Posted inଖେଳ

କବର ସ୍ଥାନରେ କ୍ରିକେଟ ଅଭ୍ୟାସ କରୁଥିଲେ, ସୌରଭ ଗାଙ୍ଗୁଲି ବଦଳାଇଦେଲେ ଭାଗ୍ୟ

ନିଜ ଉପରେ ଯଦି ବିଶ୍ୱାସ ଅଛି ତେବେ କିଛି ବି କାମ ଅସମ୍ଭବ ନୁହେଁ। ଭାରତୀୟ ଦଳର ଜଣେ କ୍ରିକେଟର ମଧ୍ୟ ଅଛନ୍ତି, ଯିଏ କବର ସ୍ଥାନରେ ବୋଲିଂ ଅଭ୍ୟାସ କରୁଥିଲେ, କିନ୍ତୁ ଆଜି ତାଙ୍କ ନାମ ବିଶ୍ୱରର ସବୁଠାରୁ ମାରାତ୍ମକ ବୋଲର ଭାବେ ପରିଚିତ। ସେ ହେଉଛନ୍ତି ମହମ୍ମଦ ସାମି। ତାଙ୍କ ପିଲାଦିନ ବହୁତ କଷ୍ଟ ଦେଇ ଗତି କରଥିଲା।
ମହମ୍ମଦ ସାମି ୟୁପିର ଆମ୍ରୋହାସ୍ଥିତ ସାହସପୁର ଆଲିନାଗର ଗାଁର ଏକ କୃଷକ ଘରେ ଜନ୍ମଗ୍ରହଣ କରିଥିଲେ। ଶାମି ପିଲାଦିନରୁ କ୍ରିକେଟ ଖେଳିବାକୁ ଭଲ ପାଉଥିଲେ, ବିଶେଷ କରି ଦ୍ରୁତ ବୋଲିଂ। ମହମ୍ମଦ ଶାମି ଯେଉଁଠାରେ ବି ସୁଯୋଗ ପାଇଲେ ବୋଲିଂ କରୁଥିଲେ। ଏହା ଘର ଆଗ ହେଉ କି ଶ୍ମଶାନ। ସାମିଙ୍କ ଘର ପଛରେ ଏକ ଶ୍ମଶାନ ଥିଲା, ସେ ଏଠାରେ ଦିନସାରା କ୍ରିକେଟ ଖେଳୁଥିଲେ। କୋଚ ବଦର ଅହମ୍ମଦଙ୍କ ସହଯୋଗ ସେ ବୋଲିଂ କରିବା ଆରମ୍ଭ କରିଥିଲେ। ସାମିଙ୍କର ଅସ୍ତ୍ର ଥିଲା ତାଙ୍କର ଗତି। ସେହି ୧୪୦ କିଲୋମିଟର ବେଗରେ ବୋଲିଂ କରୁଥିଲେ। ସାମିଙ୍କ ଉତ୍ତର ପ୍ରଦେଶରେ ପାଇଁ ଖେଳିବା ସମ୍ଭାବନା କମ୍‌ ଥିଲା। ତେଣୁ କୋଚ ବଦର ତାଙ୍କୁ କୋଲକାତାରେ କ୍ଲବ କ୍ରିକେଟ ଖେଳିବାକୁ ପରାମର୍ଶ ଦେଇଥିଲେ। ସାମି କୋଲକାତାରେ ଅଭ୍ୟାସ ଆରମ୍ଭ କରିଥିଲେ।
ମହମ୍ମଦ ଶାମି କୋଲକାତାରେ ଟ୍ରେନିଂ ଆରମ୍ଭ କରିଥିଲେ ଏବଂ ଏହାପରେ ତାଙ୍କ ଭାଗ୍ୟ ବଦଳିଗଲା। ଅଭ୍ୟାସ ପାଇଁ ସୌରଭ ଗାଙ୍ଗୁଲି କୋଲକାତାର ଇଡେନ ଗାର୍ଡେନରେ ଥିଲେ ଏବଂ ସାମି ତାଙ୍କୁ ବୋଲିଂ କରିବାର ସୁଯୋଗ ପାଇଥିଲେ। ସୌରାଭ ଗାଙ୍ଗୁଲିଙ୍କୁ ନିଜର ବୋଲିଂରେ ସେ ଅସୁବିଧାରେ ପକାଇଥିଲେ। ଏହା ପରେ ଗାଙ୍ଗୁଲି ବଙ୍ଗଳା କ୍ରିକେଟ ଦଳର ପରିଚାଳନାକୁ ମହମ୍ମଦ ସାମିଙ୍କ ଉପରେ ନଜର ରଖିବାକୁ କହିଥିଲେ। ଏହା ପରେ ସେ କୋଲକତା ପାଇଁ କ୍ରିକେଟ ଖେଲିଥିଲେ। ୨୦୧୩ ରେ ଶାମି ଭାରତୀୟ କ୍ରିକେଟ ଦଳର ଏକ ଅଂଶ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାନ ଦୋକାନିଙ୍କ ପୁଅ ଆଜି ମ୍ୟାଚ ଓ୍ବିନର

ନୂଆଦିଲ୍ଲୀ,୨୯।୩: ଆଇପିଏଲ ୨୦୨୪ର ନବମ ମ୍ୟା ରେ ରାଜସ୍ଥାନ ରୟାଲ୍ସକୁ ଜିତାଇବାରେ ଆବେଶ ଖାନ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଦଳ ପାଇଁ ଶେଷ ଓଭରରେ...

ବିବାହ ପୂର୍ବରୁୁ ଦୀପିକାଙ୍କ ସହ ଥିଲା ଧୋନିଙ୍କର ସମ୍ପର୍କ?

ନୂଆଦିଲ୍ଲୀ,୨୯।୩: ମହେନ୍ଦ୍ର ସିଂ ଧୋନି ଆଇପିଏଲ ୨୦୨୪ ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳାଳି ଭାବରେ ଖେଳୁଛନ୍ତି। ୧୭ ତମ ସିଜିନ ଆରମ୍ଭ ହେବାର...

ଦୁଇଫାଳ ମୁମ୍ବାଇ ଇଣ୍ଡିଆନ୍ସ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମର୍ଥନରେ ମାଲିକ

ନୂଆଦିଲ୍ଲୀ,୨୯।୩: ପାଞ୍ଚ ଥର ଚାମ୍ପିଅନ୍ ତଥା ତାରକା ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କଠାରୁ ଅଧିନାୟକତ୍ୱ ଦାୟିତ୍ୱ ଛଡ଼ାଇବା ନିଷ୍ପତିକୁ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ଗ୍ରହଣ କରି ପାରୁ...

ଏହି ମହଙ୍ଗା ବୋଲରଙ୍କୁ ଘାରିଛି କୋହଲି ଭୟ: ଆଇପିଏଲ ଇତିହାସରେ ପ୍ରଥମଥର ହେବ ସାମ୍ନା

ବେଙ୍ଗାଲୁରୁ,୨୯।୩: ଆଇପିଏଲ ୨୦୨୪ର ଦଶମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ। ଆରସିବି ଚଳିତ ସିଜନରେ ଏପର୍ଯ୍ୟନ୍ତ ଦୁଇଟି...

ରାଗିଯାଇ କାନ୍ଥରେ ବ୍ୟାଟ୍‌ ପିଟିଦେଲେ ରିଷଭ ପନ୍ତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୯।୩; ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲକୁ ୧୨ ରନରେ ପରାସ୍ତ କରିଛି। ଏହିପରି...

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ...

ଲାଟିନ୍‌ ଆମେରିକା ଲିଗ୍‌ରେ ବିଜୟ ପ୍ରଥମ ଭାରତୀୟ

ଚେନ୍ନାଇ,୨୮ା୩(ପି.ଟି.):ଡିଫେଣ୍ଡର ବିଜୟ ଛେତ୍ରୀ ପ୍ରଥମ ଭାରତୀୟ ଖେଳାଳି ଭାବରେ ଏକ ଲାଟିନ୍‌ ଆମେରିକୀୟ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଉରୁଗୁଏର କ୍ଲବ କଲୋନା ଏଫ୍‌ସି ସହିତ...

ଭାରତୀୟ ହକି ଦଳକୁ ଓସ୍‌ଜାର ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’

ଭୁବନେଶ୍ବର, ୨୯ା୩ (ବିଜୟ ରଣା):ଭାରତୀୟ ପୁରୁଷ ହକି ଦଳକୁ ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓ ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା)। ଗୁରୁବାର ସଂଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri