ବିଷାକ୍ତ ସ୍ପର୍ଶ

ଭାରତରେ ବିଷାକ୍ତ ମଦ ପିଇ ଲୋକଙ୍କ ମୃତ୍ୟୁ ହେବା ଖବର ନିୟମିତ ଶୁଣିବାକୁ ମିଳେ। ଅଧିକାଂଶ କ୍ଷେତ୍ରରେ ଦେଶୀ ମଦ ଅପମିଶ୍ରଣ ମୁଖ୍ୟ କାରଣ ହୋଇଥାଏ। ଏହି ମଦ ପ୍ରସ୍ତୁତ ଭାଟି ଓ ସେଥିରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିଷୟରେ ପ୍ରାୟତଃ ସ୍ଥାନୀୟ ଅଞ୍ଚଳର ପୋଲିସ ସମେତ ଲୋକେ ଜାଣିଥାଆନ୍ତି। ଅନେକ ସମୟରେ ମଦ ବିରୋଧୀ ଆନ୍ଦୋଳନରେ ଏମାନଙ୍କ ସହ ମହିଳାମାନଙ୍କର ଗଣ୍ଡଗୋଳ ଓ ବାଡ଼ିଆପିଟା ମଧ୍ୟ ହୁଏ। କଥା ଗୋଟେ ବଡ଼ ଅଘଟଣ ଯାଏ ନ ଗଲେ ବର୍ଷବର୍ଷ ଧରି ପୋଲିସ ଓ ପ୍ରଶାସନ ଏହାକୁ ଅଣଦେଖା କରିଚାଲନ୍ତି। ମଦମୃତ୍ୟୁ ଘଟଣା ପ୍ରଚାର ହେଲେ କିଛି ଦିନ ପର୍ଯ୍ୟନ୍ତ ଧରପଗଡ଼ ହେବା ପରେ ପୁଣି ଯେଉଁ କଥାକୁ ସେହି କଥା। ସମସ୍ୟା ହେଲା ଅଣସଙ୍ଗଠିତ ମଦ କାରବାର ବହୁ ବଡ଼ ବେପାରରେ ପହଞ୍ଚତ୍ଲାଣି। ଏଥିରେ ଆର୍ଥିକ ଲାଭ ବାଣ୍ଟିକୁଣ୍ଟି ସମସ୍ତେ ନେଇଥାଆନ୍ତି। ମଦୁଆ ନିଜ ଜୀବନ ବରବାଦ୍‌ କରିବା ସହ ପରିବାରକୁ ମଧ୍ୟ ତଳିତଳାନ୍ତ କରିଦେଇ ଥାଆନ୍ତି। ଏହି ଦେଶୀ ମଦ ବେପାର ଉପରେ ସରକାରଙ୍କ ନିୟନ୍ତ୍ରଣ ଆସିବା ଜରୁରୀ। କିନ୍ତୁ ଏଥିରେ ଇଚ୍ଛାଶକ୍ତିର ଘୋର ଅଭାବ ଦେଖାଦେଉଛି। ଏପରିକି ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନକୁ ମଧ୍ୟ କେତେକାଂଶରେ ଦବେଇ ଦିଆଗଲାଣି।
ପଞ୍ଜାବର ଅମୃତସର ଅନ୍ତର୍ଗତ ମାଜିଥା ଅଞ୍ଚଳରେ ୧୨ ମେ’ରେ ବିଷାକ୍ତ ମଦ୍ୟପାନ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୨୧ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଶୁଣିବାକୁ ମିଳିଛି। ଏମିତି ଦେଖିଲେ ପଞ୍ଜାବରେ ମାଦକଦ୍ରବ୍ୟ ସେବନର ରେକର୍ଡ ରହିଛି। ୨୦୨୨ ଫେବୃଆରୀରେ ଚଣ୍ଡିଗଡ଼ସ୍ଥିତ ପୋଷ୍ଟଗ୍ରାଜୁଏଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ଏଜୁକେଶନ ଆଣ୍ଡ୍‌ ରିସର୍ଚ୍ଚ(ପିଜିଆଇଏମ୍‌ଇଆର୍‌) ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଥିଲା ଯେ, ପଞ୍ଜାବରେ ୨୦ ଲକ୍ଷ ଲୋକ ମଦ୍ୟପାନ କରୁଥିବା ବେଳେ ପ୍ରାୟ ୧୫ ଲକ୍ଷ ତମାଖୁ ସେବନ କରୁଥିଲେ। ତେବେ ଅମୃତସର ମାଜିଥା ଅଞ୍ଚଳରେ ଘଟିଥିବା ଅଘଟଣକୁ ଦେଖି ପୋଲିସ ପକ୍ଷରୁ କରାଯାଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ସମୃକ୍ତ ଅଞ୍ଚଳକୁ ଅନ୍‌ଲାଇନ୍‌ରେ ବହୁ ପରିମାଣରେ ମିଥାନଲ୍‌ ମଗାଯାଇଥିଲା। ତେଣୁ ମଦ ପ୍ରସ୍ତୁତ ବେଳେ ଭାଗମାପରେ ଏପଟସେପଟ ହେବାରୁ ତାହା ବିଷାକ୍ତ ହୋଇଯାଇଥିବା କୁହାଯାଉଛି। ଅଘଟଣ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ଏହାକୁ ବିଷାକ୍ତ ମଦ୍ୟପାନଜନିତ ମୃତ୍ୟୁ ନୁହେଁ, ବରଂ ହତ୍ୟା ଆଖ୍ୟା ଦେଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଇତିମଧ୍ୟରେ କେତେ ଜଣଙ୍କୁ ଗିରଫ କରାଯାଇଛି। ସେପଟେ ବିରୋଧୀ ଦଳ ବେଆଇନ ମଦ ମାଫିଆଙ୍କୁ ସରକାର ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି ବୋଲି କହିଛନ୍ତି। ସୂଚନା ଦିଆଯାଇପାରେ ଯେ, ୨୦୨୦ ଜୁଲାଇରେ ପଞ୍ଜାବରେ ବିଷାକ୍ତ ମଦ୍ୟପାନ ଯୋଗୁ ୧୨୧ ଜଣଙ୍କ ମୃତ୍ୟୁ ଘଟିଥିଲା।
କେବଳ ପଞ୍ଜାବ ନୁହେଁ, ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶ, ଓଡ଼ିଶା, ମହାରାଷ୍ଟ୍ର, ତାମିଲନାଡୁ, କର୍ନାଟକ ଆଦି ରାଜ୍ୟରେ ମଦ ମୃତ୍ୟୁ ବିଭୀଷିକା ଅତୀତରେ ଦେଖିବାକୁ ମିଳିଛି। ଚିନ୍ତାର ବିଷୟ ହେଉଛି ଗୁଜରାଟ ରାଜ୍ୟ ଗଠନ ଦିନଠାରୁ ଏହା ଏକ ଡ୍ରାଏ ଷ୍ଟେଟ୍‌ ବା ମାଦକଦ୍ରବ୍ୟ ବିହୀନ ରାଜ୍ୟର ଶିରପା ଧାରଣ କରିଥିବା ବେଳେ ନିକଟ ଅତୀତକୁ ଦେଖିଲେ ୨୦୦୯ରେ ମଦ ପିଇ ୧୩୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୨୨ରେ ୪୨ ଜଣଙ୍କ ପ୍ରାଣ ଯାଇଥିଲା। ଏଥିରୁ ବୁଝିବାକୁ ହେବ ଯେ ଗୋଟିଏ ରାଜ୍ୟରେ ମଦ ବାରଣ ହୋଇଗଲେ ମଧ୍ୟ ଦେଶୀ ମଦ କାରବାରକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ। ଏଥିସହ ଗୁଜରାଟ ପୋଲିସର ତଥ୍ୟରୁ ଜଣାପଡ଼ିଛି ଯେ, ୨୦୨୪ରେ ରାଜ୍ୟର ବିଭିନ୍ନ ସ୍ଥାନରୁ ମୋଟ ୮୨ ଲକ୍ଷରୁ ଊର୍ଦ୍ଧ୍ୱ ଭାରତ ତିଆରି ବିଦେଶୀ ମଦ ବୋତଲ ଜବତ ହୋଇଥିଲା। ହିସାବ କହେ ଯେ, ପ୍ରତି ୪ ସେକେଣ୍ଡରେ ଗୋଟିଏ ମଦ ବୋତଲ ଜବତ ହେଉଥିଲା। କେବଳ ସେତିକି ନୁହେଁ, ମୁନ୍ଦ୍ରା ବନ୍ଦରରୁ ୧୩ ସେପ୍ଟେମ୍ବର ୨୦୨୧ରେ ୨୧ ହଜାର କୋଟି ଟଙ୍କାର ହେରୋଇନ୍‌ ଜବତ ହୋଇଥିଲା। ଏହାବାଦ୍‌ ବହୁ ସମୟରେ ଗୁଜରାଟ ଉପକୂଳରୁ ମାଦକଦ୍ରବ୍ୟ ଜବତ ହେବାର ଖବର ମିଳିଥାଏ। ସେହିପରି ୨୦୧୬ରେ ବିହାରକୁ ଡ୍ରାଏ ଷ୍ଟେଟ୍‌ ଘୋଷଣା କରାଯାଇଥିଲେ ମଧ୍ୟ ସେଠାରେ ମାଦକଦ୍ରବ୍ୟ କାରବାର ବଢ଼ିଥିବା ଦେଖିବାକୁ ମିଳିଛି।
ଦେଶର ବିଭିନ୍ନ ପ୍ରାନ୍ତରେ ଦେଖାଦେଉଥିବା ବିଷାକ୍ତ ମଦମୃତ୍ୟୁ ପଛରେ ଅସାଧୁ ପ୍ରସ୍ତୁତକର୍ତ୍ତା ଓ ବ୍ୟବସାୟୀଙ୍କ ଲାଭଖୋର ମନୋବୃତ୍ତି ରହୁଛି। ଅଧିକ ଅର୍ଥ ରୋଜଗାର ଲକ୍ଷ୍ୟରେ ଏମାନେ ଅପମିଶ୍ରିତ ମଦକୁ ସହରାଞ୍ଚଳ ଉପକଣ୍ଠରେ ଗରିବ ଶ୍ରେଣୀର ଲୋକଙ୍କ ପାଖରେ ପହଞ୍ଚାଇ ଦେଉଛନ୍ତି। ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗ ଏହାର ନିୟମିତ ଯାଞ୍ଚ କରୁ ନ ଥିବାରୁ ମଦ ବ୍ୟବସାୟୀମାନେ ଚାହିଦାକୁ ଲକ୍ଷ୍ୟରେ ରଖି ଅପମିଶ୍ରଣ କରିବାରେ ଲାଗୁଛନ୍ତି। କିନ୍ତୁ ଯେତେବେଳେ ଅସ୍ବାଭାବିକ ସ୍ଥିତି ଉପୁଜୁଛି ପୋଲିସ କାଁଭାଁଙ୍କୁ ଗିରଫ କରି ଦାୟିତ୍ୱ ମୁଣ୍ଡରୁ ଖସାଇ ଦେଉଛି। ସରକାରଙ୍କ ଉପରେ ଚାପ ପଡ଼ିଲେ କମିଶନ ବସାଇବାର ଭେଳିକି ଦେଖାନ୍ତି। କିନ୍ତୁ କମିଶନ ରିପୋର୍ଟ କେତେବେଳେ କେମିତି ବାହାରେ ଓ କେଉଁମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୁଏ ତାହାର କେହି ଆଦିଅନ୍ତ ପାଇ ନ ଥାନ୍ତି।
ଗୋଟିଏ ଦୃଷ୍ଟିରୁ ଦେଖିଲେ ମଦୁଆମାନେ ନିଜ ଇଚ୍ଛାରେ ବିଷ ପିଇବାକୁ ପ୍ରସ୍ତୁତ। ଅନେକ ସମୟରେ ସେମାନେ ତାଙ୍କ ପରିବାର ଓ ସମାଜ ଉପରେ ବୋଝ ପାଲଟି ଥାଆନ୍ତି। କିନ୍ତୁ ସେଇମାନେ ହିଁ ମଦ ବେପାରୀଙ୍କ ପାଇଁ ସମ୍ପତ୍ତି। ଏହି ବେପାରକୁ ସରକାର ଗୁରୁତ୍ୱର ସହ ନିୟନ୍ତ୍ରଣକୁ ନ ଆଣିଲେ କେବଳ ଯେ ଜୀବନ ଯାଉଛି ତାହା ନୁହେଁ, ମଦର ବିଷାକ୍ତ ସ୍ପର୍ଶ ପରିବାର ସହ ସ୍ଥାନୀୟ ଅର୍ଥନୀତିକୁ ଛାରଖାର କରିଚାଲିଥିବ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?