ନିଶାମୁକ୍ତ ଯୁବସମାଜ

ଆଜିକାଲିର ଯୁବପିଢ଼ି ନିଶାଦ୍ରବ୍ୟକୁ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ କରିସାରିଲେଣି। ଗ୍ଲୋବାଲ ୟୁଥ୍‌ ଟୋବାକୋ ସର୍ଭେ (ଜିୱାଇଟିଏସ୍‌) ୨୦୧୯ ଅନୁଯାୟୀ, ସାରା ଦେଶରେ ୧୩ରୁ ୧୫ ବର୍ଷ ବୟସର ୮.୫ ପ୍ରତିଶତ ଛାତ୍ରୀଛାତ୍ର ବିଭିନ୍ନ ରୂପରେ ତମାଖୁ ସେବନ କରିଥାନ୍ତି। ବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସ ଚାରିପାଖରେ ତମାଖୁ ଦ୍ରବ୍ୟର ସହଜ ଉପଲବ୍ଧତା ଜଟିଳ ପରିସ୍ଥିତି ସୃଷ୍ଟି କରିବାର ଏକ ପ୍ରମୁଖ କାରଣ ବୋଲି ବିଶ୍ୱାସ କରାଯାଏ। ଅଧ୍ୟୟନରୁ ସୂଚନା ମିଳୁଛି ଯେ, ଯୁବପିଢ଼ିଙ୍କ ମଧ୍ୟରେ ତମାଖୁ ସେବନ ବୃଦ୍ଧି ପାଉଛି। ଚିନ୍ତାଜନକ ବିଷୟ ହେଉଛି, ଭାରତରେ ପ୍ରତିଦିନ ୫ ହଜାରରୁ ଅଧିକ ପିଲା ତମାଖୁ ସେବନ କରିବା ଆରମ୍ଭ କରୁଛନ୍ତି।
ନିଶା ସେବନ ପ୍ରତି ଆକର୍ଷଣ ଯୁବବର୍ଗଙ୍କୁ ଗଭୀର କ୍ଷତି ପହଞ୍ଚାଉଛି। ଏହା ସାମାଜିକ, ଆଇନଶୃଙ୍ଖଳା ଓ ରାଜ୍ୟର ଅର୍ଥନୈତିକ ସ୍ଥିତି ପ୍ରତି ଗଭୀର ଅନ୍ତରାୟ ସୃଷ୍ଟି କରୁଛି। ଏହାର ପ୍ରଭାବରେ ଯୁବପିଢ଼ିଙ୍କ ମଧ୍ୟରେ ହିଂସା ମନୋଭାବ ବଢ଼ିବାରେ ଲାଗିଛି। ନିଶାଦ୍ରବ୍ୟ ବ୍ୟବହାର ଦ୍ୱାରା ଯୁବସମାଜ ପଥ ଭ୍ରଷ୍ଟ ହେଉଛନ୍ତି। ଶିକ୍ଷାନୁଷ୍ଠାନରେ ଛାତ୍ରୀଛାତ୍ରମାନେ ଅନେକ ସମୟରେ ନିଶା ସେବନ କରୁଛନ୍ତି,ଯେଉଁଥିପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକର ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି। ଯୁବବର୍ଗ ନିଶାସକ୍ତ ହେବା ଏଥିପାଇଁ କେବଳ ସେ ଦାୟୀ ନୁହେଁ ତା’ ପରିବାର, ପରିବେଶ, ସାଙ୍ଗସାଥୀ ସମପରିମାଣରେ ଦାୟୀ। ପରିବାରର କୌଣସି ସଦସ୍ୟଙ୍କ ନିଶାଦ୍ରବ୍ୟ ଅପବ୍ୟବହାରର ପ୍ରଭାବ ଯୋଗୁ ସେହି ପରିବାରର ଶିଶୁମାନେ ସମାନ ଆଚରଣ ଗ୍ରହଣ କରି ବିପଦକୁ ବରଣ କରନ୍ତି। ପ୍ରଥମରେ ପରିବାରରେ ସଂସ୍କାର ଓ ଶୃଙ୍ଖଳାର ଅଭାବ; ଦ୍ୱିତୀୟରେ ମାନସିକ ଚାପ, କୁସଙ୍ଗର ପ୍ରଭାବ, ଅତ୍ୟାଧୁନିକ ଜୀବନଶୈଳୀ ଏବଂ ମୋବାଇଲ ଓ ଇଣ୍ଟରନେଟର ପ୍ରଭାବ; ତୃତୀୟରେ ନିଶାଦ୍ରବ୍ୟର ସହଜ ଉପଲବ୍ଧତା ଏବଂ ଚତୁର୍ଥରେ ଅନୁପଯୁକ୍ତ ନିୟନ୍ତ୍ରଣ ବ୍ୟବସ୍ଥା ତଥା ଆଇନର ଦୁରୁପଯୋଗ। ନିଶାଗ୍ରସ୍ତ ଯୁବଗୋଷ୍ଠୀ କେବଳ ନିଜର କିମ୍ବା ନିଜ ପରିବାରର ପଦମର୍ଯ୍ୟାଦାକୁ ହାନି କରୁଛନ୍ତି ତା’ନୁହେଁ ବରଂ ସେମାନେ ଯକ୍ଷ୍ମା, କର୍କଟ, କିଡ୍‌ନୀ, ଲିଭର ଇତ୍ୟାଦିରେ ପୀଡ଼ିତ ହୋଇ ମୃତ୍ୟୁକୁ ଆମନ୍ତ୍ରଣ କରୁଛନ୍ତି। ମାତାପିତାଙ୍କ ଆଶା ଭରସାକୁ ଧୂଳିସାତ୍‌ କରୁଛନ୍ତି। ନିଶାସେବନ ଦ୍ୱାରା ଯୁବପିଢ଼ି ଅଧିକ ବିପଦରେ ପଡ଼ିଥାନ୍ତି; ଯାହାଦ୍ୱାରା ସେମାନେ ଅବସାଦ, ଆଚରଣ ସମସ୍ୟା, ଆତ୍ମହତ୍ୟାର ଚିନ୍ତା, ଆତ୍ମହତ୍ୟା ଉଦ୍ୟମ ଭଳି ଚରମ ପନ୍ଥାକୁ ବାଛି ନେଇଥାନ୍ତି। ମୋଟ ଆତ୍ମହତ୍ୟାର ୭୦ ଶତକଡ଼ା କେବଳ ନିଶାସେବନ କାରଣରୁ ହୋଇଥାଏ। ନିଶାଦ୍ରବ୍ୟ ଅପବ୍ୟବହାର ବୃଦ୍ଧି ପାଇବା ଜୀବନ, ପରିବାର, ରାଷ୍ଟ୍ର ପ୍ରତି ବିପଦ। ଦେଶରେ ୧୦ ରୁ ୧୭ ବର୍ଷ ବୟସର ୧.୫୮ କୋଟିରୁ ଅଧିକ ଶିଶୁ ନିଶାସକ୍ତ। ଯୁବତୀଯୁବକମାନେ ଏହି ନିଶାର ଶିକାର ହେବା ଦ୍ୱାରା ଘର, ପରିବାର, ଶିକ୍ଷାନୁଷ୍ଠାନ ଓ ସମାଜ ବିପର୍ଯ୍ୟସ୍ତ ହେଉଛି। ନିଶା କେବଳ ଜଣକୁ ନୁହେଁ, ପୂରା ପିଢ଼ିକୁ ଧ୍ୱଂସ କରିଦେବାକୁ ବସିଛି।
ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏନ୍‌ଟିସିପି)ର ଏକ ଅଂଶ ଭାବରେ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନାବାଳକ ଏବଂ ଯୁବକଙ୍କୁ ତମାଖୁ ସେବନରୁ ରକ୍ଷା କରିବା ପାଇଁ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ (ଟିଓଏଫଇଆଇ) ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ବିଦ୍ୟାଳୟଗୁଡ଼ିକ ପାଇଁ ଏକ ଟିଓଏଫଇଆଇ କାର୍ଯ୍ୟକାରୀ ମାନୁଆଲ ବିକଶିତ କରାଯାଇଛି। ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ (କୋଟପା) ରହିଛି। କୋଟପା ଆଇନ ୨୦୦୩ର ସେକ୍ସନ ୪ ଅନୁଯାୟୀ ସ୍କୁଲ, କଲେଜ, ଅଡିଟୋରିୟମ, ବସଷ୍ଟାଣ୍ଡ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଆଦି ସର୍ବସାଧାରଣ ସ୍ଥାନରେ ଧୂମପାନ କଲେ ୨୦୦ଟଙ୍କା ଜରିମାନା ଦେବାକୁ ନିୟମ ରହିଛି। ସେହିପରି ଜଣେ ସେବନକାରୀଙ୍କଠାରୁ ଏକାଧିକ ଥର ଜରିମାନା ଆଦାୟ କରାଯାଇପାରିବ। ଧାରା ୬(ଏ) ଅନୁଯାୟୀ, ୧୮ବର୍ଷରୁ କମ୍‌ ବୟସର ପିଲାମାନେ ସିଗାରେଟ୍‌ ଓ ତମାଖୁ ଜାତୀୟ ପଦାର୍ଥ ବିକ୍ରି କରିପାରିବେ ନାହିଁ। ଶିକ୍ଷାନୁଷ୍ଠାନର ଶହେ ଗଜ ଦୂର ମଧ୍ୟରେ ତମାଖୁ ଜାତୀୟ ପଦାର୍ଥ ବିକ୍ରି ହୋଇପାରିବ ନାହିଁ। ଶିକ୍ଷାନୁଷ୍ଠାନର ଶହେ ଗଜ ପରିଧି ମଧ୍ୟରେ ନିଶା ସାମଗ୍ରୀ ବିକ୍ରି ଦଣ୍ଡନୀୟ ଅପରାଧ ହୋଇଥିବାବେଳେ ଏକ୍ଷେତ୍ରରେ ଠିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ନିୟମିତ ବ୍ୟବଧାନରେ ଯାଞ୍ଚକରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ରଖିଛନ୍ତି। ବିଦ୍ୟାଳୟ ଏବଂ କଲେଜର ଏନ୍‌ଏସ୍‌ଏସ୍‌ ସଦସ୍ୟ, ଏନ୍‌ସିସି କ୍ୟାଡେଟ୍‌, ରେଡକ୍ରସ ସୋସାଇଟିର ସଦସ୍ୟମାନଙ୍କୁ ଏହି ନିଶାମୁକ୍ତ ଆନ୍ଦୋଳନରେ ସାମିଲ କରିବାର ଆବଶ୍ୟକତା ରହିଛି।
ଛାତ୍ରାବସ୍ଥାରୁ ପିଲାମାନଙ୍କୁ ନିଶାର କୁପରିଣତି ସମ୍ବନ୍ଧରେ ଅବଗତ କରାଇବା ଓ ସଚେତନ କରିବା ଉଦ୍ଦେଶ୍ୟ ନେଇ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ସଚେତନ ମୂଳକ ନାଟକ, ଚଳଚ୍ଚିତ୍ର ପ୍ରଦର୍ଶନ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା,ସେମିନାର ଆଦି କାର୍ଯ୍ୟକ୍ରମ କରାଯିବା ଦରକାର। ନିଶାର କୁପରିଣତି ସମ୍ବନ୍ଧରେ ପିଲାଙ୍କ ଭିତରେ ସଚେତନତା ସୃଷ୍ଟି ଓ ପାଠ୍ୟକ୍ରମରେ ସାମିଲ କରିବା ଦିଗରେ ସରକାରୀ ସ୍ତରରେ ପଦକ୍ଷେପ ନିଆଯିବା ଆବଶ୍ୟକ। ଅନୁଷ୍ଠାନରେ ପାଠପଢ଼ା ସହିତ ନୈତିକ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବା ଦରକାର। ପୋଲିସ ପ୍ରଶାସନ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ,ସ୍ବାସ୍ଥ୍ୟ ବିଭାଗ ଏବଂ ଅବକାରୀ ବିଭାଗର ମିଳିତ ଉଦ୍ଦ୍ୟମରେ ନିଶାମୁକ୍ତ ଅନୁଷ୍ଠାନ ନିମନ୍ତେ ପ୍ରୟାସ ଜରୁରୀ।
ଯୁବପିଢ଼ି ହେଉଛନ୍ତି ରାଷ୍ଟ୍ରର ଭବିଷ୍ୟତ ଓ ଶକ୍ତି। ଯୁବପିଢ଼ିଙ୍କୁ ନିଶା କବଳରୁ ରକ୍ଷା କରିବା ସମସ୍ତଙ୍କର ଦାୟିତ୍ୱ। ସୁସ୍ଥ ରାଷ୍ଟ୍ର ଏବଂ ସୁସ୍ଥ ବିଶ୍ୱ ଗଠନର ସହଭାଗିତାରେ ଆମେ ନିଜକୁ ସାମିଲ କରିବା ଯେଉଁଠାରେ ପ୍ରତ୍ୟେକ ଶିଶୁ ଖୁସିରେ ଦିନ କାଟିବେ। ଅବାଟରୁ ଯୁବଗୋଷ୍ଠୀଙ୍କୁ ବାହାର କରି ଏକ ସୁସ୍ଥ, ନିଶାମୁକ୍ତ ଓ ହିଂସାମୁକ୍ତ ସମାଜ ଗଠନରେ ଭାଗୀଦାର ହେବା। ଭାରତବର୍ଷ ହେଉଛି ଯୁବଶକ୍ତିର ମେରୁଦଣ୍ଡ। ତେଣୁ ଯୁବକମାନେ ଶୃଙ୍ଖଳିତ ଏବଂ ନିଶାଠାରୁ ଦୂରେଇ ରହିଲେ ଏକ ସୁନ୍ଦର ବିକଶିତ ଭାରତ ଗଠନ ହୋଇ ପାରିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।
ନିମାପଡ଼ା, ପୁରୀ
ମୋ:୯୭୭୮୧୭୭୫୦୧

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରୋଜଗାର ଦେଇଛି ଶ୍ରାବଣ ଛତୁ: କିଲୋ ପିଛା ୫ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି, ବଢୁଛି ଚାହିଦା

ଦାରିଙ୍ଗବାଡ଼ି, ୯।୮ (ଅରୁଣ ସାହୁ): ଏବେ ଚାଲିଛି ଶ୍ରାବଣ ମାସ। ଶ୍ରାବଣ ବର୍ଷା ମଧ୍ୟ ଛାଡ଼ିବାର ନାଁ ଧରୁନାହିଁ। ଏଭଳି ପରିସ୍ଥିତିରେ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ…

ଅଗଷ୍ଟ ୧୬ରୁ ୧୦୦୦ଟଙ୍କାର ସିଲିଣ୍ଡର ହୋଇଯିବ ୨୯୦୦! ତୁରନ୍ତ କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ, ୯।୮: ଯଦି ଆପଣଙ୍କର ଏଲପିଜି (LPG) ଗ୍ୟାସ ସଂଯୋଗ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୬ ଅଗଷ୍ଟ ସୁଦ୍ଧା ଇ-କେୱାଇସି…

ଚନ୍ଦ୍ରଙ୍କ ଉପରେ ଶନି-ରାହୁଙ୍କ ଛାୟା! ୨୮ ଅଗଷ୍ଟରୁ ୪ ରାଶିଙ୍କ ପାଇଁ ବଢ଼ିପାରେ ଅସୁବିଧା, ଲାଗିବ ବଡ଼ ଝଟକା…

ଜ୍ୟୋତିଷ ଶାସ୍ତ୍ରରେ, ଚନ୍ଦ୍ରଗ୍ରହଣକୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ସମ୍ବେଦନଶୀଳ ଏବଂ ଜ୍ୟୋତିଷ ଦୃଷ୍ଟିରୁ ପ୍ରଭାବଶାଳୀ ଘଟଣା ଭାବରେ ବିବେଚନା କରାଯାଏ । ୨୦୨୬ ମସିହାର ଶେଷ ଚନ୍ଦ୍ରଗ୍ରହଣ…

ବସ୍ତାନିରୁ ସ୍କୁଲ ବ୍ୟାଗ: ଭାରରୁ ବିଚାର ପର୍ଯ୍ୟନ୍ତ

ପିଲାବେଳେ କାନ୍ଧରେ ବସ୍ତାନି ପକେଇ ସ୍କୁଲ ଗଲାବେଳର ସ୍ମୃତି ନିଆରା। ଆଜିର ସ୍କୁଲ ବ୍ୟାଗକୁ ଦେଖିଲେ ଲାଗେ, ସେହି ବସ୍ତାନିର ସରଳତା ଓ ସ୍ନେହ ଏବେ ମଧ୍ୟ…

ପ୍ରତିବାଦରେ ବାଧା

ଚଳିତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟରେ ଏକ ଅଦ୍ଭୁତ ବିତର୍କ ଦେଖିବାକୁ ମିଳିଥିଲା। ସରକାରଙ୍କୁ ପଚରାଯାଇଥିଲା, ପ୍ରତିବାଦ ପାଇଁ ଯନ୍ତରମନ୍ତର ଅଞ୍ଚଳକୁ ବ୍ୟବହାର କରିବାକୁ କାହିଁକି ବନ୍ଦ କରାଯାଉନାହିଁ।…

ଘର ଭାଙ୍ଗିଦେଇଛି ପ୍ରଶାସନ, ହସ୍ପିଟାଲରେ ମୃତଦେହ

ବଲାଙ୍ଗୀର,୯।୮(ବୀରେନ୍ଦ୍ର କୁମାର ଝାଙ୍କର): ଲୋୟର ସୁକ୍‌ତେଲ ପ୍ରକଳ୍ପ ପ୍ରଭାବିତ ଲୋଇସିଂହା ବ୍ଲକର ତବଲବାଞ୍ଜି ଗାଁରେ ବିସ୍ଥାପନର ଏକ କରୁଣ ଚିତ୍ର ଲୋକଲୋଚନକୁ ଆସିଛି। ଦୁର୍ଘଟଣାରେ ଗୁରୁତର ଆହତ…

ସୃଷ୍ଟି ହେଲା ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା; ଏସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର,୮ା୮(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଦାବିପତ୍ର ଦେବାକୁ ୨୫ କି.ମି. ପଦଯାତ୍ରା କଲେ ଚାଷୀ

ଗୋଲାମୁଣ୍ଡା,୮ା୮ (ବଟକୃଷ୍ଣ ପଣ୍ଡା): ଶସ୍ୟବୀମା ପଞ୍ଜିକରଣଠାରୁ ଆରମ୍ଭ କରି ସାର ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋଲାମୁଣ୍ଡା ବ୍ଲକର ଚାଷୀ। କଳାହାଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri