ଆସିଲେନି ସମ୍ପର୍କୀୟ, କାନ୍ଧ ଦେଲେ ପୋଲିସ ଏଏସ୍‌ଆଇ, ସ୍ବେଚ୍ଛାସେବୀ

ବୌଦ୍ଧ,୮ା୯(ସ୍ବ.ପ୍ର.): ବୌଦ୍ଧ ସହରର ନୂଆଁସାହି କଚେରୀ ପଡିଆ ନିକଟସ୍ଥ ଏକ ଭଡାଘରେ ରହୁଥିବା ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତା ମହିଳା ହେଲେ ସୁରୁବୁଢୀ ବେହେରା

ମିଳିଥିବା ସୂଚନା ମୁତାବକ, ଗୁରୁବାର ସକାଳେ ଭଡା ଘର ଦୁଆରେ ଥିବା ଏକ ପିଜୁଳି ଗଛରେ ସୁରୁବୁଢୀଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ସେ ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ମୃତ୍ୟୁର କାରଣ ଜଣାପଡିନାହିଁ । ଖବର ପାଇ ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି। ତେବେ ମହିଳାଙ୍କ ମୃତଦେହ ନେବାକୁ କେହି ଆତ୍ମୀୟ ସ୍ବଜନ ଆସି ନ ଥିଲେ । ତେଣୁ ବୌଦ୍ଧ ସହରସ୍ଥିତ ବୁଟୁପାଲି ଠାରେ ଥିବା ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ସଂଗଠନ ସଦସ୍ୟଙ୍କ ସହିତ ବୌଦ୍ଧ ଥାନାର ଏଏସଆଇ ମଦନ ମୋହନ ପ୍ରଧାନ, ସତ୍ୟନାରାୟଣ ପାଣି ପ୍ରମୁଖ କାନ୍ଧ ଦେଇ ସ୍ଥାନୀୟ ରାଜଘାଟ ଠାରେ ଶେଷକୃତ୍ୟ ସଂପନ୍ନ କରିଥିଲେ। ତାଙ୍କର ୧୪ ବର୍ଷର ପୁଅ ମୁଖାଗ୍ନି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି,୮।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଗରିଆବନ୍ଧ ଜିଲାରେ ମାଓବାଦୀ ଦମନ ପାଇଁ ସର୍ଚ୍ଚ ଅପରେଶନ ଚାଲିଥିବା ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ସେମାନଙ୍କ ମଧ୍ୟରେ...

କରୋନା ଭୟ, ମିଳିଲାନି କାନ୍ଧ

କବିସୂର୍ଯ୍ୟନଗର,୧ା୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢୁଥିବାବେଳେ ଲୋକେ ମଧ୍ୟ ଭୟଭୀତ ହୋଇଗଲେଣି। କରୋନା ଭୟରେ ମୃତଦେହକୁ କାନ୍ଧ ଦେବାକୁ ଆସିଲେନି...

ବିଜୟଙ୍କ ରୋଡ୍‌ ଶୋ’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ

ପାଟକୁରା,୧୪।୭(ଡି.ଏନ୍‌.ଏ.) : କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ରୋଡ୍‌ ଶୋ’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି। ବିଜୟ ମହାପାତ୍ର...

ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି ପାଞ୍ଚ ଗାଁର ଲୋକେ

କୋକସରା, ୨୦ା୧୦(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ସାନପୋଡାଗୁଡା ରାଜସ୍ବ ଗ୍ରାମ ଅଧୀନରେ ଥିବା ୫ ଖଣ୍ଡ ଗ୍ରାମର ଲୋକେ ଗତ ୫ବର୍ଷ ହେବ ଆବାସ...

ଜାଗା ଖୋଜୁଛି ମଡେଲ ବସ୍‌ଷ୍ଟାଣ୍ଡ୍‌

ଢେଙ୍କାନାଳ ଅଫିସ, ୧୨।୩ ବଢୁଛି ଢେଙ୍କାନାଳ ସହର। ବଦଳୁଛି କଳେବର। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ଆବଶ୍ୟକତା ଅନୁଭବ ହେଲାଣି। ହେଲେ ପ୍ରଶାସନିକ...

ଉନ୍ନତୀକରଣ ଅପେକ୍ଷାରେ ଡ୍ରେନେଜ ବ୍ୟବସ୍ଥା

କଟକ ଅଫିସ, ୩୦।୯: କଟକ ଜିଲା ଡ୍ରେନେଜ ଡିଭିଜନ ପକ୍ଷରୁ ୨୦୨୧-୨୨ ଆର୍ଥତ୍କ ବର୍ଷରେ ଟାଙ୍ଗି-ଚୌଦ୍ୱାର, ବାଙ୍କୀ, ବଡ଼ମ୍ବା, ଆଠଗଡ଼ ଆଦି ଅଞ୍ଚଳରେ ଡ୍ରେନେଜ ବ୍ୟବସ୍ଥା...

ଉତ୍ପାତ ଚଲାଇଛି ଗୋଠଛଡ଼ା ଦନ୍ତା

ବୈଶିଙ୍ଗା,୧୩ା୮(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ କ୍ଷୀରପଦା, ଦଲଦଲି, ମୋହନପୁର, ଖଇରବଣି, ଭୁଡୁରୁବଣି, ହାତୀଝୁରି ଆଦି ଗ୍ରାମରେ ଏକ ଗୋଠଛଡ଼ା ଦନ୍ତା ହାତୀ ସପ୍ତାହେ...

୧୬ ଦୋକାନୀଙ୍କୁ ନୋଟିସ

ଅନୁଗୋଳ ଅଫିସ, ୬।୫ – ଲକ୍‌ଡାଉନ କଟକଣା କୋହଳ ହେବା ପରେ ଅନୁଗୋଳ ଜିଲା ଓ ସହରର ଦୋକାନ ବଜାର ଖୋଲିବାକୁ ଜିଲା ପ୍ରଶାସନ ପକ୍ଷରୁ...

Advertisement
Archives

Model This Week