ଓଡ଼ଗାଁ ଏନ୍‌ଏସିକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କଲେ ଜିଲାପାଳ

ଓଡ଼ଗାଁ,୧ା୭(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ କୁରାଳ ଓ ସୁନାମୁହିଁ ପଞ୍ଚାୟତରୁ ବାହ୍ୟ ଓ ସଙ୍ଗରୋଧ କେନ୍ଦ୍ରରୁ ୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନର ନିଦ ହଜିଯାଇଥିଲା। ଜିଲା ପ୍ରଶାସନ କେବଳ ନୟାଗଡ଼ ସହରକୁ ଜଗିଥିବା ବେଳେ ଗ୍ରାମାଞ୍ଚଳକୁ ଆଦୌ ଧ୍ୟାନ ଦେଇ ନ ଥିଲା। ଏପରିକି ଓ ବ୍ଲକ ଓ ତହସିଲ ଅଞ୍ଚଳରେ ରାତିରେ କୌଣସି ଉତ୍ତରଦାୟୀ ଅଧିକାରୀ ରହୁ ନ ଥିବାରୁ ସବୁକିଛି ଏଠାରେ ଢିଲା ଚାଲିଥିଲା। ହେଲେ ସୁନାମୁହିଁରୁ ଜଣେ ଇଟା ବ୍ୟବସାୟୀ ବାହ୍ୟ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରୁ ସ୍ବାବ୍‌ ଟେଷ୍ଟ ପରେ ତାଙ୍କ ପରିବାର ସମେତ କୁରାଳ ସଙ୍ଗରୋଧରୁ ସମୁଦାୟ ୧୫ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଫଳରେ ଜିଲାପାଳ ବୁଧବାରଠାରୁ ଅନିର୍ଦ୍ଦିଷ୍ଟ ଦିନ ପର୍ଯ୍ୟନ୍ତ ଓ ଏନ୍‌ଏସି ସମେତ ସୁନାମୁହିଁ, ଗିରିଡ଼ିପଲି, କୁରାଳ, ପାଣ୍ଡେରିପଡ଼ା ଓ କୋମଣ୍ଡ ପଞ୍ଚାୟତର କେତେକ ଗ୍ରାମକୁ କଣ୍ଟେନ୍‌ମେଣ୍ଟ୍‌ ଅଞ୍ଚଳ ଘୋଷଣା କରିଛନ୍ତି । ସେହିପରି ସୁନାମୁହିଁ, କୁରାଳ, ଗିରିଡିପଲି, ପାଣ୍ଡେରିପଡ଼ା, ରବିଗାଡ଼ିଆ, ପନ୍ତୀଖାରି ଓ ରଙ୍ଗଣୀପାଟଣା ପଞ୍ଚାୟତରେ ୧୩ ଗ୍ରାମକୁ ବଫର ଜୋନ୍‌ ଭାବେ ଘୋଷଣା କରଯାଇଥିବା ଜିଲାପାଳ ଏକ ବିଜ୍ଞପ୍ତି ଦ୍ୱାରା ଜଣାଇଛନ୍ତି। ଏହାକୁ କଡ଼ାକଡ଼ି ପାଳନ କରିବାକୁ ପ୍ରଶାସନିକସ୍ତରରେ ସେ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା କରି ଜାଳିଦେଲେ!

ଯାଜପୁର ଅଫିସ,୨୦ା୭: ଯାଜପୁର ଜିଲା କଳିଙ୍ଗନଗର ଥାନା ସୁକିନ୍ଦା ବ୍ଲକ ପିଙ୍ଗଳ ପଞ୍ଚାୟତ ଅନ୍ତର୍ଗତ ନିମପଲ୍ଲୀ ଗ୍ରାମର ଏକ ଦମ୍ପତିଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ରବିବାର ବିଳମ୍ବିତ...

ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ

ନୟାଗଡ଼ ଅଫିସ,୨୬ା୧: ନୟାଗଡ଼ ଜିଲା ସଦର ମହକୁମା ପୋଲିସ ଟ୍ରେନିଂ ପଡିଆରେ ରବିବାର ୭୧ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା...

ଚିପିଲିମା ଘଣ୍ଟେଶ୍ୱରୀ ସ୍ବାଗତ ଫାଟକରୁ ପଥର ପ୍ଲେଟ୍‌ ଖସୁଛି

ଚିପିଲିମା, ୨୭।୫ (ଡି.ଏନ.ଏ):ସମ୍ବଲପୁର ଜିଲା ଚିପିଲିମାସ୍ଥିତ ମୁଖ୍ୟ ଛକରେ ଥିବା ଘଣ୍ଟେଶ୍ୱରୀଙ୍କ ପୀଠର ସ୍ବାଗତ ଫାଟକ ଅସୁରକ୍ଷିତ। ହେଲେ ଏହି ଫାଟକରୁ କିଛି ଦିନ ହେଲା...

ସିମନବାଡ଼ିରେ କୁଆପଥର ବୃଷ୍ଟି

ଦାରିଙ୍ଗବାଡ଼ି,୮ା୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ସମେତ ଏହାର ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନରେ ପ୍ରବଳ କୁଆପଥର ବୃଷ୍ଟି ହୋଇଛି । ବର୍ଷା ଯୋଗୁ...

ନିଜସ୍ବ ଉଦ୍ୟମରେ ରାସ୍ତା ମରାମତି କଲା ସ୍ବେଚ୍ଛାସେବୀ ସଂଗଠନ

ଚୌଦ୍ୱାର,୧୬।୭(ଡ଼ି.ଏନ୍‌.ଏ): ଚୌଦ୍ୱାର ପୌରପାଳିକାର ୧୧ନମ୍ବର ୱାର୍ଡ ରାଧାମୋହନ ମନ୍ଦିର ସମ୍ମୁଖ ରାସ୍ତାଟି ଆଜିକୁ ଦୀର୍ଘଦିନ ହେବ ଖାଲଖମା ହୋଇ ପଡିରହିଥିଲା। ଉକ୍ତ ରାସ୍ତା ଦେଇ ଲୋକଙ୍କୁ...

ଟ୍ରେନ୍‌ ଇଞ୍ଜିନରୁ ଖସିଲା ବଗି, ଦୁଇ ଭାଗ ହେଲା ବିଶାଖା ଏକ୍ସପ୍ରେସ୍‌

ଖୋର୍ଦ୍ଧା ଅଫିସ,୨।୧୧: ଖାର୍ଦ୍ଧା ଜିଲା ବାଲୁଗାଁ ବଡ଼କୂଳ ରେଳକ୍ରସିଙ୍ଗ ପୂର୍ବରୁ ଭୁବନେଶ୍ୱରରୁ ସିକନ୍ଦରାବାଦ ଯାଉଥିବା ବିଶାଖା ଏକ୍ସପ୍ରେସ୍‌ ଶନିବାର ଦୁଇ ଭାଗ ହୋଇଯାଇଥିଲା। ଏହା ପୂର୍ବତନ...

ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ପ୍ରସଙ୍ଗ:ବିବାଦୀୟ ହେବାକୁ ଚାହୁଁନି ପ୍ରଶାସନ

ପୁରୀ ଅଫିସ, ୨୩ା୮:ମେଘନାଦ ପାଚେରିକୁ ଲାଗି ରହିଥିବା ସରକାରୀ ଓ ବେସରକାରୀ ନିର୍ମାଣ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଛି। କେବଳ କେତେକ ମନ୍ଦିର ଓ ମଠକୁ...

ଅନୁଗୋଳ ବନଖଣ୍ଡର ଅଭିନବ ପଦକ୍ଷେପ : ଗଜ ଉପଦ୍ରବ ରୋକିବେ ‘ଗଜବନ୍ଧୁ’

ଅନୁଗୋଳ ଅଫିସ, ୨୨।୬ – ଅନେକ ସମୟରେ ଗଁ। ରେ ପଶି ମଣିଷ ମାରୁଛି ହାତୀ। ଦଳି ଚକଟି ନଷ୍ଟ କରୁଛି ହେକ୍ଟର ହେକ୍ଟର ଫସଲ।...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *