ପାଉଁଶରେ ପୋତାହେବ ଜଳାଶୟ, ବଢୁଛି ଜନ ଅସନ୍ତୋଷ

ସମ୍ବଲପୁର, ୧୩ା୭ (ଶୁଭାଶିଷ ପାଢୀ): ଭୂତଳ ଜଳସ୍ତର ନିୟନ୍ତ୍ରଣ, ଜଳ ସଂରକ୍ଷଣ ସହ ଲୋକଙ୍କ ଦୈନନ୍ଦିନ ବ୍ୟବହାର ପାଇଁ ରାଜ୍ୟ ସରକାର ପୋଖରୀ ଖନନ କରୁଛନ୍ତି। ଦୁଇଦିନ ତଳେ ଏଥିପାଇଁ ସ୍ବତନ୍ତ୍ର ଅନୁଦାନ ମଧ୍ୟ ଘୋଷଣା କରିଛନ୍ତି। ହେଲେ ସମ୍ବଲପୁର ଜିଲାରେ ପଥର ଉତ୍ତୋଳନ ପରେ ସୃଷ୍ଟି ହୋଇଥିବା କୃତ୍ରିମ ଜଳାଶୟକୁ ଏବେ ପାଉଁଶ (ଫ୍ଲାଏଆଶ)ରେ ପୋତିଦେବାକୁ ଯୋଜନା ଆରମ୍ଭ ହୋଇଛି। ଏହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି।

ଯୁଯୁମୁରା ତହସିଲ ହାତିବାରୀ ମୌଜାରେ ଘରୋଇ କମ୍ପାନୀ ଫ୍ଲାଏଆଶ ଟ୍ରାନ୍ସପୋର୍ଟରକୁ ଖୁସି କରିବା ପାଇଁ ଉଦ୍ୟମ ଚଳାଇଛି। ସ୍ଥାନୀୟ ତହସିଲଦାର ମଧ୍ୟ ପଞ୍ଚାୟତକୁ ରିପୋର୍ଟ ମାଗିଛନ୍ତି। ଆପତ୍ତି ଅଭିଯୋଗ କରିବାକୁ ନିର୍ଦ୍ଦିଷ୍ଟ ସମୟ ଦିଆଯାଇଛି। ଏହାର ଉତ୍ତର ପତ୍ର ଖୋଦ ସ୍ଥାନୀୟ ଆର୍‌ଆଇ ସରପଞ୍ଚ ନିରଞ୍ଜନ ପଣ୍ଡାଙ୍କଠାରୁ ଆଣିଛନ୍ତି। ଲୋକଙ୍କ ଅଭିଯୋଗ ପାଇବା ପରେ ସରପଞ୍ଚ ଆର୍‌ଆଇଙ୍କୁ ଚିଠି ଫେରାଇବାକୁ କହିଛନ୍ତି। ଲୋକଙ୍କ ସୁବିଧା ଓ ମତାମତ ନେଇ କାମ କରାଯିବ ବୋଲି ସରପଞ୍ଚ ପଣ୍ଡା କହିଛନ୍ତି। ଅନ୍ୟପଟେ ତହସିଲଦାରଙ୍କ ନୋଟିସ୍‌କୁ ନେଇ ହାତିବାରି ଗ୍ରାମରେ ଜନ ଅସନ୍ତୋଷ ଦେଖାଦେଇଛି। ଏଠାରେ ପାଉଁଶ ଡମ୍ପିଂ କରି ପରିବେଶ ପ୍ରଦୂଷଣ କରିବା ଯୋଜନା ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ପୂର୍ବରୁ ହାତିବାରୀ ମୌଜା ଖାତା ନଂ.୧୬୮, ପ୍ଲଟ ନଂ.୨୪୮୧ରେ ପ୍ରାୟ ୫ ଏକର ଜମିରେ ପଥର ଖାଦାନ ହୋଇଥିଲା। ପଥର ଉତ୍ତୋଳନ ପରେ ଏଠାରେ ଏକ ବିଶାଳ ଜଳାଶୟ ସୃଷ୍ଟି ହୋଇଛି। ଏହି ଜଳାଶୟରୁ ପମ୍ପ ସାହାଯ୍ୟରେ ପାଣି ନେଇ ଚାଷୀମାନେ ଚାଷ କରିଥାନ୍ତି। ଲୋକମାନେ ଖରା ଦିନରେ ଗାଧୋଇବା ସହ ଅନ୍ୟ କାମରେ ମଧ୍ୟ ବ୍ୟବହାର କରୁଛନ୍ତି। ଜଳାଶୟରୁ ପାଣି ପିଇ ବନ୍ୟଜନ୍ତୁ ମଧ୍ୟ ତୃଷା ମେଣ୍ଟାଇଥାନ୍ତି। ହେଲେ ଏବେ ଜଳାଶୟକୁ ପାଉଁଶରେ ପୋତିଦେବାକୁ ଯୋଜନା ଆରମ୍ଭ ହୋଇଛି। ଏକ ନିର୍ଦ୍ଦିଷ୍ଟ କମ୍ପାନୀ ପକ୍ଷରୁ ପାଉଁଶ ପକାଇବାକୁ ଅନୁମତି ମଗାଯାଇଛି। ଗ୍ରାମ ସଭା ଓ ପଲ୍ଲିସଭାରେ କୌଣସି ରିପୋର୍ଟ ଦିଆଯାଉ ନାହିଁ ବୋଲି ହାତିବାରୀ ଓ ଜାମଟାଲ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ତହସିଲଦାର ଓ ସରପଞ୍ଚଙ୍କୁ ଅଭିଯୋଗ କରିଛନ୍ତି। ଗ୍ରାମର ଅଜୟ ବେହେରା, ଆକାଶ ସ୍ବାଇଁ, ଗିରିଗୋବର୍ଦ୍ଧନ ପାତ୍ର, ଓକିଲ ଝାଙ୍କର, ଗ୍ରାମର ସଭାପତି ମେଘନାଥ କଠାର ପ୍ରମୁଖ ତହସିଲଦାର ଅଭିଶେକ ସାହୁଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଖାଦାନକୁ ପୋତିବା ପାଇଁ ଦିଆଯାଇଥିବା ଅନୁମତି ପ୍ରକ୍ରିୟା ବନ୍ଦ କରାଯାଉ ବୋଲି ଦାବି କରିଛନ୍ତି। ଏ ସମ୍ପର୍କରେ ତହସିଲଦାର ସାହୁ କହିଛନ୍ତି, କମ୍ପାନୀ ଆବେଦନ କରିବା ପରେ ତହସିଲ ପକ୍ଷରୁ ପଞ୍ଚାୟତକୁ ଫିଜିବିଲିଟି ରିପୋର୍ଟ ମଗାଯାଇଥିଲା। ପଞ୍ଚାୟତ ରିପୋର୍ଟ ଦେବା ପରେ ଉପରିସ୍ଥ ଅଧିକାରୀଙ୍କୁ ପଠାଇ ଦିଆଯାଇଛି। ଏହା ପ୍ରଥମ ପର୍ଯ୍ୟାୟର କାମ। ଚୂଡାନ୍ତ ହୋଇ ନାହିଁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁର ସହରରେ ପଶିଲା ବନ୍ୟାପାଣି: ସ୍ଥିତି ପରଖିଲେ ଉପଜିଲାପାଳ

ପୁରୁଷୋତ୍ତମପୁର, ୨୫।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଚାରିଦିନ ହେଲା ଲଗାଣ ବର୍ଷା ଲାଗିରହିଛି। ଏହି…

ଲଘୁଚାପଜନିତ ଲଗାଣ ବର୍ଷା: ଘର ଉପରେ ପଡ଼ିଲା ଗଛ

ମହାକାଳପଡ଼ା,୨୫।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ ମହାକାଳପଡ଼ା ବ୍ଲକରେ ଏକ ଅଘଟଣ ଘଟିଛି। ନାଞ୍ଜୁରା ପଞ୍ଚାୟତ ଅନ୍ତର୍ଗତ ତନ୍ତିଆପାଳ-ଭୋପାଳ ଗ୍ରାମର…

ଭୁଶୁଡ଼ିଲା ନୀଳମାଧବ ମନ୍ଦିର ମେଘନାଦ ପାଚେରୀ ଗାର୍ଡ ୱାଲ

ଖଣ୍ଡପଡ଼ା,୨୫।୯(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ କଣ୍ଟିଲୋର ଶ୍ରୀ ନୀଳମାଧବ ମନ୍ଦିର। ଲଗାଣ ବର୍ଷାରେ ଶୁକ୍ରବାର ମନ୍ଦିରର ଉତ୍ତର ପୂର୍ବ(ସ୍ନାନ ମଣ୍ଡପକୁ ସଂଲଗ୍ନ)…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

ହାତୀନଦୀରେ ବଡ଼ ବନ୍ୟା, ଶହଶହ ଏକର ଚାଷ ଜମି ଜଳମଗ୍ନ

ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ୩ ଦିନ ଧରି ଲଗାଣ ବର୍ଷା ଏବଂ ଇନ୍ଦ୍ରାବତୀ ମଙ୍ଗଳପୁର ବ୍ୟାରେଜରୁ ୪ଟି ଗେଟ ଖୋଲାଯିବା ପରେ ଶୁକ୍ରବାର…

୪ଦିନ ହେଲା ବର୍ଷା ଜାରି: କୁଳଲଙ୍ଘି ଗର୍ଜନ କରୁଛି ରୁଷିକୁଲ୍ୟା

ପୁରୁଷୋତ୍ତମପୁର,୨୫।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ୪ଦିନ ହେଲା ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ…

ଲଗାଣ ବର୍ଷାରେ ମୟୂରଭଞ୍ଜ ବେହାଲ, ନଦୀରେ ବଢୁଛି ଜଳସ୍ତର, ଅନେକ ଅଞ୍ଚଳକୁ ବିଚ୍ଛିନ୍ନ କଲା ବନ୍ୟାଜଳ

ବାରିପଦା,୨୫।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷାରେ ମୟୂରଭଞ୍ଜ ଜିଲା ବେହାଲ ହୋଇପଡିଛି। ପ୍ରବଳ ବର୍ଷା ଯୋଗୁ ଜିଲାର ଏକାଧିକ ନଦୀରେ ଜଳସ୍ତର ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?