ବିଜେଡି ବିଜୟ ଉତ୍ସବ ବେଳେ ଭାଜପା କର୍ମୀଙ୍କୁ ଛୁରାମାଡ଼

ସମ୍ବଲପୁର,୧୪।୫(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ ବିଜୟୀ ହେବା ପରେ ବିଭିନ୍ନ ସ୍ଥାନରେ ସମର୍ଥକ, ଦଳୀୟ କର୍ମୀମାନେ ବିଜୟ ଉତ୍ସବ ମନାଇଥିଲେ। ଝାରସୁଗୁଡ଼ା ଜିଲା ବଡମାଲ ଥାନା ଶ୍ରୀପୁରା ଗ୍ରାମରେ ଶନିବାର ବିଜୟ ଉତ୍ସବ ସମୟରେ ବିଜେଡି ଓ ଭାଜପା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ବିଜେଡି କର୍ମୀମାନେ ଭାଜପାର ଶ୍ରୀପୁରା ପଞ୍ଚାୟତ ସଭାପତି ସୁବ୍ରତ ପ୍ରଧାନଙ୍କୁ ଗଁା ଦାଣ୍ଡରେ ସର୍ବସମ୍ମୁଖରେ ଗୋଡାଇ ଗୋଡାଇ ଛୁରିରେ ଆକ୍ରମଣ କରିଥିଲେ। ଫଳରେ ସୁବ୍ରତ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି।
ସୁବ୍ରତଙ୍କ କହିବା ଅନୁସାରେ, ବିଜେଡି କର୍ମୀମାନେ ବିଜୟ ଉତ୍ସବ ପାଳନ କରିବାରେ କୌଣସି ସମସ୍ୟା ନାହିଁ। ହେଲେ ଆମ ପଡାକୁ ଆସି ଘର ପାଖରେ ବାଣ ଫୁଟାଇବାକୁ ପଡ଼ାବାସୀ ବିରୋଧ କରିଥିଲେ। ଏଥିରେ ସେମାନେ ଉତ୍ତେଜିତ ହୋଇ ମାର୍‌ପିଟ କରିଥିଲେ। ଗଣ୍ଡଗୋଳ ଖବର ପାଇ ମୁଁ ସେଠାରେ ପହଞ୍ଚିଥିଲି। ପହଞ୍ଚତ୍ବା ମାତ୍ରେ ସେମାନେ ମୋତେ ଛୁରିରେ ଆକ୍ରମଣ କରିଥିଲେ। ଆକ୍ରୋଶ ରଖି ସଂଘବଦ୍ଧ ଭାବେ ଏଭଳି କାଣ୍ଡ ଭିଆଇଥିଲେ। ଏହାକୁ ନେଇ ଥାନାରେ ଅଭିଯୋଗ କରିଥିବା କହିଥିଲେ। ଅନ୍ୟପଟେ ମାର୍‌ପିଟ ଓ ଛୁରାମାଡ କରୁଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଭିଡିଓରେ ଜଣେ ଯୁବକ ହାତରେ ଛୁରି ଧରି ସୁବ୍ରତଙ୍କୁ ଆକ୍ରମଣ କରୁଛନ୍ତି। ଅନେକ ମହିଳା ଓ ଯୁବକ ଉପସ୍ଥିତ ଥିବାବେଳେ କେତେଜଣ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଛନ୍ତି। ଅନ୍ୟ କେତେଜଣ ସମାଧାନ କରୁଥିବା ଭିଡିଓରେ ରେକର୍ଡ ରହିଛି। ଏ ସମ୍ପର୍କରେ ସଦର ଏସ୍‌ଡିପିଓ ନିର୍ମଳ ମହାପାତ୍ର କହିଛନ୍ତି, ଭାଜପା ଓ ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ା ଏହାକୁ ନେଇ ବଡମାଲ ଥାନାରେ ମାମଲା ରୁଜୁ ହୋଇଛି। ବିଜେଡି କର୍ମୀଙ୍କ ପାଲଟା ଅଭିଯୋଗକ୍ରମେ ମାମଲା ରୁଜୁ ହୋଇଛି ବୋଲି ସେ କହିଥିଲେ। ବଡମାଲ ଥାନା ଅଧିକାରୀ ରାଜେନ୍ଦ୍ର ସିଆଲ କହିଛନ୍ତି, ବିଜୟ ଉତ୍ସବ ସମୟରେ ଗଣ୍ଡାଗୋଳ ହୋଇଥିଲା। ଗ୍ରାମର ଅମିତ ପାଣିଗ୍ରାହୀଙ୍କ ଅଭିଯୋଗ କ୍ରମେ ସୁବ୍ରତ ପ୍ରଧାନ ଓ ଲଳିତ ରୋହିଦାସଙ୍କ ନାମରେ ଥାନାରେ ମାମଲା (ନଂ.୧୪୪/୨୩) ରୁଜୁ ହୋଇଛି। ସେହିପରି ରମାକାନ୍ତ ରୋହିଦାସଙ୍କ ଅଭିଯୋଗ କ୍ରମେ ଭୂବେନ୍ଦ୍ର ତ୍ରିପାଠୀ ଓ ରାଜା ପାଣିଗ୍ରାହୀଙ୍କ ନାମରେ ମାମଲା (ନଂ.୧୪୫/୨୩) ରୁଜୁ ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri