Posted inଖେଳ

ସ୍ବିଟେକ୍‌, ଗଫ୍‌ ୪ର୍ଥ ରାଉଣ୍ଡରୁ ବିଦା

ମେଲବୋର୍ନ,୨୩ା୧(ପି.ଟି.): ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ଟୁର୍ନାମେଣ୍ଟରେ ରବିବାର ଦେଖିବାକୁ ମିଳିଛି ବଡ଼ ବିପର୍ଯୟ। ମହିଳା ସିଙ୍ଗଲ୍ସରେ ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନରେ ରହିଥିବା ଇଗା ସ୍ବିଟେକ୍‌ ଓ ୭ ନମ୍ବର କୋକୋଆ ଗଫ୍‌ ପରାଜୟ ସହ ଚତୁର୍ଥ ରାଉଣ୍ଡରୁ ବିଦାୟ ନେଇଛନ୍ତି। ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନରେ ଥିବା ତଥା ଦୁଇ ଦୁଇଥର ଗ୍ରାଣ୍ଡସ୍ଲାମ ଟାଇଟଲ ବିଜୟିନୀ ସ୍ବିଟେକ୍‌ ଓ୍ବିମ୍ବେଲଡନ୍‌ ଚାମ୍ପିୟନ୍‌ ଏଲିନା ରିବାକିନାଙ୍କ ନିକଟରୁ ହାରି ଯାଇଛନ୍ତି। ଏହାସହିତ ସ୍ବିଟେକ୍‌ଙ୍କ କ୍ରମାଗତ ୩୭ତମ ବିଜୟରେ ମଧ୍ୟ ବ୍ରେକ୍‌ ଲାଗିଛି। ରବିବାର ରଡ୍‌ ଲାଭେର ଆରେନାରେ ଖେଳାଯାଇଥିବା ମ୍ୟାଚ୍‌କୁ ରିବାକିନା ୬-୪, ୬-୪ରେ ଜିତି ନେଇଥିଲେ।

ଏହି ଟୁର୍ନାମେଣ୍ଟ ପରାଜୟ ପରେ ମୋତେ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବାକୁ ପଡ଼ିବ ବୋଲି କହିଛନ୍ତି ସ୍ବିଟେକ୍‌। ମ୍ୟାଚ୍‌ ଆରମ୍ଭରୁ ବିଜୟୀ ହେବା ପରିବର୍ତ୍ତେ ପରାଜିତ ନ ହେବା ମୋର ପ୍ରାଥମିକତା ରହିଥିଲା। ଆରମ୍ଭରୁ ଚାପରେ ରହିବା ସହ ଏହି ମ୍ୟାଚ୍‌ରେ ପରାଜିତ ହୋଇଥିବା ସ୍ବୀକାର କରିଛନ୍ତି ସ୍ବିଟେକ୍‌। ଏଥିଯୋଗୁ କ୍ୱାର୍ଟର ଫାଇନାଲରେ ସ୍ବିଟେକ୍‌ ଓ କୋକୋଆ ଗଫ୍‌ଙ୍କ ମ୍ୟାଚ୍‌ ଦେଖିବା ପାଇଁ ଆଶାୟୀ ଦର୍ଶକଙ୍କୁ ନିରାଶ ହେବାକୁ ପଡ଼ିଛି। ଅନ୍ୟପକ୍ଷରେ କୋକୋଆ ୨୦୧୭ ଫ୍ରେଞ୍ଚ୍‌ ଓପନ୍‌ ଚାମ୍ପିୟନ୍‌ ଜେଲେନା ଓଷ୍ଟାପେଙ୍କୋଙ୍କ ନିକଟରୁ ପରାସ୍ତ ହୋଇଛନ୍ତି। ମାର୍ଗାରେଟ୍‌ କୋର୍ଟ ଆରେନାରେ ଖେଳାଯାଇଥିବା ମ୍ୟାଚ୍‌କୁ ଓଷ୍ଟାପେଙ୍କୋ ୭-୫, ୬-୩ରେ ଜିତି ନେଇଥିଲେ। ବିଶ୍ୱ ମାନ୍ୟତାର ୩ ନମ୍ବର ସ୍ଥାନରେ ରହିଥିବା ଜେସିକା ପେଗୁଲା କ୍ରମାଗତ ତୃତୀୟଥର ପାଇଁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୧ ଫ୍ରେଞ୍ଚ୍‌ ଓପନ ଚାମ୍ପିୟନ ବାର୍ବାରା କ୍ରେଜିକୋଭାଙ୍କୁ ୭-୫, ୬-୨ ସେଟ୍‌ରେ ପରାସ୍ତ କରିଥିଲେ ପେଗୁଲା। ୨୨ତମ ସିଡେଡ୍‌ ରିବାକିନା ଓ ୧୭ତମ ସିଡ୍‌ ଓଷ୍ଟାପେଙ୍କୋ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆନ୍‌ ଓପନ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ପିତାଙ୍କ ରାସ୍ତାରେ କୋର୍ଡା

୨୨ ବର୍ଷୀୟ ଆମେରିକୀୟ ଖେଳାଳି ସେବାଷ୍ଟିଆନ୍‌ କୋର୍ଡା ଅଷ୍ଟ୍ରେଲିଆନ୍‌ ଓପନ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୧୯୯୮ରେ ତାଙ୍କ ପିତା ପିଟର କୋର୍ଡା ଅଷ୍ଟ୍ରେଲିଆନ୍‌ ଓପନ୍‌ ଚାମ୍ପିୟନ୍‌ ହୋଇଥିଲେ। ବିଶ୍ୱ ମାନ୍ୟତାର ୧୦ମ ସ୍ଥାନରେ ଥିବା ହୋବାର୍ଟ ହୁରକାଜଙ୍କୁ ୫ ସେଟ୍‌ବିଶିଷ୍ଟ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ପରାସ୍ତ କରିବା ସହିତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି କୋର୍ଡା। ୩-୬, ୬-୩, ୬-୨, ୧-୬ ଓ ୭-୬(୧୦-୭) ସେଟ୍‌ରେ କୋର୍ଡା ଏହି ମ୍ୟାଚ୍‌ ଜିତିନେଇଥିଲେ। ସେହିପରି ପୁରୁଷ ସିଙ୍ଗଲ୍ସରେ ଆଉ ଏକ ବିପର୍ଯ୍ୟୟ ଘଟାଇଥିଲେ ଅଣସିଡେଡ୍‌ ଜିରି ଲେହେକା। ବିଶ୍ୱ ମାନ୍ୟତାର ୬ଷ୍ଠ ସ୍ଥାନରେ ଥିବା ଫେଲିକ୍ସ ଅଗର ଆଲିଆସିମ୍ମେଙ୍କୁ ୪-୬, ୬-୩, ୭-୬(୨), ୭-୬(୩) ସେଟ୍‌ରେ ପରାସ୍ତ କରିବା ସହିତ ପ୍ରଥମଥର ଏକ ଗ୍ରାଣ୍ଡସ୍ଲାମ କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ଅନ୍ୟ ଖେଳାଳିଙ୍କ ମଧ୍ୟରେ ଜାନିକ୍‌ ସିନ୍ନରଙ୍କୁ ୬-୪, ୬-୪, ୩-୬, ୪-୬ ଓ ୬-୩ ରେ ପରାସ୍ତ କରିଛନ୍ତି ଷ୍ଟିଫାନସ୍‌ ସିତ୍‌ସିପାସ। ୧୮ ନମ୍ବର ସିଡ୍‌ କାରେନ୍‌ ଖାଚାନୋଭା ମଧ୍ୟ ୬-୦, ୬-୦, ୭-୬ ସେଟ୍‌ରେ ୟୋଶିହିଟୋ ନିଶିଓକାଙ୍କୁ ପରାସ୍ତ କରିଛନ୍ତି।

ପୁରୁଷ ଓ ମହିଳା ଡବଲ୍ସରେ ଭାରତର ଅଭିଯାନ ଶେଷ

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ଟୁର୍ନାମେଣ୍ଟର ମହିଳା ଡବଲ୍ସ ବର୍ଗରେ ଭାରତୀୟ ଅଭିଯାନ ଶେଷ ହୋଇଛି। ରବିବାର କାଜାଖସ୍ତାନର ଆନ୍ନା ଡାନାଲିନା ଓ ସାନିଆ ମିର୍ଜାଙ୍କ ଯୋଡ଼ି ମହିଳା ଡବଲ୍ସ ଦ୍ୱିତୀୟ ରାଉଣ୍ଡରେ ପରାଜିତ ହୋଇଛି। ବେଲଜିୟମର ଆଲିସନ୍‌ ଭାନ୍‌ ୟୁଟଭାଙ୍କ ଓ ୟୁକ୍ରେନ୍‌ର ଆହ୍ନେଲିନା କାଲିନିନାଙ୍କ ନିକଟରୁ ୪-୬, ୬-୪, ୨-୬ ସେଟ୍‌ରେ ପରାସ୍ତ ହୋଇଛନ୍ତି ସାନିଆ-ଡାନାଲିନା। ଅଷ୍ଟମ ସିଡ୍‌ ଭାରତ-କାଜାଖ ଯୋଡ଼ି ୨ ଘଣ୍ଟାରୁ ଅଧିକ ସମୟ ସଂଘର୍ଷ କରିଥିଲେ ହେଁ ପରାଜିତ ହୋଇଥିଲେ। ସାନିଆ-ଡାନାଲିନା ପ୍ରଥମ ସେଟ୍‌ରେ ପରାସ୍ତ ହୋଇଥିଲେ ହେଁ ଦ୍ୱିତୀୟ ସେଟ୍‌ରେ ପ୍ରତ୍ୟାବର୍ତ୍ତନ କରିଥିଲେ। ତୃତୀୟ ତଥା ନିର୍ଣ୍ଣାୟକ ସେଟ୍‌କୁ ହାରିବା ସହିତ ସାନିଆ ବିଦାୟ ନେଇଛନ୍ତି। ସେହିପରି ପୁରୁଷ ଡବଲ୍ସରେ ଏନ୍‌. ଶ୍ରୀରାମ ବାଲାଜୀ ଓ ଜୀବନ ନେଦୁନ୍‌ଚେଝିୟାନ୍‌ଙ୍କ ଯୋଡ଼ି ୬-୪, ୬-୪ର ସିଧାସଳଖ ସେଟ୍‌ରେ ଫ୍ରାନ୍ସର ଜେରେମି ଚାର୍ଡି ଓ ଫାବ୍ରିସ୍‌ ମାର୍ଟିନଙ୍କ ନିକଟରୁ ହାରିଯାଇଥିଲା। ତେବେ କେବଳ ମିକ୍ସଡ ଡବଲ୍ସରେ ରୋହନ ବୋପାନ୍ନା ଓ ସାନିଆଙ୍କ ଯୋଡ଼ି ଦ୍ୱିତୀୟ ରାଉଣ୍ଡରେ ପହଞ୍ଚଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

କ୍ରିକେଟରେ ବଡ଼ ନିୟମ ପରିବର୍ତ୍ତନ: ICC ଜାରି କଲା ନୂଆ ଗାଇଡଲାଇନ, ଏଣିକି ରନ୍‌ଆଉଟ୍‌ରେ…

ନୂଆଦିଲ୍ଲୀ,୧।୧୦: କ୍ରିକେଟରେ ଆଉ କିଛି ନିୟମ ବଦଳିଛି। ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଏହି ନୂଆ ନିୟମଗୁଡ଼ିକ ଅକ୍ଟୋବର ୧ କିମ୍ବା ଏହା ପରେ ଆରମ୍ଭ ହେଉଥିବା…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଲେ ଏହି ଖେଳାଳି; BCCI ପକ୍ଷରୁ ରିପ୍ଲେସମେଣ୍ଟ ଖେଳାଳିଙ୍କ ନାମ ଘୋଷଣା, ପ୍ରଶଂସକ ଚକିତ

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଭାରତୀୟ ଦଳରେ ହଠାତ ଏକ ପରିବର୍ତ୍ତନ କରିଛି। ବିଶେଷ ଭାବରେ, ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?