଗତ ହ୍ରାସ ଦେଖିବାକୁ ମିଳୁଛି। ବିଶ୍ୱ ବଜାରରେ ମାନ୍ଦାବସ୍ଥା ଏବଂ ବିକ୍ରି ଚାପ ଯୋଗୁ ଦେଶୀୟ…

ଶାଢ଼ି ସେଣ୍ଟର ନାଁରେ ବଲାଙ୍ଗୀରରୁ ଗଞ୍ଜେଇ ଚାଲାଣ, ଆମାଜନ୍ ନାଁରେ ପାର୍ସଲ କରି ବିକୁଥିଲେ

ବଲାଙ୍ଗୀର,୨ା୯(ସୁନିଲ କୁମାର ମହାନ୍ତି): ସମ୍ବଲପୁରୀ ଶାଢ଼ି ସେଣ୍ଟର ନାଁରେ କୋରିଅରରେ ଚାଲିଥିଲା ଗଞ୍ଜେଇ ଚାଲାଣ । ମାଡ଼ିବସିଲା ବଲାଙ୍ଗୀର ପୋଲିସ । ଅନଲାଇନରେ ଦିଲ୍ଲୀ, ଗଜିଆବାଦ ପରି…

ପୋଡ଼ମପେଟା ସମୁଦ୍ର ବେଳାଭୂମିରେ ରହସ୍ୟମୟ ଦଧିନଉତି, ସ୍ଥାନୀୟ ଲୋକେ କହୁଛନ୍ତି….

ଗଞ୍ଜାମ,୨।୯ (ବିଦ୍ୟାଧର ସାହୁ ): ସମୁଦ୍ର ବେଳାଭୂମିରେ ଦେଖାଯାଉଛି ଏକ ମନ୍ଦିରର ଦଧିନଉତି । ଗଞ୍ଜାମ ଜିଲା ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣା ପୋଡ଼ମପେଟା ସମୁଦ୍ର ବେଳାଭୂମିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri