ଡାହାଣୀ ହୋଇ ଲାଗିବେ

ମୋର ଜଣେ ଆରକ୍ଷୀ ବନ୍ଧୁ ତାଙ୍କ ହ୍ବାଟ୍ସଆପ୍‌ ଷ୍ଟାଟସ୍‌ରେ ନିଶା ନିବାରଣ ପାଇଁ ପୋଲିସ ବିଭାଗ ସହ ହାତ ମିଳାଇ କାମ କରିବା ପାଇଁ ତାଙ୍କର ସାଙ୍ଗସାଥୀ ବନ୍ଧୁମାନଙ୍କୁ ନିବେଦନ କରିଥିଲେ। ଏ ପ୍ରକାର ଏକ ଅଜବ ମେସେଜ୍‌ ପଢ଼ି ମୁଁ ତାଙ୍କୁ ତତ୍‌କ୍ଷଣାତ୍‌ ଫୋନ୍‌କରି ପଚାରିଲି ଭାଇ! ଆପଣଙ୍କ ସରକାର କିଛିଦିନ ତଳେ ନୂଆ ଦେଶୀ ଓ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ବିଭିନ୍ନ ସମ୍ବାଦପତ୍ରରେ ବିଜ୍ଞାପନ ଛାପିଛନ୍ତି। ଏହି ନିଲାମରେ ସାମିଲହେବା ପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ, କୁଜି ନେତାଙ୍କଠାରୁ ବଡ଼ନେତାଙ୍କ ଘର ପର୍ଯ୍ୟନ୍ତ ସବୁଠି ଲବି ଚାଲୁଛି ବୋଲି ଶୁଣିବାକୁ ମିଳୁଛି। ଆଜିକାଲି ସିନା ବ୍ୟାଟେରିଚାଳିତ ଗାଡ଼ି଼ ଓ ସିଏନ୍‌ଜି ଗାଡ଼ି଼ ଯୋଗୁ ପେଟ୍ରୋଲ ପମ୍ପର ଚାହିଦା କମିବା ଆରମ୍ଭ କଲାଣି, କିନ୍ତୁ ମଦ କାଉଣ୍ଟରଗୁଡ଼ିକରେ ଭିଡ଼ ବଢ଼ୁଛି ସିନା କମିବାର ନଁା ନେଉନାହିଁ। ଏହିଭଳି ସ୍ଥିତିରେ ତୁମ କଥାଟି ମୋତେ ‘ଡାହାଣୀ ହୋଇ ଲାଗିବା ଓ ଗୁଣିଆ ହୋଇ ଝାଡ଼ି଼ବା’ କଥା ମନେପଡୁ଼ଛି। ଗୋଟିଏ ପଟରେ ସର୍ବସାଧାରଣରେ ମଦର ବନ୍ୟା ହେବ ଯାହାର ପ୍ରଭାବରେ ସାଧାରଣ ଲୋକଙ୍କଠାରୁ ତଥାକଥିତ ବଡ଼ଲୋକମାନେ ମତୁଆଲା ହେବେ। ଏଥିପାଇଁ କେତେ ପରିବାରରେ ସମ୍ପର୍କ ସୂତାଖିଅ ଛିଡି଼ ଅଶାନ୍ତର ବାତାବରଣ ସୃଷ୍ଟିହେବ, ରାସ୍ତାଘାଟରେ ଦୁର୍ଘଟଣା ବଢ଼ିବ ଆଉ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପର ଅହେତୁକ ବୃଦ୍ଧି ଘଟିବ ସେ କଥା କିଏ ବୁଝୁଛି ! ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଉଭୟ ସରକାରୀ ଏବଂ ବେସରକାରୀ ପ୍ରୋତ୍ସାହନରେ ନୂଆ ନୂଆ ନିଶା ନିବାରଣ କେନ୍ଦ୍ର ଖୋଲାଯାଉଛି, ଯାହାର ଆଖିଦୃଶିଆ ସଫଳତା ମିଳିପାରୁନାହିଁ। ଉକ୍ତ କେନ୍ଦ୍ରଗୁଡି଼କରେ ନଁା ଲେଖାଇଥିବା ଲୋକମାନେ ମଦ ନିଶା ଛାଡ଼ି଼ ସାରିବା ପରେ ପୁଣି ଥରେ ପ୍ରଲୋଭିତ ହୋଇ ନିଶାଗ୍ରସ୍ତ ହେଉଛନ୍ତି। ତେଣୁ ସମସ୍ୟାର ମୂଳ ମଞ୍ଜିକୁ ବାହାର ନ କରି କେବଳ ଡାଳପତ୍ର କାଟି ଦେଲେ କ’ଣ ଚଳିବ? ନୂଆ ନୂଆ ମଦଦୋକାନ ଖୋଲିବା ଅର୍ଥ ସମସ୍ୟାଟିକୁ ଖତ, ପାଣି, ସାର ଦେଇ ବଢ଼ିବାରେ ସାହାଯ୍ୟ କରିବା। ରାଜ୍ୟରେ ସବୁଜ ବିପ୍ଳବ, ଶ୍ୱେତ ବିପ୍ଳବ ଓ ଶିଳ୍ପ ବିପ୍ଳବ ଆଖିଦୃଶିଆ ସଫଳତା ପାଇପାରି ନ ଥିଲେ ମଧ୍ୟ ମଦ ବିପ୍ଳବ ସଫଳତା ପାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।
ଓଡି଼ଆ ସାହିତ୍ୟର ପ୍ରତିଥଯଶା ସାରଥି ଫକୀର ମୋହନ ସେନାପତି ତତ୍କାଳୀନ ସମାଜରେ ମଦର କୁପ୍ରଭାବ ବିଶେଷଭାବେ ପାରିବାରିକ ବିଶୃଙ୍ଖଳାରେ ନାରୀ ମାନଙ୍କ ଭୂମିକାକୁ ପ୍ରୋତ୍ସାହିତ କରିବା ପାଇଁ ‘ପେଟେଣ୍ଟ ମେଡିସିନ’ ସିନା ଲେଖିଥିଲେ, କିନ୍ତୁ ବର୍ତ୍ତମାନ ନାରୀ ସଶକ୍ତୀକରଣ ପାଇଁ ମାଳମାଳ ଯୋଜନା ସିନା ହେଉଛି, ହେଲେ ତାକୁ ଦୁର୍ବଳ କରିବା ପାଇଁ ମଦର ବ୍ୟାପକ ପ୍ରଚାରପ୍ରସାର ଚାଲୁଛି। କହିବା କାହାକୁ ଶୁଣିବ କିଏ? ସିଏ ପରା ‘ଡାହାଣୀ ହୋଇ ଲାଗିବେ ଆଉ ଗୁଣିଆ ହୋଇ ଝାଡ଼ି଼ବେ’।
ବର୍ତ୍ତମାନ ସମୟରେ ବନ ମହୋତ୍ସବ ତଥା ବର୍ଷା ଋତୁ ନଁାରେ ଗାଁଠାରୁ ସହର ପର୍ଯ୍ୟନ୍ତ ଚାରା ରୋପଣ ଚାଲିଛି। ସରକାରୀ ତହବିଲରୁ ଅଜସ୍ର ଅର୍ଥ ବ୍ୟୟ ହେଉଛି। ରୋପଣ କରାଯାଇଥିବା ଚାରା ମଧ୍ୟରୁ କେତେ ବଞ୍ଚେ କେତେ ମରେ ତା’ର ହିସାବ କାହାରି ପାଖରେ ନ ଥାଏ। ଯେମିତି ରାସ୍ତା ନିର୍ମାଣ, ଗୃହ ନିର୍ମାଣ, ଖଣି ଖାଦାନ ତଥା କଳ କାରଖାନା ସ୍ଥାପନ ସମୟରେ ଆଗପଛ ବିଚାର ନ କରି ଭବିଷ୍ୟତରେ କଟାଯାଇଥିବା ଗଛର ଭରଣାକରିବା କଥାକୁ ପାଥେୟକରି ଆଖି ବୁଜି ଗଛ କଟା ଚାଲେ। ଏଥିପାଇଁ ପରିବେଶଗତ ମଞ୍ଜୁରୀଠାରୁ ଅନ୍ୟାନ୍ୟ ଆଇନଗତ ପ୍ରତିବନ୍ଧକ ହଟାଇବା ପର୍ଯ୍ୟନ୍ତ ସବୁପ୍ରକାର ନିଷ୍ପତ୍ତି ଏବଂ କାର୍ଯ୍ୟକ୍ରମ ହାତକୁ ନିଆଯାଇ ସାରିବା ପରେ ଚାଲେ କୁମ୍ଭୀର କାନ୍ଦଣା; ଆମର ଜୈବ ବିବିଧତା ନଷ୍ଟ ହୋଇଯାଉଛି, ବର୍ଷା ହେବନାହିଁ, ଆମର କ୍ଷେତବାଡି଼ ମରୁଭୂମି ହୋଇଯିବ, ଭୂତଳ ଜଳ ତଳକୁ ଚାଲିଯିବ ଆଦି ଅନେକ କଥା। ବିକାଶ କଥା ଚିନ୍ତାକରିବା ଏବଂ ଯୋଜନା କରିବା ସମୟରେ କ’ଣ ବିନାଶର କଥା ଦେଖାଯାଏନି? ନା ଜାଣିଶୁଣି ଆଖି ବୁଜି ଦିଆଯାଏ ! ସେତେବେଳକୁ ସପକ୍ଷବାଦୀ ଓ ବିପକ୍ଷବାଦୀ ସଲାସୁତୁରା ହୋଇ କାମଟିକୁ କରାଇ ନିଅନ୍ତି ତା’ପରେ ଚାଲେ କାଦୁଅ ଫିଙ୍ଗାଫିଙ୍ଗି ଆଉ କାହାର ଭୁଲ୍‌, କାହାର ଠିକ୍‌ର ବିଲୁଆ ବିଚାର। ଏହା କ’ଣ ଡାହାଣୀ ହୋଇ ଲାଗିବା ଆଉ ଗୁଣିଆ ହୋଇ ଛାଡି଼ବା ଠାରୁ କୌଣସି ଗୁଣରେ କମ୍‌?
ଏଠାରେ ଏକ ଅଙ୍ଗେନିଭା କାହାଣୀର ବର୍ଣ୍ଣନା କରିବା ସମୀଚୀନ। ଗୋଟିଏ ଅଞ୍ଚଳରେ ଡାହାଣୀ, ଭୂତ ତଥା ଅଶରୀରୀମାନଙ୍କର ପ୍ରାଦୁଭାବରୁ ବର୍ତ୍ତିବାପାଇଁ ସେଠାକାର ଲୋକମାନେ ଯୋଜନାକରି ରାସ୍ତାକୁ ଲାଗିଥିବା ଶ୍ମଶାନକୁ ଦୂରକୁ ନେଇଗଲେ, ବଣ ବୁଦା ସବୁ ସଫା କରିଦେଲେ। ବରଗଛ, ଅଶ୍ୱତ୍ଥ ଭଳି କିଛି ଗଛ ଯେଉଁଗୁଡ଼ି଼କରେ ଅଶରୀରୀମାନେ ରୁହନ୍ତି ବୋଲି ବିଶ୍ୱାସ କରାଯାଏ ସେସବୁକୁ ମଧ୍ୟ କାଟି ଦେଲେ ଏବଂ ରାସ୍ତାଘାଟରେ ଆଲୁଅର ବ୍ୟବସ୍ଥା କରିଦେଲେ। ଏହା ଦେଖି ସ୍ଥାନୀୟ ଗୁଣିଆଙ୍କ ମନରେ ଛନକା ପଶିଲା। ତାଙ୍କର ବେପାର କେମିତି ଚାଲିବ? ତାଙ୍କୁ ତ ଆଉ କେହି ପଚାରିବେ ନାହିଁ। ଏହା ବିଚାରକରି ରାତିରେ ରାସ୍ତା ଏବଂ ନଦୀଘାଟ ପାଖରେ ଥିବା ଜମିରେ କିମ୍ବା ନଈକୂଳରେ ରାତିରେ ବିଭିନ୍ନ ରଙ୍ଗର ପୋଷାକ ପିନ୍ଧି ବୁଲିଲେ, ପାଳଭୂତ ଆଦି ରଖିଲେ। ଏସବୁକୁ ଦେଖି ଲୋକମାନେ ପୁଣି ଡରିବା ଆରମ୍ଭ କଲେ ଏବଂ ସେମାନଙ୍କ ମଧ୍ୟରୁ କେତେଜଣ ଲୋକଙ୍କ ଭିତରେ ଡାହାଣୀ ସବାର ହେଲା। ଫଳରେ ସେମାନେ ପୁଣି ଗୁଣିଆ ପାଖକୁ ଧାଇଁଲେ ଏବଂ ଗୁଣିଆ ପୁଣିଥରେ ତାଙ୍କର ହୃତଗୌରବ ଏବଂ ରୋଜଗାର ଫେରିପାଇଲେ। ବର୍ତ୍ତମାନର ଶାସନ ବ୍ୟବସ୍ଥା ଏହିଭଳି ଏକ କ୍ଷମତା ହରାଇବା ଏବଂ ପାଇବାର ଚକ୍ରବୂ୍ୟହରୁ କ’ଣ କିଛି କମ୍‌? ସେଥିପାଇଁ ଡାହାଣୀକୁ ଖୋଜିବା ଏବଂ ପାଇବାଠାରୁ ଗୁଣିଆଙ୍କ ବେପାର ମନୋବୃତ୍ତିକୁ ଚିହ୍ନିବା ଅଧିକ ଜରୁରୀ।
ମୋ: ୯୭୭୮୭୬୪୩୯୪

Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲାରେ ଲଜ୍ଜା! ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଯୌନ ଉତ୍ପୀଡ଼ନ, ଦେହରେ କ୍ଷତବିକ୍ଷତ ଚିହ୍ନ; ଖୋଳତାଡ଼ କରୁଛି…

ରାଉରକେଲା, ୧୬।୯ (ସଙ୍ଗୀତା ଜେନା): ରାଉରକେଲା ସେକ୍ଟର-୩ ଥାନା ଅନ୍ତର୍ଗତ ସେକ୍ଟର-୨ ଏନ୍‌ଏସି ମାର୍କେଟ ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ସହ ଯୌନ ଉତ୍ପୀଡ଼ନ ହୋଇଥିବା…

ବାତ୍ୟା ଆକଳନ ହୋଇନି, ଆତଙ୍କିତ ହୁଅନ୍ତୁ ନାହିଁ

ଭୁବନେଶ୍ୱର, ୧୬ା୯ (ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବୁଧବାର ସକାଳ ୮ଟା ୩୦ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୧୮ ତାରିଖ…

ଛାତ୍ର ଆନ୍ଦୋଳନ ଆଗରେ ନଇଁଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ! ପ୍ରକାଶ ପାଇଲା ସଂଶୋଧିତ ମାର୍କସିଟ୍, ବଢ଼ିଲା ଯୁକ୍ତ ୩ ପାସ୍ ହାର

ଭଞ୍ଜନଗର, ୧୬।୯ (ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ଶେଷରେ ଥମିବାରେ…

ଅଧ୍ୟୟନରେ ବଡ଼ ଖୁଲାସା, ବାୟୁ ପ୍ରଦୂଷଣ ବଢ଼ାଉଛି ଆତ୍ମହତ୍ୟା ମନୋଭାବ

ନୂଆଦିଲ୍ଲୀ,୧୬।୯: ବାୟୁ ପ୍ରଦୂଷଣ କେବଳ ଫୁସ୍‌ଫୁସ୍‌, ହାର୍ଟ କିମ୍ବା ଶ୍ୱାସଜନିତ ସମସ୍ୟା ପାଇଁ ବିପଦ ନୁହେଁ, ଏହା ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇପାରେ ।…

UPI ଚାର୍ଜ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବେ କି ସରକାର? ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ,୧୬।୯: ୨,୦୦୦ ଟଙ୍କାରୁ ଅଧିକ UPI କାରବାର ଉପରେ ୦.୪ ପ୍ରତିଶତ ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌ (MDR) ଲାଗୁ ହେବା ନେଇ ଘୋଷଣା କରାଯାଇଛି । ତେବେ…

ସେନ୍ସର ବୋର୍ଡର ନୂଆ ଟିମ୍ ଘୋଷଣା: CBFCରେ ପ୍ରୀତି ଜିଣ୍ଟା, ସୁନୀଲ ଶେଟ୍ଟୀ ଓ ପଙ୍କଜ ତ୍ରିପାଠୀଙ୍କ ସହ ସାମିଲ ହେଲେ ଓଡ଼ିଆ ପୁଅ ନୀଳମାଧବ

ନୂଆଦିଲ୍ଲୀ,୧୬।୯: କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସର୍ଟିଫିକେସନ୍ (CBFC) ବା ସେନ୍ସର ବୋର୍ଡର ନୂଆ ଟିମ୍ ଗଠନ କରିଛନ୍ତି। ସୂଚନା ଓ…

ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା; ଏହି ୨ ନୂଆ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୧୬।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆଗାମୀ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଦଳ ଘୋଷଣା ହୋଇଛି । ଏହି ଚୟନକୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ…

ବୀରମିତ୍ରପୁର ଅଞ୍ଚଳରେ ଲଜ୍ଜା; ଜଙ୍ଗଲରେ ୨ନାବାଳିକାଙ୍କୁ ଗଣ ବଳାତ୍କାର, ୫ ଜଣ…

କୁଆଁରମୁଣ୍ଡା,୧୬।୯(ମହେନ୍ଦ୍ର କୁମାର ସାହୁ) : ବୀରମିତ୍ରପୁର ଥାନା ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ୨ ଜଣ ନାବାଳିକାଙ୍କୁ ଏକ ଜଙ୍ଗଲରେ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?