Posted inଖେଳ

୧୩୦ ଜଣଙ୍କୁ ସାହାଯ୍ୟର ହାତ ବଢାଇଲେ ଟେବୁଲ ଟେନିସ ତାରକା

ନୂଆଦିଲ୍ଲୀ,୧।୭(ପି.ଟି.): ଟେବୁଲ ଟେନିସ(ଟିଟି) ସହିତ ଜଡିତ ଥିବା ୧୩୦ ଜଣ ସଦସ୍ୟଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି କେତେଜଣ ଭାରତୀୟ ତାରକା ଖେଳାଳି। ଭାରତୀୟ ଟିଟି ତାରକା ଶରଥ କମଲ ଓ ଜି. ସାଥିୟାଁ କୋଭିଡ୍‌-୧୯ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ଏହି ସଦସ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ୧୩ ଲକ୍ଷ୍ୟରୁ ଊର୍ଦ୍ଧ୍ୱ ଟଙ୍କାର ପାଣ୍ଠି ସଂଗ୍ରହ କରିଛନ୍ତି। ପ୍ରଥମେ ଖେଳାଳିମାନେ ୧୦ ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ କରିବା ଲକ୍ଷ୍ୟରେ ଥିଲେ। ଏହା ଦ୍ୱାରା ୧୦୦ଜଣ ଉପକୃତ ହୋଇଥାନ୍ତେ। ତେବେ ତେବେ ପୂର୍ବତନ ଟିଟି ଖେଳାଳି ନେହା ଅଗ୍ରଓ୍ବାଲ ଏହି ଅଭିଯାନ ସାମିଲ ହେବା ପରେ ଶରଥ ଓ ସାଥିୟାଁ ୧୩ ଲକ୍ଷ୍ୟ ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ସଂଗ୍ରହ କରିଛନ୍ତି। ଯାହା ଫଳରେ ୧୩୦ ଜଣ ସଦସ୍ୟଙ୍କୁ ୧୦, ୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରିହେବ।
ଅଲ୍ଟିମେଟ୍‌ ଟେବୁଲ ଟେନିସ (ୟୁଟିଟି) ଲିଗ୍‌ର ପ୍ରମୋଟର ଭିଟା ଡାନି ଓ ନିରଜ ବଜାଜ ମଧ୍ୟ ଏଥିରେ ଯୋଗଦାନ କରିଛନ୍ତି। ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ଖେଳାଳି, କୋଚ୍‌ ଓ ଅମ୍ପାୟରମାନଙ୍କୁ ଆର୍ଥତ୍କ ସହାୟତା ପ୍ରଦାନ କରିବାକୁ ଏହି ପାଣ୍ଠି ସଂଗ୍ରହ କରାଯାଇଛି ବୋଲି କୁହାଯାଇଛି। ଏହି ମହତ୍‌କାର୍ଯ୍ୟ ପାଇଁ ଦାନ ଦେଇଥିବା ବ୍ୟକ୍ତି ବିଶେଷଙ୍କୁ ଶରଥ ଧନ୍ୟବାଦ୍‌ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓ୍ବେଷ୍ଟଇଣ୍ଡିଜ ଦିନିକିଆ ପୂର୍ବରୁ ଖୋଲିବ ଚେପକ ଗ୍ରାଉଣ୍ଡର ୩ ଷ୍ଟାଣ୍ଡ

ଚେନ୍ନାଇ,୧୨।୧୧- ପ୍ରାୟ ୮ ବର୍ଷର ବ୍ୟବଧାନ ପରେ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମର ୩ ଷ୍ଟାଣ୍ଡ ଯଥା ଆଇ, ଜେ ଓ କେ ଖୋଲିବାକୁ ଯାଉଛି। ଏହାର...

ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଟି୨୦ରେ ୧୦୦୦ ଛକା ମାରିବେ ଗେଲ୍‌

ନୂଆଦିଲ୍ଲୀ, ୧୦।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଆସନ୍ତା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ। ଏହି ଅବସରରେ ଓ୍ବେଷ୍ଟଇଣ୍ଡିଜର ଦୁର୍ଦ୍ଦର୍ଷ ଓପନର୍‌ କ୍ରିସ୍‌...

ସାନିଆ, ଇଜହାନଙ୍କୁ ଭେଟିବାକୁ ସୋଏବଙ୍କୁ ଅନୁମିତି ଦେଲା ପିସିବି

ଲାହୋର, ୨୦।୬- ତିନୋଟି ଲେଖାଏ ଟେଷ୍ଟ ଓ ଟି୨୦ ମ୍ୟାଚ୍‌ ଖେଳିବାକୁ ଚଳିତ ମାସ ଶେଷ ଭାଗରେ ପାକିସ୍ତାନ କ୍ରିକେଟ୍‌ ଦଳ ଇଂଲଣ୍ଡ ଗସ୍ତ କରିବାର...

ଓ୍ବର୍ନଙ୍କ ସର୍ବକାଳୀନ ଭାରତୀୟ ଏକାଦଶରେ ଗାଙ୍ଗୁଲି ଅଧିନାୟକ

ନୂଆଦିଲ୍ଲୀ,୧।୪(ପି.ଟି.): ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ସ୍ପିନର ଶେନ ଓ୍ବର୍ନ ତାଙ୍କର ସର୍ବକାଳୀନ ଭାରତୀୟ ଏକାଦଶ ଘୋଷଣା କରିଛନ୍ତି। ସେ ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ କଣ୍ଟ୍ରୋଲ...

ପ୍ରଥମ ଦିନିକିଆରେ ଭାରତ-ଏ’କୁ ଜିତାଇଲେ ଋତୁରାଜ

ବେଲାଗାଭି (କର୍ନାଟକ), ୭।୬(ପି.ଟି.)- ଋତୁରାଜ ଗାଏକଓ୍ବାଡଙ୍କ ମାରାଥନ ଅପରାଜିତ ଶତକୀୟ ଇନିଂସ ବଳରେ ଭାରତ-ଏ ଗୁରୁବାର ଏଠାରେ ଅନୁଷ୍ଠିତ ପ୍ରଥମ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌ରେ ଶ୍ରୀଲଙ୍କା-ଏ’କୁ...

କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ

ହରାରେ,୨୨ା୮(ପି.ଟି.): ଜିମ୍ବାଓ୍ବେ ବିପକ୍ଷ ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ ସୋମବାର ଖେଳାଯିବ। ଏହି ମୁକାବିଲା ଜିତି କ୍ଲିନ୍‌ ସୁଇପ୍‌ କରିବାକୁ ପ୍ରୟାସ କରିବ...

ତାହିର ପ୍ରଥମ ସ୍ପିନର

ଲଣ୍ଡନ,୩୧।୫(ପି.ଟି.)- ଦକ୍ଷିଣ ଆଫ୍ରିକା ଅଭିଜ୍ଞ ସ୍ପିନର ଇମ୍ରାନ ତାହିର ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ପ୍ରଥମ ସ୍ପିନର ଭାବେ କୌଣସି ବିଶ୍ୱକପ୍‌ର ପ୍ରଥମ...

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ: ନେଦରଲାଣ୍ଡ୍ସକୁ ହରାଇଲା ଭାରତ

ଭୁବନେଶ୍ୱର,୧୯।୧(କ୍ରୀଡ଼ା ପ୍ରତିନିଧି)- ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ ଲିଗ୍‌ରେ ଘରୋଇ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ମ୍ୟାଚରେ...

Advertisement
Archives

Model This Week