ନିଶାମୁକ୍ତ ଯୁବସମାଜ

ଆଜିକାଲିର ଯୁବପିଢ଼ି ନିଶାଦ୍ରବ୍ୟକୁ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ କରିସାରିଲେଣି। ଗ୍ଲୋବାଲ ୟୁଥ୍‌ ଟୋବାକୋ ସର୍ଭେ (ଜିୱାଇଟିଏସ୍‌) ୨୦୧୯ ଅନୁଯାୟୀ, ସାରା ଦେଶରେ ୧୩ରୁ ୧୫ ବର୍ଷ ବୟସର ୮.୫ ପ୍ରତିଶତ ଛାତ୍ରୀଛାତ୍ର ବିଭିନ୍ନ ରୂପରେ ତମାଖୁ ସେବନ କରିଥାନ୍ତି। ବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସ ଚାରିପାଖରେ ତମାଖୁ ଦ୍ରବ୍ୟର ସହଜ ଉପଲବ୍ଧତା ଜଟିଳ ପରିସ୍ଥିତି ସୃଷ୍ଟି କରିବାର ଏକ ପ୍ରମୁଖ କାରଣ ବୋଲି ବିଶ୍ୱାସ କରାଯାଏ। ଅଧ୍ୟୟନରୁ ସୂଚନା ମିଳୁଛି ଯେ, ଯୁବପିଢ଼ିଙ୍କ ମଧ୍ୟରେ ତମାଖୁ ସେବନ ବୃଦ୍ଧି ପାଉଛି। ଚିନ୍ତାଜନକ ବିଷୟ ହେଉଛି, ଭାରତରେ ପ୍ରତିଦିନ ୫ ହଜାରରୁ ଅଧିକ ପିଲା ତମାଖୁ ସେବନ କରିବା ଆରମ୍ଭ କରୁଛନ୍ତି।
ନିଶା ସେବନ ପ୍ରତି ଆକର୍ଷଣ ଯୁବବର୍ଗଙ୍କୁ ଗଭୀର କ୍ଷତି ପହଞ୍ଚାଉଛି। ଏହା ସାମାଜିକ, ଆଇନଶୃଙ୍ଖଳା ଓ ରାଜ୍ୟର ଅର୍ଥନୈତିକ ସ୍ଥିତି ପ୍ରତି ଗଭୀର ଅନ୍ତରାୟ ସୃଷ୍ଟି କରୁଛି। ଏହାର ପ୍ରଭାବରେ ଯୁବପିଢ଼ିଙ୍କ ମଧ୍ୟରେ ହିଂସା ମନୋଭାବ ବଢ଼ିବାରେ ଲାଗିଛି। ନିଶାଦ୍ରବ୍ୟ ବ୍ୟବହାର ଦ୍ୱାରା ଯୁବସମାଜ ପଥ ଭ୍ରଷ୍ଟ ହେଉଛନ୍ତି। ଶିକ୍ଷାନୁଷ୍ଠାନରେ ଛାତ୍ରୀଛାତ୍ରମାନେ ଅନେକ ସମୟରେ ନିଶା ସେବନ କରୁଛନ୍ତି,ଯେଉଁଥିପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକର ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି। ଯୁବବର୍ଗ ନିଶାସକ୍ତ ହେବା ଏଥିପାଇଁ କେବଳ ସେ ଦାୟୀ ନୁହେଁ ତା’ ପରିବାର, ପରିବେଶ, ସାଙ୍ଗସାଥୀ ସମପରିମାଣରେ ଦାୟୀ। ପରିବାରର କୌଣସି ସଦସ୍ୟଙ୍କ ନିଶାଦ୍ରବ୍ୟ ଅପବ୍ୟବହାରର ପ୍ରଭାବ ଯୋଗୁ ସେହି ପରିବାରର ଶିଶୁମାନେ ସମାନ ଆଚରଣ ଗ୍ରହଣ କରି ବିପଦକୁ ବରଣ କରନ୍ତି। ପ୍ରଥମରେ ପରିବାରରେ ସଂସ୍କାର ଓ ଶୃଙ୍ଖଳାର ଅଭାବ; ଦ୍ୱିତୀୟରେ ମାନସିକ ଚାପ, କୁସଙ୍ଗର ପ୍ରଭାବ, ଅତ୍ୟାଧୁନିକ ଜୀବନଶୈଳୀ ଏବଂ ମୋବାଇଲ ଓ ଇଣ୍ଟରନେଟର ପ୍ରଭାବ; ତୃତୀୟରେ ନିଶାଦ୍ରବ୍ୟର ସହଜ ଉପଲବ୍ଧତା ଏବଂ ଚତୁର୍ଥରେ ଅନୁପଯୁକ୍ତ ନିୟନ୍ତ୍ରଣ ବ୍ୟବସ୍ଥା ତଥା ଆଇନର ଦୁରୁପଯୋଗ। ନିଶାଗ୍ରସ୍ତ ଯୁବଗୋଷ୍ଠୀ କେବଳ ନିଜର କିମ୍ବା ନିଜ ପରିବାରର ପଦମର୍ଯ୍ୟାଦାକୁ ହାନି କରୁଛନ୍ତି ତା’ନୁହେଁ ବରଂ ସେମାନେ ଯକ୍ଷ୍ମା, କର୍କଟ, କିଡ୍‌ନୀ, ଲିଭର ଇତ୍ୟାଦିରେ ପୀଡ଼ିତ ହୋଇ ମୃତ୍ୟୁକୁ ଆମନ୍ତ୍ରଣ କରୁଛନ୍ତି। ମାତାପିତାଙ୍କ ଆଶା ଭରସାକୁ ଧୂଳିସାତ୍‌ କରୁଛନ୍ତି। ନିଶାସେବନ ଦ୍ୱାରା ଯୁବପିଢ଼ି ଅଧିକ ବିପଦରେ ପଡ଼ିଥାନ୍ତି; ଯାହାଦ୍ୱାରା ସେମାନେ ଅବସାଦ, ଆଚରଣ ସମସ୍ୟା, ଆତ୍ମହତ୍ୟାର ଚିନ୍ତା, ଆତ୍ମହତ୍ୟା ଉଦ୍ୟମ ଭଳି ଚରମ ପନ୍ଥାକୁ ବାଛି ନେଇଥାନ୍ତି। ମୋଟ ଆତ୍ମହତ୍ୟାର ୭୦ ଶତକଡ଼ା କେବଳ ନିଶାସେବନ କାରଣରୁ ହୋଇଥାଏ। ନିଶାଦ୍ରବ୍ୟ ଅପବ୍ୟବହାର ବୃଦ୍ଧି ପାଇବା ଜୀବନ, ପରିବାର, ରାଷ୍ଟ୍ର ପ୍ରତି ବିପଦ। ଦେଶରେ ୧୦ ରୁ ୧୭ ବର୍ଷ ବୟସର ୧.୫୮ କୋଟିରୁ ଅଧିକ ଶିଶୁ ନିଶାସକ୍ତ। ଯୁବତୀଯୁବକମାନେ ଏହି ନିଶାର ଶିକାର ହେବା ଦ୍ୱାରା ଘର, ପରିବାର, ଶିକ୍ଷାନୁଷ୍ଠାନ ଓ ସମାଜ ବିପର୍ଯ୍ୟସ୍ତ ହେଉଛି। ନିଶା କେବଳ ଜଣକୁ ନୁହେଁ, ପୂରା ପିଢ଼ିକୁ ଧ୍ୱଂସ କରିଦେବାକୁ ବସିଛି।
ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏନ୍‌ଟିସିପି)ର ଏକ ଅଂଶ ଭାବରେ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନାବାଳକ ଏବଂ ଯୁବକଙ୍କୁ ତମାଖୁ ସେବନରୁ ରକ୍ଷା କରିବା ପାଇଁ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ (ଟିଓଏଫଇଆଇ) ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ବିଦ୍ୟାଳୟଗୁଡ଼ିକ ପାଇଁ ଏକ ଟିଓଏଫଇଆଇ କାର୍ଯ୍ୟକାରୀ ମାନୁଆଲ ବିକଶିତ କରାଯାଇଛି। ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ (କୋଟପା) ରହିଛି। କୋଟପା ଆଇନ ୨୦୦୩ର ସେକ୍ସନ ୪ ଅନୁଯାୟୀ ସ୍କୁଲ, କଲେଜ, ଅଡିଟୋରିୟମ, ବସଷ୍ଟାଣ୍ଡ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଆଦି ସର୍ବସାଧାରଣ ସ୍ଥାନରେ ଧୂମପାନ କଲେ ୨୦୦ଟଙ୍କା ଜରିମାନା ଦେବାକୁ ନିୟମ ରହିଛି। ସେହିପରି ଜଣେ ସେବନକାରୀଙ୍କଠାରୁ ଏକାଧିକ ଥର ଜରିମାନା ଆଦାୟ କରାଯାଇପାରିବ। ଧାରା ୬(ଏ) ଅନୁଯାୟୀ, ୧୮ବର୍ଷରୁ କମ୍‌ ବୟସର ପିଲାମାନେ ସିଗାରେଟ୍‌ ଓ ତମାଖୁ ଜାତୀୟ ପଦାର୍ଥ ବିକ୍ରି କରିପାରିବେ ନାହିଁ। ଶିକ୍ଷାନୁଷ୍ଠାନର ଶହେ ଗଜ ଦୂର ମଧ୍ୟରେ ତମାଖୁ ଜାତୀୟ ପଦାର୍ଥ ବିକ୍ରି ହୋଇପାରିବ ନାହିଁ। ଶିକ୍ଷାନୁଷ୍ଠାନର ଶହେ ଗଜ ପରିଧି ମଧ୍ୟରେ ନିଶା ସାମଗ୍ରୀ ବିକ୍ରି ଦଣ୍ଡନୀୟ ଅପରାଧ ହୋଇଥିବାବେଳେ ଏକ୍ଷେତ୍ରରେ ଠିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ନିୟମିତ ବ୍ୟବଧାନରେ ଯାଞ୍ଚକରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ରଖିଛନ୍ତି। ବିଦ୍ୟାଳୟ ଏବଂ କଲେଜର ଏନ୍‌ଏସ୍‌ଏସ୍‌ ସଦସ୍ୟ, ଏନ୍‌ସିସି କ୍ୟାଡେଟ୍‌, ରେଡକ୍ରସ ସୋସାଇଟିର ସଦସ୍ୟମାନଙ୍କୁ ଏହି ନିଶାମୁକ୍ତ ଆନ୍ଦୋଳନରେ ସାମିଲ କରିବାର ଆବଶ୍ୟକତା ରହିଛି।
ଛାତ୍ରାବସ୍ଥାରୁ ପିଲାମାନଙ୍କୁ ନିଶାର କୁପରିଣତି ସମ୍ବନ୍ଧରେ ଅବଗତ କରାଇବା ଓ ସଚେତନ କରିବା ଉଦ୍ଦେଶ୍ୟ ନେଇ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ସଚେତନ ମୂଳକ ନାଟକ, ଚଳଚ୍ଚିତ୍ର ପ୍ରଦର୍ଶନ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା,ସେମିନାର ଆଦି କାର୍ଯ୍ୟକ୍ରମ କରାଯିବା ଦରକାର। ନିଶାର କୁପରିଣତି ସମ୍ବନ୍ଧରେ ପିଲାଙ୍କ ଭିତରେ ସଚେତନତା ସୃଷ୍ଟି ଓ ପାଠ୍ୟକ୍ରମରେ ସାମିଲ କରିବା ଦିଗରେ ସରକାରୀ ସ୍ତରରେ ପଦକ୍ଷେପ ନିଆଯିବା ଆବଶ୍ୟକ। ଅନୁଷ୍ଠାନରେ ପାଠପଢ଼ା ସହିତ ନୈତିକ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବା ଦରକାର। ପୋଲିସ ପ୍ରଶାସନ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ,ସ୍ବାସ୍ଥ୍ୟ ବିଭାଗ ଏବଂ ଅବକାରୀ ବିଭାଗର ମିଳିତ ଉଦ୍ଦ୍ୟମରେ ନିଶାମୁକ୍ତ ଅନୁଷ୍ଠାନ ନିମନ୍ତେ ପ୍ରୟାସ ଜରୁରୀ।
ଯୁବପିଢ଼ି ହେଉଛନ୍ତି ରାଷ୍ଟ୍ରର ଭବିଷ୍ୟତ ଓ ଶକ୍ତି। ଯୁବପିଢ଼ିଙ୍କୁ ନିଶା କବଳରୁ ରକ୍ଷା କରିବା ସମସ୍ତଙ୍କର ଦାୟିତ୍ୱ। ସୁସ୍ଥ ରାଷ୍ଟ୍ର ଏବଂ ସୁସ୍ଥ ବିଶ୍ୱ ଗଠନର ସହଭାଗିତାରେ ଆମେ ନିଜକୁ ସାମିଲ କରିବା ଯେଉଁଠାରେ ପ୍ରତ୍ୟେକ ଶିଶୁ ଖୁସିରେ ଦିନ କାଟିବେ। ଅବାଟରୁ ଯୁବଗୋଷ୍ଠୀଙ୍କୁ ବାହାର କରି ଏକ ସୁସ୍ଥ, ନିଶାମୁକ୍ତ ଓ ହିଂସାମୁକ୍ତ ସମାଜ ଗଠନରେ ଭାଗୀଦାର ହେବା। ଭାରତବର୍ଷ ହେଉଛି ଯୁବଶକ୍ତିର ମେରୁଦଣ୍ଡ। ତେଣୁ ଯୁବକମାନେ ଶୃଙ୍ଖଳିତ ଏବଂ ନିଶାଠାରୁ ଦୂରେଇ ରହିଲେ ଏକ ସୁନ୍ଦର ବିକଶିତ ଭାରତ ଗଠନ ହୋଇ ପାରିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।
ନିମାପଡ଼ା, ପୁରୀ
ମୋ:୯୭୭୮୧୭୭୫୦୧

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହଇଚଇ! ସାଧାରଣ ଚିକିତ୍ସା ପରେ ପିଲାଙ୍କ HIV ରିପୋର୍ଟ ପଜିଟିଭ୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମବାଦ,୨୩।୯: ପାକିସ୍ତାନରେ ଅନେକ ପରିବାର ପାଇଁ ପିଲାଙ୍କ ସାଧାରଣ ଚିକିତ୍ସା ପରେ ସାମ୍ନାକୁ ଆସିଥିବା HIV ପଜିଟିଭ୍ ରିପୋର୍ଟ ଚିନ୍ତାର କାରଣ ପାଲଟିଛି । NPRର ଏକ…

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

ହର୍ମୁଜରେ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଚାଲିଗଲା ଭାରତୀୟ ନାବିକଙ୍କ ଜୀବନ

ଓମାନ,୨୩।୯: ଓମାନ ଉପକୂଳ ନିକଟ ହର୍ମୁଜ୍ ଅଞ୍ଚଳରେ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଉପରେ ଟର୍ପିଡୋ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଉତ୍ତରପ୍ରଦେଶର ଦେବରିଆ…

ଆପଣଙ୍କର SBIରେ ଆକାଉଣ୍ଟ ଅଛି କି? ଅକ୍ଟୋବର ୧ରୁ ATMରୁ ଟଙ୍କା କାଢ଼ିବା ହେବ ମହଙ୍ଗା, ଜାଣନ୍ତୁ କେତେ କଟିବ…

ନୂଆଦିଲ୍ଲୀ,୨୩।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI) ନିଜ ଗ୍ରାହକମାନଙ୍କ ପାଇଁ ATM ଏବଂ ନଗଦ ଟଙ୍କା ଉଠାଣ (Cash…

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

ଆୟ ବର୍ହିଭୂତ ସମ୍ପତ୍ତି ଠାବ, PEO କାର୍ତ୍ତିକେଶ୍ୱର ବେହେରା ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ । ତାଙ୍କ ଜଣାଶୁଣା ଆୟର…

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?